Vastu Tips: ଏହି ଦିଗରେ ବସି ଭୋଜନ କରିବାରୁ ଜୀବନରେ ଆସିଥାଏ ସମୃଦ୍ଧତା, କ୍ୟାରିୟରରେ ମିଳିଥାଏ ଜବରଦସ୍ତ ଅଭିବୃଦ୍ଧି
Advertisement
Article Detail0/zeeodisha/odisha1529242

Vastu Tips: ଏହି ଦିଗରେ ବସି ଭୋଜନ କରିବାରୁ ଜୀବନରେ ଆସିଥାଏ ସମୃଦ୍ଧତା, କ୍ୟାରିୟରରେ ମିଳିଥାଏ ଜବରଦସ୍ତ ଅଭିବୃଦ୍ଧି

Vastu Tips: ଖାଦ୍ୟ ବିନା ମଣିଷ ପାଇଁ ଦୀର୍ଘ ସମୟ ବଞ୍ଚିବା କଷ୍ଟକର ହୋଇଯାଏ । ବାସ୍ତୁ ଶାସ୍ତ୍ର ବିଷୟରେ କଥା ହେବା ତ ଏହା ଅନୁଯାୟୀ, ଭୋଜନ କରିବା ପାଇଁ ସଠିକ୍ ଦିଗ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଭୁଲ ଦିଗରେ ବସି ଭୋଜନ କରିବା ଦ୍ୱାରା ଶରୀରରେ ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥାଏ ।

Vastu Tips: ଏହି ଦିଗରେ ବସି ଭୋଜନ କରିବାରୁ ଜୀବନରେ ଆସିଥାଏ ସମୃଦ୍ଧତା, କ୍ୟାରିୟରରେ ମିଳିଥାଏ ଜବରଦସ୍ତ ଅଭିବୃଦ୍ଧି

Vastu Tips For Eating Food Direction: ମଣିଷକୁ ଜୀବନରେ ଯେପରି ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ପବନ ଓ ଶୋଷ ମେଣ୍ଟାଇବା ପାଇଁ ପାଣିର ଆବଶ୍ୟକତା ରହିଥାଏ । ସେହିଭଳି ମନ୍ୟୁଷ ଜୀବନରେ ଖାଦ୍ୟର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଛି । ଖାଦ୍ୟ ବିନା ମଣିଷ ପାଇଁ ଦୀର୍ଘ ସମୟ ବଞ୍ଚିବା କଷ୍ଟକର ହୋଇଯାଏ । ବାସ୍ତୁ ଶାସ୍ତ୍ର (Vastu Shastra) ବିଷୟରେ କଥା ହେବା ତ ଏହା ଅନୁଯାୟୀ, ଭୋଜନ କରିବା ପାଇଁ ସଠିକ୍ ଦିଗ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଭୁଲ ଦିଗରେ ବସି ଭୋଜନ କରିବା ଦ୍ୱାରା ଶରୀରରେ ଅନ୍ୟାନ୍ୟ ସମସ୍ୟା ଦେଖାଦେଇଥାଏ ।

ବାସ୍ତୁ ଶାସ୍ତ୍ର (Vastu Shastra) ଅନୁଯାୟୀ, ଭୋଜନ କରିବା ପାଇଁ ପୂର୍ବ ଦିଗ ଶୁଭ ବୋଲି କୁହାଯାଇଥାଏ । ପୂର୍ବ କିମ୍ବା ଉତ୍ତର-ପୂର୍ବ ଦିଗକୁ ମୁହାଁଇ ଖାଦ୍ୟ ଖାଇବା ଦ୍ୱାରା ରୋଗ ଓ ମାନସିକ ବିକୃତିରୁ ମୁକ୍ତି ମିଳିଥାଏ । ଏହା ସ୍ୱାସ୍ଥ୍ୟକୁ ଭଲ ରଖେ ଓ ଆୟୁରେ ମଧ୍ୟ ବୃଦ୍ଧି ହୋଇଥାଏ ।

ଚାକିରିଆ ଓ ବ୍ୟବସାୟୀ ମାନେ ପଶ୍ଚିମ ଦିଗରେ ବସି ଖାଇବା ଉଚିତ୍ । ଏହି କାରଣରୁ କ୍ୟାରିୟରରେ ଦ୍ରୁତ ଉନ୍ନତି ହେବାକୁ ଲାଗିଥାଏ ଓ ବ୍ୟବସାୟରେ ମଧ୍ୟ ଲାଭ ମିଳିବାରେ ଲାଗେ । କ୍ୟାରିୟର ପାଇଁ ଏହି ଦିଗଟି ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।

ଯେଉଁମାନେ ଛାତ୍ର ଜୀବନଯାପନ କରନ୍ତି ସେମାନେ ଉତ୍ତର ଦିଗକୁ ମୁହାଁଇ ଖାଦ୍ୟ ଖାଇବା ଉଚିତ୍ । ଏହି କାରଣରୁ ବିଦ୍ୟାର୍ଥୀ ମାନଙ୍କର ଏକାଗ୍ରତା ବଢ଼ିଥାଏ ଓ ମନ ଅଧ୍ୟୟନରେ ଲାଗି ଥାଏ । ଏପରି ପରିସ୍ଥିତିରେ ଯଦି ବିଦ୍ୟାର୍ଥୀ ମାନେ ସେମାନଙ୍କ କ୍ୟାରିୟର ପାଇଁ ସର୍ବୋତ୍ତମ ଫଳାଫଳ ଚାହାଁନ୍ତି, ତେବେ ଉଭୟ ଅଧ୍ୟୟନ ଓ ଭୋଜନ କେବଳ ଉତ୍ତର ଦିଗରେ କରାଯିବା ଉଚିତ ।

