ମହଙ୍ଗା ଭତ୍ତା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର!
Advertisement
Article Detail0/zeeodisha/odisha926506

ମହଙ୍ଗା ଭତ୍ତା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର!

ସରକାର ଅବସର ପରେ ଭ୍ରମଣ ଭତ୍ତା (Travel Allowance-TA) ର କ୍ଲେମ୍ ଜମା କରିବାର ସମୟସୀମା ୬୦ ଦିନରୁ ବୃଦ୍ଧି କରି ୧୨୦ ଦିନ କରିଛନ୍ତି । ଅନ୍ୟପଟେ ଯାତ୍ରା, ଟ୍ରାନ୍ସଫର ଏବଂ ତାଲିମ ପାଇଁ TA କ୍ଲେମ୍ ପାଇଁ ସମୟ ସୀମା ୬୦ ଦିନ ହିଁ ରହିବ । ଏହି ନିର୍ଦ୍ଦେଶ ଚଳିତ ବର୍ଷ ଜୁନ୍ ୧୫ରୁ କାର୍ଯ୍ୟକାରୀ ହୋଇଛି ।

ମହଙ୍ଗା ଭତ୍ତା ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଖୁସି ଖବର!

ନୂଆଦିଲ୍ଲୀ: 7th Pay Commission Latest News: ୫୨ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୦ ଲକ୍ଷରୁ ଅଧିକ ପେନସନଭୋଗୀ ସେମାନଙ୍କର ମହଙ୍ଗା ଭତ୍ତା (Dearness Allowance) ଓ ମହଙ୍ଗା ରିଲିଫ (Dearness Relief) କୁ ଅପେକ୍ଷା କରିବସିଛନ୍ତି । ଜୁଲାଇ ୧ରେ ସେମାନଙ୍କୁ DA ଓ DR ମିଳିବ ବୋଲି କେନ୍ଦ୍ର ସରକାର କହିସାରିଛନ୍ତି । ଏହି ସମୟରେ ସେମାନଙ୍କ ଭ୍ରମଣ ଭତ୍ତା (Traveling Allowance) କୁ ନେଇ ମଧ୍ୟ ଏକ ଭଲ ଖବର ଆସିଛି । 

TA କ୍ଲେମ୍ ଦାଖଲ କରିବାର ସମୟସୀମା ବୃଦ୍ଧି 

ସରକାର ଅବସର ପରେ ଭ୍ରମଣ ଭତ୍ତା (Travel Allowance-TA) ର କ୍ଲେମ୍ ଜମା କରିବାର ସମୟସୀମା ୬୦ ଦିନରୁ ବୃଦ୍ଧି କରି ୧୨୦ ଦିନ କରିଛନ୍ତି । ଅନ୍ୟପଟେ ଯାତ୍ରା, ଟ୍ରାନ୍ସଫର ଏବଂ ତାଲିମ ପାଇଁ TA କ୍ଲେମ୍ ପାଇଁ ସମୟ ସୀମା ୬୦ ଦିନ ହିଁ ରହିବ । ଏହି ନିର୍ଦ୍ଦେଶ ଚଳିତ ବର୍ଷ ଜୁନ୍ ୧୫ରୁ କାର୍ଯ୍ୟକାରୀ ହୋଇଛି ।

ଅଧିକ ପଢ଼ନ୍ତୁ:-ଚାକିରି ଲୋଭରେ ଶ୍ୟାମ ବନିଲେ ଉମର

TA ର ଅବଧି ବୃଦ୍ଧି କରିବାକୁ କରାଯାଉଥିଲା ଦାବି

ଅର୍ଥ ମନ୍ତ୍ରଣାଳୟ ବ୍ୟୟ ବିଭାଗ ଦ୍ୱାରା ଜାରି କରାଯାଇଥିବା ଏକ ଅଫିସ ସ୍ମାରକପତ୍ରରେ କୁହାଯାଇଛି ଯେ ଏହି ବିଭାଗକୁ ଅବସରପ୍ରାପ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ଦ୍ୱାରା କରାଯାଇଥିବା ଯାତ୍ରା ସମ୍ବନ୍ଧରେ TA କ୍ଲେମ୍ ଦାଖଲ ପାଇଁ ସମୟ ସୀମା ବୃଦ୍ଧି ପାଇଁ ଅନେକ ଦାବି ମିଳିଛି । ଅବସର ପରେ ସେମାନଙ୍କୁ ନିଜ ହୋମ୍ ଟାଉନ୍ ଯାଇ ଯାତ୍ରା ସମାପ୍ତ କରିବାର ୬୦ ଦିନ ମଧ୍ୟରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ TA ଦାବି ଦାଖଲ କରିବାରେ ଅସୁବିଧାର ସାମ୍ନା କରିବାକୁ ପଡୁଛି ।

