Weekly Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆସନ୍ତା ସପ୍ତାହ, ଜାଣନ୍ତୁ ସାପ୍ତାହିକ ରାଶିଫଳ
Advertisement
Article Detail0/zeeodisha/odisha2244583

Weekly Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆସନ୍ତା ସପ୍ତାହ, ଜାଣନ୍ତୁ ସାପ୍ତାହିକ ରାଶିଫଳ

Weekly Horoscope 13 May to 19 May 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ତେବେ, ଆସନ୍ତୁ ଜାଣିବା ସୋମବାର ଠାରୁ ରବିବାର ପର୍ଯ୍ୟନ୍ତ କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

Weekly Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆସନ୍ତା ସପ୍ତାହ, ଜାଣନ୍ତୁ ସାପ୍ତାହିକ ରାଶିଫଳ

Weekly Horoscope 13 May to 19 May 2024:  ମେଷ:  ଏହି ସପ୍ତାହ ଆରମ୍ଭରୁ ପରିଶ୍ରମର ଫଳ ପାଇବେ। ନିଜ ଜୀବନ ସାଥୀଙ୍କ ସହିତ ସମୟ ଅତିବାହିତ କରିବେ।  ଆମଦାନୀ ଏବଂ ରପ୍ତାନି କ୍ଷେତ୍ରରେ ଜଡିତ ବ୍ୟବସାୟୀମାନଙ୍କର ଆର୍ଥିକ ସମସ୍ୟା ଦେଇ ଗତି କରିପାରନ୍ତି। ରାଜନୀତି କ୍ଷେତ୍ରରେ ଜଡି଼ତ ଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିଛି। ଏହି ସମୟରେ ଆପଣ ବଡ଼ ନେତାମାନଙ୍କୁ ଭେଟିବା ପାଇଁ ଅନେକ ସୁଯୋଗ ମିଳିବ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ମାନେ ଭଲ ରେଜଲ୍ଟ ପାଇବେ। ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହେବ । ଆପଣ ନିଜ ପାଇଁ କିଛି କିଣାକିଣି କରିବେ । 

ALSO READ: Budh Guru Yuti 2024: ଏହି ସବୁ ରାଶିଙ୍କ ଭାଗ୍ୟ ବଦଳାଇବ ବୁଧ-ଗୁରୁ ୟୁତି, ମିଳିବ ନୂଆ ଚାକିରି ସାଙ୍ଗକୁ ପୁଳା ପୁଳା ଟଙ୍କା! !

ବୃଷ: ଏହି ସପ୍ତାହରେ ମିଶ୍ରିତ ଫଳ ପାଇବେ ବୃଷ ରାଶିର ବ୍ୟକ୍ତି ବିଶେଷ । କ୍ୟାରିୟରରେ ସଫଳତା ଲାଭ କରିବାରେ ସକ୍ଷମ ହେବା ସହ ମନ ଲାଖି ନିଯୁକ୍ତି ଅଫର ମଧ୍ୟ ପାଇପାରନ୍ତି। ନିଜ ବନ୍ଧୁଙ୍କ ସହ କୌଣସି ଏକ ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି । ସପ୍ତାହ ଆରମ୍ଭରୁ ପାରିବାରିକ ସମସ୍ୟା ସୃଷ୍ଟି ହୋଇପାରେ । ଯାହାକୁ ନେଇ ଟେନସନରେ ରହିବେ। କର୍ମକ୍ଷେତ୍ରରେ ବିବାଦ ଦେଖାଦେଇପାରେ। ତେଣୁ ନିଜ ସହକର୍ମୀଙ୍କ ସହ ଦେଖି ଚାହିଁ କଥାବାର୍ତ୍ତା କରନ୍ତୁ। କ୍ରୋଧକୁ ନିୟନ୍ତ୍ରଣ ରଖିବେ । ପ୍ରେମ ସମ୍ପର୍କରେ ଆଗେଇବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ । ନଚେତ୍ ପ୍ରେମ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। 

ମିଥୁନ: ଏହି ସପ୍ତାହରେ ନିଜର ଆର୍ଥିକ ଅବସ୍ଥାକୁ ନେଇ ଆପଣ ଅଧିକ ଚିନ୍ତିତ ରହିବେ। ବ୍ୟବସାୟୀମାନେ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରି ବିନିଯୋଗ କରନ୍ତୁ। ନିଜ ବନ୍ଧୁ ମାନଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରିଆ ଲୋକେ କର୍ମକ୍ଷେତ୍ରରେ ପଦୋନ୍ନୋତି ମିଳିପାରେ। ଏବଂ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ବେଶ୍ ପ୍ରଶଂସା କରିପାରନ୍ତି। କିନ୍ତୁ ମନେରଖନ୍ତୁ ଆପଣଙ୍କ ନିଜ ପ୍ରିୟର ମିତ୍ର ମଧ୍ୟ ଆପଣଙ୍କୁ ବିଶ୍ବାସଘାତକତା କରିପାରେ। ଏଥିପ୍ରତି ସଚେତନ ରୁହ ଏବଂ ଅନ୍ଧ ଭାବରେ କାହାକୁ ବିଶ୍ୱାସ କର ନାହିଁ ।  ଆପଣଙ୍କ ସାଥୀଙ୍କ ପିଲାମାନଙ୍କ ସହିତ ସମୟ ବିତାଇବେ। ଆର୍ଥିକ ସମସ୍ୟା ପୂର୍ବ ଅପେକ୍ଷା ସୁଦୃଢ ରହିବ। 

କର୍କଟ:  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆସନ୍ତା ସପ୍ତାହ ଏତେ ଖାସ୍ ରହିବ ନାହିଁ। ସପ୍ତାହର ପ୍ରଥମ ଦିନରେ ନିଜର ପ୍ରିୟଜନଙ୍କ ଠାରୁ ସହାୟତା ନ ପାଇବା କାରଣରୁ ଆପଣ ଅତ୍ୟନ୍ତ ଦୁଃଖ ଅନୁଭବ କରିବେ । ଚାକିରି କରୁଥିବା ଲୋକମାନେ କର୍ମକ୍ଷେତ୍ରରେ ତତପର ରହିବା ଆବଶ୍ୟକ।  ଅଦାଲତ ସମ୍ବନ୍ଧିତ କାର୍ଯ୍ୟଗୁଡିକରେ ଆପଣ ସଫଳତା ପ୍ରାପ୍ତ କରିବେ।  ପ୍ରେମୀ ଯୁଗଳଙ୍କ ପାଇଁ ଆସନ୍ତା ସପ୍ତାହ ଖୁବ୍ ଖାସ୍ ରହିବ। ଆପଣଙ୍କ ପରିବାର ଆପଣଙ୍କ ବିବାହ ପାଇଁ ସମ୍ମତି ପ୍ରଦାନ କରିପାରନ୍ତି । ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଆନନ୍ଦ ଉଲ୍ଲାସରେ ସମୟ କଟିବ।

ସିଂହ: ଆସନ୍ତା ସପ୍ତାହଟି ହସଖୁସିରେ କଟିବ। ବିଶେଷ କରି କ୍ୟାରିୟରେ ଅଭୂତ ପୂର୍ବ ସଫଳତା ପ୍ରାପ୍ତ କରିବେ। ଏହି ସପ୍ତାହରେ ଚାକିରି କରୁଥିବା ଲୋକମାନେ ନୂଆ ଚାକିରି  ପାଇ ପାରନ୍ତି। ଆପଣ ସହଭାଗିତାରେ କରୁଥିବା ବ୍ୟବସାୟରୁ ଲାଭବାନ ହେବେ। ବିଦ୍ୟାର୍ଥୀମାନେ ସଂପୂର୍ଣ୍ଣ ମନଯୋଗ ସହକାରେ ଅଧ୍ୟୟନ କରିବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ନିଜର କିଛି ବଦଭ୍ୟାସ କାରଣରୁ ଆପଣର କିଛି ସମସ୍ୟାର ଦେଖାଦେଇପାରେ। ଆପଣ ନିଜ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖନ୍ତୁ । ନଚେତ୍ ଆର୍ଥିକ ସମସ୍ୟା ଦେଇ ଗତି କରିପାରନ୍ତି। ସପ୍ତାହ ଶେଷ ଆଡ଼କୁ କୌଣସି ଧାର୍ମିକ ସ୍ଥାନକୁ ଦର୍ଶନ ପାଇଁ ଯାଇପାରନ୍ତି। 

