Advertisement
photoDetails0hindi

ଜାଣନ୍ତୁ ଭାରତକୁ କେବେ ମିଳିବ କୋରୋନା ଭ୍ୟାକ୍ସିନ

ପ୍ରାୟ ୬ ମାସ ପୂର୍ବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କୋରୋନା ଭୂତାଣୁ (Coronavirus) କୁ ବୈଶ୍ୱିକ ମହାମାରୀ ଘୋଷଣା କରିଥିଲା । ଏହା ପରେ ହିଁ ଦୁନିଆରେ ବିଭିନ୍ନ ଦେଶ ମଧ୍ୟରେ କୋଭିଡ-19 (COVID-19) ର ଔଷଧ କିମ୍ବା ଟୀକା (Coronavirus Vaccine) ପ୍ରସ୍ତୁତିର ପ୍ରତିଯୋଗିତା ଆରମ୍ଭ  ହୋଇଯାଇଥିଲା । 

1/16

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ଭୂତାଣୁ (Coronavirus) କାୟା ବିସ୍ତାର କରିସାରିଛି । ଏହି ମହାମାରୀ ଯୋଗୁଁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି । ଏହାସହ ପ୍ରତିଦିନ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ସମୟରେ ସମଗ୍ର ବିଶ୍ୱର ବୈଜ୍ଞାନିକମାନେ କୋରୋନା ଭୂତାଣୁକୁ ମାତ୍ ଦେବା ପାଇଁ ଦିନରାତି ଭ୍ୟାକ୍ସିନ ବା ଟୀକା (Coronavirus Vaccine) ପ୍ରସ୍ତୁତି କାର୍ଯ୍ୟରେ ଲାଗିଛନ୍ତି । 

2/16

ପ୍ରାୟ ୬ ମାସ ପୂର୍ବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କୋରୋନା ଭୂତାଣୁ (Coronavirus) କୁ ବୈଶ୍ୱିକ ମହାମାରୀ ଘୋଷଣା କରିଥିଲା । ଏହା ପରେ ହିଁ ଦୁନିଆରେ ବିଭିନ୍ନ ଦେଶ ମଧ୍ୟରେ କୋଭିଡ-19 (COVID-19) ର ଔଷଧ କିମ୍ବା ଟୀକା ପ୍ରସ୍ତୁତିର ପ୍ରତିଯୋଗିତା ଆରମ୍ଭ  ହୋଇଯାଇଥିଲା । ଗୋଟିଏ ପଟେ ବିଶ୍ୱର ପ୍ରାୟ ୭.୮ ବିଲିୟନ ଜନସଂଖ୍ୟା ଏହି ଟୀକା (COVID-19 Vaccine) କୁ ଅପେକ୍ଷା କରିଛି । ଅନ୍ୟପଟେ ଟୀକା ବିକାଶର ଏହି ରେସରେ ମାନବ ଇତିହାସରେ ବୈଜ୍ଞାନିକ ପ୍ରଗତି ପାଇଁ ଏକ ଚ୍ୟାଲେଞ୍ଜ ଭାବରେ ଦେଖାଯାଉଛି ।

3/16

ପ୍ରାୟ ୯ ମାସ ପରେ ମହାମାରୀର ଜବାବରେ ଭ୍ୟାକ୍ସିନ ନାଁରେ ଆମ ପାଖରେ ବର୍ତ୍ତମାନ ଯାଏ ଋଷ ବିକଶିତ ସ୍ପୁଟ୍ନିକ୍ ଭି (Sputnik V) ଟୀକା ରହିଛି । ଯାହାକୁ ଋଷରେ ମଞ୍ଜୁରୀ ମିଳିଛି । ତେବେ ଏହା ବିବାଦରେ ରହିଛି କାରଣ ଋଷ ସ୍ୱାସ୍ଥ୍ୟ ବିଭାଗ ଏହାର ପ୍ରଭାବ ପରୀକ୍ଷା ନକରି ଟୀକାର ତୃତୀୟ ପର୍ଯ୍ୟାୟ ଟ୍ରାୟଲକୁ ଅନୁମୋଦନ କରିଥିଲା । ଏହା ବ୍ୟତୀତ ଏହି ଟୀକାକରଣର ପରୀକ୍ଷା ସୀମିତ ଥିବାର ଚର୍ଚ୍ଚା ରହିଛି । 

