୫୨ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ଫିଟମେଣ୍ଟ ଫ୍ୟାକ୍ଟର୍ ଉପରେ ସହମତି! ବଢ଼ିବ ଦରମା
Advertisement
Article Detail0/zeeodisha/odisha1277218

୫୨ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ଫିଟମେଣ୍ଟ ଫ୍ୟାକ୍ଟର୍ ଉପରେ ସହମତି! ବଢ଼ିବ ଦରମା

7th Pay Commission, Fitment Factor, Central Government Employees: ବର୍ତ୍ତମାନ କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର୍ ହେଉଛି ୨.୫୭ ପ୍ରତିଶତ ଓ କର୍ମଚାରୀମାନେ ଏହାକୁ ୩.୬୮ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରୁଛନ୍ତି । ଯାହା ଦ୍ୱାରା ସର୍ବନିମ୍ନ ବେତନ (Minimum Basic Salary) ୮୦୦୦ ବୃଦ୍ଧି ହୋଇପାରିବ ।

୫୨ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର, ଫିଟମେଣ୍ଟ ଫ୍ୟାକ୍ଟର୍ ଉପରେ ସହମତି! ବଢ଼ିବ ଦରମା

ନୂଆଦିଲ୍ଲୀ: 7th Pay Commission, Fitment Factor, Central Government Employees: କେନ୍ଦ୍ର କର୍ମଚାରୀ (Central Government Employees) ଙ୍କ ପାଇଁ ବଡ଼ ଖୁସି ଖବର ରହିଛି । ମୋଦି ସରକାର (Modi Government) ଆଗାମୀ ମହଙ୍ଗା ଭତ୍ତା (Dearness Allowance) ସହିତ ଫିଟମେଣ୍ଟ ଫ୍ୟାକ୍ଟର (Fitment Factor) ରେ ବୃଦ୍ଧିକୁ ନେଇ ମଧ୍ୟ ବିଚାର କରିପାରିନ୍ତି । ଯାହା ଦ୍ୱାରା କର୍ମଚାରୀଙ୍କ ସର୍ବନିମ୍ନ ବେସିକ ବେତନରେ ବୃଦ୍ଧି ଘଟିବ (Basic Salary Hike) । ଏଥିପାଇଁ ଡ୍ରାଫ୍ଟ ତିଆରି କରାଯିବ, ଯାହାକୁ ସରକାରଙ୍କୁ ସେୟାର କରାଯିବ । 

ବର୍ତ୍ତମାନ କର୍ମଚାରୀଙ୍କ ଫିଟମେଣ୍ଟ ଫ୍ୟାକ୍ଟର୍ ହେଉଛି ୨.୫୭ ପ୍ରତିଶତ ଓ କର୍ମଚାରୀମାନେ ଏହାକୁ ୩.୬୮ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରୁଛନ୍ତି । ଯାହା ଦ୍ୱାରା ସର୍ବନିମ୍ନ ବେତନ (Minimum Basic Salary) ୮୦୦୦ ବୃଦ୍ଧି ହୋଇପାରିବ ।

ଜୀ ବିଜନେସ୍ ଅନୁଯାୟୀ, ଡ୍ରାଫ୍ଟ ଦାଖଲ ପରେ ଜୁଲାଇ ଶେଷ ସୁଦ୍ଧା ଏହି ପ୍ରସଙ୍ଗରେ ଏକ ବୈଠକ ଅନୁଷ୍ଠିତ ହୋଇପାରେ । ୟୁନିଅନ୍ ଏହି ନୂତନ ଅପଡେଟ୍ ଦେଇଛି । ଯଦି ଏହା ଉପରେ ସହମତ ହୁଏ, ତେବେ ଫିଟମେଣ୍ଟ ଫ୍ୟାକ୍ଟର୍ ଅଧୀନରେ ୫୨ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀଙ୍କ ବେସିକ ଦରମା ବୃଦ୍ଧି କରାଯାଇପାରେ । ଯଦି ଏପରି ହୁଏ ତେବେ ବେସିକ ଦରମା ୧୮୦୦ରୁ ୨୬୦୦କୁ ବୃଦ୍ଧି ପାଇବ । ୫୨ ଲକ୍ଷ କର୍ମଚାରୀ ଏହାର ଲାଭ ପାଇବେ । ଯଦିଓ ପୂର୍ବରୁ ଖବର ଆସୁଥିଲା ଯେ, ସରକାରୀ କୋଷ ଉପରେ ଭାର ବଢ଼ିବା କାରଣରୁ ମୋଦି ସରକାର ୨୦୨୨ ମସିହାରେ ଫିଟମେଣ୍ଟ ଫ୍ୟାକ୍ଟର୍ ବଢ଼ାଇବା ମୁଡରେ ନାହାଁନ୍ତି । କିନ୍ତୁ ବର୍ତ୍ତମାନ ଏହା ମଧ୍ୟ କୁହାଯାଉଛି କି ଏହା ଉପରେ ଶୀଘ୍ର ବିଚାର କରାଯାଇପାରେ । ତେବେ ଏପର୍ଯ୍ୟନ୍ତ ଏ ବାବଦରେ ସରକାର କୌଣସି ଆଧିକାରୀକ ବୟାନ କିମ୍ବା ପୃଷ୍ଟି କରିନାହାଁନ୍ତି । 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୁନ ୨୦୧୭ରେ ୩୪ଟି ସଂଶୋଧନ ସହିତ ସପ୍ତମ ବେତନ ଆୟୋଗ (7th Pay Commission) ର ସୁପାରିଶ ଅନୁମୋଦନ ପରେ ଏଣ୍ଟ୍ରି ସ୍ତରର ବେସିକ ଦରମା ମାସକୁ ୭,୦୦୦ରୁ ବୃଦ୍ଧି କରି ୧୮,୦୦୦ ଟଙ୍କା କରାଯାଇଥିଲାବେଳେ ସର୍ବୋଚ୍ଚ ସ୍ତରର ଅର୍ଥାତ୍ ସଚିବଙ୍କୁ ୯୦,୦୦୦ରୁ ବୃଦ୍ଧି କରି ୨.୫ ଲକ୍ଷ ଟଙ୍କା କରାଯାଇଥିଲା । କୁହାଯାଉଛି ଯେ, ସରକାର କର୍ମଚାରୀଙ୍କ ଦରମାକୁ ୧୦ ବର୍ଷରେ ଥରେ ନୁହେଁ ବରଂ ସମୟ ସମୟରେ ସଂଶୋଧନ କରିବା ଉଚିତ । ସପ୍ତମ ବେତନ ଆୟୋଗରେ ଯେଉଁ ପେ ମ୍ୟାଟ୍ରିକ୍ସ (Pay matrix) ତିଆରି କରାଯାଇଛି, ତାହା ଫିଟମେଣ୍ଟ ଫ୍ୟାକ୍ଟର (Fitment Factor) ଉପରେ ଆଧାରିତ ।

