5G Service: ଦେଶର ଏହି ସହରରେ ଆରମ୍ଭ ହେଲା 5G, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
Advertisement
Article Detail0/zeeodisha/odisha1402247

5G Service: ଦେଶର ଏହି ସହରରେ ଆରମ୍ଭ ହେଲା 5G, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

5G in India: ଦୂରସଞ୍ଚାର ବିଭାଗ ପ୍ରଥମେ ଘୋଷଣା କରିଥିଲା ​​ଯେ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ଦିଲ୍ଲୀ ଏବଂ ମୁମ୍ବାଇ ସମେତ ମୋଟ ୧୩ ସହରରେ 5G ଆରମ୍ଭ କରାଯିବ।

5G Service: ଦେଶର ଏହି ସହରରେ ଆରମ୍ଭ ହେଲା 5G, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

5G Service in India: ଚଳିତ ବର୍ଷ ଅକ୍ଟୋବରରେ ଦେଶରେ ଆନୁଷ୍ଠାନିକ ଭାବେ ଆରମ୍ଭ କରାଯାଇଛି 5G ସେବା। ଦୂରସଞ୍ଚାର ବିଭାଗ ପ୍ରଥମେ ଘୋଷଣା କରିଥିଲା ​​ଯେ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ଦିଲ୍ଲୀ ଏବଂ ମୁମ୍ବାଇ ସମେତ ମୋଟ ୧୩ ସହରରେ 5G ଆରମ୍ଭ କରାଯିବ। ତଥାପି ସରକାର ଉଲ୍ଲେଖ କରିଥିବା ସମସ୍ତ ସହର 5G ସଂଯୋଗ ବିକଳ୍ପ ପାଇନାହାଁନ୍ତି। ବର୍ତ୍ତମାନ ଏୟାରଟେଲ ଏବଂ ଜିଓ ଭଳି ଦୂରସଞ୍ଚାର କମ୍ପାନୀ ନିର୍ଦ୍ଧିଷ୍ଟ ସ୍ଥାନରେ 5G ସେବା ଆରମ୍ଭ କରିଛନ୍ତି।

ଚଳିତ ବର୍ଷ ଅକ୍ଟୋବରରୁ ଜିଓ (JIO) ମୁମ୍ବାଇ, ଦିଲ୍ଲୀ, ବାରାଣାସୀ ଏବଂ କୋଲକାତା ଆଦି ଚାରୋଟି ସହରରେ 5G ନେଟୱାର୍କ ଯୋଗାଇବା ଆରମ୍ଭ କରିଛି। ଅନ୍ୟପକ୍ଷରେ ଏୟାରଟେଲ (Airtel) ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ସିଲିଗୁଡ଼ି, ନାଗପୁର ଏବଂ ବାରାଣାସୀ ଠାରେ ଏହାର ଏୟାରଟେଲ ୫ଜି ପ୍ଲସ ଯୋଜନା (Airtel 5G Plus Plan) ଆରମ୍ଭ କରିଛି। ଉଭୟ ଜିଓ ଏବଂ ଏୟାରଟେଲ ପର୍ଯ୍ୟାୟକ୍ରମେ ବିଭିନ୍ନ ସହରରେ 5G ନେଟୱାର୍କ (5G Network) ସମ୍ପୂର୍ଣ୍ଣ କରିବାକୁ ଯାଉଛନ୍ତି।

ଏହାର ଅର୍ଥ ସମସ୍ତ ଉପଭୋକ୍ତା 5G ସ୍ମାର୍ଟଫୋନ (5G Smartphone) ରେ 5G ଇଣ୍ଟରନେଟ୍ ସୁବିଧା ପାଉନାହାଁନ୍ତି। ଏହି ସମୟରେ ଭୋଡାଫୋନ୍ ଆଇଡିଆ (Vodafone Idea) ଏହାର 5G ରୋଲ ଆଉଟ୍ ଅର୍ଥାତ ସେବା ଆରମ୍ଭ ତାରିଖ ଘୋଷଣା କରିନାହିଁ। ହେଲେ ଆସନ୍ତା ସପ୍ତାହରେ କିମ୍ବା ଆସନ୍ତା ମାସରେ 5G ସେବା ଆରମ୍ଭ କରିପାରେ। 