 

4/16

ଋଷର ଏହି ଭ୍ୟାକ୍ସିନ ବ୍ୟତୀତ WHO ଡାଟାବେସ୍ ଅନୁଯାୟୀ ଦୁନିଆରେ ଅତି କମରେ ୩୪ଟି ସମ୍ଭାବ୍ୟ ଟୀକା କ୍ଲିନିକାଲ୍ ପରୀକ୍ଷାର ବିଭିନ୍ନ ପର୍ଯ୍ୟାୟରେ ଅଛି । ଏଥିମଧ୍ୟରୁ କେତେକ ଟୀକାର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ରହିଥିବା ବେଳେ ଅନ୍ୟ କେତେକ ଉପରେ ସମଗ୍ର ଦୁନିଆର ଆଶା ରହିଛି ।

5/16

କ'ଣ ରେସରେ ଚୀନ ଆଗରେ ଅଛି ? 

ଯେଉଁଠାରୁ କୋରୋନା ଭୂତାଣୁର ସୃଷ୍ଟି ହୋଇଛି, ସେହି ଦେଶରେ Ad5-nCoV ଓ CoronaVac ନାମକ ଦୁଇଟି ସମ୍ଭାବ୍ୟ ଟୀକା ବିକଶିତ ହୋଇସାରିଛି । ଚୀନରେ ଏହି ଉଭୟ ଟୀକାର ସୀମିତ ବ୍ୟବହାର ପାଇଁ ମଞ୍ଜୁରୀ ମଧ୍ୟ ମିଳିଛି । ଏହି ଟୀକାଗୁଡ଼ିକ ମଧ୍ୟରୁ ପ୍ରଥମ ଭ୍ୟାକ୍ସିନର ବିକାଶ ଚାଇନାର ମିଲିଟାରୀ ମେଡିକାଲ୍ ଏକାଡେମୀ ସହ ମିଶି କ୍ୟାନସିନୋ ବାୟୋଲୋଜିକ୍ସ କରିଛି । ଦ୍ୱିତୀୟଟି ଘରୋଇ କମ୍ପାନୀ ସିନୋଭାକ୍ ଦ୍ୱାରା ବିକଶିତ ହୋଇଛି ।

6/16

କେବଳ ଏତିକି ନୁହେଁ, Ad5-nCoV ଚୀନର ପ୍ରଥମ ଟୀକା ପାଲଟିଛି । ଯାହା ଉଦ୍ଭାବନ ପେଟେଣ୍ଟ ପାଇଁ ଚୀନ୍ କର୍ତ୍ତୃପକ୍ଷଙ୍କ ଦ୍ୱାରା ମଧ୍ୟ ଅନୁମୋଦିତ ହୋଇଛି । ଚୀନର ଏହି ଦୁଇଟି ସମ୍ଭାବ୍ୟ ଟୀକାର ଟ୍ରାୟଲ ଆରବ ଦେଶଗୁଡିକ, ପାକିସ୍ଥାନ, ବ୍ରାଜିଲ ଏବଂ ଇଣ୍ଡୋନେସିଆରେ ଶେଷ ପର୍ଯ୍ୟାୟରେ ଚାଲିଛି ।

