Advertisement
Photo Details/zeeodisha/odisha1137483
photoDetails0hindi

ପୁରୁଷଙ୍କ ବିଭିନ୍ନ ଯୌନ ସମସ୍ୟାର ରାମବାଣ ଚିକିତ୍ସା ହେଉଛି ଏହି ୫ଟି ଟିପ୍ସ; ଥରେ ଆପଣାନ୍ତୁ, ପାର୍ଥକ୍ୟ ଦେଖି ହୋଇଯିବ ଦିଲ୍ ଖୁସ୍

Men's Health Tips: ପୁରୁଷମାନଙ୍କ ବେଡରୁମ ସମସ୍ୟା (Bedroom Problems in Men) ଯୋଗୁଁ ସେମାନଙ୍କର ଯୌନ ଜୀବନ ଖରାପ ହୋଇଯାଏ । ପୁରୁଷମାନେ ସେମାନଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ଏହି ପ୍ରଭାବଶାଳୀ ଟିପ୍ସ ଆପଣାଇ ପାରିବେ ।

1/7

ନୂଆଦିଲ୍ଲୀ: Bedroom Problems in Men, Men's Sexaul Health: ଖରାପ ଅଭ୍ୟାସ (bad habits) ଓ ଖରାପ ଜୀବନଶୈଳୀ (bad lifestyle) ଯୋଗୁଁ ପୁରୁଷମାନଙ୍କୁ ଅନେକ ବେଡରୁମ୍ ସମସ୍ୟାର (Bedroom Problems in Men) ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯାହା ସେମାନଙ୍କ ଦାମ୍ପତ୍ୟ ଜୀବନ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ପୁରୁଷମାନଙ୍କର ଏହି ଯୌନ ସମସ୍ୟାର (Men Sexual Problems) ପ୍ରତିରୋଧ ଓ ଚିକିତ୍ସା ସମ୍ଭବ, ଯେଉଁଥିପାଇଁ ଏହି ଯୌନ ସ୍ୱାସ୍ଥ୍ୟ ଟିପ୍ସ ଆପଣା ପାରିବେ । ଆସନ୍ତୁ ଜାଣିବା ପୁରୁଷମାନେ ସେମାନଙ୍କ ବେଡରୁମ ସମସ୍ୟା ଦୂର କରିବା ପାଇଁ କେଉଁ ଟିପ୍ସର ସାହାଯ୍ୟ ନେଇପାରିବେ ।

Bedroom Problems in Men: ପୁରୁଷଙ୍କ ବେଡରୁମ୍ ସମସ୍ୟା ପାଇଁ ରାମବାଣ ଚିକିତ୍ସା

2/7
Bedroom Problems in Men: ପୁରୁଷଙ୍କ ବେଡରୁମ୍ ସମସ୍ୟା ପାଇଁ ରାମବାଣ ଚିକିତ୍ସା

ପୁରୁଷମାନଙ୍କୁ ବେଡରୁମରେ ଇରେକ୍ଟାଇଲ୍ ଡିସଫେଙ୍କସନ୍ (Erectile Dysfunction), Premature Ejaculation, ଏବଂ  ଯୌନ ଇଚ୍ଛା (Sex Drive) ରେ ହ୍ରାସ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଯାହା ସେମାନଙ୍କର ଯୌନ ଜୀବନ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । କିନ୍ତୁ କୌଣସି ଔଷଧ ବିନା ଏସବୁ ଟିପ୍ସ ସାହାଯ୍ୟରେ ଏହି ସମସ୍ୟାଗୁଡିକ ଭଲ ହୋଇପାରିବ ।

୧. ବ୍ୟାୟାମ (Exercise)

3/7
୧. ବ୍ୟାୟାମ (Exercise)

ହାର୍ଭାର୍ଡ ହେଲଥ୍ (Harvard Health) ଅନୁଯାୟୀ, ଇରେକ୍ଟାଇଲ୍ ଡିସଫଙ୍କସନ (Erectile Dysfunction) କୁ ଠିକ୍ କରିବା ପାଇଁ ଦୈନିକ ବ୍ୟାୟାମ ସର୍ବୋତ୍ତମ ହୋଇଥାଏ । ଏଥିପାଇଁ ଏହା ଜରୁରୀ ନୁହେଁ ଯେ ଆପଣ ଜିମକୁ ଯାଇ ଘଣ୍ଟା ଘଣ୍ଟା ଝାଳ ବୁହାଇବେ, ଆପଣ କେବଳ ଯୋଗ କିମ୍ବା କିଛି ସମୟ ପାଇଁ ଦ୍ରୁତ ଗତିରେ ଚାଲିବା ଅଭ୍ୟାସ କରିପାରିବେ ।

୨. ସୁସ୍ଥ ଖାଦ୍ୟ (Healthy Diet)

4/7
୨. ସୁସ୍ଥ ଖାଦ୍ୟ (Healthy Diet)