Also Read: 5G Services: ଆକ୍ସନ ମୋଡରେ ଭାରତ ସରକାର, ମୋବାଇଲ କମ୍ପାନୀକୁ ଦେଲେ ଚେତାବନୀ

ଦୂରସଞ୍ଚାର ବିଭାଗ (Department of Telecommunications) ଅନୁଯାୟୀ 5G ସଂଯୋଗ (5G Connectivity) ଆସନ୍ତା ୨-୩ ବର୍ଷ ମଧ୍ୟରେ ସୁଲଭ ମୂଲ୍ୟରେ ସମଗ୍ର ଦେଶରେ ଉପଲବ୍ଧ ହେବ। ରିଲାଏନ୍ସ ଜିଓ ଦ୍ୱାରା ଅଂଶୀଦାର ହୋଇଥିବା 5G ରୋଲଆଉଟ୍ ଯୋଜନା ଅନୁଯାୟୀ, ମୁକେଶ ଅମ୍ବାନୀଙ୍କ ଟେଲିକମ୍ କମ୍ପାନୀ ୨୦୨୩  ଡିସେମ୍ବର ସୁଦ୍ଧା ଭାରତରେ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ୨୦୨୨ ଶେଷ ସୁଦ୍ଧା ସମସ୍ତ ପ୍ରମୁଖ ମେଟ୍ରୋ ସହରରେ 5G ସେବା (5G Servic in Metrocity) ଯୋଗାଇବାକୁ ଏୟାରଟେଲ ଲକ୍ଷ୍ୟ ରଖିଛି। ଡିସେମ୍ବର ୨୦୨୪ ସୁଦ୍ଧା ସମଗ୍ର ଦେଶରେ 5G ଉପଲବ୍ଧ କରାଇବାକୁ କମ୍ପାନୀ ଲକ୍ଷ୍ୟ ରଖିଛି। ଉଭୟ ଜିଓ ଏବଂ ଏୟାରଟେଲ ଘୋଷଣା କରିଛନ୍ତି ଯେ 4G କନେକ୍ଟିଭିଟି ସିମ୍ (4G Connectivity SIM) ରହିଥିବା ଉପଭୋକ୍ତାଙ୍କୁ 5G ସଂଯୋଗ ପାଇଁ ଏକ ନୂତନ ସିମ୍ (Sim Card) କିଣିବାକୁ ପଡିବ ନାହିଁ। 5G ଉପଲବ୍ଧ ରହିଥିବା ସ୍ମାର୍ଟଫୋନ୍  ସ୍ୱୟଂଚାଳିତ ଭାବରେ ଡିଫଲ୍ଟ ସିମ୍ (Default Sim) ରେ 5G ନେଟୱାର୍କ ସହିତ ସଂଯୋଗ ହେବ।

5G ସେବା ମିଳୁଥିବା ସହର 

  • ଦିଲ୍ଲୀ: ଜିଓ/ଏୟାରଟେଲ
  • କୋଲକାତା: ଜିଓ
  • ମୁମ୍ବାଇ: ଜିଓ/ଏୟାରଟେଲ
  • ବାରଣାସୀ: ଜିଓ/ଏୟାରଟେଲ
  • ଚେନ୍ନାଇ: ଏୟାରଟେଲ
  • ବେଙ୍ଗାଲୁରୁ: ଏୟାରଟେଲ
  • ହାଇଦ୍ରାବାଦ: ଏୟାରଟେଲ
  • ସିଲିଗୁଡ଼ି: ଏୟାରଟେଲ
  • ନାଗପୁର: ଏୟାରଟେଲ

ଖୁବ ଶୀଘ୍ର 5G ଆସିବାକୁ ଥିବା ସହର

  • ଅହମ୍ମଦାବାଦ: ଜିଓ/ଏୟାରଟେଲ
  • ଚଣ୍ଡିଗଡ଼: ଜିଓ/ଏୟାରଟେଲ 
  • ଗାନ୍ଧୀନଗର: ଜିଓ/ଏୟାରଟେଲ
  • ଗୁରୁଗ୍ରାମ: ଜିଓ/ଏୟାରଟେଲ
  • ହାଇଦ୍ରବାଦ: ଜିଓ/ଏୟାରଟେଲ
  • ପୁଣେ: ଜିଓ/ଏୟାରଟେଲ
  • ଜାମନଗର: ଜିଓ
  • ଚେନ୍ନାଇ: ଜିଓ
  • ଲକ୍ଷ୍ନୌ: ଜିଓ
  • ବେଙ୍ଗାଲୁରୁ: ଜିଓ
  • କୋଲକାତା: ଏୟାରଟେଲ
  • ଚଣ୍ଡିଗଡ଼: ଏୟାରଟେଲ