7/16

ଆମେରିକୀୟ ଟୀକାର ସ୍ଥିତି 

ମୋଡର୍ନା କମ୍ପାନୀର ସମ୍ଭାବିତ ଟୀକା mRNA-1273 ରେସରେ ରହିଛି ।  ଜୁଲାଇ ୨୭ରେ ଏହି ଟୀକାର ତୃତୀୟ ପର୍ଯ୍ୟାୟସ ଟ୍ରାୟଲ ଆରମ୍ଭ ହୋଇଥିଲା । ଏହି ଟୀକାର ବିକାଶରେ ସରକାରୀ ଅନୁଷ୍ଠାନର ସମର୍ଥନ ମଧ୍ୟ ଅଛି, ଯାହାର ପରୀକ୍ଷା ଆମେରିକାର ୮୯ଟି ସ୍ଥାନରେ ଚାଲିଛି । ଅଗଷ୍ଟ ଶେଷରେ ଟ୍ରମ୍ପ ପ୍ରଶାସନ ମୋଡର୍ନା ସହିତ ୧.୫ ବିଲିୟନ ଡଲାରରୁ ଅଧିକ ଚୁକ୍ତି କରିଥିଲା । ଯାହା ଦ୍ୱାରା ଏହି ଟୀକାର ୧୦ କୋଟି ଡୋଜ୍ ସୁରକ୍ଷିତ କରାଯାଇଥିଲା ।

8/16

ଅନୁମୋଦନ ପାଇବା ପରେ ମୋଡର୍ନା କମ୍ପାନୀ ମଧ୍ୟ ୟୁରୋପୀୟ ୟୁନିଅନ୍ ଏବଂ ଜାପାନ ସହିତ ପ୍ରାୟ ୧୨ କୋଟି ଡୋଜ୍ ଯୋଗାଇବା ପାଇଁ ଆଲୋଚନା କରୁଛି ।

9/16

କେଉଁ ପର୍ଯ୍ୟାୟରେ ଅକ୍ସଫୋର୍ଡ ଟୀକା ?

ଭ୍ୟାକ୍ସିନର ରେସରେ ଅକ୍ସଫୋର୍ଡ ୟୁନିଭର୍ସିଟି ଓ ସ୍ୱିଡେନ-ୟୁକେ ଫାର୍ମା କମ୍ପାନୀ ଆଷ୍ଟ୍ରା ଜେନେକାରୁ ଏକ ସମ୍ଭାବିତ ଟୀକା ମଧ୍ୟ ଚର୍ଚ୍ଚାରେ ରହିଛି । ଅନୁମୋଦନ ମିଳିବା ପରେ ଯାହାର ଉତ୍ପାଦନ ଭାରତୀୟ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ କରୁଛି । ସୂଚନାଯୋଗ୍ୟ, ବାର୍ଷିକ ୧.୫ ବିଲିୟନ ଡୋଜର ଉତ୍ପାଦନ କ୍ଷମତା ଥିବା ସେରମ୍ ହେଉଛି ବିଶ୍ୱର ସର୍ବବୃହତ ଟୀକା ଉତ୍ପାଦନକାରୀ ଏବଂ ବିକ୍ରେତା କମ୍ପାନୀ ।

10/16

ଏହି ସମ୍ଭାବିତ ଟୀକା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ସଫଳ ହେବା ପରେ ଏହାର ପ୍ରଭାବ ତୃତୀୟ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟର ପରୀକ୍ଷଣରେ ଦେଖାଯାଉଛି । ଯଦିଓ ବିଗତ ଦିନରେ ଏହି ଟୀକା AZD1222 ର ପରୀକ୍ଷଣକୁ ଝଟକା ଲାଗିଥିଲା । କିନ୍ତୁ ଦୁଇ ଦିନ ପରେ ସବୁକିଛି ଠିକ୍ ହୋଇଯାଇଛି ।

11/16

ଆଉ କେଉଁ ଟୀକା ଉପରେ ରହିଛି ନଜର ?

ଜର୍ମାନ, ଆମେରିକୀୟ ଏବଂ ଚାଇନିଜ୍ କମ୍ପାନୀଗୁଡିକ ଏକତ୍ର ମିଶି ଯେଉଁ BNT162 ଟୀକାର ବିକାଶ କରୁଛନ୍ତି, ତାହାର ଆଡଭାନ୍ସ ଷ୍ଟେଜର ଟ୍ରାୟଲ ଆମେରିକା, ବ୍ରାଜିଲ, ଆର୍ଜେଣ୍ଟିନା ଏବଂ ଜର୍ମାନୀରେ ଚାଲିଛି । ଏହା ବ୍ୟତୀତ ନିମ୍ନ ଲିଖିତ ଟୀକାଗୁଡ଼ିକ ଆଶା ସୃଷ୍ଟି କରୁଛି:-

