ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଘୋଷଣା ପରେ ଅଣ-କାର୍ଯ୍ୟନିର୍ବାହୀ କ୍ୟାଡରରେ S-1 ଗ୍ରେଡକୁ ୬୩୦ ଟଙ୍କା ଓ S-11 ଗ୍ରେଡକୁ ମାସିକ ୨୧୦୦ ଟଙ୍କାର ଲାଭ ମିଳିବ ।
Trending Photos
ନୂଆଦିଲ୍ଲୀ: 7th Pay Commission: ବିଗତ ଦିନରେ କେନ୍ଦ୍ରର ମୋଦି ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ୨୮ ପ୍ରତିଶତ ବୃଦ୍ଧି କରିଥିଲେ । ବର୍ତ୍ତମାନ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (SAIL) ମଧ୍ୟ ଏହାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) କୁ ୩.୫ ପ୍ରତିଶତ ଓ ଅଧିକାରୀଙ୍କ DA ୫.୬ ପ୍ରତିଶତ ବୃଦ୍ଧି କରିଛି । ଏହି ଲାଭ ଚଳିତ ବର୍ଷର ଅକ୍ଟୋବର ୧ ଠାରୁ କାର୍ଯ୍ୟକାରୀ ହେବ । ଏହା ଦ୍ୱାରା କମ୍ପାନୀରେ କାର୍ଯ୍ୟ କରୁଥିବା ପ୍ରାୟ ୭୦ ହଜାର ଅଧିକାରୀ ଓ କର୍ମଚାରୀ ଉପକୃତ ହେବେ ।
ମିଡିଆ ରିପୋର୍ଟ ଅନୁଯାୟୀ, ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (STEEL AUTHORITY OF INDIA LIMITED SAIL) କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ରେ ୩.୫ ପ୍ରତିଶତ ଓ ଅଧିକାରୀଙ୍କ DA ୫.୬ ପ୍ରତିଶତକୁ ବୃଦ୍ଧି କରିଛି । ଏହା ପରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବର୍ତ୍ତମାନ ୭୬.୬ ପ୍ରତିଶତରୁ ୭୮.୧ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଅଧିକାରୀଙ୍କ DA ୧୭୦.୫ ପ୍ରତିଶତ ପରିବର୍ତ୍ତେ ୧୭୬.୨ ପ୍ରତିଶତକୁ ପହଞ୍ଚିଛି । ମହଙ୍ଗା ଭତ୍ତା ବୃଦ୍ଧି ସମ୍ପର୍କରେ ଗୁରୁବାର ବିଳମ୍ବିତ ରାତିରେ ଶ୍ରମ ବ୍ୟୁରୋ ଦ୍ୱାରା ଏକ ଆଦେଶ ଜାରି କରାଯାଇଛି ।
ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଘୋଷଣା ପରେ ଅଣ-କାର୍ଯ୍ୟନିର୍ବାହୀ କ୍ୟାଡରରେ S-1 ଗ୍ରେଡକୁ ୬୩୦ ଟଙ୍କା ଓ S-11 ଗ୍ରେଡକୁ ମାସିକ ୨୧୦୦ ଟଙ୍କାର ଲାଭ ମିଳିବ । ସେହିଭଳି ଅଫିସର କ୍ୟାଡରରେ ଇ-ଗ୍ରେଡକୁ ୧,୬୨୪ ଟଙ୍କା ଓ ଇ -8 ଗ୍ରେଡକୁ ୫,୦୪୦ ଟଙ୍କା ଲାଭ ମିଳିବ । ପ୍ଲାଣ୍ଟ କର୍ମଚାରୀମାନେ ନଭେମ୍ବର ମାସରେ ବେତନ ସ୍ଲିପରେ ବର୍ଦ୍ଧିତ ବେତନର ସୂଚନା ଏବଂ ଲାଭ ପାଇବେ ।
ଏଠାରେ ଆପଣଙ୍କୁ କହି ରଖୁଛୁ ଯେ ବଜାର ସ୍ଥିତିକୁ ଦୃଷ୍ଟିରେ ରଖି SAIL ପରିଚାଳନା ବୃଦ୍ଧି ଓ ପ୍ରତି ତିନିମାସରେ ପ୍ଲାଣ୍ଟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ହ୍ରାସ ବୃଦ୍ଧି କରେ । ଏହି ତ୍ରୈମାସିକରେ ଜୁଲାଇ ମାସରୁ ସେପ୍ଟେମ୍ବର ମଧ୍ୟରେ ଖାଦ୍ୟ ପଦାର୍ଥ ସମେତ ଅନ୍ୟାନ୍ୟ ଦୈନନ୍ଦିନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ SAIL କର୍ମଚାରୀଙ୍କ DA ବୃଦ୍ଧି କରାଯାଇଛି । ବୋକାରୋ ଷ୍ଟିଲ୍ ପ୍ଲାଣ୍ଟ ସମେତ SAIL ର ସମସ୍ତ ୟୁନିଟ୍ ଗୁଡିକରେ ଅକ୍ଟୋବର ୧ରୁ ଏହି ଯୋଜନା କାର୍ଯ୍ୟକାରୀ ହେବ ।
ଅଧିକ ପଢ଼ନ୍ତୁ:-ଭଲ ଖବର! ଶସ୍ତା ହେଲା ସୋରିଷ ସମେତ ଏସବୁ ତେଲ
ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖବର! ମୋଦି ସରକାର ବଦଳାଇଲେ ନୋମିନୀ ସହ ଜଡ଼ିତ ନିୟମ
ଅଧିକ ପଢ଼ନ୍ତୁ:-NCB ର ଡ୍ରଗ୍ସ ଜବତ ମାମଲାରେ କ୍ରୁଜ୍ କମ୍ପାନୀ ଜାରି କଲା ବୟାନ, ଜାଣନ୍ତୁ କ'ଣ କହିଲା