କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ି ହୋଇଯିବ ୨୮ ପ୍ରତିଶତ! ଦରମା-ପେନସନରେ ମଧ୍ୟ ହେବ ବୃଦ୍ଧି
Advertisement

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ି ହୋଇଯିବ ୨୮ ପ୍ରତିଶତ! ଦରମା-ପେନସନରେ ମଧ୍ୟ ହେବ ବୃଦ୍ଧି

ସୂଚନାଯୋଗ୍ୟ, ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରାଯାଇଥାଏ, କିନ୍ତୁ କୋରୋନା ସଙ୍କଟ (Coronavirus Crisis) ଓ ଲକଡାଉନ୍ (Lockdown) ହୋଇଥିବାରୁ ସରକାରୀ କୋଷ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଯାହାକୁ ଦୃଷ୍ଟିରେ ରଖି ଏହା ଉପରେ ଦେଢ଼ ବର୍ଷ ଯାଏ ରୋକ ଲଗାଯାଇଛି ।

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ି ହୋଇଯିବ ୨୮ ପ୍ରତିଶତ! ଦରମା-ପେନସନରେ ମଧ୍ୟ ହେବ ବୃଦ୍ଧି

ନୂଆଦିଲ୍ଲୀ: 7th Pay Commission: ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀ ସେମାନଙ୍କ ମହଙ୍ଗା ଭତ୍ତା (DA) ଓ DR ପାଇଁ ଅପେକ୍ଷା କରୁଛନ୍ତି । ତେବେ ମୋଦି ସରକାର (Modi Govt) ସଂସଦରେ କହି ସାରିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୧ରୁ ଅଟକି ରହିଥିବା ମହଙ୍ଗା ଭତ୍ତା ପୁଣିଥରେ ଆରମ୍ଭ କରିଦିଆଯିବ ।

ଅଧିକ ପଢ଼ନ୍ତୁ:-ବଡ଼ ଖବର: ଏପରି ଲୋକଙ୍କ ଠାରୁ ଫେରାଇ ନିଆଯିବ 'ପିଏମ କିସାନ ନିଧି ଯୋଜନା'ର ଟଙ୍କା!

ଜୁଲାଇ ୧ରୁ ମିଳିବ ଅଟକି ରହିଥିବା ମହଙ୍ଗା ଭତ୍ତା

ଆପଣଙ୍କୁ କହି ରଖୁଛୁ ଯେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ଜାନୁଆରୀ ୨୦୨୦, ଜୁଲାଇ ୨୦୨୦ ଏବଂ ଜାନୁୟାରୀ ୨୦୨୧ର DA ଓ DR ଉପରେ ରୋକ ଲଗାଇଦେଇଥିଲେ । ବର୍ତ୍ତମାନ ସରକାର ସ୍ପଷ୍ଟ କରିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୧ରେ ପୁଣି ମହଙ୍ଗା ଭତ୍ତା ମିଳିବା ଆରମ୍ଭ ହୋଇଯିବ । ଯାହାକି ଲକ୍ଷ ୫୦ କେନ୍ଦ୍ର କର୍ମଚାରୀ ଓ ଲକ୍ଷ ୬୫ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର । ମିଡିଆ ରିପୋର୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କର୍ମଚାରୀମାନେ ୧୭ ପ୍ରତିଶତ ହାରରେ DA, DR ପାଉଛନ୍ତି । ଯାହା ୨୮ ପ୍ରତିଶତକୁ ବୃଦ୍ଧି ପାଇପାରେ ।

ଅଧିକ ପଢ଼ନ୍ତୁ:-କୋରୋନା ମାମଲା ବଢ଼ିବା ପରେ ରେଲୱେ ନେଲା ଏହି ବଡ଼ ନିଷ୍ପତ୍ତି

ସୂଚନାଯୋଗ୍ୟ, ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରାଯାଇଥାଏ, କିନ୍ତୁ କୋରୋନା ସଙ୍କଟ (Coronavirus Crisis) ଓ ଲକଡାଉନ୍ (Lockdown) ହୋଇଥିବାରୁ ସରକାରୀ କୋଷ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଯାହାକୁ ଦୃଷ୍ଟିରେ ରଖି ଏହା ଉପରେ ଦେଢ଼ ବର୍ଷ ଯାଏ ରୋକ ଲଗାଯାଇଛି ।

ଫ୍ୟାମିଲି ପେନସନରେ ବୃଦ୍ଧି

କିଛି ଦିନ ପୂର୍ବେ ସରକାରୀ ପେନସନଭୋଗୀଙ୍କ ପାଇଁ ଫ୍ୟାମିଲି ପେନସନର ସର୍ବାଧିକ ସୀମା ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିଲେ । କେନ୍ଦ୍ର ସରକାର ଫ୍ୟାମିଲି ପେନସନର ସର୍ବାଧିକ ସୀମାକୁ ପ୍ରାୟ ଅଢ଼େଇ ଗୁଣ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଫ୍ୟାମିଲି ପେନସନର ସର୍ବାଧିକ ସୀମା ମାସକୁ ୪୫,୦୦୦ ଟଙ୍କା ଥିଲା । ବର୍ତ୍ତମାନ ଏହାକୁ ମାସକୁ ୧.୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଅଧିକ ପଢ଼ନ୍ତୁ:-ଅତ୍ୟାଧିକ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ, ଏହି ରୋଗ ହେବାର ରହିଥାଏ ଆଶଙ୍କା

PF ମଧ୍ୟ ବୃଦ୍ଧି ପାଇବ 

ଡିଏ ପୁଣି ମିଳିବା ପରେ କେନ୍ଦ୍ର କର୍ମଚାରୀଙ୍କ ପ୍ରୋଭିଡେଣ୍ଟ୍ ପାଣ୍ଠି (PF) ମଧ୍ୟ ବୃଦ୍ଧି ପାଇବ । ସୂଚନାଯୋଗ୍ୟ ଯେ, କେନ୍ଦ୍ର କର୍ମଚାରୀଙ୍କ PF ଯୋଗଦାନର ହିସାବ ବେସିକ ବେତନ ପ୍ଲସ୍ DA ର ଫର୍ମୂଲା ଦ୍ୱାରା କରାଯାଇଥାଏ ।