ବାସ୍ତୁ ଶାସ୍ତ୍ର (Vastu Shastra) ଅନୁଯାୟୀ, ଭୋଜନ ଦୃଷ୍ଟିରୁ ଦକ୍ଷିଣ ଦିଗକୁ ଅଶୁଭ ବୋଲି ମନେ କରାଯାଏ । ଏହି ଦିଗରେ ବସି ଭୋଜନ କରିବାରୁ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ଓ ଆୟୁକୁ ମଧ୍ୟ ହ୍ରାସ କରିଥାଏ । କିନ୍ତୁ ଯଦି ଆପଣ ଅନେକ ଲୋକ ଏକାଠି ବସି ବସି ଖାଉଛନ୍ତି, ତେବେ ଆପଣ ଭୋଜନକୁ ଏହି ଦିଗରେ କରିପାରିବେ ।

ଅଧିକ ପଢ଼ନ୍ତୁ:-ଫ୍ୟାନ୍ସଙ୍କ ପାଇଁ ଖରାପ ଖବର: ଋଷଭ ପନ୍ତଙ୍କୁ ନେଇ ଆସିଲା ବହୁତ ବଡ଼ ସୂଚନା, ଟିମ୍ ଇଣ୍ଡିଆକୁ ଲାଗିଲା ଶକ୍ତ ଧକ୍କା

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର-ଇଶାନଙ୍କ ଦିନିକିଆ କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ହେବ ଶେଷ! ଟିମ୍ ଇଣ୍ଡିଆର କୋଚଙ୍କ ବୟାନରୁ ସୃଷ୍ଟି ହେଲା ହଇଚଇ

ଅଧିକ ପଢ଼ନ୍ତୁ:-୧୯ ବର୍ଷର ଯୁବତୀ ଦେଲେ ଯାଆଁଳା ସନ୍ତାନଙ୍କୁ ଜନ୍ମ, ଉଭୟଙ୍କ ବାପା ଅଲଗା-ଅଲଗା; ଜାଣନ୍ତୁ କ'ଣ ହୋଇଥିଲା ସେହି ରାତିରେ...

 

ସେପଟେ ବାସ୍ତୁ ଶାସ୍ତ୍ରୀ ବ୍ୟାଖ୍ୟା କରିଛି ଯେ, ଭୁଲ ଦିଗରେ ଶୋଇବା ଦ୍ୱାରା ବାସ୍ତୁ ଦୋଷ (Vastu Defects) ଉତ୍ପନ୍ନ ମଧ୍ୟ ହୋଇଥାଏ । ଏହି କାରଣରୁ ବିବାହିତ ଜୀବନ ସୁଖୀ (Married Life) ରହେ ନାହିଁ । ଏପରି ପରିସ୍ଥିତିରେ, ସର୍ବଦା ସଠିକ୍ ଦିଗ ଆଡକୁ ମୁଣ୍ଡ ଦେଇ ଶୋଇବା ଉଚିତ୍ । ବାସ୍ତୁ ଶାସ୍ତ୍ର (Vastu Shastra) ଅନୁଯାୟୀ, କେବେ ବି ପଶ୍ଚିମ ଆଡକୁ ମୁଣ୍ଡ ରଖି ଶୋଇବା ଉଚିତ୍ ନୁହେଁ । କାରଣ ଏହି ଦିଗଟି ଶୋଇବା ପାଇଁ ଶୁଭ ବୋଲି ମନେ କରାଯାଏ ନାହିଁ । ପଶ୍ଚିମ ଦିଗରେ ଶୋଇବା ଜୀବନରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ପଶ୍ଚିମ ଦିଗରେ ମୁଣ୍ଡ ରଖି ଶୋଇବା ମନକୁ ଭାରି ରଖେ ଓ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଏହି ଦିଗରେ ଶୋଇବା ପତି-ପତ୍ନୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରିଥାଏ, ଯାହା ଉଭୟଙ୍କ ମଧ୍ୟରେ ଝଗଡା ସୃଷ୍ଟି କରିଥାଏ । ଏହି କାରଣରୁ ଜୀବନରେ ସୁଖ ଶାନ୍ତି ନାହିଁ ଓ ପରିବାରରେ ମତଭେଦ ପରିସ୍ଥିତି ସୃଷ୍ଟି ହୁଏ ।

ଶୋଇବାର ଉପଯୁକ୍ତ ଦିଗ ବିଷୟରେ ବାସ୍ତୁ ଶାସ୍ତ୍ରୀ  (Vastu Shastra) ରେ ଉଲ୍ଲେଖ କରାଯାଇଛି । ଯାହା ଅନୁଯାୟୀ ଦମ୍ପତି ସର୍ବଦା ଦକ୍ଷିଣ ଦିଗରେ ମୁଣ୍ଡ ରଖି ଶୋଇବା ଉଚିତ୍ । ବୈଜ୍ଞାନିକ ଭାବରେ ମଧ୍ୟ ଦକ୍ଷିଣ ଦିଗରେ ମୁଣ୍ଡ ରଖି ଶୋଇବା ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)