ଦଶହରା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର, ବଢ଼ିବ ମହଙ୍ଗା ଭତ୍ତା!
Advertisement
Article Detail0/zeeodisha/odisha1338414

ଦଶହରା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର, ବଢ଼ିବ ମହଙ୍ଗା ଭତ୍ତା!

DA Hike: କେନ୍ଦ୍ର କର୍ମଚାରୀମାନେ ମହଙ୍ଗା ଭତ୍ତାରେ ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଏହା ଉପରେ କୌଣସି ଅପଡେଟ୍ ମିଳିନାହିଁ । ତେବେ ସରକାର ନିଶ୍ଚିତ ଭାବରେ ସ୍ପଷ୍ଟ କରିଛନ୍ତି ଯେ ଅଷ୍ଟମ ବେତନ ଆୟୋଗ (8th Pay Commission) ବର୍ତ୍ତମାନ ଆସିବ ନାହିଁ ।

ଦଶହରା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର, ବଢ଼ିବ ମହଙ୍ଗା ଭତ୍ତା!

ନୂଆଦିଲ୍ଲୀ: 7th Pay Commission, DA Hike: ପାର୍ବଣ ଋତୁ ପୂର୍ବରୁ ରାଜ୍ୟଗୁଡ଼ିକ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରି ସେମାନଙ୍କ କର୍ମଚାରୀମାନ (Government Employees) ଙ୍କୁ ଉପହାର ଦେଇସାରିଛନ୍ତି । ବର୍ତ୍ତମାନ କେନ୍ଦ୍ର କର୍ମଚାରୀମାନେ (Central Government Employees) ସେମାନଙ୍କର ମହଙ୍ଗା ଭତ୍ତା ବୃଦ୍ଧି (DA Hike) କୁ ଅପେକ୍ଷା କରିବସିଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର (Central Government) ଖୁବ୍ ଶୀଘ୍ର କର୍ମଚାରୀଙ୍କ ଡିଏ ବୃଦ୍ଧି କରିପାରନ୍ତି । ସରକାର ଗତ ମାର୍ଚ୍ଚ ୨୦୨୨ରେ କେନ୍ଦ୍ର କର୍ମଚାରୀଙ୍କ DA ବୃଦ୍ଧି କରିଥିଲେ । ସେତେବେଳେ କର୍ମଚାରୀଙ୍କ ଡିଏରେ ୩ ପ୍ରତିଶତ ବୃଦ୍ଧି ଘଟିଥିଲା । ଏହି କାରଣରୁ ଡିଏକୁ ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ କେନ୍ଦ୍ର କର୍ମଚାରୀଙ୍କୁ ୩୪ ପ୍ରତିଶତ ହାରରେ ଡିଏ ପ୍ରଦାନ କରାଯାଉଛି ।

ଯଦି ରିପୋର୍ଟଗୁଡିକ ବିଶ୍ୱାସ କରାଯାଏ, ତେବେ ସେପ୍ଟେମ୍ବର ଶେଷ ସପ୍ତାହରେ କର୍ମଚାରୀଙ୍କ DA ବୃଦ୍ଧି ନେଇ କେନ୍ଦ୍ରର ମୋଦି ସରକାର (Modi Govt) ନିଷ୍ପତ୍ତି ନେଇପାରନ୍ତି । କୁହାଯାଉଛି ଯେ ଏଥର ଡିଏକୁ ୪ ପ୍ରତିଶତ ବୃଦ୍ଧି କରାଯାଇପାରେ ଓ ଦଶହରା ପୂର୍ବରୁ ସରକାର କର୍ମଚାରୀମାନଙ୍କୁ ଏହି ଉପହାର ଦେଇପାରନ୍ତି । ଅକ୍ଟୋବର ୧ରୁ କେନ୍ଦ୍ରୀୟ କର୍ମଚାରୀମାନେ ମହଙ୍ଗା ଭତ୍ତା ସହିତ ଦରମା ପାଇବେ ବୋଲି ଆଶା କରାଯାଉଛି ।

କେନ୍ଦ୍ର କର୍ମଚାରୀମାନେ ମହଙ୍ଗା ଭତ୍ତାରେ ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଏହା ଉପରେ କୌଣସି ଅପଡେଟ୍ ମିଳିନାହିଁ । ତେବେ ସରକାର ନିଶ୍ଚିତ ଭାବରେ ସ୍ପଷ୍ଟ କରିଛନ୍ତି ଯେ ଅଷ୍ଟମ ବେତନ ଆୟୋଗ (8th Pay Commission) ବର୍ତ୍ତମାନ ଆସିବ ନାହିଁ । AICPI-IW (All India Consumer Price Index- Industrial Worker) ର ପ୍ରଥମ ଛଅ ମାସର ତଥ୍ୟ ପ୍ରକାଶ କରିଥିଲା । ଏଥିରେ ସୂଚକାଙ୍କ ୦.୨ ପଏଣ୍ଟ ବୃଦ୍ଧି ପାଇ ୧୨୯.୯ରେ ପହଞ୍ଚିଛି । କର୍ମଚାରୀଙ୍କ ମହଙ୍ଗା ଭତ୍ତା ସ୍ଥିର କରିବାକୁ ସରକାର ଏହି ସୂଚୀର ତଥ୍ୟ ବ୍ୟବହାର କରନ୍ତି । ସୂଚକାଙ୍କ ବୃଦ୍ଧି ଯୋଗୁଁ ଡିଏରେ ୪ ପ୍ରତିଶତ ବୃଦ୍ଧି ଘଟିଛି । ବିଶେଷଜ୍ଞମାନେ ଦାବି କରୁଛନ୍ତି ଯେ, ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯିବ । ଯାହା ଫଳରେ ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀ ଏହାର ଲାଭ ପାଇବେ ।

ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିବା ପରେ କେନ୍ଦ୍ର କର୍ମଚାରୀଙ୍କ ମୋଟ ମହଙ୍ଗା ଭତ୍ତା ୩୮ ପ୍ରତିଶତରେ ପହଞ୍ଚିବ । ସେପ୍ଟେମ୍ବର ୨୦୨୨ର ବେତନରେ ନୂତନ ଡିଏ ପ୍ରଦାନ କରାଯିବ । ଏଥିରେ ଜୁଲାଇ ଓ ଅଗଷ୍ଟ ଦୁଇ ମାସର ବକେୟା ଟଙ୍କା ମଧ୍ୟ ଆସିବ । ଜୁଲାଇ ୧, ୨୦୨୨ରୁ ନୂତନ ମହଙ୍ଗା ଭତ୍ତା ଲାଗୁ ବୋଲି ମନେ କରାଯିବ । ମୋଟାମୋଟି ଭାବେ ନବରାତ୍ରୀ ସମୟରେ ସରକାର ଏହାକୁ ପ୍ରଦାନ କରିବେ । ଏହା କର୍ମଚାରୀଙ୍କୁ ବଡ଼ ରିହାତି ପ୍ରଦାନ କରିବ । ଏହା ଦ୍ୱାରା ସେମାନଙ୍କୁ ମୋଟା ଅଙ୍କର ଦରମା ମଧ୍ୟ ମିଳିବ ।

ଏଠାରେ କହି ରଖୁଛୁ ଯେ, ସପ୍ତମ ବେତନ ଆୟୋଗର ସର୍ବନିମ୍ନ ବେସିକ ଦରମା ହେଉଛି ୧୮,୦୦୦ ଟଙ୍କା ଓ କ୍ୟାବିନେଟ ସଚିବ ସ୍ତରରେ ୫୬,୯୦୦ ଟଙ୍କା ହୋଇଥାଏ । ୩୮ ପ୍ରତିଶତ ଅନୁଯାୟୀ, ୧୮୦୦୦ ଟଙ୍କା ବେତନ ଉପରେ ବାର୍ଷିକ ଡିଏର ମୋଟ ବୃଦ୍ଧି ୬,୮୪୦ ଟଙ୍କା ମିଳିବ । ମୋଟ ଡିଏ ମାସକୁ ୭୨୦ ଟଙ୍କା ବୃଦ୍ଧି ପାଇବ । ସର୍ବାଧିକ ବେସିକ ବେତନ ବ୍ରାକେଟ୍ ଉପରେ ୫୬,୯୦୦ ଟଙ୍କା ଉପରେ ବାର୍ଷିକ ମହଙ୍ଗା ଭତ୍ତାର ମୋଟ ବୃଦ୍ଧି ୨୭,୩୧୨ ଟଙ୍କା ହେବ । ୩୪ ପ୍ରତିଶତ ତୁଳନାରେ ଏହି ବେତନ ତାଲିକାରେ ଥିବା ବ୍ୟକ୍ତିମାନେ ୨,୨୭୬ ଟଙ୍କା ଅଧିକ ପାଇବେ ।

ଏହା ବି ପଢ଼ନ୍ତୁ:-୨୦୨୪ରେ ପିଏମ ମୋଦିଙ୍କ ସାମ୍ନାରେ କିଏ ହେବେ ଚେହେରା? ବିରୋଧୀ ଏହି ଫର୍ମୂଲାରୁ କରିବେ ସ୍ଥିର

ଏହା ବି ପଢ଼ନ୍ତୁ:-ମିଶନ୍ ୨୦୨୪: ବିଜେପିକୁ ମାତ୍ ଦେବା ପାଇଁ ଜେଡିୟୁର ମାଷ୍ଟର ପ୍ଲାନ, ବିରୋଧୀଙ୍କୁ ଏକଜୁଟ କରିବେ ନୀତିଶ କୁମାର; କିନ୍ତୁ ପ୍ରଧାନମନ୍ତ୍ରୀ ପଦ...

ଏହା ବି ପଢ଼ନ୍ତୁ:-ଏହି ନେତାଙ୍କ ବଡ଼ ପ୍ରତିଶୃତି, ୨୦୨୪ରେ ଜିତିଲେ ସାରା ଦେଶର ଚାଷୀଙ୍କୁ ଦେବେ ମାଗଣା ବିଜୁଳି-ପାଣି

ସୂଚନାଯୋଗ୍ୟ, ବିଗତ ମାର୍ଚ୍ଚ ମାସରେ ମୋଦି ସରକାର କର୍ମଚାରୀଙ୍କ ଡିଏକୁ ତିନି ପ୍ରତିଶତ ବୃଦ୍ଧି କରିଥିଲେ । ଏହି ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡିଏ ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଅନୁମାନ କରାଯାଉଛି ଯେ ପୁଣି ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହୋଇପାରେ । ଯଦି ଏଥିରେ ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ କେନ୍ଦ୍ର କର୍ମଚାରୀଙ୍କ ଡିଏ ୩୪ ପ୍ରତିଶତରୁ ୩୮ ପ୍ରତିଶତକୁ ବୃଦ୍ଧି ପାଇବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ୪୭ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀଙ୍କୁ ଲାଭ ପହଞ୍ଚାଇବ ।