Advertisement
Photo Details/zeeodisha/odisha1097990
photoDetails0hindi

ଏହି ୧୧ଟି ପରିସ୍ଥିତିରେ ଶାରୀରିକ ସମ୍ପର୍କ ଗଢ଼ିବା ଉଚିତ୍ ନୁହେଁ, ଜାଣନ୍ତୁ ଏହାର କାରଣ

ପୃଥିବୀର ପ୍ରଥମ ମଣିଷ ବୋଲି କୁହାଯାଉଥିବା ଭଗବାନ ବ୍ରହ୍ମାଙ୍କର ପୁତ୍ର ମନୁ ପୃଥିବୀରେ ମନୁଷ୍ୟର ଉତ୍ତମ ଜୀବନ ପାଇଁ କିଛି ନିୟମ ତିଆରି କରିଥିଲେ, ଯାହାକୁ ମନୁସ୍ମୃତି (Manusmriti) କୁହାଯାଏ । ମନୁସ୍ମୃତିରେ ଏହା କୁହାଯାଇଛି ଯେ ଏକ ସୁସ୍ଥ ଓ ସୁଖମୟ ଜୀବନ ପାଇଁ ଅନେକ ବିଷୟ ପ୍ରତି ଧ୍ୟାନ ରଖିବା ଉଚିତ୍, ଯେଉଁଥିରେ ଯୌନ ସମ୍ପର୍କର ନିୟମ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

1/13

ନୂଆଦିଲ୍ଲୀ: ବ୍ରହ୍ମାଜୀଙ୍କ ଅନୁରୋଧରେ ସୃଷ୍ଟିର ବିକାଶ ପାଇଁ ଭଗବାନ ଶିବ ମୈଥୁନି ସୃଷ୍ଟିର ରଚନା କରିଥିଲେ । ମୈଥୁନି ସୃଷ୍ଟିରେ ସ୍ତ୍ରୀ ଓ ପୁରୁଷ ମଧ୍ୟରେ ଶାରୀରିକ ବା ଯୌନ ସମ୍ପର୍କ ଆବଶ୍ୟକ ହୋଇଯାଇଛି । କିନ୍ତୁ ଯୌନ ସମ୍ପର୍କ ସହିତ ଜଡ଼ିତ କେତେକ ନିୟମ ମଧ୍ୟ ଆବଶ୍ୟକ ହେଲା ଯାହା ଦ୍ୱାରା ସୃଷ୍ଟିର ସନ୍ତୁଳନ ଓ ମନୁଷ୍ୟର ସ୍ୱାସ୍ଥ୍ୟ ପ୍ରଭାବିତ ହେବ ନାହିଁ ଏବଂ ବ୍ରହ୍ମାଣ୍ଡରେ ବ୍ୟଭିଚାର ବିସ୍ତାର ହେବ ନାହିଁ । 

2/13

ପୃଥିବୀର ପ୍ରଥମ ମଣିଷ ବୋଲି କୁହାଯାଉଥିବା ଭଗବାନ ବ୍ରହ୍ମାଙ୍କର ପୁତ୍ର ମନୁ ପୃଥିବୀରେ ମନୁଷ୍ୟର ଉତ୍ତମ ଜୀବନ ପାଇଁ କିଛି ନିୟମ ତିଆରି କରିଥିଲେ, ଯାହାକୁ ମନୁସ୍ମୃତି (Manusmriti) କୁହାଯାଏ । ମନୁସ୍ମୃତିରେ ଏହା କୁହାଯାଇଛି ଯେ ଏକ ସୁସ୍ଥ ଓ ସୁଖମୟ ଜୀବନ ପାଇଁ ଅନେକ ବିଷୟ ପ୍ରତି ଧ୍ୟାନ ରଖିବା ଉଚିତ୍, ଯେଉଁଥିରେ ଯୌନ ସମ୍ପର୍କର ନିୟମ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

3/13

ଯେତେବେଳେ ପୁରୁଷ କିମ୍ବା ସ୍ତ୍ରୀ ସେମାନଙ୍କ ହୋଶରେ ନଥାନ୍ତି, ଶାରୀରିକ ସମ୍ପର୍କ ଗଢ଼ିବା ଉଚିତ୍ ନୁହେଁ ।

4/13

ଅନିଦ୍ରାରେ ପୀଡ଼ିତ ବ୍ୟକ୍ତି ଯୌନ ସମ୍ପର୍କରୁ ଦୂରେଇ ରହିବା ଉଚିତ୍ ।

5/13

ଯେତେବେଳେ ଶରୀର ସଂପୂର୍ଣ୍ଣ କ୍ଳାନ୍ତ ହୋଇଯାଏ, ସେତେବେଳେ ଶାରୀରିକ ସମ୍ପର୍କ ଗଢ଼ିବା ଉଚିତ ନୁହେଁ । ଏହା ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ  ।

6/13

କାମନା ବାସନାରେ ପରିପୂର୍ଣ୍ଣ ମନ ଥିବା ସ୍ଥିତିରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ନୁହେଁ, ଏହା ଦ୍ୱାରା ମାନସମ୍ମାନ ହରାଇବାର ସମ୍ଭାବନା ରହିଥାଏ ।

