ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଏହି ମାସରେ ପୁଣି ବଢ଼ିବ ମହଙ୍ଗା ଭତ୍ତା!
Advertisement
Article Detail0/zeeodisha/odisha1173674

ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଏହି ମାସରେ ପୁଣି ବଢ଼ିବ ମହଙ୍ଗା ଭତ୍ତା!

କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ (7th Pay Commission) ଅନ୍ତର୍ଗତ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା (DA) ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ମହଙ୍ଗା ଭତ୍ତା ବୃଦ୍ଧି ହୁଏ । ଚଳିତ ବର୍ଷ ଜାନୁଆରୀ ପାଇଁ ମାର୍ଚ୍ଚରେ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି ।

ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଏହି ମାସରେ ପୁଣି ବଢ଼ିବ ମହଙ୍ଗା ଭତ୍ତା!

ନୂଆଦିଲ୍ଲୀ: 7th Pay Commission: ପୁଣି ଥରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ବଡ଼ ଖସି ଖବର ଆସିବାକୁ ଯାଉଛି । ମାର୍ଚ୍ଚ ୨୦୨୨ରେ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି ପରେ ଜୁଲାଇ ୨୦୨୨ ରେ ମଧ୍ୟ ମହଙ୍ଗା ଭତ୍ତା (DA) ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଜାନୁଆରୀ ଓ ଫେବୃଆରୀର AICP Index ହ୍ରାସ ପରେ ମାର୍ଚ୍ଚରେ ଏଥିରେ ଏକ ବଡ଼ ବୃଦ୍ଧି ଆସିଛି । ଏହି ତଥ୍ୟ ଜାରି ହେବା ପରେ ମହଙ୍ଗା ଭତ୍ତା ବୃଦ୍ଧିର ଆଶା ବଢ଼ିଛି । ଚଳିତ ବର୍ଷ ଜାନୁୟାରୀରେ  AICPI ସୂଚକାଙ୍କ ସଂଖ୍ୟା ୧୨୫.୧ରେ ଥିଲା । ଫେବୃଆରୀରେ ଏହା ଆହୁରି ହ୍ରାସ ପାଇଥିଲା ଓ ଏହା ୧୨୫କୁ ଖସି ଆସିଛି । ଏହାକୁ ଆଧାର କରି ମାର୍ଚ୍ଚରେ ମଧ୍ୟ ଏହା ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା, କିନ୍ତୁ ଏଥିରେ ଗୋଟିଏ ପଏଣ୍ଟ ବୃଦ୍ଧି ହୋଇ ଏହା ୧୨୬କୁ ପହଞ୍ଚିଛି ।

ବର୍ତ୍ତମାନ ମାର୍ଚ୍ଚ ଡାଟା ଆସିବା ପରେ ଜୁଲାଇରେ ୩ ପ୍ରତିଶତ ମହଙ୍ଗା ଭତ୍ତା ବଢ଼ିବାର ସମ୍ଭାବନା ଦେଖାଦେଇଛି । ତେବେ ଏପ୍ରିଲ୍, ମେ ଏବଂ ଜୁନରେ ସଂଖ୍ୟା ଆସିବା ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଯଦି ଆଗାମୀ ମାସରେ ମଧ୍ୟ ଏହି ଧାରା ଜାରି ରହେ, ତେବେ ମହଙ୍ଗା ଭତ୍ତା (DA) ବୃଦ୍ଧି ହେବାର ସଂଖ୍ୟା ୪ ପ୍ରତିଶତକୁ ଯାଇପାରେ ।

ଏହା ବି ପଢ଼ନ୍ତୁ:-ସୁଧୁରିବାର ନାଁ ଧରୁନି ଉତ୍ତର କୋରିଆ, ପରମାଣୁ ଆକ୍ରମଣର ଧମକ ପରେ ପୁଣି ମାଡ଼ କଲା ମିସାଇଲ

ଏହା ବି ପଢ଼ନ୍ତୁ:-ଖୁସି ଖବର: ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ଆକାଉଣ୍ଟକୁ ୨-୨ ହଜାର ଟଙ୍କା ପଠାଇଲେ ରାଜ୍ୟ ସରକାର

ଏହା ବି ପଢ଼ନ୍ତୁ:-ଲେମ୍ବୁ ସହ ଆଦୌ ଖାଆନ୍ତୁନି ଏହି ୪ଟି ଜିନିଷ, ଶରୀର ପାଇଁ ହୋଇଥାଏ ବହୁତ ବିପଜ୍ଜନକ

 

କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ (7th Pay Commission) ଅନ୍ତର୍ଗତ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା (DA) ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁଲାଇରେ ମହଙ୍ଗା ଭତ୍ତା ବୃଦ୍ଧି ହୁଏ । ଚଳିତ ବର୍ଷ ଜାନୁଆରୀ ପାଇଁ ମାର୍ଚ୍ଚରେ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ଏହାସହ ତିନି ମାସର ବକେୟା ଅର୍ଥ ପ୍ରଦାନ କରିବାକୁ ସରକାର ଘୋଷଣା କରିଛନ୍ତି । ସେପଟେ ପରବର୍ତ୍ତୀ ମହଙ୍ଗା ଭତ୍ତା (DA) ଜୁଲାଇରେ ସଂଶୋଧିତ ହେବ । ଏହାର ଆଧାର ଜାନୁଆରୀରୁ ଜୁନ୍ ପର୍ଯ୍ୟନ୍ତ ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ହେବ । ଜାନୁଆରୀ, ଫେବୃଆରୀରେ ଏଥିରେ ହ୍ରାସ ଘଟିଥିଲା ​​କିନ୍ତୁ ମାର୍ଚ୍ଚରେ ବୃଦ୍ଧି ଦେଖାଦେଇଛି ।