White Bread Side Effects: ସକାଳର ଜଳଖିଆରେ ଖାଉଛନ୍ତି କି ହ୍ୱାଇଟ୍ ବ୍ରେଡ୍, ତେବେ ହୋଇଯାଆନ୍ତୁ ସାବଧାନ; ଆପଣଙ୍କ ସ୍ୱାସ୍ଥ୍ୟରେ ହୋଇପାରେ ଏସବୁ କ୍ଷତି
Advertisement
Article Detail0/zeeodisha/odisha1414300

White Bread Side Effects: ସକାଳର ଜଳଖିଆରେ ଖାଉଛନ୍ତି କି ହ୍ୱାଇଟ୍ ବ୍ରେଡ୍, ତେବେ ହୋଇଯାଆନ୍ତୁ ସାବଧାନ; ଆପଣଙ୍କ ସ୍ୱାସ୍ଥ୍ୟରେ ହୋଇପାରେ ଏସବୁ କ୍ଷତି

White Bread Side Effects: ବିଶେଷଜ୍ଞଙ୍କ ମତ ଅନୁଯାଇ ହ୍ୱାଇଟ୍ ବ୍ରେଡ ଶରୀରର ସୁଗାର ମାତ୍ରା ଅଧିକ ବଢ଼ାଇ ଦେଇଥାଏ ଓ ଶରୀରରୁ ଏକ ପ୍ରକାର ହରମୋନ୍ ରିଲିଜ ହୋଇଥାଏ ।  ଏହି ହରମୋନ୍ ରିଲିଜ ହେବା ଫଳରେ କମ ନିଦ ହୋଇଥାଏ, ଏହା ଛଡ଼ା ଲୋକେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଜାଗର ରହିବାକୁ ବାଧ୍ୟ ହୋଇଥାନ୍ତି । ଏହି ରୋଗକୁ ଇଂସମେନିୟା କୁହାଯାଏ । 

White Bread Side Effects: ସକାଳର ଜଳଖିଆରେ ଖାଉଛନ୍ତି କି ହ୍ୱାଇଟ୍ ବ୍ରେଡ୍, ତେବେ ହୋଇଯାଆନ୍ତୁ ସାବଧାନ; ଆପଣଙ୍କ ସ୍ୱାସ୍ଥ୍ୟରେ ହୋଇପାରେ ଏସବୁ କ୍ଷତି

White Bread Side Effects: ଅଧିକାଂଶ ଭାରତୀୟ ବ୍ରେକଫାଷ୍ଟରେ ହ୍ୱାଇଟ୍ ବ୍ରେଡକୁ ପସନ୍ଦ କରିଥାନ୍ତି । ସ୍କୁଲ ଟିଫିନ, ଅଫିସ୍ ଟିଫିନ୍ ପାଇଁ ଆମେ ହ୍ୱାଇଟ୍ ବ୍ରେଡକୁ ପସନ୍ଦ କରିଥାଉ । ସମୟ ବଞ୍ଚାଇବା ପାଇଁ ହେଉ କିମ୍ବା ସମୟ ଅଭାବ, ହେଲେ ଏହା ହିଁ ସତ । ଅନେକ ଲୋକଙ୍କର ସକାଳର ଆରମ୍ଭ ବ୍ରେଡ୍-ବଟର, ବ୍ରେଡ-ଜାମ, ବ୍ରେଡ୍ ଅମ୍ଲେଟ୍, ସାଣ୍ଡୱିଚ୍ଚ୍ ଇତ୍ୟାଦିରୁ ହିଁ ହୋଇଥାଏ । କିନ୍ତୁ ଆପଣମାନେ ଏହି ହ୍ୱାଅଟ୍ ବ୍ରେଡର ଅପକାରିତା ବିଷୟରେ ଜାଣିବା ପରେ, ନିଜ ଡାଇଟ୍ ଚାଟରୁ ଏହାକୁ ଦୁରେଇ ରଖିବେ । ଖାସ୍ କରି ମହିଳାଙ୍କ ପାଇଁ ଏହା ଅଧିକ କ୍ଷତିକାରକ । 

ନିକଟଣେ ଏକ ଗବେଷଣା ସଂସ୍ଥା ୫୦ ହଜାର ମହିଳାଙ୍କୁ ନେଇ ଏକ ସର୍ଭେ କରିଥିଲା । ଆଉ ଏହି ସର୍ଭେରୁ ଜଣା ପଡ଼ିଥାଲା କି ହ୍ୱାଇଟ୍ ବ୍ରେଡ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ଅଟେ । ବିଶେଷଜ୍ଞଙ୍କ ମତ ଅନୁଯାଇ ହ୍ୱାଇଟ୍ ବ୍ରେଡ ଶରୀରର ସୁଗାର ମାତ୍ରା ଅଧିକ ବଢ଼ାଇ ଦେଇଥାଏ ଓ ଶରୀରରୁ ଏକ ପ୍ରକାର ହରମୋନ୍ ରିଲିଜ ହୋଇଥାଏ ।  ଏହି ହରମୋନ୍ ରିଲିଜ ହେବା ଫଳରେ କମ ନିଦ ହୋଇଥାଏ, ଏହା ଛଡ଼ା ଲୋକେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଜାଗର ରହିବାକୁ ବାଧ୍ୟ ହୋଇଥାନ୍ତି । ଏହି ରୋଗକୁ ଇଂସମେନିୟା କୁହାଯାଏ । 

