Calendar: କାନ୍ଥରେ କ୍ଯାଲେଣ୍ଡର କେଉଁଠି ରହିଲେ ଶୁଭ ?
Advertisement
Article Detail0/zeeodisha/odisha1888873

Calendar: କାନ୍ଥରେ କ୍ଯାଲେଣ୍ଡର କେଉଁଠି ରହିଲେ ଶୁଭ ?

କାଳଚକ୍ର ନିରନ୍ତର ଗତିମାନ। କାଳ ଅର୍ଥାତ ସମୟର ଗଣନା ପାଇଁ ସବୁ ଘରେ କ୍ୟାଲେଣ୍ଡର ବା ପଞ୍ଜିକାର ପ୍ରୟୋଗ ହୋଇଥାଏ। କ୍ୟାଲେଣ୍ଡର ଦିନଚର୍ଯ୍ଯାର ପ୍ରତୀକ ହୋଇଥାଏ। ଯଦି କ୍ୟାଲେଣ୍ଡର ଶୁଭ ଦିଗରେ ଲଗାଯାଇଥାଏ ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ସକରାତ୍ମକ ଶକ୍ତି ପ୍ରବାହିତ ହୋଇଥାଏ। ଏହା ପ୍ରକୃତିର ସିଦ୍ଧାନ୍ତ ଯେ ଯଦି କୌଣସି ବସ୍ତୁ କିମ୍ବା ଜିନିଷକୁ ଆ

Calendar: କାନ୍ଥରେ କ୍ଯାଲେଣ୍ଡର କେଉଁଠି ରହିଲେ ଶୁଭ ?

Calendar: କାଳଚକ୍ର ନିରନ୍ତର ଗତିମାନ। କାଳ ଅର୍ଥାତ ସମୟର ଗଣନା ପାଇଁ ସବୁ ଘରେ କ୍ୟାଲେଣ୍ଡର ବା ପଞ୍ଜିକାର ପ୍ରୟୋଗ ହୋଇଥାଏ। କ୍ୟାଲେଣ୍ଡର ଦିନଚର୍ଯ୍ଯାର ପ୍ରତୀକ ହୋଇଥାଏ। ଯଦି କ୍ୟାଲେଣ୍ଡର ଶୁଭ ଦିଗରେ ଲଗାଯାଇଥାଏ ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ସକରାତ୍ମକ ଶକ୍ତି ପ୍ରବାହିତ ହୋଇଥାଏ। ଏହା ପ୍ରକୃତିର ସିଦ୍ଧାନ୍ତ ଯେ ଯଦି କୌଣସି ବସ୍ତୁ କିମ୍ବା ଜିନିଷକୁ ଆମେ ଅଧିକ ଦେଖିବା ତେବେ ଆମେ ତାହାର ନିକଟତର ହେବା। ଯେହେତୁ ଆମେ କ୍ୟାଲେଣ୍ଡରକୁ ପ୍ରାୟତଃ ଦେଖୁଥାଉ ତେଣୁ ତାହା ଏଭଳି ସ୍ଥାନରେ ଲଗାଯିବା ଆବଶ୍ଯକ ଯାହା ଘର ମଧ୍ଯରେ ସକରାତ୍ମକ ଶକ୍ତି ପ୍ରବାହିତ କରିବ।

ଭିନ୍ନ ଭିନ୍ନ ଶୈଳୀ କ୍ଯାଲେଣ୍ଡର ଆମ ଜୀବନଶୈଳୀକୁ ପ୍ରଭାବିତ କରିଥାଏ। ତେଣୁ ଘରେ ଏଭଳି କ୍ୟାଲେଣ୍ଡରର ବ୍ଯବହାର ହେବା ଉଚିତ ଯାହା ଖୁସି, ସମ୍ପନ୍ନତା, ବିକାଶ ଓ ଆର୍ଥିକ ଉନ୍ନତିର ପ୍ରତିନିଧିତ୍ୱ କରୁଥିବ। ଯାହାକୁ ଦେଖି ହୃଦୟକୁ ଶାନ୍ତି ଅନୁଭବ ହେଉଥିବ। ମନରୁ ସବୁ ଚିନ୍ତା ଦୂର ହେଉଥିବ। ଏଭଳି କ୍ୟାଲେଣ୍ଡର ବ୍ଯବହାର ଦ୍ୱାରା ବ୍ଯକ୍ତି କ୍ରୀୟାଶୀଳ ହେବାକୁ ଶକ୍ତି ପାଇଥାନ୍ତି। ଫଳରେ ବର୍ଷ ତମାମ ବ୍ଯକ୍ତି ସଫଳତା ଆଡ଼କୁ ଅଗ୍ରସର ହୋଇଥାନ୍ତି। ବାସ୍ତୁଶାସ୍ତ୍ର ଓ ଫେଙ୍ଗସୁଇ ସିଦ୍ଧାନ୍ତ ଅନୁସାରେ କ୍ୟାଲେଣ୍ଡର ସଠିକ ସ୍ଥାନରେ ଲଗାଇବା ଦ୍ୱାରା ଯନ୍ତ୍ର ସମାନ ଲାଭପ୍ରଦ ହୋଇଥାଏ।

ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କେଉଁଭଳି ଓ କେଉଁଠି ଲଗାଇବେ କ୍ୟାଲେଣ୍ଡର। ଧୈର୍ଯ୍ଯ ଧରନ୍ତୁ ଗୋଟି ଗୋଟି କରି ସବୁ ପ୍ରଶ୍ନର ଉତ୍ତର ଦେବୁ ଆମେ। ପ୍ରଥମେ ଜାଣନ୍ତୁ ଘରର କେଉଁଠାରେ ଲଗାଇବେ କ୍ୟାଲେଣ୍ଡର। ସବୁବେଳେ ଘରର ଉତ୍ତର ଦିଗରେ କ୍ୟାଲଣ୍ଡର ଲଗାନ୍ତୁ। ବାସ୍ତୁଶାସ୍ତ୍ର ଅନୁସାରେ ଏହି ଦିଗରେ କ୍ୟାଲେଣ୍ଡର ଲଗାଇବା ଦ୍ୱାରା ସକାଳୁ ଉଠିବା ପରେ ପ୍ରଥମେ ବ୍ଯକ୍ତିଙ୍କ ମୁହଁ ପୂର୍ବ ଏବଂ ଉତ୍ତର ପଟକୁ ରହିବ । ଏହାଦ୍ୱାରା ବ୍ୟବସ୍ଥିତ ଜୀବନଶୈଳୀ ଓ ଦିନଚର୍ଯ୍ଯା କାଏମ ରହିଥାଏ । ବାସ୍ତୁ ଅନୁସାରେ ଏହି ଦିଗକୁ ଦେଖି ଦିନ ଆରମ୍ଭ ଦ୍ୱାରା ବର୍ଷ  ତମାମ ସକରାତ୍ମକ ଉର୍ଜ୍ଜା ମିଳିଥାଏ ।

କେଉଁଠି କ୍ୟାଲେଣ୍ଡର ଟାଙ୍ଗିବେ ଜାଣିଲେ। ଏବେ ଜାଣନ୍ତୁ ଭୁଲରେ ମଧ୍ଯ କେଉଁଠାରେ କ୍ୟାଲେଣ୍ଡର ଲଗାଇବେ ନାହିଁ। କେବେ ମଧ୍ଯ ମୁଖ୍ଯଦ୍ୱାର ଉପରେ ଲଗାନ୍ତୁ ନାହିଁ। ଫେଙ୍ଗସୁଇ ଅନୁସାରେ ମୁଖ୍ଯଦ୍ୱାରରେ କ୍ୟାଲେଣ୍ଡର ଲଗାଇବା ଦ୍ୱାରା ଘର ସଦସ୍ଯଙ୍କ ଆୟୁସ ଉପରେ ଖରାପ ପ୍ରଭାବ ପଡିଥାଏ । 

