Lokesh Chhapre:ଦାରିଦ୍ର୍ୟ ଭିତରେ ‘କୃଷ୍ଣ’ଙ୍କ ଭଳି ଶଖା ପାଇ ମଧ୍ୟପ୍ରଦେଶର ଏହି ଯୁବକ ହେଲେ DSP,ପଢନ୍ତୁ ପ୍ରେରକ କାହାଣୀ
Advertisement
Article Detail0/zeeodisha/odisha2039282

Lokesh Chhapre:ଦାରିଦ୍ର୍ୟ ଭିତରେ ‘କୃଷ୍ଣ’ଙ୍କ ଭଳି ଶଖା ପାଇ ମଧ୍ୟପ୍ରଦେଶର ଏହି ଯୁବକ ହେଲେ DSP,ପଢନ୍ତୁ ପ୍ରେରକ କାହାଣୀ

କିଛି ଲୋକ ସଂଗ୍ରାମରେ ବିଫଳ ହୁଅନ୍ତି, ଆଉ କେତେକ ଉନ୍ନତ ସଫଳ ହୁଅନ୍ତି । କିନ୍ତୁ ସଂଗ୍ରାମ କରି ଲୋକେଶ ଛାପରେ ପୋଲିସ ଅଧୀକ୍ଷକ (ଡିଏସପି) ହେବାରେ ସଫଳ ହୋଇଛନ୍ତି । ନିକଟରେ ମଧ୍ୟପ୍ରଦେଶ ଜନସେବା ଆୟୋଗ (MPPSC) 2୦୧୯ ପରୀକ୍ଷା ଫଳାଫଳ ଆସିଛି, ଯେଉଁଥିରେ ସେ ଏହି ପଦ ପାଇଁ ମନୋନୀତ ହୋଇଛନ୍ତି । ହରଡା ଜିଲ୍ଲାର ଖାରଦାନା ଗାଁର ବାସିନ୍ଦା ଲ

SOCIAL MEDIA

Lokesh Chhapre:

କିଛି ଲୋକ ସଂଗ୍ରାମରେ ବିଫଳ ହୁଅନ୍ତି, ଆଉ କେତେକ ଉନ୍ନତ ସଫଳ ହୁଅନ୍ତି । କିନ୍ତୁ ସଂଗ୍ରାମ କରି ଲୋକେଶ ଛାପରେ ପୋଲିସ ଅଧୀକ୍ଷକ (ଡିଏସପି) ହେବାରେ ସଫଳ ହୋଇଛନ୍ତି । ନିକଟରେ ମଧ୍ୟପ୍ରଦେଶ ଜନସେବା ଆୟୋଗ (MPPSC) 2୦୧୯ ପରୀକ୍ଷା ଫଳାଫଳ ଆସିଛି, ଯେଉଁଥିରେ ସେ ଏହି ପଦ ପାଇଁ ମନୋନୀତ ହୋଇଛନ୍ତି । ହରଡା ଜିଲ୍ଲାର ଖାରଦାନା ଗାଁର ବାସିନ୍ଦା ଲୋକେଶ ଛାପରେଙ୍କ କାହାଣୀ ସମାଜ ପାଇଁ ପ୍ରେରଣାଦାୟକ ଅଟେ । ସେ ଜଣେ ଗରିବ ନାବିକଙ୍କ ପୁଅ, ଯାହାର ପିତା ରାମ ସିଂ ଡଙ୍ଗା ଚଳାଇ ରୋଜଗାର କରନ୍ତି । ଏହି କାର୍ଯ୍ୟରେ ଲୋକେଶଙ୍କର ଦୁଇ ବଡ଼ ଭାଇ ମଧ୍ୟ ତାଙ୍କୁ ସାହାଯ୍ୟ କରନ୍ତି ।

ଜାତୀୟ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ଲୋକେଶ କହିଛନ୍ତି ଯେ ପରିବାରର ଦାରିଦ୍ର୍ୟ ହେତୁ ସେ ଅଧିକ ଅଧ୍ୟୟନ କରିବାକୁ ସାହସ ଜୁଟାଇ ପାରିନଥିଲେ । ଏହି ସମୟରେ, ତାଙ୍କ ବନ୍ଧୁ ଶୁଭମ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ, ଯେଉଁ କାରଣରୁ ମୁଁ ସଫଳତା ପାଇଛି ଏହି ସ୍ଥାନରେ ପହଞ୍ଚିଛି ।

ମା ଫଳ ବିକ୍ରି କରନ୍ତି

ଲୋକେଶ ଆହୁରି ମଧ୍ୟ କହିଛନ୍ତି ଯେ ହରଡା ଜିଲ୍ଲାର ନର୍ମଦା ନଦୀ ଉପରେ ନିର୍ମିତ ଇନ୍ଦିରା ସାଗର ଡ୍ୟାମର ପଛ କୂଳରେ ତାଙ୍କ ଗାଁ ଅବସ୍ତିତ । ବାପା ଗାଁରେ ଡଙ୍ଗା ଚଳାନ୍ତି । ଏହା ସେମାନଙ୍କର ଜୀବିକା । ହେଲେ ମାଙ୍କ ଜୀବନ ମଧ୍ୟ ସଂଘର୍ଷରେ ପରିପୂର୍ଣ୍ଣ । ଚାଷ ଠାରୁ ଆରମ୍ଭ କରି ଫଳ ଏବଂ ପନିପରିବା ବିକି  ଆମର ଗୁଜୁରାଣ ମେଣ୍ଟାନ୍ତି ।

