ରୁଦ୍ରାକ୍ଷ ପିନ୍ଧିବାରୁ ମିଳିଥାଏ ଏହି ଜବରଦସ୍ତ ଲାଭ, ସନ୍ତାନହୀନ ମହିଳା ପାଆନ୍ତି ସନ୍ତାନର ସୁଖ!
Advertisement
Article Detail0/zeeodisha/odisha951136

ରୁଦ୍ରାକ୍ଷ ପିନ୍ଧିବାରୁ ମିଳିଥାଏ ଏହି ଜବରଦସ୍ତ ଲାଭ, ସନ୍ତାନହୀନ ମହିଳା ପାଆନ୍ତି ସନ୍ତାନର ସୁଖ!

ଗର୍ଭ ଗୌରୀ ରୁଦ୍ରାକ୍ଷ (Garbh Gauri Rudraksha) ଗଳାରେ ପିନ୍ଧିବାରୁ ମନରେ ସକରାତ୍ମକ ଶକ୍ତି ଦେଇଥାଏ ଓ ମନକୁ ଖୁସି ରଖେ ।

ରୁଦ୍ରାକ୍ଷ ପିନ୍ଧିବାରୁ ମିଳିଥାଏ ଏହି ଜବରଦସ୍ତ ଲାଭ, ସନ୍ତାନହୀନ ମହିଳା ପାଆନ୍ତି ସନ୍ତାନର ସୁଖ!

ଆମର ଜ୍ୟୋତିଷ ଶାସ୍ତ୍ର (Astrology) ଅନୁଯାୟୀ, ରୁଦ୍ରାକ୍ଷ (Rudraksh) ପିନ୍ଧିବାର ଅନେକ ଲାଭ ରହିଛି । ରୁଦ୍ରାକ୍ଷର ଅନେକ ମୁହଁ ଓ କିଛି ବିଶେଷ ପ୍ରକାର ଅଛି । ସେହି ଅନନ୍ୟ ରୁଦ୍ରାକ୍ଷ ମଧ୍ୟରୁ ଅନ୍ୟତମ ହେଉଛି ଗର୍ଭ ଗୌରୀ ରୁଦ୍ରାକ୍ଷ (Garbh Gauri Rudraksha) । ଏହାକୁ ଗଣେଶ ଗୌରୀ ରୁଦ୍ରାକ୍ଷ (Ganesh Gauri Rudraksha) ମଧ୍ୟ କୁହାଯାଏ । ଏଥିରେ ଦୁଇଟି ରୁଦ୍ରାକ୍ଷ ପରସ୍ପର ସହିତ ସଂଲଗ୍ନ ହୋଇଛି, ଯେଉଁଥିରେ ଗୋଟିଏ ବଡ଼ ଓ ଗୋଟିଏ ଛୋଟ ହୋଇଥାଏ । ବଡ଼ ରୁଦ୍ରାକ୍ଷ ମାତା ପାର୍ବତୀ (Maa Parvati) ଓ ଛୋଟ ରୁଦ୍ରାକ୍ଷ ତାଙ୍କ ପୁତ୍ର ଗଣେଶ (Ganesha) ଙ୍କ ପ୍ରତୀକ ହୋଇଥାଏ ।

ରୁଦ୍ରାକ୍ଷର ଲାଭ:

ଏହି ରୁଦ୍ରାକ୍ଷ (Rudraksh) ସେହି ଦମ୍ପତିମାନଙ୍କ ପାଇଁ ଏକ ଚମତ୍କାରୀ ହୋଇଥାଏ, ଯେଉଁମାନେ ଏପର୍ଯ୍ୟନ୍ତ ସନ୍ତାନ ସୁଖ ପାଇ ନାହାଁନ୍ତି । ଯଦି ଜଣେ ସନ୍ତାନହୀନ ମହିଳା ଏହି ରୁଦ୍ରାକ୍ଷ ପିନ୍ଧନ୍ତି, ତେବେ ସେ ଶୀଘ୍ର ମା' ହୋଇପାରନ୍ତି । ଏହାକୁ ଧାରଣ କରିବାରୁ ଗର୍ଭବତୀ ମହିଳାଙ୍କ ପ୍ରସବ ମଧ୍ୟ ସହଜ ହୋଇଥାଏ ।

ଅଧିକ ପଢ଼ନ୍ତୁ:-ଅଶୋଧିତ ତୈଳ ମୂଲ୍ୟରେ ପୁଣି ଥରେ ଲାଗିଛି ନିଆଁ, ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍

ଗର୍ଭ ଗୌରୀ ରୁଦ୍ରାକ୍ଷ (Garbh Gauri Rudraksha) ଗଳାରେ ପିନ୍ଧିବାରୁ ମନରେ ସକରାତ୍ମକ ଶକ୍ତି ଦେଇଥାଏ ଓ ମନକୁ ଖୁସି ରଖେ । ଯଦି ଗର୍ଭଧାରଣରେ ବିଳମ୍ବ କିମ୍ବା କୌଣସି ସମସ୍ୟା ଥାଏ, ତେବେ ଗର୍ଭ ଗୌରୀ ରୁଦ୍ରାକ୍ଷ ନିଶ୍ଚୟ ପିନ୍ଧନ୍ତୁ । ଏହି ରୁଦ୍ରାକ୍ଷ ଧାରଣ କଲେ ଗର୍ଭପାତ ହେବାର ଆଶଙ୍କା ନଥାଏ । ଏହାସହ ପ୍ରସବ ମଧ୍ୟ ସହଜରେ ହୋଇଥାଏ ।