କନ୍ୟା: ଆସନ୍ତା ସପ୍ତାହଟି ହସଖୁସିରେ କଟିବ। ବିଶେଷ କରି କ୍ୟାରିୟରେ ଅଭୂତ ପୂର୍ବ ସଫଳତା ପ୍ରାପ୍ତ କରିବେ। ଏହି ସପ୍ତାହରେ ଚାକିରି କରୁଥିବା ଲୋକମାନେ ନୂଆ ଚାକିରି  ପାଇ ପାରନ୍ତି। ଆପଣ ସହଭାଗିତାରେ କରୁଥିବା ବ୍ୟବସାୟରୁ ଲାଭବାନ ହେବେ। ବିଦ୍ୟାର୍ଥୀମାନେ ସଂପୂର୍ଣ୍ଣ ମନଯୋଗ ସହକାରେ ଅଧ୍ୟୟନ କରିବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ କିନ୍ତୁ ନିଜର କିଛି ବଦଭ୍ୟାସ କାରଣରୁ ଆପଣର କିଛି ସମସ୍ୟାର ଦେଖାଦେଇପାରେ। ଆପଣ ନିଜ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖନ୍ତୁ । ନଚେତ୍ ଆର୍ଥିକ ସମସ୍ୟା ଦେଇ ଗତି କରିପାରନ୍ତି। ସପ୍ତାହ ଶେଷ ଆଡ଼କୁ କୌଣସି ଧାର୍ମିକ ସ୍ଥାନକୁ ଦର୍ଶନ ପାଇଁ ଯାଇପାରନ୍ତି। 

ତୁଳା: ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଅବିବାହିତ ଲୋକଙ୍କ ପାଇଁ ଏହି ସପ୍ତାହରେ ଭଲ ପ୍ରସ୍ତାବ ଆସିପାରେ। ଏ-ହି ସପ୍ତାହରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଆପଣ ସେହି ପ୍ରକାରର କାର୍ଯ୍ୟକଳାପ ଉପରେ ଧ୍ୟାନ ଦେବା ଆବଶ୍ୟକ, ଯେଉଁଥିରେ ଆପଣଙ୍କ ଶରୀର ଆରାମ ଅନୁଭବ କରିବ। ଆପଣଙ୍କ ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ବହୁତ ଭଲ ରହିବ । ଜଣେ ପରିବାର ସଦସ୍ୟଙ୍କ ଠାରୁ ଆର୍ଥିକ ଲାଭ ହେବାର ସଙ୍କେତ ମିଳୁଛି । କୌଣସି ଏକ ସ୍ଥାନକୁ ଭ୍ରମଣରେ ଯିବାର ଅନେକ ସୂଚନା ମିଳୁଛି, ଯାହା ଆପଣଙ୍କ ପାଇଁ ଆନନ୍ଦଦାୟକ ହେବ । କୌଣସି ଏକ କାରଣକୁ ନେଇ ପରିବାରରେ ଅଶାନ୍ତି ଦେଖାଦେବ। ପାରିବାରିକ ଜୀବନରେ ଝଡ଼ ସୃଷ୍ଟି ହେବ।