12/16

* ଚାଇନାର ୱୁହାନ ଇନଷ୍ଟିଚ୍ୟୁଟରେ ଏକ ଟୀକା ପ୍ରସ୍ତୁତ କରାଯାଉଛି, ଯାହାର ନାଁ ପ୍ରକାଶ କରାଯାଇ ନାହିଁ । ଏହି ଟୀକାକରଣର ତୃତୀୟ ପର୍ଯ୍ୟାୟ ପାଇଁ ପରୀକ୍ଷା ୟୁଏଇରେ ଜୁନ୍ ଶେଷ ସପ୍ତାହରେ ଆରମ୍ଭ ହୋଇଥିଲା ।

13/16

* ଭାରତରେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ 'କୋଭାକ୍ସିନ୍' ରେସର  ରହିଆସିଛି । ଏହି ଟୀକା ବିକାଶରେ ଭାରତର ସର୍ବୋଚ୍ଚ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସାମିଲ ରହିଛି । ସମ୍ପ୍ରତି, ପ୍ରାରମ୍ଭିକ ପର୍ଯ୍ୟାୟରେ ସଫଳ ହେବା ପରେ ପଶୁମାନଙ୍କ ଉପରେ ଏହାର ପରୀକ୍ଷା ମଧ୍ୟ ସଫଳ ବୋଲି ଦାବି କରାଯାଇଛି । ଏହାର ବ୍ୟବହାର ପ୍ରତିରକ୍ଷା ପ୍ରତିକ୍ରିୟାକୁ ବହୁତ ଭଲ ରହିଛି ବୋଲି କୁହାଯାଇଛି ।

14/16

* କେବଳ ଏତିକି ନୁହେଁ ଅହମ୍ମଦାବାଦ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଜାୟଡସ୍ କ୍ୟାଡିଲାର ଟୀକା ZyCov-D ମଧ୍ୟ ଏହି ରେସରେ ଅଛି । ଦ୍ୱିତୀୟ ପର୍ଯ୍ୟାୟର ମାନବ ପରୀକ୍ଷା ରିପୋର୍ଟ ପରେ ଏହି ଟୀକାର ୧୦ କୋଟି ଡୋଜ୍ ଉତ୍ପାଦନ କରିବାର ଯୋଜନା ଅଛି ।

15/16

ଏହି ସମସ୍ତ ଟୀକାଗୁଡ଼ିକର ଏହି ଅପଡେଟ୍ ପରେ ମଧ୍ୟ ଏହା ନିଶ୍ଚିତ ନୁହେଁ ଯେ  ସମସ୍ତଙ୍କ ପାଇଁ ଭ୍ୟାକ୍ସିନ କେତେ ଦିନ ମଧ୍ୟରେ ଉପଲବ୍ଧ ହେବ । ଯଦିଓ ଚଳିତ ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତା ବର୍ଷ ପ୍ରାରମ୍ଭରେ ବଜାରକୁ ଆସୁଥିବା ଟୀକାକୁ ନେଇ ଆଶା ଓ ଦାବି କରାଯାଉଛି । କିନ୍ତୁ  WHO ଅନୁଯାୟୀ ଏହାର କୌଣସି ଗ୍ୟାରେଣ୍ଟି ନାହିଁ ।

16/16

ହଁ, ଏହା ନିଶ୍ଚିତ ଭାବରେ ଯେ ଯଦି ଚୀନ୍ ବାହାରେ କୌଣସି ଦେଶରେ କୋରୋନା ଟୀକା ବିକଶିତ ହୁଏ, ତେବେ ଭାରତରେ ଏହାର ବଡ଼ ଉତ୍ପାଦନ ହୋଇପାରିବ । ମାର୍କେଟ ରିସର୍ଚ୍ଚ ଫାର୍ମ IMARC ଅନୁଯାୟୀ, ୟୁନିସେଫକୁ ମୋଟ ଭ୍ୟାକ୍ସିନର ଯୋଗାଣର ୬୦ ପ୍ରତିଶତ କେବଳ ଭାରତ ଯୋଗାଉଛି ।