ମୋଦି ସରକାର ନେଲେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, କେନ୍ଦ୍ର କର୍ମଚାରୀଙ୍କ ଉପରେ ପଡ଼ିବ ଏହାର ସିଧା ପ୍ରଭାବ
Advertisement
Article Detail0/zeeodisha/odisha889809

ମୋଦି ସରକାର ନେଲେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, କେନ୍ଦ୍ର କର୍ମଚାରୀଙ୍କ ଉପରେ ପଡ଼ିବ ଏହାର ସିଧା ପ୍ରଭାବ

ଏହା ସହିତ ଡେପୁଟି ସେକ୍ରେଟାରୀଙ୍କ ଉପରୋକ୍ତ ପଦବୀ ପାଇଁ ମଧ୍ୟ ଏହି ଗାଇଡଲାଇନ ଲାଗୁ କରାଯାଇଛି । ଗାଇଡଲାଇନରେ ଦର୍ଶାଯାଇଛି ଯେ ଡେପୁଟି ସେକ୍ରେଟାରୀ ଓ ଏହାର ବରାବର ପଦ ଏବଂ ଡେପୁଟି ସେକ୍ରେଟାରୀଙ୍କ ଉପ ପଦରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପୂର୍ବ ପରି କାର୍ଯ୍ୟାଳୟକୁ ଆସିବାକୁ ପଡିବ ।

ମୋଦି ସରକାର ନେଲେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, କେନ୍ଦ୍ର କର୍ମଚାରୀଙ୍କ ଉପରେ ପଡ଼ିବ ଏହାର ସିଧା ପ୍ରଭାବ

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: ଦେଶରେ କୋରୋନାର ବଢୁଥିବା ମାମଲା ମଧ୍ୟରେ କେନ୍ଦ୍ର କର୍ମଚାରୀଙ୍କ କାର୍ଯ୍ୟ ସମୟ ଓ ଫିଜିକାଲ ଅଟେଣ୍ଡେନ୍ସ ସମ୍ପର୍କରେ ଏକ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଡେପୁଟି ସେକ୍ରେଟାରୀ ଓ ଏହାର ବରାବର କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଗାଇଡଲାଇନରେ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଅଧିକ ପଢ଼ନ୍ତୁ:-କୋରୋନା ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ଜମି ଚିହ୍ନଟ

ଏହା ସହିତ ଡେପୁଟି ସେକ୍ରେଟାରୀଙ୍କ ଉପରୋକ୍ତ ପଦବୀ ପାଇଁ ମଧ୍ୟ ଏହି ଗାଇଡଲାଇନ ଲାଗୁ କରାଯାଇଛି । ଗାଇଡଲାଇନରେ ଦର୍ଶାଯାଇଛି ଯେ ଡେପୁଟି ସେକ୍ରେଟାରୀ ଓ ଏହାର ବରାବର ପଦ ଏବଂ ଡେପୁଟି ସେକ୍ରେଟାରୀଙ୍କ ଉପ ପଦରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପୂର୍ବ ପରି କାର୍ଯ୍ୟାଳୟକୁ ଆସିବାକୁ ପଡିବ ।

ଗାଇଡଲାଇନ ଅନୁଯାୟୀ, ଅଣ୍ଡର ସେକ୍ରେଟାରୀ ଓ ଏହାର ତଳ ସ୍ତରର ୫୦ ପ୍ରତିଶତ କର୍ମଚାରୀଙ୍କୁ ହିଁ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପଡ଼ିବ । ଅଧିକାରୀମାନଙ୍କର କାର୍ଯ୍ୟ ସମୟ ଯଥାକ୍ରମେ ସକାଳ ୯ଟାରୁ ସନ୍ଧ୍ୟା ୫.୩୦,  ସକାଳ ୯.୩୦ରୁ ସନ୍ଧ୍ୟା ୬ଟା ଏବଂ ସକାଳ ୧୦ଟାରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ କରାଯାଇଛି ।

ଅଧିକ ପଢ଼ନ୍ତୁ:-ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ପୁଣି ୩୪୬୪ କୋରୋନା ଆକ୍ରାନ୍ତ

ଗାଇଡଲାଇନ୍ ଅନୁଯାୟୀ, ଦିବ୍ୟାଙ୍ଗ ଓ ଗର୍ଭବତୀ ମହିଳା କର୍ମଚାରୀଙ୍କୁ ଅଫିସ ଯିବାକୁ ଛୁଟ୍ ମିଳିଛି, କିନ୍ତୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେମାନେ ଘରୁ କାମ ଜାରି ରଖିବେ । କାର୍ମିକ ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ କହିବାନୁସାରେ, ଏହି ଗାଇଡଲାଇନ୍ କୋରୋନା ସଙ୍କଟକୁ ଦେଖି ଜାରି କରାଯାଇଛି, ଯାହାକୁ ଏପ୍ରିଲ ୩୦, ୨୦୨୧ ପର୍ଯ୍ୟନ୍ତ ଲାଗୁ ରହିବ ।