Advertisement
Photo Details/zeeodisha/odisha1319169
photoDetails0hindi

Benefits of Mahua: ଆପଣଙ୍କ ଚେହେରାକୁ ଚମକାଇବ ଏହି 'ବଦନାମ ଫଳ', ଦରଜରୁ ବି ଦେବ ମୁକ୍ତି

ମହୁଲ, ମଦ ପାଇଁ ବଦନାମ! ଲେକୋ ଭାବୁଥିବେ ମହୁଲରେ କେବଳ ମଦ ତିଆରି କରାଯାଏ। କିନ୍ତୁ ଆପଣମାନେ ଜାଣନ୍ତି କି, ମହୁଲ ଏକ ଔଷଧିୟ ବୃକ୍ଷ। ଏହାର ଫଳ ସହ ପତ୍ର ଓ ଛାଲକୁ ମଧ୍ୟ ଔଷଧ ଭାବେ ବ୍ୟବହାର କରାଯାଏ। ବ୍ରୋକାଇଟିସ ଓ ଟନସିଲ୍ସର ଉପସମ ପାଇଁ ମହୁଲ ବ୍ୟବହାର କରାଯାଏ। ଏହା ବ୍ୟତୀତ ମହୁଲ ଆପଣଙ୍କ ଚେହେରା ଚମକାଇବା ସହ ଗଣ୍ଠି ଦରଜରୁ ବି ଆରାମ ଦିଏ। ହଁ ଆଜ୍ଞା, ମହୁଲରୁ ପ୍ରସ୍ତୁତ ତେଲ ଚର୍ମ ସମସ୍ୟା ଦୂର କରିବା ଠାରୁ ଆରମ୍ଭ କରି କୀଟ ନାସକ ଭାବେ କାର୍ଯ୍ୟ କରେ।

ମଶାଠାରୁ ମୁକ୍ତି

1/5
ମଶାଠାରୁ ମୁକ୍ତି

ଓଡ଼ିଶାର ଭାଲୁକୋଲା ଗାଁର ଲୋକମାନେ ମଶାଠାରୁ ମୁକ୍ତି ପାଇବା ପାଇଁ ମହୁଲ ତେଲରେ ଦୀପ ଜାଳନ୍ତି। ମଶାମାନଙ୍କୁ ଘଉଡାଇବା ପାଇଁ ଏହା ଏକ ଭଲ ଉପାୟ ଏବଂ ଏହା ଆମ ଫୁସଫୁସ କିମ୍ବା ଶରୀରର ଅନ୍ୟ କୌଣସି ଅଂଶରେ କୌଣସି ଅସୁବିଧା ସୃଷ୍ଟି କରେ ନାହିଁ।

ପୋକରୁ ରକ୍ଷା

2/5
ପୋକରୁ ରକ୍ଷା

ଅନେକ ଆଦିବାସୀ ମହୁଲ ତେଲର ବ୍ୟବହାର କରନ୍ତି। ଜଙ୍ଗଲରେ କୀଟ ପତଙ୍ଗ କାଟିବା ସାଧାରଣ କଥା। ତେଣୁ କୀଟଙ୍କ ଠାରୁ ରକ୍ଷା ପାଇବା ପାଇଁ ଆଦିବାସୀମାନେ ମହୁଲ ତେଲର ବ୍ୟବହାର କରନ୍ତି। ଏହା ସଂକ୍ରମଣରୁ ରକ୍ଷା କରେ।

ଗଣ୍ଠି ଦରଜରୁ ରକ୍ଷା କରେ

3/5
ଗଣ୍ଠି ଦରଜରୁ ରକ୍ଷା କରେ

ଯଦି ଆପଣ ଗଣ୍ଠିରେ ମହୁଲ ତେଲକୁ ମାଲିସ୍ କରନ୍ତି ତେବେ ଏହା ଆପଣଙ୍କୁ ଗଣ୍ଠି ଯନ୍ତ୍ରଣାରୁ ତୁରନ୍ତ ଆରାମ ଦେବ। ଗଣ୍ଠି ଯନ୍ତ୍ରଣାକୁ ଚିକିତ୍ସା କରିବାର ଏହା ଏକ ପରୀକ୍ଷିତ ପଦ୍ଧତି।

ଚର୍ମ ପାଇଁ ଉପକାରୀ

4/5
ଚର୍ମ ପାଇଁ ଉପକାରୀ

ମହୁଲ ତେଲ ଏକ କ୍ୟାମିକାଲ ଫ୍ରି ଉପାଦାନ। ଏହାକୁ ସ୍କିନ କେୟାର ଭାବେ ବ୍ୟବହାର କରାଯାଏ। ମହୁଲ ତେଲ ବ୍ରଣ ଓ ଦାଗ ଦୂର କରେ। ତେଲକୁ ବ୍ୟବହାର କଲେ ଚର୍ମ ମୁଲାୟମ ହୁଏ।

କେଶ ପାଇଁ ଲାଭଦାୟକ

5/5
କେଶ ପାଇଁ ଲାଭଦାୟକ

କୁହାଯାଏ ଯେ ମହୁଆ ତେଲ କେଶ ପାଇଁ ବହୁତ ଭଲ ଏବଂ କେଶ ବୃଦ୍ଧିରେ ଲାଭଦାୟକ ଅଟେ। କିଛି ବୁନ୍ଦା ମେହେନ୍ଦୀ ତେଲ ଓ କିଛି ବୁନ୍ଦା ମହୁଲ ତେଲରେ ମିଶାଇ ମୁଣ୍ଡକୁ ଭଲ ଭାବରେ ମସାଜ୍ କରନ୍ତୁ ଏବଂ ଏହାକୁ ଆପଣ ତ୍ୱଚାରେ ମଧ୍ୟ ଲଗାଇ ପାରିବେ। ଏକ ଘଣ୍ଟା କିମ୍ବା ଦୁଇ ଘଣ୍ଟା ପରେ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ।  କିଛି ସମୟ ପରେ ଆପଣ ରେଜଲ୍ଟ ଦେଖିପାରିବେ।