ବିଛା: ଏହି ରାଶିର ଲୋକଙ୍କୁ ସତର୍କତାର ସହ ଚଳିବାକୁ ପଡି଼ବ।  ବିଶେଷ କରି, କର୍ମକ୍ଷେତ୍ରରେ କୌଣସି ପ୍ରକାର ବିବାଦ ଦେଖାଦେଇପାରେ । ଯାହାକୁ ନେଇ ଆପଣ ଚିନ୍ତିତ ରହିବେ। ଆୟ ଅପେକ୍ଷା ବ୍ୟୟ ବଢିବ। ପୁରୁଣା ରୋଗକୁ ନେଇ ଚିନ୍ତିତ ରହିବେ।  ବୈବାହିକ ଜୀବନ  ସୁଖମୟ ହେବା ସହ ପ୍ରେମ ବ୍ୟାପାରରେ ବିବାଦ ଦେଖାଦେବ। କ୍ୟାରିଅରକୁ ନେଇ କିଛି ସମସ୍ୟା ଦେଖାଦେବ କିନ୍ତୁ ଆପଣ ଦୃଢତାର ସେହି ସମସ୍ୟା ଗୁଡିକର ସାମ୍ନା କରିବେ । ଚାକିରି କରୁଥିବା ଲୋକମାନେ ସେମାନଙ୍କ କାର୍ଯ୍ୟଦକ୍ଷତା ଏବଂ ସୃଜନଶୀଳତା ଦ୍ଵାରା ଲାଭବାନ ହେବେ । ବିଦ୍ୟାର୍ଥୀମାନେ ସେମାନଙ୍କ ଅଧ୍ୟୟନରେ ମନୋନିବେଶ କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରିବେ । ଉଚ୍ଚ ଶିକ୍ଷା ପାଇଁ ସମୟ ଅନୁକୂଳ ଅଟେ । ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ବହୁତ ଭଲ ରହିବ, କିନ୍ତୁ ପାଣିପାଗ ପରିବର୍ତ୍ତନ ହେବା କାରଣରୁ ଆପଣଙ୍କ ସ୍ଵାସ୍ଥ୍ୟରେ ଉନ୍ନତି ଅବନତି ଦେଖାଦେବ । 

ଧନୁ:   ଆସନ୍ତା ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ମଙ୍ଗଳମୟ ରହିବ।  ଆପଣ ନିଜର କ୍ୟାରିୟର ସମ୍ବନ୍ଦିତ କୌଣସି ଖୁସି ଖବର ପାଇପାରନ୍ତି। ବ୍ୟବସାୟ ବିଷୟରେ ସକାରାତ୍ମକ ଖବର ଶୁଣିବାକୁ ପାଇବେ । ପୂର୍ବରୁ କରିଥିବା ବିନିଯୋଗରୁ ଆର୍ଥିକ ଲାଭ ପାଇବାର ସମ୍ଭାବନା ରହିଛି । ରାଜନେତାମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। କୌଣସି ବଡ଼ ପଦବୀ ମିଳିପାରେ। ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ପାଇଁ ସମୟ ଭଲ ରହିଛି । ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିଯିବ।

ମକର: ସପ୍ତାହ ଆରମ୍ଭରୁ ବୈବାହିକ ଜୀବନରେ ଫାଟ ଦେଖାଯିବା ସହ ପ୍ରେମ ବ୍ୟାପାରେରେ ମଧ୍ୟ ବିବାଦ ଲାଗି ରହିବ। ପ୍ରେମ ସମ୍ପର୍କକୁ ନେଇ ଆପଣ ବହୁତ ସତର୍କ ରହିବାକୁ ପଡି଼ବ।  ଆର୍ଥିକ ଅବସ୍ଥା ଦୁର୍ବଳ ହୋଇପାରେ। ଆୟ ଅପେକ୍ଷା ବ୍ୟୟ ବଢିବ।  ନିଜ ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ କାରଣ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏହି ସପ୍ତାହ ଦୁର୍ବଳ ରହିବ ବୋଲି ଜଣାପଡୁଛି । ଚାକିରି କରୁଥିବା ଲୋକମାନଙ୍କର ପଦୋନ୍ନତି ହେବାର ଅନେକ ସମ୍ଭାବନା ଅଛି । ବ୍ୟବସାୟ କରୁଥିବା ଲୋକମାନେ ଗୋଟିଏ ବଡ ଚୁକ୍ତି କରିବାର ସମ୍ଭାବନା ଅଛି, ଯାହା ଦ୍ଵାରା ବ୍ୟବସାୟରେ ବହୁତ ଲାଭ ହେବ । ଆର୍ଥିକ ଅବସ୍ଥା କ୍ରମଶଃ ଦୃଢ ହେବ । କ୍ୟାରିଅର ବିଷୟରେ କହିବାକୁ ଗଲେ, ଆପଣ ନିଜ କାମ ଉପରେ ବହୁତ ଧ୍ୟାନ ଦେବା ଆବଶ୍ୟକ । ଯଦି ଆପଣ ସହଭାଗିତାରେ କାମ କରନ୍ତି, ତେବେ ନିଜର ସହଭାଗୀଙ୍କ ସହିତ ଗୋଟିଏ ଭଲ ବନ୍ଧୁତାପୂର୍ଣ୍ଣ ସମ୍ପର୍କ ବଜାୟ ରଖନ୍ତୁ ।

