ଅବସରପ୍ରାପ୍ତ କେନ୍ଦ୍ର କର୍ମଚାରୀମାନଙ୍କୁ ବଡ଼ ଉପହାର, ୧ରୁ ୭ ଲକ୍ଷ ପର୍ଯ୍ୟନ୍ତ ହେବ ଲାଭ
Advertisement

ଅବସରପ୍ରାପ୍ତ କେନ୍ଦ୍ର କର୍ମଚାରୀମାନଙ୍କୁ ବଡ଼ ଉପହାର, ୧ରୁ ୭ ଲକ୍ଷ ପର୍ଯ୍ୟନ୍ତ ହେବ ଲାଭ

Pay Commission VII ଓ HRMS Indian Railways ର ଡେପୁଟି ଡାଇରେକ୍ଟର ଜୟ କୁମାର କହିଛନ୍ତି ଯେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା (DA) ର ଲାଭ ପ୍ରଦାନ କରାଯାଇଛି ।

ଅବସରପ୍ରାପ୍ତ କେନ୍ଦ୍ର କର୍ମଚାରୀମାନଙ୍କୁ ବଡ଼ ଉପହାର, ୧ରୁ ୭ ଲକ୍ଷ ପର୍ଯ୍ୟନ୍ତ ହେବ ଲାଭ

ନୂଆଦିଲ୍ଲୀ: 7th Pay Commission: ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ କେନ୍ଦ୍ର ସରକାର ଏକ ବଡ଼ ଉପହାର ଦେଇଛନ୍ତି । ଏହା ଅଧୀନରେ କେନ୍ଦ୍ର କର୍ମଚାରୀମାନେ ୧ରୁ ୭ ଲକ୍ଷ ପର୍ଯ୍ୟନ୍ତ ଲାଭ ପାଇବେ । ଏଥିରେ ଭାରତୀୟ ରେଳବାଇ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଅନ୍ୟ କେନ୍ଦ୍ରୀୟ ଉଦ୍ୟୋଗ (CPSEs) ର କର୍ମଚାରୀମାନଙ୍କୁ ଏକ ବଡ ଉପହାର ଦିଆଯାଇଛି ।

ଏହି ବିଭାଗରୁ ଜାନୁଆରୀ ୨୦୨୦ରୁ ଜୁନ୍ ୨୦୨୧ ମଧ୍ୟରେ ଅବସର ନେଇଥିବା କର୍ମଚାରୀମାନଙ୍କୁ କେନ୍ଦ୍ରର ମୋଦି ସରକାର ସୁବିଧା ପ୍ରଦାନ କରିଛନ୍ତି । ଏହି ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା (Dearness Allowance) ରେ ୧୧ ପ୍ରତିଶତ ବୃଦ୍ଧିକୁ ସରକାର ଅନୁମୋଦନ କରିଛନ୍ତି ।  ଏହା ସହିତ ଜୁନିଅରରୁ ବରିଷ୍ଠ ସ୍ତରର କର୍ମଚାରୀ ଅବସର ପାଣ୍ଠିରେ ପ୍ରାୟ ୧ ଲକ୍ଷରୁ ୭ ଲକ୍ଷ ଟଙ୍କା ଲାଭ ପାଇବେ । ଏହି ସୁବିଧା ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ଗ୍ରାଚ୍ୟୁଇଟି (Gratuity) ଓ ଲିଭ୍ ଏନକ୍ୟାଶମେଣ୍ଟ (Leave Encashment) ରେ ଦିଆଯିବ ।

Pay Commission VII ଓ HRMS Indian Railways ର ଡେପୁଟି ଡାଇରେକ୍ଟର ଜୟ କୁମାର କହିଛନ୍ତି ଯେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା (DA) ର ଲାଭ ପ୍ରଦାନ କରାଯାଇଛି । ବର୍ତ୍ତମାନ ଅବଶିଷ୍ଟ ବିଭାଗର ଲୋକଙ୍କୁ ଏହାର ସୁବିଧା ଦିଆଯାଉଛି । ରେଳବାଇର ସମସ୍ତ ଜୋନର ଅବସରପ୍ରାପ୍ତ କର୍ମଚାରୀମାନେ ଏହାର ଅଧୀନରେ ଆସିବେ ଓ ସେମାନେ ଏହା ଅଧୀନରେ ଲାଭ ପାଇବେ ।