7/13

ଯେତେବେଳେ ଆପଣ ଚିନ୍ତାଗ୍ରସ୍ତ ଥାଆନ୍ତି, ସେତେବେଳେ ଧ୍ୟାନ କରିବା ଲାଭଦାୟକ ହୋଇଥାଏ । ଏପରି ପରିସ୍ଥିତିରେ ସମ୍ୱନ୍ଧ ଗଢ଼ିବା ଯନ୍ତ୍ରଣାଦାୟକ ହୋଇଥାଏ ।

8/13

ଯଦି ଆପଣଙ୍କର ସ୍ଥିତି ଆର୍ଥିକ ଦୃଷ୍ଟିରୁ ଭଲ ନାହିଁ ତେବେ ମନୁସ୍ମୃତିରେ ବିବାହ କରିବା ମଧ୍ୟ ନିଷେଧ କରିଛି ।

 

9/13

ବ୍ୟକ୍ତି ଅସୁସ୍ଥ ଥିବାବେଳେ ଶାରୀରିକ ସମ୍ପର୍କରୁ ଦୂରେଇ ରହିବା ଉଚିତ୍ । କାରଣ ଏପରି ଅବସ୍ଥାରେ ଯଦି ଗର୍ଭଧାରଣ ହୋଇଯାଏ ତ ଶିଶୁଟି ଅସୁସ୍ଥ ହେବାର ସମ୍ଭାବନା ଥାଏ ।

10/13

ଜଣେ ମହିଳାଙ୍କ ମାସିକ ଋତୁସ୍ରାବ ସମୟରେ ସଂଯମତା ପାଳନ କରାଯିବା ଉଚିତ୍ । ଏହି ସମୟ ପୁରୁଷ ଓ ମହିଳାଙ୍କ ପାଇଁ ଶାରୀରିକ ସମ୍ପର୍କ ପ୍ରତିକୂଳ ବୋଲି ମନେ କରାଯାଏ । ଏହା ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ଓ ଏହି କାରଣରୁ ପରବର୍ତ୍ତୀ ଜନ୍ମରେ ମଧ୍ୟ ଯନ୍ତ୍ରଣା ଭୋଗିବାକୁ ପଡ଼େ ।

11/13

ଯେତେବେଳେ ଜଣେ ବ୍ୟକ୍ତି ବିଶେଷ କିଛି ହରାଇଥାଏ ଓ ଦୁଃଖରେ ଥାଆନ୍ତି । ସେତେବେଳେ ତାଙ୍କୁ ଶାରୀରିକ ସମ୍ପର୍କ ପାଇଁ ଉତ୍ସାହିତ କରିବା ଉଚିତ୍ ନୁହେଁ ।

12/13

ଯେତେବେଳେ ଜଣେ ବ୍ୟକ୍ତି ଧ୍ୟାନ ଓ ପୂଜାରେ ଥାଆନ୍ତି, ସେହି ସମୟରେ ତାଙ୍କ ଧ୍ୟାନ ଭଙ୍ଗ କରି ସମ୍ପର୍କ ଗଢ଼ିବା ବଡ଼ ପାପ ବୋଲି ମନେ କରାଯାଏ । ଶାସ୍ତ୍ରରେ ଏପରି ଅନେକ କାହାଣୀ ଅଛି ଯେଉଁଥିରେ ଇନ୍ଦ୍ର ନିଜ ଅପସରୀଙ୍କୁ ସାଧୁମାନଙ୍କ ଧ୍ୟାନକୁ ଭଙ୍ଗ କରିବା ପାଇଁ ପଠାନ୍ତି ଓ ଏହିପରି ଆଚରଣ ଯୋଗୁଁ ତାଙ୍କୁ ସାଧୁମାନଙ୍କ ଅଭିଶାପର ସମ୍ମୁଖୀନ ହେବାକୁ ପଡିଥିଲା ।

ଏହା ବି ପଢ଼ନ୍ତୁ:-ଖୁସି ଖବର! ଏଣିକି ରାସନ କାର୍ଡ ବିନା ମାଗଣାରେ ମିଳିବ ଖାଦ୍ୟ ଶସ୍ୟ! ଜାଣନ୍ତୁ କେମିତି ଉଠାଇବେ ଏହି ଯୋଜନାର ଲାଭ

ଏହା ବି ପଢ଼ନ୍ତୁ:-ପ୍ରେମ ଜାଲରେ ଫସାଇ କୋଟି କୋଟି ଟଙ୍କା ହଡ଼ପ କରୁଥିବା ଠକ ଗିରଫ; ଗୋଟିଏ କି ଦୁଇଟି ନୁହେଁ, ଅଛନ୍ତି ୧୦ରୁ ଅଧିକ ପତ୍ନୀ

ଏହା ବି ପଢ଼ନ୍ତୁ:-'ଆଲ୍ଲା ହୁ ଆକବର' ନାରା ଲଗାଇଥିବା ଝିଅକୁ ସଲମାନ ଓ ଅମୀର ଦେଇଛନ୍ତି ୩ କୋଟି ଟଙ୍କା? ସାମ୍ନାକୁ ଆସିଲା ସତ

ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କେଉଁ ବୟସରେ ବିବାହ କରିବା ଉଚିତ?

13/13

ମନୁସ୍ମୃତି ଅନୁଯାୟୀ, ଯେତେବେଳେ ଜଣେ ବ୍ୟକ୍ତି ମଦ୍ୟପାନ କରନ୍ତି, ସେତେବେଳେ ତାଙ୍କୁ କୌଣସି ଶାରୀରିକ ସମ୍ପର୍କ ଗଢ଼ିବା ଉଚିତ୍ ନୁହେଁ ।