Topless Maid: ସବୁଠୁ ମହଙ୍ଗା ଓ ଅଜବ ଚାକରାଣୀ; ଗୋଟିଏ ଦିନ ପାଇଁ ନିଅନ୍ତି ୧.୮ ଲକ୍ଷ ଟଙ୍କା, ନିବସ୍ତ୍ର ହୋଇ କରନ୍ତି ଘର କାମ
Advertisement

Topless Maid: ସବୁଠୁ ମହଙ୍ଗା ଓ ଅଜବ ଚାକରାଣୀ; ଗୋଟିଏ ଦିନ ପାଇଁ ନିଅନ୍ତି ୧.୮ ଲକ୍ଷ ଟଙ୍କା, ନିବସ୍ତ୍ର ହୋଇ କରନ୍ତି ଘର କାମ

Topless Maid: ବର୍ତ୍ତମାନ ତାଙ୍କୁ ଦୁନିଆର ସବୁଠାରୁ ଧନୀ ଚାକରାଣୀ (World Richest Maid) କୁହାଯାଉଛି । ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ନିକଟ ଅତୀତରେ ଜଣେ ମହିଳା ଖୁଲାସା କରିଛନ୍ତି ଯେ,  ସେ ପାଞ୍ଚଟି ଘରେ କାମ କରିଥିଲେ, ଯାହା ପରେ ଗ୍ରାହକମାନେ ତାଙ୍କୁ ୨,୦୦୦ ଡଲାରରୁ ଅଧିକ ବା ପ୍ରାୟ ୧.୮୦ ଲକ୍ଷ ଟଙ୍କା ଅଧିକ ଦେଇଥିଲେ । 

Topless Maid: ସବୁଠୁ ମହଙ୍ଗା ଓ ଅଜବ ଚାକରାଣୀ; ଗୋଟିଏ ଦିନ ପାଇଁ ନିଅନ୍ତି ୧.୮ ଲକ୍ଷ ଟଙ୍କା, ନିବସ୍ତ୍ର ହୋଇ କରନ୍ତି ଘର କାମ

Topless Maid: ଆଜିକାଲି ସୋସିଆଲ ମିଡିଆରେ ଜଣେ ଚାକରାଣୀ ବିଷୟରେ ଅନେକ ଚର୍ଚ୍ଚା ହେଉଛି । ସାଧାରଣତଃ ଭାରତରେ ଜଣେ ଚାକରାଣୀଙ୍କୁ ଝାଡ଼ୁ ମାରିବା ଓ ସଫା କରିବା ପାଇଁ ମାସକୁ ୩୦୦୦-୪୦୦୦ ଟଙ୍କା ମିଳିଥାଏ । କିନ୍ତୁ ଏହି ଚାକରାଣୀ ଦିନକୁ ପ୍ରାୟ ୧ ଲକ୍ଷ ୮୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ଏହି ଚାକରାଣୀ ପ୍ରତି ଘଣ୍ଟା ପାଇଁ ୨୫ ହଜାର ଟଙ୍କା ନେଇଥାଏ । ଯେତେବେଳେ ସେ ତାଙ୍କର ସମ୍ପୂର୍ଣ୍ଣ ରୋଜଗାର ବିଷୟରେ ଲୋକଙ୍କୁ କହିଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏବେ ତାଙ୍କୁ ଦୁନିଆର ସବୁଠାରୁ ଧନୀ ଚାକରାଣୀ (World Richest Maid) କୁହାଯାଉଛି । ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ନିକଟ ଅତୀତରେ ଜଣେ ମହିଳା ଖୁଲାସା କରିଛନ୍ତି ଯେ,  ସେ ପାଞ୍ଚଟି ଘରେ କାମ କରିଥିଲେ, ଯାହା ପରେ ଗ୍ରାହକମାନେ ତାଙ୍କୁ ୨,୦୦୦ ଡଲାରରୁ ଅଧିକ ବା ପ୍ରାୟ ୧.୮୦ ଲକ୍ଷ ଟଙ୍କା ଅଧିକ ଦେଇଥିଲେ । 

