BCCIର ଏହି ପଦକ୍ଷେପ ଅବସର ପାଇଁ ଧୋନିଙ୍କୁ କରିଥିଲା ବାଧ୍ୟ !
Advertisement
Article Detail0/zeeodisha/odisha734321

BCCIର ଏହି ପଦକ୍ଷେପ ଅବସର ପାଇଁ ଧୋନିଙ୍କୁ କରିଥିଲା ବାଧ୍ୟ !

ମନି କଣ୍ଟ୍ରୋଲ୍ ଖବର ଅନୁଯାୟୀ, ଧୋନି(MS Dhoni) ଜାନୁଆରୀରେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେବାକୁ ମନସ୍ଥ କରିଥିଲେ ।

BCCIର ଏହି ପଦକ୍ଷେପ ଅବସର ପାଇଁ ଧୋନିଙ୍କୁ କରିଥିଲା ବାଧ୍ୟ !

ନୂଆଦିଲ୍ଲୀ: ଭାରତକୁ ଦୁଇଥର ବିଶ୍ୱକପ ଜିତାଇ ଥିବା ଭାରତୀୟ କ୍ରିକେଟ ଦଳ(Indian Cricket Team)ର ପୂର୍ବତନ ଅଧିନାୟକ ତଥା ୱିକେଟକିପର ମହେନ୍ଦ୍ର ସିଂ ଧୋନି(MS Dhoni) ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଜଣାଇଛନ୍ତି । ଅଗଷ୍ଟ ୧୫ ସନ୍ଧ୍ୟା ୭.୨୯ରେ ଅନ୍ତର୍ଜାତୀୟ କ୍ରିକେଟରୁ ଧୋନି ଅବସର ନେଇଥିଲେ । ଗତ ବର୍ଷର ବିଶ୍ୱକପ ପରଠାରୁ ଅନ୍ତର୍ଜାତୀୟ କ୍ରିକେଟ୍ ଠାରୁ ଦୂରରେ ରହିଥିବା ଧୋନି ଅଗଷ୍ଟ ୧୫ ସନ୍ଧ୍ୟାରେ ଅବସର ଘୋଷଣା କରି ସମସ୍ତଙ୍କୁ ଚିକିତ କରିଦେଇଥିଲେ । ଗତ କିଛି ବର୍ଷ ଧରି ଧୋନିଙ୍କ ଭବିଷ୍ୟତ ବିଷୟରେ ନିରନ୍ତର ଆଲୋଚନା ହେଉଥିଲା । ଆଉ ବିଶ୍ୱକପ ପରେ ତାଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଆହୁରି ତୀବ୍ର ହୋଇଥିଲା । ପୂର୍ବତନ ଭାରତୀୟ ଅଧିନାୟକ ପ୍ରାୟ ଦୁଇ ବର୍ଷ ଧରି ଏହି ଯୋଜନା କରିଥିଲେ, କିନ୍ତୁ ବ୍ରାଣ୍ଡ ବିଜ୍ଞାପନ ହେତୁ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିନଥିଲେ । 

ଅଧିକ ପଢ଼ନ୍ତୁ:-ଚାଷୀଙ୍କ ପାଇଁ ଆଲର୍ଟ ! ୭ ଦିନ ଭିତରେ ବ୍ୟାଙ୍କକୁ ଫେରସ୍ତ କରନ୍ତୁ କୃଷି ଋଣର ଟଙ୍କା, ନଚେତ୍...

