ଜାନୁଆରୀ ୩୧ରେ ଭିକ ମାଗିବେ ଏହି ରାଜ୍ୟର ଅଧିକାରୀ ଓ କର୍ମଚାରୀ
Advertisement
Article Detail0/zeeodisha/odisha811913

ଜାନୁଆରୀ ୩୧ରେ ଭିକ ମାଗିବେ ଏହି ରାଜ୍ୟର ଅଧିକାରୀ ଓ କର୍ମଚାରୀ

7th CPC Cental Pay Commission HRA Allowances: ଏହି ଫେଡେରେଶନରେ ବିହାର ପ୍ରଶାସନିକ ସେବା ସଂଘ, ବିହାର ଶିକ୍ଷା ସେବା ସଂଘ, ବିହାର ଇଞ୍ଜିନିୟରିଂ ସେବା ସଂଘ, ବିହାର ସ୍ୱାସ୍ଥ୍ୟ ସେବା ସଂଘ, ବିହାର ରାଜ୍ୟ ଅଣ ଗେଜେଟେଡ୍ ଫେଡେରେସନ୍ ଇତ୍ୟାଦି ସାମିଲ ଅଛି ।

ଜାନୁଆରୀ ୩୧ରେ ଭିକ ମାଗିବେ ଏହି ରାଜ୍ୟର ଅଧିକାରୀ ଓ କର୍ମଚାରୀ

ନୂଆଦିଲ୍ଲୀ: ବିହାର ସରକାରରେ କାର୍ଯ୍ୟ କରୁଥିବା ଅଧିକାରୀ ଏବଂ କର୍ମଚାରୀମାନେ ଆନ୍ଦୋଳନ କରିବାକୁ ଯାଉଛନ୍ତି । ଅଧିକାରୀ ଓ କର୍ମଚାରୀଙ୍କ ଦାବି ହେଉଛି ଯେ ସେମାନଙ୍କ ପଦୋନ୍ନତି କରାଯାଉ । ଏଥିପାଇଁ ଡିସେମ୍ବର ୨୦ରେ ବିହାର ରାଜ୍ୟ ମିଳିତ ସେବା ଫେଡେରେଶନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସେହି ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଛି । ଫେଡେରେଶନର ବିଶେଷ ଦାବି ହେଉଛି ୨ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଅଟକି ରହିଥିବା ସମସ୍ତ ପଦୋନ୍ନତିକୁ କରାଯାଉ । ଏହି ଫେଡେରେଶନରେ ବିହାର ପ୍ରଶାସନିକ ସେବା ସଂଘ, ବିହାର ଶିକ୍ଷା ସେବା ସଂଘ, ବିହାର ଇଞ୍ଜିନିୟରିଂ ସେବା ସଂଘ, ବିହାର ସ୍ୱାସ୍ଥ୍ୟ ସେବା ସଂଘ, ବିହାର ରାଜ୍ୟ ଅଣ ଗେଜେଟେଡ୍ ଫେଡେରେସନ୍ ଇତ୍ୟାଦି ସାମିଲ ଅଛି । ଏହି ସଂଘରେ ସମସ୍ତ ସଙ୍ଗଠନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଜାନୁୟାରୀ ୧୪-୧୫ରୁ ଏହି ଆନ୍ଦୋଳନ ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଅଧିକ ପଢ଼ନ୍ତୁ:-ଜାନୁଆରୀ ୧ରୁ ହେବାକୁ ଯାଉଛି ଏହି ୯ଟି ବଡ଼ ପରିବର୍ତ୍ତନ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!

ପ୍ରଥମେ ଏହି ଆନ୍ଦୋଳନରେ ଯୋଗ ଦେଉଥିବା ଅଧିକାରୀ ଏବଂ କର୍ମଚାରୀମାନେ ଏକ କଳା ବ୍ୟାଜ୍ ଲଗାଇ ନିଜ ନିଜ କାର୍ଯ୍ୟାଳୟରେ କାର୍ଯ୍ୟ କରିବେ । ଏହା ପରେ ଯଦି ଦାବିକୁ ବିଚାର କରାଯାଏ ନାହିଁ, ତେବେ ଜାନୁଆରୀ ୩୧ରେ ଭିକ ମାଗିବେ । ତଥାପି ଦାବି ଉପରେ ବିଚାର କରାଯାଏ ନାହିଁ, ତେବେ ଫେବୃଆରୀ ୫ରେ ସାମୂହିକ ଛୁଟିରେ ରହିବେ । ଅଧିକାରୀ ଓ କର୍ମଚାରୀ ସଂଘର ସଂଯୋଜକ ଶଶାଙ୍କ ଶେଖର ସିହ୍ନା କହିଛନ୍ତି ଯେ ଡିସେମ୍ବର ୩୧ ପୂର୍ବରୁ ଆମର ଏକ ପ୍ରତିନିଧୀ ଦଳ ମୁଖ୍ୟ ସଚିବଙ୍କୁ ଭେଟିବେ । ଆମେ ତାଙ୍କୁ ସବୁକିଛି କହିବୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଏହା ପରେ କିଛି ନହୁଏ, ତେବେ ଆମେ ଆଗାମୀ ରଣନୀତି ସ୍ଥିର କରିବୁ ।