କୋରୋନା କାଳରେ ଭାରତରେ ୧ କୋଟି ୮୯ ଲକ୍ଷ ଲୋକ ହରାଇଛନ୍ତି ଚାକିରୀ: ସିଏମଆଇଇ
Advertisement
Article Detail0/zeeodisha/odisha731877

କୋରୋନା କାଳରେ ଭାରତରେ ୧ କୋଟି ୮୯ ଲକ୍ଷ ଲୋକ ହରାଇଛନ୍ତି ଚାକିରୀ: ସିଏମଆଇଇ

ସଂସ୍ଥ ତରଫରୁ କୁହାଯାଇଛି ଯେ, "କୋରୋନା ଯୋଗୁଁ ଲକଡାଉନ୍ ହେବା ପରଠାରୁ ବେତନ ପ୍ରାପ୍ତ କର୍ମଚାରୀଙ୍କ ଅବସ୍ଥା ବିଗିଡି ଯାଇଛି । ଏପ୍ରିଲରୁ ଜୁଲାଇ ସୁଦ୍ଧା ଏକ କୋଟି ୮୯ ଲକ୍ଷ ଲୋକ ଚାକିରୀ ହରାଇଛନ୍ତି । ବେତନ ପ୍ରାପ୍ତ କର୍ମଚାରୀଙ୍କ ଅବସ୍ଥା ଆହୁରି ଖରାପ ହୋଇଛି ।"

କୋରୋନା କାଳରେ ଭାରତରେ ୧ କୋଟି ୮୯ ଲକ୍ଷ ଲୋକ ହରାଇଛନ୍ତି ଚାକିରୀ: ସିଏମଆଇଇ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନାର ତାଣ୍ଡବ ଜାରି ରହିଛି । ଏହି ବୈଶ୍ୱିକ ମହାମାରୀ ଯୋଗୁଁ ଅର୍ଥ ବ୍ୟବସ୍ଥା ଉପରେ ବଡ଼ ସଙ୍କଟ ମାଡ଼ି ଆସିଛି । ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖିବାକୁ ମିଳୁଛି । ଦିନକୁ ଦିନ ଭାରତୀୟ ଅର୍ଥ ବ୍ୟବସ୍ଥାର ସ୍ଥିତି ଖରାପ ହେବାରେ ଲାଗିଛି । ଅନ୍ୟପଟେ କୋରୋନା ସଙ୍କଟ ପୂର୍ବରୁ ଭାରତର ଅର୍ଥ ବ୍ୟବସ୍ଥାର ସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ ଥିଲା । ପରେ କୋରୋନା ଯୋଗୁଁ ଲକଡାଉନ୍ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି । ଲକଡାଉନ୍ ପୂର୍ବରୁ ଯେଉଁ ଅନୁମାନ କରାଯାଇଥିଲା । ତାହା ବାସ୍ତବରେ ପରିଣତ ହେବାରେ ଲାଗିଛି ।  ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି (CMIE) କହିଛି ଯେ, ଚଳିତ ବର୍ଷ ଜୁଲାଇରେ ପ୍ରାୟ ୫୦ ଲକ୍ଷ ବେତନ ପ୍ରାପ୍ତ ବ୍ୟକ୍ତି ଚାକିରୀ ହରାଇଛନ୍ତି  । ଅନ୍ୟପକ୍ଷେ ଏପ୍ରିଲରୁ ଜୁଲାଇ ପର୍ଯ୍ୟନ୍ତ ୧ କୋଟି ୮୯ ଲକ୍ଷ ଲୋକ ଚାକିରୀ ହରାଇଛନ୍ତି ।

CMIEର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଏପ୍ରିଲରେ ଏକ କୋଟି ୭୭ ଲକ୍ଷ ଲୋକ ଚାକିରି ହରାଇଥିବାବେଳେ ମେ ମାସରେ ୧ ଲକ୍ଷ ଲୋକ ଚାକିରି ହରାଇଛନ୍ତି । ସିଏମଆଇଇ କହିଛି ଯେ ଯଦିଓ ଜୁନ୍ ମାସରେ ୩୯ ଲକ୍ଷ ଲୋକ ଚାକିରି ପାଇଛନ୍ତି, କିନ୍ତୁ ପୁନର୍ବାର ଜୁଲାଇରେ ୫୦ ଲକ୍ଷ ଲୋକ ଚାକିରି ହରାଇଛନ୍ତି ।

ସଂସ୍ଥ ତରଫରୁ କୁହାଯାଇଛି ଯେ, "କୋରୋନା ଯୋଗୁଁ ଲକଡାଉନ୍ ହେବା ପରଠାରୁ ବେତନ ପ୍ରାପ୍ତ କର୍ମଚାରୀଙ୍କ ଅବସ୍ଥା ବିଗିଡି ଯାଇଛି । ଏପ୍ରିଲରୁ ଜୁଲାଇ ସୁଦ୍ଧା ଏକ କୋଟି ୮୯ ଲକ୍ଷ ଲୋକ ଚାକିରୀ ହରାଇଛନ୍ତି । ବେତନ ପ୍ରାପ୍ତ କର୍ମଚାରୀଙ୍କ ଅବସ୍ଥା ଆହୁରି ଖରାପ ହୋଇଛି ।"

ଅଧିକ ପଢ଼ନ୍ତୁ:-ପୁଣି ଖସିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

CMIEର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମହେଶ ବ୍ୟାସ କହିଛନ୍ତି ଯେ, ବେତନ ପ୍ରାପ୍ତ କର୍ମଚାରୀଙ୍କ ଶୀଘ୍ର ଚାକିରି ଯାଆନ୍ତି ନାହିଁ, କିନ୍ତୁ ଯେତେବେଳେ ସେମାନଙ୍କ ଚାକିରୀ ଚାଲି ଯାଆନ୍ତି, ପୁନର୍ବାର ଚାକିରୀ ପାଇବାରେ ବହୁ ଅସୁବିଧା ହୁଏ । ତେଣୁ ଏହା ଏକ ଚିନ୍ତାର ବିଷୟ ।

ଅଧିକ ପଢ଼ନ୍ତୁ:-ଧୋନିଙ୍କ ପାଇଁ ବିଦାୟୀ ମ୍ୟାଚ୍ ଆୟୋଜନ କରିବ ବିସିସିଆଇ, ଜାଣନ୍ତୁ କ'ଣ ରହିଛି ପ୍ଲାନ !

CMIE ରିପୋର୍ଟ ଅନୁଯାୟୀ, କୋରୋନା ମହାମାରୀ ହେତୁ ଅନେକ ସେକ୍ଟରର କମ୍ପାନୀ ସେମାନଙ୍କ କର୍ମଚାରୀଙ୍କ ଦରମା କାଟୁଥିଲେ । ଅନ୍ୟକିଛି କମ୍ପାନୀ ବିନା ବେତନରେ କର୍ମଚାରୀଙ୍କୁ ଛୁଟି ଦେଇଥିଲେ । ସଂସ୍ଥା ଏହା ମଧ୍ୟ କହିଛି ଯେ ଅସଂଗଠିତ କ୍ଷେତ୍ରରେ ଚାକିରିର ପରିସ୍ଥିତି ଅଧିକ ଗମ୍ଭୀର ।