ମନି କଣ୍ଟ୍ରୋଲ୍ ଖବର ଅନୁଯାୟୀ, ଧୋନି(MS Dhoni) ଜାନୁଆରୀରେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେବାକୁ ମନସ୍ଥ କରିଥିଲେ । ଯେତେବେଳେ ବିସିସିଆଇ(BCCI) ୨୦୧୯-୨୦ ପୁରୁଷ କ୍ରିକେଟରଙ୍କ ପାଇଁ ଚୁକ୍ତିନାମା ଘୋଷଣା କରିଥିଲା ​​ଏବଂ ଧୋନିଙ୍କୁ ସେହି ଚୁକ୍ତିରୁ ହଟାଇ ଦିଆଯାଇଥିଲା । ଏହା ପରେ ଧୋନି ରାଞ୍ଚିରେ ଥିବା ତାଙ୍କ ବନ୍ଧୁମାନଙ୍କୁ ପଚାରିଥିଲେ, ସେମାନେ ମୋତେ ତାଲିକାରୁ କାହିଁକି ହଟାଇଛନ୍ତି ? ମୁଁ ଫିଟ୍ ନୁହେଁ କି ? ସେ ଜାଣିଥିଲେ ଯେ ବିରାଟ କୋହଲି(Virat Kohli)ଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ତାଙ୍କ ବିନା ଖେଳିବାର ନୂଆ ଉପାୟ ପାଇସାରିଛି ।

ଅଧିକ ପଢ଼ନ୍ତୁ:-ଧୋନିଙ୍କୁ ଚିଠି ଲେଖିଲେ ପିଏମ ମୋଦି, ଜାଣନ୍ତୁ କିପରି ମାହିଙ୍କୁ କଲେ ସଲାମ

ପୂର୍ବତନ ଭାରତୀୟ ଅଧିନାୟକ ୧୬ ଜାନୁଆରୀ ୨୦୨୦ରେ ବିଶ୍ୱର ସବୁଠାରୁ ଧନୀ ବୋର୍ଡ ବିସିସିଆଇ ଦ୍ୱାରା ଦିଆଯାଇଥିବା ଝଟକାକୁ ସମ୍ଭାଳି ପାରିଲେ ନାହିଁ । ସେ ତାଙ୍କ ପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ କହିଥିଲେ ଯେ ତାଙ୍କ ସ୍ଥିତିକୁ ଅଣଦେଖା କରିଦିଆଯାଇଛି । ଆଉ ଅନୁଭବ ହୋଇଥିଲା ଯେ ତାଙ୍କୁ ଦୁଇ ବର୍ଷ ପୂର୍ବରୁ ଅବସର ନେବାର ଆବଶ୍ୟକତା ଥିଲା ଓ ଦୀର୍ଘ ସମୟ ଧରି ସେ ୱିକେଟରେ ଥିଲେ ।

ଅଧିକ ପଢ଼ନ୍ତୁ:-ଧୋନିଙ୍କ ପାଇଁ ବିଦାୟୀ ମ୍ୟାଚ୍ ଆୟୋଜନ କରିବ ବିସିସିଆଇ, ଜାଣନ୍ତୁ କ'ଣ ରହିଛି ପ୍ଲାନ !

ଧୋନି ତଥାପି ଟି-20 ଦଳକୁ ଫେରିବାକୁ ଆଶା କରିଥିଲେ । ସେଥିପାଇଁ ସେ କଠିନ ଅଭ୍ୟାସ ଆରମ୍ଭ କରିଥିଲେ । ଟେନିସ୍ ଖେଳୁ ଥିଲେ । ଫିଟ୍ ରହିବା ପାଇଁ ମ୍ୟାନେଜମେଣ୍ଟ ଛାତ୍ରଙ୍କ ସହ ମାଇଣ୍ଡ ଗେମ୍ସରେ ଅଂଶଗ୍ରହଣ କରୁଥିଲେ । କିନ୍ତୁ ବିସିସିଆଇ ତାଙ୍କୁ ଚୁକ୍ତିନାମାକୁ ଫେରାଇ ଆଣି ନଥିଲା କିମ୍ୱା ଧୋନି ଟି-20 ଦଳରେ ଯୋଗ ଦେଇ ପାରିବେ ବୋଲି କୌଣସି ସଙ୍କେତ ଦେଇଥିଲା ।