କର୍ମଚାରୀଙ୍କୁ ମିଳିଲା ବଡ଼ ଖୁସି ଖବର! ନୂଆ ବେତନ ସ୍କେଲର ହେଲା ଘୋଷଣା, ବର୍ତ୍ତମାନ ପୁଣି ବଢ଼ିବ ଦରମା
Advertisement
Article Detail0/zeeodisha/odisha1062050

କର୍ମଚାରୀଙ୍କୁ ମିଳିଲା ବଡ଼ ଖୁସି ଖବର! ନୂଆ ବେତନ ସ୍କେଲର ହେଲା ଘୋଷଣା, ବର୍ତ୍ତମାନ ପୁଣି ବଢ଼ିବ ଦରମା

ଏଠାରେ କହି ରଖୁଛୁ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ୩ ବର୍ଷ ମଧ୍ୟରେ ନିୟମିତ କରାଯାଉଥିଲା ।

କର୍ମଚାରୀଙ୍କୁ ମିଳିଲା ବଡ଼ ଖୁସି ଖବର! ନୂଆ ବେତନ ସ୍କେଲର ହେଲା ଘୋଷଣା, ବର୍ତ୍ତମାନ ପୁଣି ବଢ଼ିବ ଦରମା

ନୂଆଦିଲ୍ଲୀ: 7th Pay Commission 6th Pay Commission Himachal Pradesh Government Employees: ନୂଆ ବର୍ଷ ପ୍ରାରମ୍ଭରେ ଉତ୍ତରାଖଣ୍ଡର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆସିଛି । କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କୁ ଚଳିତ ବର୍ଷ ଅନେକ ସୁବିଧା ମିଳିଛି । ଏହା ପରେ ବର୍ତ୍ତମାନ ରାଜ୍ୟ ସରକାର ମଧ୍ୟ ସେମାନଙ୍କ କର୍ମଚାରୀଙ୍କ ଦରମା ବୃଦ୍ଧି କରୁଛନ୍ତି । ଏହି କ୍ରମରେ ହିମାଚଳ ପ୍ରଦେଶ ସରକାର (Himachal Pradesh Government) ଷଷ୍ଠ ବେତନ କମିଶନ (6th Pay Commission) ଅଧୀନରେ ଥିବା କର୍ମଚାରୀଙ୍କ ପାଇଁ ଏକ ନୂତନ ବେତନ ସ୍କେଲ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଜଣେ ଆଧିକାରୀକ ମୁଖପାତ୍ର ଏହି ସୂଚନା ଦେଇଛନ୍ତି । ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ଦୁଇ ବର୍ଷ ମଧ୍ୟରେ ନିୟମିତ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଏଠାରେ କହି ରଖୁଛୁ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ୩ ବର୍ଷ ମଧ୍ୟରେ ନିୟମିତ କରାଯାଉଥିଲା । ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁର ହିମାଚଳ ପ୍ରଦେଶର ଅଣ-ଗେଜେଟେଡ୍ କର୍ମଚାରୀ ଫେଡେରେଶନର ମିଳିତ ସମନ୍ୱୟ କମିଟି (JCC) କୁ ସମ୍ବୋଧନ କରିବା ସମୟରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ନୂତନ ବେତନ ଘୋଷଣା କରିଛନ୍ତି । ଏହା ୧ ଜାନୁଆରୀ ୨୦୧୬ ଠାରୁ ଲାଗୁ ହେବ । ସୂଚନାନୁସାରେ, ଜାନୁଆରୀ ୨୦୨୨ର ଦରମା ସଂଶୋଧିତ ବେତନ ସ୍କେଲ ଅନୁସାରେ ଫେବୃଆରୀ ୨୦୨୨ରେ ପ୍ରଦାନ କରାଯିବ ।

ଏହା ବି ପଢ଼ନ୍ତୁ:-ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ୫ଟି ରାଜ୍ୟକୁ ଚିଠି ଲେଖିଲା ନିର୍ବାଚନ ଆୟୋଗ, ଦେଲା ଏହି ବଡ଼ ନିର୍ଦ୍ଦେଶ

ଏହା ବି ପଢ଼ନ୍ତୁ:-କିଏ ଜିତିବେ ଉତ୍ତରାଖଣ୍ଡ, ବିଜେପି ନା କଂଗ୍ରେସ, ନା ଖେଳ ବିଗାଡ଼ିବ ଆପ୍? ଜାଣନ୍ତୁ ନିର୍ବାଚନ ପୂର୍ବରୁ କ'ଣ କହୁଛି ଏହି ସର୍ଭେ

ଏହା ବି ପଢ଼ନ୍ତୁ:-ଦେଶରେ ବଢ଼ିଲା କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲା ୩୩ ହଜାରରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ

 

ଜୟ ରାମ ଠାକୁର କହିଛନ୍ତି ଯେ, ରାଜ୍ୟ ସରକାର ମୋଟ ବଜେଟର ପ୍ରାୟ ୪୩ ପ୍ରତିଶତ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି । ଷଷ୍ଠ ପେ କମିଶନ ଲାଗୁ ହେବା ପରେ ଏହା ୫୦ ପ୍ରତିଶତ ପର୍ଯ୍ୟନ୍ତ ହୋଇଯିବ । ସମସ୍ତ ପେନସନଭୋଗୀ ଓ ପରିବାର ପେନସନଭୋଗୀଙ୍କୁ ଜାନୁଆରୀ ୧, ୨୦୧୬ ଠାରୁ ସଂଶୋଧିତ ପେନସନ୍ ଏବଂ ଅନ୍ୟାନ୍ୟ ପେନସନ୍ ସୁବିଧା ମଧ୍ୟ ପ୍ରଦାନ କରାଯିବ ।

ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟ ନିଜ କର୍ମଚାରୀଙ୍କୁ ଖୁସି ଖବର ଦେବାକୁ ଯୋଜନା କରୁଛନ୍ତି । ନୂତନ ବର୍ଷ ଆରମ୍ଭରେ କର୍ମଚାରୀଙ୍କ ଘର ଭଡା ଭତ୍ତା (HRA) ବୃଦ୍ଧି ହେବାର ଆଶା କରାଯାଉଛି । ଯଦି ଏପରି ହୁଏ ତେବେ କେନ୍ଦ୍ର କର୍ମଚାରୀଙ୍କ ଦରମା ମଧ୍ୟ ବୃଦ୍ଧି ପାଇବ । କର୍ମଚାରୀଙ୍କ ରେଲୱେ ବୈଷୟିକ ସୁପରଭାଇଜର ଆସୋସିଏସନ୍ (IRTS) ଓ ନ୍ୟାସନାଲ ଫେଡେରେସନ୍ ଅଫ୍ ରେଲୱେମେନ (NFIR) ତରଫରୁ କର୍ମଚାରୀଙ୍କ HR ବୃଦ୍ଧିର ଦାବି ଉପରେ ମଧ୍ୟ ବିଚାର କରାଯାଉଛି ।