ନୂଆ ବର୍ଷ ପୂର୍ବରୁ ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ ଉପହାର
Advertisement
Article Detail0/zeeodisha/odisha800644

ନୂଆ ବର୍ଷ ପୂର୍ବରୁ ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ ଉପହାର

ମନୀଷ ସିସୋଦିଆ କହିଛନ୍ତି ଯେ, ଶ୍ରମିକଙ୍କ ଅବସ୍ଥାକୁ ଦୃଷ୍ଟିରେ ରଖି କେଜ୍ରିୱାଲ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । 

ନୂଆ ବର୍ଷ ପୂର୍ବରୁ ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ ଉପହାର

ନୂଆଦିଲ୍ଲୀ: 7th Pay Commission, 7th CPC Latest News in Odia:ଦିଲ୍ଲୀ ସରକାର ଶ୍ରମିକମାନଙ୍କୁ ବହୁତ ବଡ଼ ଖୁସି ଖବର ଦେଇଛନ୍ତି । ବର୍ଷ ଶେଷରେ ଦିଲ୍ଲୀ ସରକାରଙ୍କ ଏହି ଉପହାର ଶ୍ରମିକମାନଙ୍କ ପାଇଁ ଏକ ବଡ଼ ଉପହାର । ଅକୁଶଳୀ ଓ ଅର୍ଦ୍ଧ କୁଶଳୀ ଏବଂ ଅନ୍ୟାନ୍ୟ ଶ୍ରମିକଙ୍କ ପାଇଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମନୀଷ ସିସୋଦିଆ କହିଛନ୍ତି ଯେ, ଶ୍ରମିକଙ୍କ ଅବସ୍ଥାକୁ ଦୃଷ୍ଟିରେ ରଖି କେଜ୍ରିୱାଲ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କୋରୋନା ମହାମାରୀରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଅନେକ ଶ୍ରେଣୀର କର୍ମଚାରୀମାନେ ଏହାର ଲାଭ ପାଇବେ । କୋରୋନା କାରଣରୁ ଜାନୁୟାରୀରୁ ଜୁନ୍ ୨୦୨୦ ପର୍ଯ୍ୟନ୍ତ ନିୟମିତ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ଉପରେ ରୋକ ଜାରି ରହିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ ଅସଂଗଠିତ କ୍ଷେତ୍ରର ଏହିପରି କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଉପରେ ରୋକ ଲଗାଯାଇ ହେବନାହିଁ ।

ସିସୋଦିଆ ଏହା ପଛର ଯୁକ୍ତି ଦେଇଛନ୍ତି ଯେ ସେମାନେ କେବଳ ସର୍ବନିମ୍ନ ମଜୁରୀ ପାଆନ୍ତି । ବିଶେଷକରି କୋରୋନା ସଙ୍କଟ ସମୟରେ ଏହା କରିବା ଶ୍ରମିକଙ୍କ ସ୍ୱାର୍ଥରେ ନୁହେଁ । ସେଥିପାଇଁ ମହଙ୍ଗା ଭତ୍ତା ଯୋଗ କରି ଦିଲ୍ଲୀ ସରକାର ଏକ ନୂତନ ସର୍ବନିମ୍ନ ମଜୁରୀ ଘୋଷଣା କରିଛନ୍ତି । ଅକ୍ଟୋବର ୨୦୨୦ରୁ ସେମାନଙ୍କୁ ଏହି ବର୍ଦ୍ଧିତ ରାଶି ମିଳିବ ।

ଯଦି ଆମେ ଦିଲ୍ଲୀରେ ଶ୍ରମିକମାନଙ୍କ ପାରିଶ୍ରମିକ ବିଷୟରେ କହିବା, ତେବେ ଅର୍ଦ୍ଧ କୁଶଳୀ ଶ୍ରମିକଙ୍କ ମାସିକ ଦରମା ୧୭,୦୬୯ ଏବଂ କୁଶଳୀ ଶ୍ରମିକଙ୍କ ପାଇଁ ୧୮,୭୯୭ ଟଙ୍କା (ଦୈନିକ ୭୨୩ ଟଙ୍କା) ସ୍ଥିର କରାଯାଇଛି । ସିସୋଦିଆ କହିଛନ୍ତି ଯେ ହାରାହାରି ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ ସଂଖ୍ୟାକୁ ସଜାଡିବା ପରେ ଶ୍ରମ ବିଭାଗ ଦ୍ୱାରା ମହଙ୍ଗା ଭତ୍ତା ସ୍ଥିର କରାଯାଏ ।