୪୦ ହଜାର ଉପରେ ୧ ଲକ୍ଷରୁ ଅଧିକ

ଯଦି ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଅବସର ସମୟରେ ୪୦,୦୦୦ ଟଙ୍କା ମୌଳିକ ଦରମା ଥାଏ, ତା’ହେଲେ ତାଙ୍କୁ ବର୍ଦ୍ଧିତ 11% ମହଙ୍ଗା ଭତ୍ତାରେ ଅଧିକ ଲାଭ ମିଳିବ । ଗ୍ରାଚ୍ୟୁଇଟି (Gratuity) ଓ ଲିଭ୍ ଏନକ୍ୟାଶମେଣ୍ଟ (Leave Encashment) ର ପରିମାଣ ପ୍ରାୟ ୧,୧୭,୦୦୦ ଟଙ୍କା ବୃଦ୍ଧି ପାଇବ । ୨,୫୦,୦୦୦ ଟଙ୍କା ମୌଳିକ ଦରମା ଥିବା ବ୍ୟକ୍ତିମାନେ ଅବସର ପାଣ୍ଠିରେ ୭ ଲକ୍ଷରୁ ଅଧିକ ଲାଭ ପାଇପାରିବେ ।

ତିନୋଟି ବର୍ଗରେ ମିଳିବ ଲାଭ 

ଯେଉଁ କର୍ମଚାରୀମାନେ ୧ ଜାନୁୟାରୀ ୨୦୨୦ରୁ ୩୦ଜୁନ୍ ୨୦୨୦ ମଧ୍ୟରେ ଅବସର ନେଇଛନ୍ତି ସେମାନେ ୨୧ ପ୍ରତିଶତ DA ହାରରେ ଗ୍ରାଚ୍ୟୁଇଟି ଓ ଲିଭ୍ ଏନକ୍ୟାଶମେଣ୍ଟ ପାଇବେ । ଏଥି ସହିତ ୧ ଜୁଲାଇ ୨୦୨୦ରୁ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ୨୪ ପ୍ରତିଶତ ଓ ୧ ଜାନୁୟାରୀ ୨୦୨୧ରୁ ୩୦ ଜୁନ୍ ୨୦୨୧ ମଧ୍ୟରେ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ୨୮ ପ୍ରତିଶତ ଅବସର ପାଣ୍ଠି ହେବ ।

କିଏ ଅଧିକ ଲାଭ ପାଇବେ

୧ ଜାନୁଆରୀ ୨୦୨୧ରୁ ୩୦ ଜୁନ୍ ୨୦୨୧ ମଧ୍ୟରେ ଅବସର ନେଇଥିବା କର୍ମଚାରୀମାନେ ସବୁଠାରୁ ଅଧିକ ଲାଭ ପାଇବେ । ସେମାନଙ୍କର ଅବସର ପାଣ୍ଠି ୨୮ ପ୍ରତିଶତ ମହଙ୍ଗା ଭତ୍ତା ହେବ । ଜୁଲାଇ-ଡିସେମ୍ବର ୨୦୨୦ ମଧ୍ୟରେ ଅବସର ନେଇଥିବା କର୍ମଚାରୀଙ୍କ ଟଙ୍କା ୨୪ ପ୍ରତିଶତ ଡିଏ ଥିବାବେଳେ ଜାନୁୟାରୀ-ଜୁନ୍ ୨୦୨୦ରେ ଅବସର ନେଉଥିବା ବ୍ୟକ୍ତିଙ୍କୁ ଟଙ୍କା ୨୧ ପ୍ରତିଶତ DA ଉପରେ  ମିଳିବ ।

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର

ଅଧିକ ପଢ଼ନ୍ତୁ:-ମମତା ବିଧାୟକ ହେବା ମାତ୍ରେ ରାଜ୍ୟପାଳ ଧନଖର ନେଲେ ଏହି ବଡ଼ ପଦକ୍ଷେପ, ଜାଣନ୍ତୁ ସଂପୂର୍ଣ୍ଣ ଘଟଣା

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଚାଷୀଙ୍କର ମାଫ୍ ହେବ ୨୫ ହଜାର ଟଙ୍କାର ଋଣ

ଅଧିକ ପଢ଼ନ୍ତୁ:-ପାଣ୍ଡୋରା ପେପର ଲିକ୍: ସଚିନ, ଅନିଲ ଅମ୍ବାନୀଙ୍କ ସମେତ ଏହି ସବୁ ସେଲିବ୍ରିଟିଙ୍କ ବିଦେଶୀ ସମ୍ପତ୍ତିର ହେଲା ଖୁଲାସା