କୁମ୍ଭ: ସପ୍ତାହ ଆରମ୍ଭରୁ ଅଧିକ ଖର୍ଚ୍ଚ ବଢିପାରେ । ବ୍ୟବସାୟ କ୍ଷେତ୍ରରେ ଲାଭ ପାଇବେ । କାର୍ଯ୍ୟାଳୟରେ ବରିଷ୍ଠ ଓ ସହକର୍ମଚାରୀମାନଙ୍କ ଠାରୁ ସହାୟତା ପାଇବେ । ସପ୍ତାହର ଦ୍ଵିତୀୟାର୍ଦ୍ଧରେ ଆପଣ ନିଜର ଉଭୟ ବ୍ୟକ୍ତିଗତ ଓ ବୃତ୍ତିଗତ ସମ୍ପର୍କରେ ଥିବା କୌଣସି ପ୍ରକାରର ବାହ୍ୟ ଭୁଲ ବୁଝାମଣାଗୁଡିକର ସମାଧାନ କରିନେବା ଆବଶ୍ୟକ ହେବ । ପାରିବାରିକ ସମସ୍ୟାଗୁଡ଼ିକର ସମାଧାନ କରିବା ସମୟରେ ପରିବାରରେ ଥିବା ଗୁରୁଜନମାନଙ୍କର ମନ୍ତବ୍ୟ ଏବଂ ସେମାନଙ୍କର ଅବେଗକୁ ବିଚାରକୁ ନେବା ଉଚିତ୍ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ କାହା ସହିତ ପରାମର୍ଶ କରିବା ଉଚିତ । ଏହି ସପ୍ତାହରେ ପ୍ରେମୀଯୁଗଳମାନଙ୍କ ମଧ୍ୟରେ ମନମାଳିନ ହୋଇପାରେ ।

ମୀନ: ଏହି ରାଶିର ଲୋକମାନେ ଆତ୍ମ-ବିଶ୍ଳେଷଣ କରିବାର ସୁଯୋଗ ପାଇବେ। ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହେବ କିନ୍ତୁ କିଛି ଖର୍ଚ୍ଚ ପୂର୍ବ ଭଳି ରହିଥିବ । ନିଜ ଭାଇ ଓ ଭଉଣୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ମାନସିକ ଶାନ୍ତି ପାଇଁ ଧାର୍ମିକ କାର୍ଯ୍ୟକ୍ରମରେ କିଛି ସମୟ ବିତାଇବେ । ପୂର୍ବାପେକ୍ଷା ସ୍ଵାସ୍ଥ୍ୟରେ ଉନ୍ନତି ଦେଖାଦେବ । ଯଦି ଆପଣ ନିଜର ଦୈନିକ ସମୟ ନିର୍ଘଣ୍ଟରେ ସକାଳୁ ଚାଲିବା, ଯୋଗ ଓ ଧ୍ୟାନକୁ ସାମିଲ କରନ୍ତି, ତେବେ ଏହା ଆପଣଙ୍କ ପାଇଁ ବହୁତ ଭଲ ହେବ । ବ୍ୟବସାୟୀମାନେ କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରିବା ପୂର୍ବରୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ।