ମହଙ୍ଗା ଭତ୍ତାରେ ୨୫ ପ୍ରତିଶତ ବୃଦ୍ଧି, ଏହି କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ ସରକାର
Advertisement
Article Detail0/zeeodisha/odisha967637

ମହଙ୍ଗା ଭତ୍ତାରେ ୨୫ ପ୍ରତିଶତ ବୃଦ୍ଧି, ଏହି କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ ସରକାର

ଏହି କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ମଧ୍ୟ ୧ ଜାନୁଆରୀ ୨୦୨୦, ୧ ଜୁଲାଇ ୨୦୨୦ ଏବଂ ୧ ଜାନୁୟାରୀ ୨୦୨୧ରେ ଫ୍ରିଜ୍ ରହିଥିଲା । 

ମହଙ୍ଗା ଭତ୍ତାରେ ୨୫ ପ୍ରତିଶତ ବୃଦ୍ଧି, ଏହି କେନ୍ଦ୍ର କର୍ମଚାରୀଙ୍କୁ ବଡ଼ ଉପହାର ଦେଲେ ସରକାର

ନୂଆଦିଲ୍ଲୀ: 6th Pay Commission, 7th CPC Latest News, Government Employees: ସପ୍ତମ ବେତନ ଆୟୋଗ (7th Pay Commission) ଅନ୍ତର୍ଗତ ଦରମା ପାଉଥିବା କେନ୍ଦ୍ର କର୍ମଚାରୀଙ୍କ ପରେ ଷଷ୍ଠ ବେତନ ଆୟୋଗ (6th Pay Commission) ଅନ୍ତର୍ଗତ ଦରମା ପାଉଥିବା କେନ୍ଦ୍ର କର୍ମଚାରୀଙ୍କ ପାଇବା ପାଇଁ ଏକ ଖୁସି ଖବର ଅଛି । କେନ୍ଦ୍ର ସରକାର ସେମାନଙ୍କ ଦରମାରେ ବମ୍ପର ବୃଦ୍ଧି ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । କେନ୍ଦ୍ର ସରକାର ଓ କେନ୍ଦ୍ର ସ୍ୱୟଂଶାସିତ ସଂସ୍ଥା (Central Government and Central Autonomous Bodies) ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (Dearness Allowance) କୁ  ପ୍ରତିଶତ ବୃଦ୍ଧି କରିବାକୁ ସରକାର ଘୋଷଣା କରିଛନ୍ତି । କହି ରଖୁଛୁ ଯେ, ଏପ୍ରିଲ୍ ୨୦୨୦ଠାରୁ ସେମାନଙ୍କର ମହଙ୍ଗା ଭତ୍ତା (DA) ମଧ୍ୟ ଫ୍ରିଜ୍ କରିଦିଆଯାଇଥିଲା ।

୧୬୪ ପ୍ରତିଶତ ହାରରେ DA ମିଳୁଥିଲା 

ଏହି କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ ୧ ଜାନୁଆରୀ ୨୦୨୦, ୧ ଜୁଲାଇ ୨୦୨୦ ଏବଂ ୧ ଜାନୁୟାରୀ ୨୦୨୧ରେ ଫ୍ରିଜ୍ ରହିଥିଲା । ଏହି ଅବଧିରେ ସେ ୧୬୪ ପ୍ରତିଶତ ହାରରେ DA ମିଳୁଥିଲା । ସରକାର ବର୍ତ୍ତମାନ ଏହାକୁ ୧୮୯ ପ୍ରତିଶତକୁ ବୃଦ୍ଧି କରିଛନ୍ତି, ଯାହା ଜୁଲାଇ ୧, ୨୦୨୧ରୁ ଲାଗୁ ହେବ ବୋଲି ମନେ କରାଯାଉଛି । ଏହାପୂର୍ବରୁ ମହଙ୍ଗା ଭତ୍ତା କେବଳ ୧୬୪ ପ୍ରତିଶତ ହାରରେ ଦିଆଯାଇଛି ଓ ଏହା ପାଇଁ କୌଣସି ବକେୟା ମିଳିବ ନାହିଁ ।

ଷଷ୍ଠ ବେତନ ସ୍କେଲରେ ଦରମା 

ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶକ ନିର୍ମଳା ଦେବଙ୍କ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଷଷ୍ଠ ବେତନ ସ୍କେଲରେ ବେତନ ଦେଉଥିବା ସମସ୍ତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ (Central Government Office) ପାଇଁ ଏହି ନିର୍ଦ୍ଦେଶ ଜାରି କରାଯାଇଛି । ଏହି ଆଦେଶର ଏକ କପି C&AG ଏବଂ UPSC ସହିତ ଅନ୍ୟ ବିଭାଗକୁ ପଠାଯାଇଛି ।

ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା କୋରୋନା ମାମଲା: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୪୪୦ ସଂକ୍ରମିତ

ଅଧିକ ପଢ଼ନ୍ତୁ:-ତାଲିବାନର ବଡ଼ ପ୍ରତିଶୃତି, ଭାରତ ପାଇଁ ଆଶ୍ୱସ୍ତି ତ ପାକିସ୍ତାନ ପାଇଁ ଜୋରଦାର ଝଟକା

ଅଧିକ ପଢ଼ନ୍ତୁ:-ଅଗଷ୍ଟରେ ଦ୍ୱିତୀୟ ଥର ପାଇଁ ଆସିଯାଇଛି ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ତାଲିବାନର ବର୍ତ୍ତମାନର ନେତୃତ୍ୱ ବିଷୟରେ ଜାଣନ୍ତୁ, କାହା ପାଖରେ ରହିଛି କେଉଁ ଦାୟିତ୍ୱ...

ଅଧିକ ପଢ଼ନ୍ତୁ:-ଡିଜେଲ ମୂଲ୍ୟରେ ବଡ଼ ପରିବର୍ତ୍ତନ କଲେ ତୈଳ କମ୍ପାନୀ, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ଆଜି ପେଟ୍ରୋଲ ରେଟ୍

ଅଧିକ ପଢ଼ନ୍ତୁ:-ପୁରୁଷମାନେ ପ୍ରତିଦିନ ଏତେ ସଂଖ୍ୟକ ଖାଆନ୍ତୁ କାଜୁ ବାଦାମ, ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବରଦାନ!

HRA ମଧ୍ୟ ବୃଦ୍ଧି ପାଇବ 

ଅଲ୍ ଇଣ୍ଡିଆ ଆକାଉଣ୍ଟସ୍ ଓ ଅଡିଟ୍ କମିଟିର ସାଧାରଣ ସମ୍ପାଦକ ହରିଶଙ୍କର ତିୱାରୀ କହିଛନ୍ତି ଯେ କେନ୍ଦ୍ର କର୍ମଚାରୀଙ୍କ DA ଉପରେ ପ୍ରତିବନ୍ଧକ ହଟାଯିବା କାରଣରୁ ବେତନରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ । ଏହାର ପ୍ରଭାବ ଘର ଭଡା ଭତ୍ତା (HRA) ଉପରେ ମଧ୍ୟ ପଡ଼ିବ । ଅର୍ଥ ମନ୍ତ୍ରଣାଳୟ ସପ୍ତମ ବେତନ ଆୟୋଗ ଅଧୀନରେ ସହରର ହିସାବରେ HRA କୁ ୨୭ ପ୍ରତିଶତ, ୧୮ ପ୍ରତିଶତ ଏବଂ ୯ ପ୍ରତିଶତକୁ ବୃଦ୍ଧି କରିଛି । ଏହି ବର୍ଗୀକରଣ X, Y ଏବଂ Z ଶ୍ରେଣୀ ସହର ଅନୁଯାୟୀ କରାଯାଇଛି । ତାହା ହେଉଛି, ଯିଏ X କ୍ଲାସ୍ ସିଟିରେ ରୁହନ୍ତି, ସେ ବର୍ତ୍ତମାନ ଅଧିକ HRA ପାଇବେ । ଏହା ପରେ Y କ୍ଲାସ୍ ଏବଂ ତା’ପରେ Z କ୍ଲାସ୍ କର୍ମଚାରୀଙ୍କୁ ମିଳିବ ।