ଭାରତୀୟ ମୁଦ୍ରା ଅନୁଯାୟୀ ଏହି ପରିମାଣ ୧.୮୦ ଲକ୍ଷରୁ ଅଧିକ ହେବ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଚାକରାଣୀ (Topless Maid) ଘରକୁ ଟପଲେସ୍ ବା ନିବସ୍ତ୍ର ହୋଇ ସଫା କରେ, ଯେଉଁ କାରଣରୁ ଏହାକୁ ନେଇ ବହୁ ଚର୍ଚ୍ଚା ହେଉଛି । ନିକଟ ଅତୀତରେ ସେ ଟିକଟୋକରେ ତାଙ୍କ କାର୍ଯ୍ୟ ବିଷୟରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଯାହା ପରେ ହଟାଇ ଦିଆଯାଇଥିଲା । ଏହି ଭିଡିଓ ପାଇଁ ତାଙ୍କ ଆକାଉଣ୍ଟକୁ ମଧ୍ୟ ସସ୍ପେଣ୍ଡ ରଖାଯାଇଥିଲା । ରିପୋର୍ଟରେ କୁହାଯାଇଛି ଯେ ସେହି ମହିଳାଙ୍କ ନାମ ସାମି ଓ ସେ ଫ୍ଲୋରିଡା ସ୍ଥିତ ତାମ୍ପାରେ ରୁହନ୍ତି (Tampa Florida Woman) । ସେ ଏକ ଘଣ୍ଟା ଟପଲେସ୍ ସଫା କରିବା ପାଇଁ ୩୦୦ ଡଲାର୍ ଫି ସ୍ଥିର କରିଛନ୍ତି । ଭାରତ ଅନୁଯାୟୀ ଏହି ପରିମାଣ ପ୍ରାୟ ୨୫ ହଜାର ହେବ ।

ଅଧିକ ପଢ଼ନ୍ତୁ:-ଖୁସି ଖବର: ୫୦୦ ଟଙ୍କା ଶସ୍ତାରେ ମିଳୁଛି ଗ୍ୟାସ ସିଲିଣ୍ଡର! ଶୀଘ୍ର କରନ୍ତୁ

ଅଧିକ ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ମଝିରେ ହଠାତ୍ ବଦଳିଗଲେ ଦଳର ଅଧିନାୟକ, ଏହି ଖେଳାଳିଙ୍କୁ ମିଳିଲା କମାଣ!

ସାମି ତାଙ୍କ ଭିଡିଓରେ କହିଛନ୍ତି ଯେ, ସେ ଆମେରିକାର ଫ୍ଲୋରିଡାରେ ରୁହନ୍ତି । ଆପଣମାନଙ୍କ ମଧ୍ୟରୁ ଅନେକ ଜାଣିବାକୁ ଚାହାଁନ୍ତି ଯେ ମୁଁ ଜଣେ ଟପଲେସ୍ ଚାକରାଣୀ ଭାବରେ ଦିନରେ କେତେ ରୋଜଗାର କରେ । ତେଣୁ ମୁଁ ଆପଣଙ୍କୁ କହିବି ଯେ ଆଜି ମୁଁ ୫ଟି ଘର ସଫା କରିଥିଲି ଓ ମୁଁ ଏକ ଘଣ୍ଟା ପାଇଁ ୩୦୦ ଡଲାର୍ ଚାର୍ଜ କରେ । ମୋର ଜଣେ ସିକ୍ୟୁରିଟି ଗାର୍ଡ ଅଛନ୍ତି ଯିଏ କାରରେ ବାହାରେ ବସିଛନ୍ତି । ସେ ପ୍ରତ୍ୟେକ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତ ଥା'ନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମ ଘରର ମାଲିକ ତାଙ୍କୁ ୧୫୦ ଡଲାର ଟିପ୍ସ ଦେଇଛନ୍ତି । ଯଦିଓ ସେ ବିଶ୍ୱାସ କରନ୍ତି ଯେ ତାଙ୍କୁ ଏକ ଟିପ୍ସ ଦରକାର ନାହିଁ । ଏହା ପରେ ଦ୍ୱିତୀୟ ଘର ୩୦୦ ଡଲାର ଓ ତୃତୀୟ ଘରରୁ ୧୨୦ ଡଲାରର ଟିପ୍ ପାଇଛି । ଶେଷ ଘରରୁ ତାଙ୍କୁ ୨୦୦ ଡଲାରର ଟିପ୍ସ ମିଳିଛି । କାରଣ ଏହା ବହୁତ ବଡ଼ ଓ ମଇଳା ଥିଲା । ତେବେ ମହିଳାଙ୍କ ଦାବି କେତେ ସତ୍ୟ ତାହା କେହି ଜାଣିପାରି ନାହିଁ । ତାଙ୍କର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି ।