ସରକାରଙ୍କ ଏହି ପଦକ୍ଷେପ ଆଇସିସି ନିୟମ ବିରୁଦ୍ଧ ଅଟେ, ଯାହା ଅନୁଯାୟୀ କୌଣସି ଦେଶର କ୍ରିକେଟ୍ ବୋର୍ଡରେ ସେହି ଦେଶର ସରକାର ହସ୍ତକ୍ଷେପ କରିପାରିବେ ନାହିଁ । ଏଭଳି ପରିସ୍ଥିତିରେ ଆଇସିସି (ICC) ଦକ୍ଷିଣ ଆଫ୍ରିକା ଉପରେ ପ୍ରତିବନ୍ଧକ ଲଗାଇପାରେ ।
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର କ୍ରିକେଟ ଦଳ ((South Africa Cricket Team) ଉପରେ ବଡ଼ ବିପଦରେ ମାଡ଼ି ଆସୁଛି । ଗୁରୁବାର ଦକ୍ଷିଣ ଆଫ୍ରିକା ସରକାର ଦେଶର କ୍ରିକେଟ୍ ବୋର୍ଡ 'କ୍ରିକେଟ୍ ସାଉଥ ଆଫ୍ରିକା' (Cricket South Africa) କୁ ନିଲମ୍ୱିତ କରିଦେଇଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଆଇସିସି ନିୟମ ବିରୁଦ୍ଧ ଅଟେ, ଯାହା ଅନୁଯାୟୀ କୌଣସି ଦେଶର କ୍ରିକେଟ୍ ବୋର୍ଡରେ ସେହି ଦେଶର ସରକାର ହସ୍ତକ୍ଷେପ କରିପାରିବେ ନାହିଁ । ଏଭଳି ପରିସ୍ଥିତିରେ ଆଇସିସି (ICC) ଦକ୍ଷିଣ ଆଫ୍ରିକା ଉପରେ ପ୍ରତିବନ୍ଧକ ଲଗାଇପାରେ ।
ଅଧିକ ପଢ଼ନ୍ତୁ:-ହରଭଜନ ସିଂଙ୍କୁ ୪ କୋଟି ଟଙ୍କାର ଚୂନା ଲଗାଇଲେ ଜଣେ ବ୍ୟବସାୟୀ !
ଦୀର୍ଘ ଦିନ ଧରି ବୋର୍ଡ ଜାତିଭେଦ, ଦୁର୍ନୀତି ଏବଂ ଖେଳାଳିଙ୍କ ଦରମା ଭଳି ପ୍ରସଙ୍ଗରେ ବିବାଦର ସମ୍ମୁଖୀନ ହୋଇଥିଲା । ଦକ୍ଷିଣ ଆଫ୍ରିକା କ୍ରୀଡା ଏବଂ ଅଲିମ୍ପିକ୍ କମିଟି ଏକ ଚିଠି ଲେଖି ବୋର୍ଡର ସମସ୍ତ ଅଧିକାରୀଙ୍କୁ ଇସ୍ତଫା ଦେବାକୁ କହିଛି । SASCOC ହେଉଛି ଦକ୍ଷିଣ ଆଫ୍ରିକାର ଏକ ସ୍ୱତନ୍ତ୍ର ସଂସ୍ଥା ଯାହା ଦେଶର ସରକାର ଓ କ୍ରୀଡା ଫେଡେରେସନ୍ ମଧ୍ୟରେ ଏକ ସେତୁ ଭାବରେ କାର୍ଯ୍ୟ କରିଥାଏ । ଗତ ବର୍ଷ ଦକ୍ଷିଣ ଆଫ୍ରିକା କ୍ରୀଡ଼ା ଏବଂ ଅଲିମ୍ପିକ କମିଟି କ୍ରିକେଟ ଦକ୍ଷିଣ ଆଫ୍ରିକାରେ ବ୍ୟାପିଥିବା ବିଶୃଙ୍ଖଳା ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଯାଞ୍ଚର ଫଳାଫଳ ପ୍ରକାଶ ପାଇବା ପରେ ହିଁ କ୍ରିକେଟ୍ ଦକ୍ଷିଣ ଆଫ୍ରିକା ବିରୋଧରେ ଏହି ପଦକ୍ଷେପ ନିଆଯାଇଛି ।
ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦର ନିୟମ ଅନୁଯାୟୀ ଯେକୌଣସି ବି କ୍ରିକେଟ ଖେଳୁ ଥିବା ଦେଶରେ ଦଳ ପରିଚାଳନା କରୁଥିବା ସଂଗଠନ ସ୍ୱତନ୍ତ୍ର ହେବା ଆବଶ୍ୟକ । ସେହି ସଂସ୍ଥା ଉପରେ ସରକାରଙ୍କ କୌଣସି ପ୍ରକାରର ନିୟନ୍ତ୍ରଣ ନ ହେବା ଉଚିତ । ବୋର୍ଡକୁ ନିଲମ୍ୱିତ କରିଥିବା ଦକ୍ଷିଣ ଆଫ୍ରିକା ସଂସ୍ଥା ସେଠାକାର ସରକାରଙ୍କ ଏକ ଅଂଶ, ଯେଉଁଥିରେ ସେମାନଙ୍କର ପଦକ୍ଷେପ ଆଇସିସି ନିୟମକୁ ବିରୋଧ କରୁଛି । ସରକାରଙ୍କ ପଦକ୍ଷେପ ବିରୋଧରେ ଏହି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆଇସିସି ଦକ୍ଷିଣ ଆଫ୍ରିକା ଦଳକୁ ଅନ୍ତର୍ଜାତୀୟ କ୍ରିକେଟରୁ ବ୍ୟାନ୍ କରିପାରେ ।
ଅଧିକ ପଢ଼ନ୍ତୁ:-କଂଗ୍ରେସରେ ଥମୁନି ଗୋଷ୍ଠୀ କନ୍ଦଳ, ପୁଣି ଗେହଲଟ-ପାଇଲଟ କ୍ୟାମ୍ପ ମୁହାଁମୁହିଁ
ଦକ୍ଷିଣ ଆଫ୍ରିକା ପୂର୍ବରୁ ଜିମ୍ବାୱେକୁ ମଧ୍ୟ ଆଇସିସି ଦ୍ୱାରା ବ୍ୟାନ୍ କରାଯାଇଥିଲା । ଯଦି ଆଇସିସି ବ୍ୟାନ୍ କରିବାକୁ ନିଷ୍ପତ୍ତି ନେଇଛି, ତେବେ ଦ୍ୱିତୀୟ ଥର ବ୍ୟାନ୍ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ଦେଶ ହେବ । ଜାତିଭେଦ କାରଣରୁ ୧୯୭୦ ରୁ ୧୯୯୦ ପର୍ଯ୍ୟନ୍ତ ଏହି ଦଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏହା ପରେ ଏକ ନୂତନ ରଣନୀତି ଅଣାଯାଇଥିଲା, ଯାହା ନିଶ୍ଚିତ କରିଥିଲା ଯେ ଦଳରେ ସମସ୍ତେ ସମାନ ସୁଯୋଗ ପାଇବେ । ଏହା ପରେ ଏହି ପ୍ରତିବନ୍ଧକ ହଟାଯାଇଥିଲା ।
ट्रेन्डिंग फोटोज़