ଏହା ବି ପଢ଼ନ୍ତୁ:-ଏହି ୫ ରାଶିର ବ୍ୟକ୍ତିଙ୍କୁ ମାଲାମାଲ କରିଦେବ ଅଗଷ୍ଟ ମାସ, ୨୧ ଦିନ ପର୍ଯ୍ୟନ୍ତ ବର୍ଷିବ ଟଙ୍କା ହିଁ ଟଙ୍କା!

ଏହା ବି ପଢ଼ନ୍ତୁ:-ମାତ୍ର କିଛି ମିନିଟରେ ଜାଣନ୍ତୁ ମଟର ଅସଲି ନା ନକଲି, FSSAI କହିଲା ଏହି ସହଜ ଟ୍ରିକ୍

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତିଙ୍କୁ ସୁରକ୍ଷା ପ୍ରଦାନ କରନ୍ତି କେବଳ ଏହି ୩ ଜାତିର ଯବାନ, ଯୋଗ୍ୟତା ସତ୍ତ୍ୱେ ମଧ୍ୟ ସାମିଲ ହୋଇପାରି ନଥାଏ ଅନ୍ୟ କେହିଁ, ଜାଣନ୍ତୁ ଏହା ପଛର କାରଣ

 

କର୍ମଚାରୀଙ୍କ ବେସିକ ବେତନ ସପ୍ତମ ବେତନ କମିଶନର ଫିଟମେଣ୍ଟ ଫ୍ୟାକ୍ଟର ୨.୫୭ରେ ଗୁଣନ କରି ଗଣନା କରାଯାଏ । ଉଦାହରଣ ସ୍ୱରୂପ, Current Entry Pay ୭୦୦୦ ଟଙ୍କା । ଯଦି ପ୍ତମ ବେତନ କମିଶନର ଫିଟମେଣ୍ଟ ଫ୍ୟାକ୍ଟର ଲାଗିବା ପରେ Entry Pay ୭,୦୦୦ X ୨.୫୭= ୧୮୦୦୦ ଟଙ୍କା ହେବ । ଯଦି ଏହାକୁ ୩କୁ ବୃଦ୍ଧି କରାଯାଏ ତେବେ ବେସିକ ଦରମା ୨୧୦୦୦ ଟଙ୍କା ହେବ । ଉଦାହରଣ ସ୍ୱରୂପ, Current Entry Pay ୭୦୦୦ ଟଙ୍କା । ଯଦି ପ୍ତମ ବେତନ କମିଶନର ଫିଟମେଣ୍ଟ ଫ୍ୟାକ୍ଟର ଲାଗିବା ପରେ Entry Pay ୭,୦୦୦ X ୩= ୨୧,୦୦୦ ଟଙ୍କା ହେବ । 

ଆପଣଙ୍କୁ କହିରଖୁଛୁ ଯେ, କର୍ମଚାରୀଙ୍କ ବେତନରେ ଫିଟମେଣ୍ଟ ଫ୍ୟାକ୍ଟର୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଭାବରେ ମନେ କରାଯାଏ । ଏଥିରୁ ମୌଳିକ ବେତନ ବା ବେସିକ ସାଲେରୀ ସ୍ଥିର କରାଯାଇଥାଏ ଓ ଭତ୍ତା ମଧ୍ୟ ସ୍ୱୟଂଚାଳିତ ଭାବରେ ବଢ଼ିଥାଏ । ୨୦୧୬ରେ ଫିଟମେଣ୍ଟ ଫ୍ୟାକ୍ଟର୍ ବୃଦ୍ଧି କରାଯାଇଥିଲା ଓ ସର୍ବନିମ୍ନ ବେସିକ ବେତନ  ୬,୦୦୦ରୁ ୧୮,୦୦୦ଟଙ୍କାକୁ ବୃଦ୍ଧି କରାଯାଇଥିଲା ।