ଅଧିକ ପଢ଼ନ୍ତୁ:-ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଏହି ତାରିଖରେ ହେବ ବଡ଼ ବୈଠକ, ଜାଣନ୍ତୁ ମିଟିଂର ୧୦ଟି ଗୁରୁତ୍ୱପୂର୍ଣ୍ଣ ବିଷୟ

ସମୟ ସୀମା ୬୦ରୁ ୧୮୦ ଦିନକୁ ବୃଦ୍ଧି 

ଏହି ଦାବି ସାମ୍ନାକୁ ଆସିବା ପରେ ବିଭାଗରେ ଏକ ଆଲୋଚନା ହୋଇଥିଲା ଏବଂ ଦେଖାଗଲା ଯେ ଅବସରପ୍ରାପ୍ତ କେନ୍ଦ୍ର କର୍ମଚାରୀଙ୍କ ଅବସର ପରେ ପରିବାର ସହିତ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ଏବଂ ପରେ ସେଟଲ ହେବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ । ଯେଉଁଥି ପାଇଁ TA ଦାବି ପାଇଁ 60 ଦିନ ବହୁତ କମ୍ ଅଟେ । ବିଚାର ବିମର୍ଶ ପରେ ନିଷ୍ପତ୍ତି ନିଆଗଲା ଯେ ଅବସର ପରେ TA କ୍ଲେମ୍ ଦାଖଲ କରିବାର ସମୟ ସୀମା ୬୦ ଦିନରୁ ୧୮୦ ଦିନକୁ ବୃଦ୍ଧି କରାଯିବା ଆବଶ୍ୟକ ।

୨୦୧୮ରେ ସମୟସୀମା ହ୍ରାସ କରାଯାଇଥିଲା 

ଉଲ୍ଲେଖନୀୟ କଥା ହେଉଛି, ମାର୍ଚ୍ଚ ୨୦୧୮ରେ କେନ୍ଦ୍ର ସରକାର ଅବସର ପରେ TA କ୍ଲେମର ସମୟସୀମାକୁ ୧ ବର୍ଷରୁ ୬୦ ଦିନକୁ ହ୍ରାସ କରିଥିଲେ । ଅର୍ଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅନେକ ସରକାରୀ ବିଭାଗ ଏହି ସମୟସୀମା ବୃଦ୍ଧି କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ, ଯାହା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ଅଧିକ ପଢ଼ନ୍ତୁ:-ପୁଣି ଟେନସନ୍ ବଢ଼ାଇଲା କୋରୋନା! ଏହି ୩ଟି ରାଜ୍ୟରେ ମିଳିଲା ଡେଲଟା ପ୍ଲସ୍ ଭାରିଆଣ୍ଟ

ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଏହି ତାରିଖରେ ହେବ ବଡ଼ ବୈଠକ

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା, ଏହାର ବକେୟା ରାଶି ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଜୁନ ୨୬ରେ ଜାତୀୟ ପରିଷଦ ଜେସିଏମ୍ (National council JCM) ର ପ୍ରତିନିଧି ଓ ମୋଦି ସରକାରୀଙ୍କ  Department of Personnel & Training ର ଅଧିକାରୀଙ୍କ ମଧ୍ୟରେ ବଡ଼ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ମୋଟ ଫ୍ରିଜ୍ ମହଙ୍ଗା ଭତ୍ତା ସହିତ ମୋଟ ୨୯ଟି ବିଷୟ ଉପରେ ଆଲୋଚନା କରାଯିବ । ଯଦି ବୈଠକ ସକରାତ୍ମକ ହୁଏ, ତେବେ କେନ୍ଦ୍ର କର୍ମଚାରୀଙ୍କ ଅନେକ ଦାବି ପୂରଣ ହେବ ।

ଆପଣଙ୍କୁ କହି ରଖୁଛୁ ଯେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ଜାନୁଆରୀ ୨୦୨୦, ଜୁଲାଇ ୨୦୨୦ ଏବଂ ଜାନୁୟାରୀ ୨୦୨୧ର DA ଓ DR ଉପରେ ରୋକ ଲଗାଇଦେଇଥିଲେ । ବର୍ତ୍ତମାନ ସରକାର ସ୍ପଷ୍ଟ କରିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୧ରେ ପୁଣି ମହଙ୍ଗା ଭତ୍ତା ମିଳିବା ଆରମ୍ଭ ହୋଇଯିବ । ଯାହାକି ଲକ୍ଷ ୪୮ କେନ୍ଦ୍ର କର୍ମଚାରୀ ଓ ଲକ୍ଷ ୬୭ ଲକ୍ଷ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର । ମିଡିଆ ରିପୋର୍ଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କର୍ମଚାରୀମାନେ ୧୭ ପ୍ରତିଶତ ହାରରେ DA, DR ପାଉଛନ୍ତି । ଯାହା ୨୮ ପ୍ରତିଶତକୁ ବୃଦ୍ଧି ପାଇପାରେ ।