ଶରୀରରେ ଭିଟାମିନ୍ B12 ର ଅଭାବ କାରଣରୁ ପୁରୁଷଙ୍କ ଯୌନାଙ୍ଗରେ ରକ୍ତ ପ୍ରବାହ ବାଧାପ୍ରାପ୍ତ ହୋଇପାରେ । ଯେଉଁଥିପାଇଁ ଇରେକ୍ଟାଇଲ୍ ଡିସଫେଙ୍କସନ୍ (Erectile Dysfunction) କିମ୍ବା ସେକ୍ସ ଡ୍ରାଇଭରେ କମି ହେବାର ସମସ୍ୟା ହୋଇପାରେ । ପୁରୁଷମାନେ ଏହି ବେଡରୁମ୍ ସମସ୍ୟା (Bedroom Problems in Men) ଦୂର କରିବା ପାଇଁ ମଲ୍ଟିଭାଇଟାମିନ୍ ଓ ସୁସ୍ଥ ଖାଦ୍ୟ ଯେପରିକି ତାଜା ଫଳ, ପନିପରିବା,  ଶସ୍ୟ, ମାଛ, କ୍ଷୀର, ଅଣ୍ଡା ଇତ୍ୟାଦି ଖାଆନ୍ତୁ । ଏଥିସହିତ ପିଆଜ, ରସୁଣ, ବନ୍ଧାକୋବି ଖାଇବା ଦ୍ୱାରା ସେକ୍ସ ଡ୍ରାଇଭକୁ ବୃଦ୍ଧି କରାଯାଇପାରିବ ।

୩. ହୃଦୟକୁ ସୁସ୍ଥ ରଖନ୍ତୁ (Healthy Heart)

5/7
୩. ହୃଦୟକୁ ସୁସ୍ଥ ରଖନ୍ତୁ (Healthy Heart)

ହୃଦୟର ଦୁର୍ବଳତା କିମ୍ବା ବ୍ୟାଘାତ ଯୋଗୁଁ ପୁରୁଷମାନଙ୍କୁ ବେଡରୁମ୍ ସମସ୍ୟାର ସମ୍ମୁଖୀନ (Bedroom Problems in Men) ହେବାକୁ ପଡିପାରେ । କାରଣ ପୁରୁଷମାନଙ୍କର ଯୌନ ସ୍ୱାସ୍ଥ୍ୟ ଶରୀରର ରକ୍ତ ପ୍ରବାହ ଉପରେ ନିର୍ଭର କରେ । ତେଣୁ ସମୟ ସମୟରେ ଶରୀରରେ ଥିବା କୋଲେଷ୍ଟ୍ରୋଲ (cholesterol), ବିପି ଇତ୍ୟାଦି ଉପରେ ନଜର ରଖନ୍ତୁ ।

୪. ଅଣ୍ଟା ସ୍ଲିମ୍ ରଖନ୍ତୁ (Waist Slim)

6/7
୪. ଅଣ୍ଟା ସ୍ଲିମ୍ ରଖନ୍ତୁ (Waist Slim)

ହାର୍ଭାର୍ଡ ହେଲଥ୍ (Harvard Health) ଅନୁଯାୟୀ, ଅନେକ ଗବେଷଣାରୁ ଏହା ଜଣାପଡିଛି ଯେ ଯେଉଁ ପୁରୁଷମାନଙ୍କର ଅଣ୍ଟା ପାଖାପାଖି ୪୨ ଇଞ୍ଚର ହୋଇଥାଏ, ସେମାନଙ୍କରେ ଯୌନ ସମସ୍ୟା କିମ୍ବା ବେଡରୁମ୍ ସମସ୍ୟା (Bedroom Problems in Men) ଅଧିକ ଥାଏ । ତେଣୁ ଆପଣଙ୍କର ଅଣ୍ଟାକୁ ଯଥାସମ୍ଭବ ପତଳା ରଖନ୍ତୁ ।

ଏହା ବି ପଢ଼ନ୍ତୁ:-ଶେଷ ହେବ ଯୁଦ୍ଧ! ଋଷର ପ୍ରମୁଖ ଦାବି ଉପରେ ୟୁକ୍ରେନର ରାଷ୍ଟ୍ରପତି ଦେଲେ ଏହି ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ପିଏମ ମୋଦି ହିଁ ବନ୍ଦ କରାଇବେ ଋଷ-ୟୁକ୍ରେନ ଯୁଦ୍ଧ! ଭାରତ ସହ ଲଗାତର ଯୋଗାଯୋଗରେ ଅଛନ୍ତି ଜାତିସଂଘର ମୁଖ୍ୟ

ଏହା ବି ପଢ଼ନ୍ତୁ:-ଗେହଲୋଟ ବନାମ ପାଇଲଟ: ରାଜସ୍ଥାନ କଂଗ୍ରେସରେ ଝଡ଼ ପୂର୍ବର ନୀରବତା!

୫. ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ (Weight Under Control)

7/7
୫. ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ (Weight Under Control)

Premature Ejaculation, ଇରେକ୍ଟାଇଲ୍ ଡିସଫଙ୍କସନ୍ ଇତ୍ୟାଦି ପୁରୁଷଙ୍କ ବେଡରୁମ୍ ସମସ୍ୟା (Bedroom Problems in Men) ର ବିପଦ ଅତ୍ୟଧିକ ଓଜନ କାରଣରୁ ବଢ଼ିଯାଇଥାଏ  । ଏଥି ସହିତ ମୋଟାପଣ ହୃଦଘାତ (heart diseas) ଓ ମଧୁମେହ (diabetes) ର ଆଶଙ୍କା ମଧ୍ୟ ବଢ଼ାଇଥାଏ । ତେଣୁ ନିଜ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ ।

 

ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି ।