ଭାରତର ଏହି ୯ ଘାତକ କମାଣ୍ଡୋ ଫୋର୍ସର ନାଁ ଶୁଣିବା ମାତ୍ରେ ଭୟରେ ଥରି ଉଠିଥାଆନ୍ତି ଶତ୍ରୁ, ଜାଣନ୍ତୁ ଏମାନଙ୍କ ବିଷୟରେ ସବୁକିଛି
Advertisement
Article Detail0/zeeodisha/odisha1086628

ଭାରତର ଏହି ୯ ଘାତକ କମାଣ୍ଡୋ ଫୋର୍ସର ନାଁ ଶୁଣିବା ମାତ୍ରେ ଭୟରେ ଥରି ଉଠିଥାଆନ୍ତି ଶତ୍ରୁ, ଜାଣନ୍ତୁ ଏମାନଙ୍କ ବିଷୟରେ ସବୁକିଛି

ଆଜି ଆମେ ଦେଶର ସବୁଠାରୁ ଘାତକ, ଶକ୍ତିଶାଳୀ ଏବଂ ବୁଦ୍ଧିମାନ କମାଣ୍ଡୋ ଫୋର୍ସ ବିଷୟରେ କହିବାକୁ ଯାଉଛୁ । ଏହି ଫୋର୍ସର ନାମ ଶୁଣିବା ମାତ୍ରେ ଶତ୍ରୁ ଛାତିରେ ଛନକା ପଶିଥାଏ । ଏହି ସମସ୍ତ ପୋର୍ସ ହେଉଛନ୍ତି ଭାରତର ଗର୍ବ ଓ ଗୌରବ ।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: Indian Special Forces: ଭାରତୀୟ ସେନ୍ୟ ବାହିନୀ ଦୁନିଆର ସର୍ବୋତ୍ତମ ଓ ଶକ୍ତିଶାଳୀ ସୈନ୍ୟମାନଙ୍କ ମଧ୍ୟରୁ ଅନ୍ୟତମ । ଆପଣ ଜାଣିଥିବେ ଯେ ଦେଶରେ ତିନୋଟି ସୈନ୍ୟବାହିନୀ ଯଥା ସ୍ଥଳ ସେନା, ବାୟୁସେନା, ନୌସେନା ରହିଛି । କିନ୍ତୁ ଏମାନଙ୍କ ବ୍ୟତୀତ ଦେଶରେ କିଛି ସ୍ୱତନ୍ତ୍ର କମାଣ୍ଡୋ ଫୋର୍ସ ଅଛନ୍ତି, ଯେଉଁମାନେ ଲୋକଙ୍କ ସୁରକ୍ଷା ପାଇଁ ନିଜ ଜୀବନର ବଳିଦାନ ଦେବାକୁ ପଛଘୁଞ୍ଚା ମଧ୍ୟ ଦିଅନ୍ତି ନାହିଁ । ଜରୁରୀକାଳୀନ ପରିସ୍ଥିତିରେ ଆକ୍ସନ ପ୍ଲାନ୍ ପାଇଁ ଏହି ସ୍ୱତନ୍ତ୍ର କମାଣ୍ଡୋ ଫୋର୍ସ  ସାହାଯ୍ୟ କରିବାକୁ ପ୍ରସ୍ତୁତ ରୁହନ୍ତ । ଆଜି ଆମେ ଦେଶର ସବୁଠାରୁ ଘାତକ, ଶକ୍ତିଶାଳୀ ଏବଂ ବୁଦ୍ଧିମାନ କମାଣ୍ଡୋ ଫୋର୍ସ ବିଷୟରେ କହିବାକୁ ଯାଉଛୁ । ଏହି ଫୋର୍ସର ନାମ ଶୁଣିବା ମାତ୍ରେ ଶତ୍ରୁ ଛାତିରେ ଛନକା ପଶିଥାଏ । ଏହି ସମସ୍ତ ପୋର୍ସ ହେଉଛନ୍ତି ଭାରତର ଗର୍ବ ଓ ଗୌରବ ।

କୋବ୍ରା କମାଣ୍ଡୋ (Cobra Commando)

କୋବ୍ରା କମାଣ୍ଡୋ (Cobra Commando) ଙ୍କ ନାମ ଏହି ତାଲିକାରେ ଏକ ନମ୍ବରରେ ଆସେ । COBRA ର ସମ୍ପୂର୍ଣ୍ଣ ନାମ ହେଉଛି କମାଣ୍ଡୋ ବାଟାଲିଅନ୍ ଫର୍ ରିଜୋଲ୍ୟୁଟ୍ ଆକ୍ସନ୍ (Commando Battalion For Resolute Action) । ଆପଣଙ୍କୁ କହି ରଖୁଛୁ ଯେ ଏହା ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ (CRPF-Central Reserve Police Force) ର ଏକ ସ୍ୱତନ୍ତ୍ର ୟୁନିଟ୍ । କୋବ୍ରା କମାଣ୍ଡୋ ଗରିଲା ଯୁଦ୍ଧ ଓ ଜଙ୍ଗଲର ବିପଜ୍ଜନକ ପରିବେଶରେ ବଞ୍ଚିବା ପାଇଁ ଜଣାଶୁଣା । ନକ୍ସଲମାନଙ୍କ ସହିତ ମୁକାବିଲା କରିବାକୁ ଏମାନଙ୍କୁ ପ୍ରସ୍ତୁତ କରାଯାଏ । କେବଳ ଏତିକି ନୁହେଁ, ଅନେକ ଦେଶର ସେନା ସୈନିକମାନେ କୋବ୍ରା କମାଣ୍ଡୋଙ୍କଠାରୁ ତାଲିମ ନେବାକୁ ଆସନ୍ତି ।

ଫୋର୍ସ ୱାନ୍ (Force One)

ଫୋର୍ସ ୱାନ (Force One) କମାଣ୍ଡୋ ମହାରାଷ୍ଟ୍ର ସରକାରଙ୍କ ପାଇଁ କାମ କରନ୍ତି । ଏହି ଫୋର୍ସର ଗଠନ ମୁମ୍ବାଇ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ୨୦୧୦ରେ ଗଠନ କରାଯାଇଥିଲା । ଫୋର୍ସ ୱାନ୍ କମାଣ୍ଡୋମାନେ କେବଳ ରାଜ୍ୟକୁ ପ୍ରତ୍ୟେକ ବିପଦରୁ ରକ୍ଷା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ନୁହଁନ୍ତି, ବରଂ ସେମାନଙ୍କ ହାତରେ ବହୁ ରାଜନେତା ତଥା ସେଲିବ୍ରିଟିଙ୍କ ସୁରକ୍ଷା ଦାୟିତ୍ୱ  ରହିଥାଏ ।

ସ୍ପେଶାଲ୍ ଫ୍ରଣ୍ଟିଅର୍ ଫୋର୍ସ (Special Frontier Force)

ଏହା ଏକ ପାରାମିଲିଟାରୀ ସ୍ପେଶାଲ ଫୋର୍ସ ଯାହାର ଗଠନ ଭାରତ-ଚୀନ ଯୁଦ୍ଧ ସମୟରେ ୧୯୬୨ ମସିହାରେ ହୋଇଥିଲା । ସ୍ପେଶାଲ୍ ଫ୍ରଣ୍ଟିଅର୍ ଫୋର୍ସ (Special Frontier Force ) ସ୍ୱତନ୍ତ୍ର ଅନୁସନ୍ଧାନ କାର୍ଯ୍ୟ, ସିଧା କାର୍ଯ୍ୟାନୁଷ୍ଠାନ, ବନ୍ଧକ ଉଦ୍ଧାର, ଆତଙ୍କବାଦର ମୁକାବିଲା, ଅଣପାରମ୍ପରିକ ଯୁଦ୍ଧ ଏବଂ ଗୁପ୍ତ ଅପରେସନରେ ନିୟୋଜିତ ହୋଇଥାନ୍ତି । ଏହି ଫୋର୍ସ RAW ସହିତ ସମନ୍ୱୟ ରକ୍ଷା କରି ନିଜର କାର୍ଯ୍ୟ କରିଥାଏ ।

ଗରୁଡ଼ କମାଣ୍ଡୋ ଫୋର୍ସ  (Garud Commando Force) 

ଗରୁଡ଼ କମାଣ୍ଡୋ ଫୋର୍ସ  (Garud Commando Force) କୁ  ଭାରତୀୟ ବାୟୁସେନା କଠୋର ତାଲିମ ଦେଇ ପ୍ରସ୍ତୁତ କରିଥାଏ । ପାଣି, ବାୟୁ ଏବଂ ରାତିରେ ଆକ୍ରମଣ କରିବା ପାଇଁ ଗରୁଡ଼ ଯବାନଙ୍କର ଏକ ଅନନ୍ୟ କ୍ଷମତା ଅଛି । ଯଦି କୌଣସି ଭାରତୀୟ ବାୟୁସେନା ବେସରେ ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଏହି ଦଳ ତୁରନ୍ତ ଜବାବ ଦେଇଥାଏ ।

NSG କମାଣ୍ଡୋ (NSG Commando)

ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ଅର୍ଥାତ୍ NSG (National Security Guard) ୧୯୬୮ରେ ଗଠନ କରାଯାଇଥିଲା । NSG ରେ ମନୋନୀତ ହୋଇଥିବା ଯବାନମାନେ ତିନି ସେବା, ପୋଲିସ୍ ଏବଂ ପାରାମିଲିଟାରୀର ସର୍ବୋତ୍ତମ ଯବାନ ହୋଇଥାଏ ।

SPG କମାଣ୍ଡୋ (SPG Commando)

ଆପଣ ନିଶ୍ଚିତ ଭାବରେ PM ର ଚାରିପାଖରେ SPG ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍ ର ଯବାନମାନଙ୍କୁ ଦେଖିଥିବେ । ଏସପିଜିର ଯବାନମାନେ ବହୁତ ସ୍ମାର୍ଟ ଓ ବୁଦ୍ଧିମାନ ଅଟନ୍ତି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଏସପିଜିଙ୍କ ହାତରେ ରହିଛି । ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଏସପିଜି ଗଠନ କରାଯାଇଥିଲା ।

ମରୀନ କମାଣ୍ଡୋ (Marine Commando)

ମରୀନ କମାଣ୍ଡୋଙ୍କୁ ମାର୍କୋସ୍ (MARCOS) ମଧ୍ୟ କୁହାଯାଏ । ଏହା ହେଉଛି ଭାରତୀୟ ନୌସେନାର ଘାତକ ସ୍ପେଶାଲ ଫୋର୍ସ । ମାର୍କୋସ୍ ଭାରତୀୟ ନୌସେନାର ସ୍ୱତନ୍ତ୍ର କମାଣ୍ଡୋ  ହୋଇଥାଏ । ଯେଉଁମାନଙ୍କୁ ଜଳ, ସ୍ଥଳ ଏବଂ ବାୟୁରେ ଲଢ଼ିବା ପାଇଁ ସ୍ୱତନ୍ତ୍ର ତାଲିମ ଦିଆଯାଏ ।

ଏହା ବି ପଢ଼ନ୍ତୁ:-ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଲା ଏହି ୱେବ୍ ସିରିଜ, ପାରା ବଢ଼ାଉଛି 'କବିତା ଭାବି'ଙ୍କ ଏହି ହଟ୍ ଅନ୍ଦାଜ୍

ଏହା ବି ପଢ଼ନ୍ତୁ:-ଆପଣଙ୍କ କଳ୍ପନାଠାରୁ ଅଧିକ ବୋଲ୍ଡ ଏହି ୱେବ୍ ସିରିଜର 'ଲଳିତା ଭାଭି', ଫଟୋ ଦେଖି ଉଡ଼ିଯିବ ଆପଣଙ୍କ ହୋଶ୍!

ପାରା କମାଣ୍ଡୋ (Para Commando)

ପାରା କମାଣ୍ଡୋ (Para Commando) ହେଉଛି ଭାରତୀୟ ସେନାର ସର୍ବୋତ୍ତମ ସ୍ପେଶାଲ୍ ଫୋର୍ସ । ଏଥିରେ ଶାରୀରିକ ଭାବେ ଫିଟ, ମାନସିକ ଭାବେ ଶକ୍ତିଶାଳୀ, ବୁଦ୍ଧିମାନ ଏବଂ ଦେଶ ପାଇଁ କିଛି ମଧ୍ୟ କରିବା ପାଇଁ ପ୍ରସ୍ତୁତ ଥିବା  ପ୍ରାର୍ଥୀଙ୍କୁ ହିଁ ଚୟନ କରାଯାଇଥାଏ । ଏମାନେ ୧୯୭୧ ଓ ୧୯୯୯ରେ ପାକିସ୍ତାନ ସହିତ ଯୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହାସହ ୧୯୮୪ର ଅପରେସନ୍ ବ୍ଲୁ ଷ୍ଟାରରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

SWAT

SWAT ଅର୍ଥାତ ସ୍ପେଶାଲ ୱେପନ ଆଣ୍ଡ୍ ଟେକ୍ଟିକ୍ସ ହେଉଛି ଦିଲ୍ଲୀ ପୋଲିସର ସ୍ପେଶାଲ କମାଣ୍ଡୋ ଫୋର୍ସ । SWAT ଦିଲ୍ଲୀ ପୋଲିସ କମିଶନରଙ୍କ ନିକଟରେ ଉତ୍ତରଦାୟୀ । ଏହାର ଗଠନ ୨୦୦୯ରେ କରାଯାଇଥିଲା ।