ଏବେ ଆସନ୍ତୁ ଜାଣିବା କେଉଁଭଳି କ୍ୟାଲେଣ୍ଡର ଘରେ ଲଗାଇବେ ନାହିଁ
ଫଟାଚିରା କ୍ୟାଲେଣ୍ଡର ବିଲକୁଲ ଲଗାନ୍ତୁ ନାହିଁ । ଏହା ନକରାତ୍ମକ ଶକ୍ତିକୁ ପ୍ରୋତ୍ସାହନ ଦେଇଥାଏ । ତେଣୁ କ୍ୟାଲେଣ୍ଡର ଚିରିଗଲେ ବା ନଷ୍ଟ ହୋଇଗଲେ ତୁରନ୍ତ ବଦଳାନ୍ତୁ । ଘରେ କେବେ ମଧ୍ଯ ଯୁଦ୍ଧ ଦୃଶ୍ଯ,ଉଦାସ ଚେହେରା,ଶୁଖିଲା ଜଙ୍ଗଲ,ପ୍ରାକୃତିକ ବିନାଶର ଦୃଶ୍ଯ ଯେମିତି ବାତ୍ୟା,ବନ୍ଯା ଦୃଶ୍ଯ ଥିବା କ୍ୟାଲେଣ୍ଡର ଲଗାନ୍ତୁ ନାହିଁ । ଏହା ସହିତ ଜଙ୍ଗଲି ଜୀବଜନ୍ତୁଙ୍କ ଚିତ୍ର ଥିବା କ୍ୟାଲେଣ୍ଡର ମଧ୍ଯ ଘରେ ଲଗାନ୍ତୁ ନାହିଁ । କାରଣ ଏସବୁ ନକରାତ୍ମକ ଚିନ୍ତାଧାରା ବଢାଇଥାଏ । କ୍ୟାଲେଣ୍ଡର ଉପରେ ହିଁ ଆଉ ଗୋଟିଏ କ୍ୟାଲେଣ୍ଡର ଟାଙ୍ଗନ୍ତୁ ନାହିଁ । ପୁରୁଣା କ୍ୟାଲେଣ୍ଡକୁ ହଟାଇ ନୂଆ କ୍ୟାଲେଣ୍ଡର ଟାଙ୍ଗନ୍ତୁ । ଏହା ସହିତ ସେହି ସ୍ଥାନକୁ ସଫା କରନ୍ତୁ ।
ଆସନ୍ତୁ ଏଥର ଜାଣିବା କେଉଁଭଳି କ୍ୟାଲେଣ୍ଡର ଘରେ ଲଗାଇବେ । 

ଘରେ ସବୁବେଳେ ସକରାତ୍ମକ ଚିତ୍ରର କ୍ୟାଲେଣ୍ଡର ଲଗାନ୍ତୁ । ବଡ଼ ଅକ୍ଷର ଲେଖାଥିବା କ୍ୟାଲେଣ୍ଡର ଲଗାନ୍ତୁ । ବୟସ୍କଙ୍କ ରୁମରେ ଆଧ୍ଯାତ୍ମିକ ଚିତ୍ର,ନବବିବାହିତଙ୍କ ରୁମରେ ରାଧାକୃଷ୍ଣଙ୍କ ଯୁଗଳଚିତ୍ର ଥିବା କ୍ୟାଲେଣ୍ଡର ଲଗାନ୍ତୁ । ସେହିଭଳି ଗର୍ଭବତୀ ମହିଳାଙ୍କ ରୁମରେ ବାଳକୃଷ୍ଣଙ୍କ ଚିତ୍ର କ୍ୟାଲେଣ୍ଡର ଲଗାନ୍ତୁ । ତେବେ ଦେବୀଦେବତାଙ୍କ ଚିତ୍ର ଥିବା କ୍ୟାଲେଣ୍ଡର ନଷ୍ଟ ହୋଇଗଲେ ତାକୁ ଜଳରେ ବିସର୍ଜନ କରନ୍ତୁ ।

ଏବେ ଆସନ୍ତୁ ଜାଣିବା ଏମିତି ଗୋଟିଏ କଥା ଯାହା ଆମେ ପ୍ରାୟତଃ ଜାଣୁନା । ପ୍ରତି ମାସର ଅନ୍ତିମ ତାରିଖର ରାତିରେ ହିଁ କ୍ୟାଲେଣ୍ଡର ପୃଷ୍ଠା ବଦଳାନ୍ତୁ । ଏହାଦ୍ୱାରା ଆପଣ ସମୟ ସହିତ ଚାଲିବାର ପ୍ରେରଣା ପାଇବେ।

Also Read: ଦେଶର ସେହି ନଦୀ ଯାହାର ନାମ ସମସ୍ତେ ଶୁଣିଛନ୍ତି; କିନ୍ତୁ କେହି ଦେଖି ନାହାଁନ୍ତି

Also Read: Koraput News: ୩୫ ଟି ବିଦ୍ୟାଳୟ ଓ ୧୫ ମହାବିଦ୍ୟାଳୟ ବନ୍ଦ

Also Read: ପ୍ରକାଶ ପାଇଲା CTET ପରୀକ୍ଷା ଫଳ, ଏଠାରେ କରନ୍ତୁ ଚେକ୍