ଗାଁରେ ପ୍ରାଥମିକ ଶିକ୍ଷା

ଏହା ସହିତ ଲୋକେଶ ଗାଁରେ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ କରିଥିଲେ । ମାଧ୍ୟମିକ ଶିକ୍ଷା ପାଇଁ ତାଙ୍କୁ ନଦୀର ଅନ୍ୟ କୂଳରେ ଅବସ୍ଥିତ ବିଛୋଲା ଗ୍ରାମକୁ ଯିବାକୁ ପଡ଼ୁଥିଲା । ଯେଉଁଠାରେ ସେ ବେଳେବେଳେ ଡଙ୍ଗାରେ ଏବଂ ବେଳେବେଳେ ଅଜନାଲ ନଦୀ ଦେଇ ପହଁରି ପହଁରି ଯାଉଥିଲେ । ଅଷ୍ଟମ ପାସ୍ କରିବା ପରେ ସେ ହରଦା ସ୍ଥିତ ଏକ ଉତ୍କୃଷ୍ଟ ବିଦ୍ୟାଳୟରେ ଆଡମିଶନ ନେଇଥିଲେ ଏବଂ ଏକ ସରକାରୀ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ ।

ବନ୍ଧୁ କୃଷ୍ଣଙ୍କ ଭୂମିକାରେ ଅଭିନୟ କରିଥିଲେ

'ସୁଦାମା' ଲୋକେଶଙ୍କ ପାଇଁ ତାଙ୍କ ବନ୍ଧୁ ଶୁଭମ୍ 'କୃଷ୍ଣ' ହୋଇ ତାଙ୍କ ଜୀବନକୁ ଆସିଛନ୍ତି । ଲୋକେଶ କୁହନ୍ତି ଯେ 'ମୁଁ ଦଶମ ଶ୍ରେଣୀରେ ଶୁଭମ୍ ଗୌରଙ୍କ ସହ ବନ୍ଧୁତା କରିଥିଲି । ଗଣିତ ଏବଂ ବିଜ୍ଞାନ ବିଷୟ ସହିତ ଦ୍ୱାଦଶ ପାସ୍ କରିବା ପରେ ସେ ଅଧିକ ଅଧ୍ୟୟନ ପାଇଁ ଇନ୍ଦୋର ଯାଇ ଆର୍ଟ କମର୍ସ କଲେଜରେ ଆଡମିଶନ ନେଇଥିଲେ । କିନ୍ତୁ ଖର୍ଚ୍ଚ ବହନ କରିବାକୁ ମୋ ପାଖରେ ଟଙ୍କା ନଥିଲା ।

ଲୋକେଶ କହିଛନ୍ତି ଯେ ୨୦୧୭-୧୮ ବର୍ଷରେ ଇନ୍ଦୋରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ହୋଇଥିଲା । ସେ ସମୟରେ ଜଣେ ବନ୍ଧୁ କହିଲେ ଯେ ଯଦି ସେ ତାଙ୍କୁ ମ୍ୟାଚ୍ ଟିକେଟ୍ ଆଣିଦିଅନ୍ତି ତେବେ ତାଙ୍କୁ ଟିକେଟ୍ ପିଛା ୪୦୦ ଟଙ୍କା ମିଳିବ । ଟଙ୍କା ପାଇଁ ସଂଘର୍ଷ କରୁଥିବା ଲୋକେଶ ପାଦରେ ଚାଲି ଚାଲି ଷ୍ଟାଡିୟମରେ ପହଞ୍ଚିଥିଲେ। ରାତି ୧ ଟାରୁ ପରଦିନ ୪ ଟା ପର୍ଯ୍ୟନ୍ତ ଧାଡିରେ ରହିଲେ, କିନ୍ତୁ ଟିକେଟ ପାଇଲେ ନାହିଁ । ତାଙ୍କୁ ପୋଲିସର ଲାଠି ଚାର୍ଜ ସହିବାକୁ ପଡିଥିଲା। ଏହା ପରେ ଲୋକେଶ ବହୁତ ନିରାଶ ହେଲେ କିନ୍ତୁ ସେ ଆଶା ହରାଇ ନଥିଲେ । ଏହା ପରେ ସେ କମ୍ପିଟେସନ ମାଗାଜିନ୍ ରେ ପାର୍ଟ ଟାଇମ୍ କାମ କଲେ ।

ବଞ୍ଚିବା କଷ୍ଟକର ହୋଇପଡୁଥିଲା

ତଥାପି ଆବଶ୍ୟକତା ମେଣ୍ଟାଇବା ପାଇଁ ବହୁ କଷ୍ଟ କରିବାକୁ ପଡ଼ୁଥିଲା ।  ଲୋକେଶଙ୍କ ବନ୍ଧୁ ଶୁଭମ୍ ଭୋପାଳକୁ ଆସିବାକୁ କହିଥିଲେ। ତା’ପରେ ଲୋକେଶ ଶୁଭମଙ୍କ ଭଡା ଘରେ ରହି PSC ପାଇଁ ଅଧ୍ୟୟନ କଲେ ଏବଂ ୨୦୧୯ରେ PSC ଦେଇଥିଲେ । ବର୍ତ୍ତମାନ ଯାହାର ଫଳାଫଳ ସମସ୍ତଙ୍କ ସାମ୍ନାରେ । ସେ ଡିଏସପି ହୋଇଛନ୍ତି କିନ୍ତୁ ଲୋକେଶ କହିଛନ୍ତି ଯେ ମୁଁ ସଂଘର୍ଷ ଜାରି ରଖିଛି । ମୁଁ MPPSC ରେ ଡେପୁଟି କଲେକ୍ଟରର ସର୍ବୋଚ୍ଚ ପଦ ହାସଲ କରିବାକୁ ଆଶା ରଖିଛି ।