ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର, ଏହି ଉପହାର ଦେବାକୁ ଯାଉଛନ୍ତି ମୋଦି ସରକାର
Advertisement
Article Detail0/zeeodisha/odisha795522

ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର, ଏହି ଉପହାର ଦେବାକୁ ଯାଉଛନ୍ତି ମୋଦି ସରକାର

ରେଳବାଇ ବୋର୍ଡର ଚେୟାରମ୍ୟାନ୍ ତଥା ସିଇଓ ବିନୋଦ କୁମାର ଯାଦବ (Railway Board Chairman and CEO Vinod Kumar Yadav) ଏହାକୁ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲଞ୍ଚ କରିଛନ୍ତି । ଏହା ଦ୍ୱାରା କର୍ମଚାରୀଙ୍କ ସହ ପେନସନଭୋଗୀମାନେ ମଧ୍ୟ ଉପକୃତ ହେବେ ।

ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର, ଏହି ଉପହାର ଦେବାକୁ ଯାଉଛନ୍ତି ମୋଦି ସରକାର

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Pensioners, Central Government employees: ଭାରତୀୟ ରେଳବାଇର କର୍ମଚାରୀମାନେ ବର୍ତ୍ତମାନ ଅନଲାଇନରେ ପ୍ରୋଭିଡେଣ୍ଟ ଫଣ୍ଡ (PF) ସହ ଜଡିତ ଅନେକ କାର୍ଯ୍ୟ କରିବାକୁ ସକ୍ଷମ ହେବେ । ରେଳବାଇ (Indian Railways) ଡିଜିଟାଲ୍ ମାନବ ସମ୍ବଳ ପରିଚାଳନା (HRMS) ସିଷ୍ଟମ୍ ଆରମ୍ଭ କରିଛି । ଉନ୍ନତ ଉତ୍ପାଦକତା ଓ କର୍ମଚାରୀଙ୍କ ସନ୍ତୁଷ୍ଟି ପାଇଁ ଏହି ସିଷ୍ଟମ୍ ସଂପୂର୍ଣ୍ଣ ଅନ୍ଲାଇନରେ କାର୍ଯ୍ୟ କରିବ । ରେଳବାଇ ବୋର୍ଡର ଚେୟାରମ୍ୟାନ୍ ତଥା ସିଇଓ ବିନୋଦ କୁମାର ଯାଦବ (Railway Board Chairman and CEO Vinod Kumar Yadav) ଏହାକୁ ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲଞ୍ଚ କରିଛନ୍ତି । ଏହା ଦ୍ୱାରା କର୍ମଚାରୀଙ୍କ ସହ ପେନସନଭୋଗୀମାନେ ମଧ୍ୟ ଉପକୃତ ହେବେ ।

ଅଧିକ ପଢ଼ନ୍ତୁ:-ଚୀନରୁ ବ୍ୟାପି ନାହିଁ କୋରୋନା ଭୂତାଣୁ, ଏହା କହିବା ଅତ୍ୟନ୍ତ କଷ୍ଟକର: WHO

ଏକ ଆଧିକାରୀକ ବୟାନରେ କୁହାଯାଇଛି ଯେ, ଏହି ପଦକ୍ଷେପ ରେଳ ବ୍ୟବସ୍ଥାର ଦକ୍ଷତା ଓ ଉତ୍ପାଦକତାରେ ଉନ୍ନତି ଆଣିବା ପାଇଁ ଉଦ୍ଦିଷ୍ଟ ଏବଂ ଏହା ଭାରତକୁ ଏକ ଡିଜିଟାଲ୍ ସଶକ୍ତ ସମାଜ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ହାସଲ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଏଗୁଡ଼ିକର ପୃଥକ ପୃଥକ ମଡ୍ୟୁଲ୍ ବ୍ୟବସ୍ଥା କରାଯାଇଛି । ସେଥିମଧ୍ୟରୁ ଗୋଟିଏ ହେଉଛି PF ଆଡଭାନ୍ସ ମଡ୍ୟୁଲ୍, ଯାହା କର୍ମଚାରୀମାନଙ୍କୁ ସେମାନଙ୍କର PF ବାଲାନ୍ସ ଯାଞ୍ଚ କରିବାକୁ ଏବଂ PF ଆଡଭାନ୍ସ ପାଇଁ ଅନଲାଇନରେ ଆବେଦନ କରିବାକୁ ଅନୁମତି ଦେଇଥାଏ । ଅନଲାଇନ୍ ଯୋଗୁଁ ପ୍ରକ୍ରିୟା ଠିକ୍ ସମୟରେ ଶେଷ ହେବ । ଅର୍ଥାତ୍ କର୍ମଚାରୀମାନେ ଘରେ ବସି ପିଏଫ୍ ଆଡଭାନ୍ସ ପାଇଁ ଆବେଦନ କରିପାରିବେ । ରେଳୱେ ଅନୁଯାୟୀ, ଏହାର ସବୁଠାରୁ ବଡ ହିତାଧିକାରୀ ଅବସରପ୍ରାପ୍ତ କର୍ମଚାରୀ ହେବେ ।

ଅଧିକ ପଢ଼ନ୍ତୁ:-ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛି ଚୀନ! ମୃତ୍ୟୁକୁ ଭୟ ନ କରିବାକୁ ସୈନ୍ୟଙ୍କୁ ପରାମର୍ଶ ଦେଲେ ଜିନପିଙ୍ଗ

ସେପଟେ ବର୍ତ୍ତମାନ କୋରୋନା ସଙ୍କଟ ଯୋଗୁଁ ସରକାର ଜୁନ୍ ୨୦୨୧ ଯାଏ ମହଙ୍ଗା ଭତ୍ତା ବୃଦ୍ଧିକୁ ରୋକି ଦେଇଛନ୍ତି । କର୍ମଚାରୀମାନଙ୍କୁ ପୂର୍ବ ହାରରେ ୧୭ ପ୍ରତିଶତ DA ଦିଆଯାଉଛି । କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (DA) ଚଳିତ ବର୍ଷ ବୃଦ୍ଧି ପାଇବ ନାହିଁ ।