ଖାଲି ଏତିକି ନୁହେଁ,  ହ୍ୱାଇଟ୍ ବ୍ରେଡ ଖାଇବା ଦ୍ୱାରା ମୋଟାପଣର ଶିକାର ମଧ୍ୟ ହୋଇପାରନ୍ତି । କଥା ହେଉଛି ଯେ ହ୍ୱାଇଟ୍ ବ୍ରେଡ ଅତ୍ୟଧିକ ଖାଇବା ଦ୍ୱାରା ଯେଉଁ ହରମୋନ ରିଲିଜ ହୋଇଥାଏ, ସେଥିପାଇଁ ଅତ୍ୟଧିକ ଭୋକ ମଧ୍ୟ ଲାଗିଥାଏ ।  ତେଣୁ ଅଧିକ ଭୋକ ଲାଗିବା କାରଣରୁ ଲୋକେ ଅଧିକ ମାତ୍ରାରେ ମନ ଇଚ୍ଛା ଖାଦ୍ୟ ଖାଇଥାନ୍ତି । ଆଉ ଦେଖୁ ଦେଖୁ ମୋଟାପଣର ଶିକାର ମଧ୍ୟ ହୋଇଯାଆନ୍ତି । ଆପଣ ଯଦି ଆପଣଙ୍କ ଡେଲି ଡାଇଟ୍ ଚାଟରେ ହ୍ୱାଇଟ୍ ବ୍ରେଡକୁ ରଖିଛନ୍ତି, ତେବେ ସାବଧାନ । 

୧. ଲୁଣର ମାତ୍ରା ଅଧିକ 

ଅଧିକାଂଶ ହ୍ୱାଇଟ ବ୍ରେଡରେ ଲୁଣର ମାତ୍ରା ଓ ପ୍ରିଜର୍ଭେଟିଭ୍ସ ବହୁତ ଅଧିକ ରହିଥାଏ । କାରଣ ଏଗୁଡ଼ିକୁ ବ୍ୟବସାୟୀଙ୍କୁ ଅନେକ ଦିନ ବଜାରରେ ବିକ୍ରି କରିବାକୁ ପଡ଼ିଥାଏ । କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ । କାରଣ ଏଥିରୁ ରକ୍ତଚାପ ବୃଦ୍ଧି ପାଇପାରେ ଯେଉଁମାନେ ବହୁତ ହ୍ୱାଇଟ ବ୍ରେଡ୍ ଖାଉଛନ୍ତି । ସେମାନଙ୍କ ପାଇଁ ବିପଦ ଅଧିକ ରହିଛି ।

୨. ଓଜନ ବଢ଼ିପାରେ

ହ୍ୱାଇଟ ବ୍ରେଡରେ ଅଧିକ ପରିମାଣର କାର୍ବୋହାଇଡ୍ରେଟ୍, ବିଶୋଧିତ ଚିନି ଏବଂ ଲୁଣ ରହିଥାଏ । ଯାହା ଆମ ଶରୀର ପାଇଁ ବହୁତ କ୍ଷତିକାର ହୋଇଥାଏ । ଯଦି ଏହା ନିୟମିତ ଖିଆଯାଏ, ତେବେ ରକ୍ତରେ ଶର୍କରା ସ୍ତର ଓ ଚର୍ବି ଦ୍ରୁତ ଗତିରେ ବୃଦ୍ଧି ପାଇବ । ଯାହା ମଧୁମେହ ଓ ମୋଟାପଣର ବିପଦ ସୃଷ୍ଟି କରିବ ।

ଅଧିକ ପଢ଼ନ୍ତୁ:-ଆଚ୍ଛା! ତେବେ ଏ ହେଉଛନ୍ତି RP, ଉର୍ବଶୀ ରୌତେଲା କଲେ ଖୁଲାସା! ପନ୍ତ ନୁହେଁ, ଏହି ବ୍ୟକ୍ତିଙ୍କ ବିଷୟରେ କହୁଥିଲେ ଅଭିନେତ୍ରୀ

୩. ହୃଦୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ବ୍ରେଡରେ ଅଧିକ ପରିମାଣର ସୋଡିୟମ୍ ଥିବାରୁ ରକ୍ତଚାପ ବୃଦ୍ଧି ହେବାର ଆଶଙ୍କା ଥାଏ । ଉଚ୍ଚ ରକ୍ତଚାପର ଅର୍ଥ ହେଉଛି ଯେ ରକ୍ତକୁ ଧମନୀ ମାଧ୍ୟମରେ ହୃଦୟରେ ପହଞ୍ଚିବା ପାଇଁ ଜୋର ଲଗାଇବାକୁ ପଡିଥାଏ, ଯାହା ଦ୍ୱାରା କରୋନରୀ ଧମନୀ ରୋଗ, ଟ୍ରିପଲ୍ ବେସ୍ଲ ରୋଗ ଏବଂ ହୃଦଘାତର ଆଶଙ୍କା ବଢ଼ାଇଥାଏ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଓ ବିଭିନ୍ନ ସୂଚନା ଉପରେ ଆଧାରିତ । ଏହାକୁ ଆପଣାଇବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ ନିଶ୍ଚିତ କରନ୍ତୁ । ZEE ODISHA NEWS ଏହାର ନିଶ୍ଚିତ କରେ ନାହିଁ ।)