ଦୁନିଆରେ ପ୍ରଥମ ଥର ପାଇଁ ଜଣେ ମହିଳା ଏକାସାଙ୍ଗରେ କୋରୋନାର ଦୁଇ ଭାରିଆଣ୍ଟ ଦ୍ୱାରା ହେଲେ ସଂକ୍ରମିତ, ୫ ଦିନରେ ମୃତ୍ୟୁ
Advertisement

ଦୁନିଆରେ ପ୍ରଥମ ଥର ପାଇଁ ଜଣେ ମହିଳା ଏକାସାଙ୍ଗରେ କୋରୋନାର ଦୁଇ ଭାରିଆଣ୍ଟ ଦ୍ୱାରା ହେଲେ ସଂକ୍ରମିତ, ୫ ଦିନରେ ମୃତ୍ୟୁ

ଯେତେବେଳେ ଡାକ୍ତରୀ କର୍ମଚାରୀମାନେ ତାଙ୍କ ଶରୀରକୁ ଯାଞ୍ଚ କରିଥିଲେ, ସେମାନେ ଜାଣିବାକୁ ପାଇଲେ ଯେ ସେ ଉଭୟ ଆଲଫା (Alpha Strain) ଓ ବିଟା ଷ୍ଟ୍ରେନ (Beta Strain) ରେ ସଂକ୍ରମିତ ଥିଲେ । ଆଲଫା ଷ୍ଟ୍ରେନ୍ ବ୍ରିଟେନରେ ଉତ୍ପନ୍ନ ହୋଇଥିଲା ଏବଂ ବିଟା ଷ୍ଟ୍ରେନ୍ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ମିଳିଥିଲା ​।

ଦୁନିଆରେ ପ୍ରଥମ ଥର ପାଇଁ ଜଣେ ମହିଳା ଏକାସାଙ୍ଗରେ କୋରୋନାର ଦୁଇ ଭାରିଆଣ୍ଟ ଦ୍ୱାରା ହେଲେ ସଂକ୍ରମିତ, ୫ ଦିନରେ ମୃତ୍ୟୁ

ନୂଆଦିଲ୍ଲୀ: ବେଲଜିୟମ (Belgium) ରେ ଜଣେ ମହିଳା କୋରାନାର ଦୁଇଟି ଅଲଗା ଅଲଗା ଭାରିଆଣ୍ଟ (Coronavirus Variants) ରେ ସଂକ୍ରମିତ ହେବା ପରେ ମୃତ୍ୟୁ ବରଣ କରିଛନ୍ତି । ବୈଜ୍ଞାନିକମାନେ ଖୁଲାସା କରିଛନ୍ତି ଯେ କୋରୋନା (COVID-19) ରେ ଅସୁସ୍ଥ ହେବା ପରେ ମୃତ୍ୟୁବରଣ କରିଥିବା ୯୦ ବର୍ଷୀୟ ମହିଳା ଗୋଟିଏ ସମୟରେ ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାର ଭାରିଆଣ୍ଟ ବା ପ୍ରକାର (Britain and South Africa Variants) ରେ ସଂକ୍ରମିତ ହୋଇଥିଲେ । ଯାହା ପରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଅଧିକ ପଢ଼ନ୍ତୁ:-ଏହି ଖାସ୍ ନମ୍ୱରର ଯେକୌଣସି ନୋଟ୍ ଆପଣଙ୍କୁ କରିପାରେ ଲକ୍ଷପତି! ଜାଣନ୍ତୁ କିପର...

ମୃତ ବୃଦ୍ଧ ମହିଳା ଏକାକୀ ରହୁଥିଲେ ଏବଂ ଜଣେ ନର୍ସଙ୍କ ମାଧ୍ୟମରେ ଘରେ ନିଜର ଯତ୍ନ ନେଉଥିଲେ । ରିପୋର୍ଟ ଅନୁଯାୟୀ, ଏହି ମହିଳାଙ୍କୁ କୋରୋନାର ଗୋଟିଏ ବି ଟିକା (Corona Vaccine) ମିଳିନଥିଲା । ମାର୍ଚ୍ଚରେ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ବେଲଜିୟମର ଆଲଷ୍ଟ ସହରର OLV ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ବୃଦ୍ଧା ମହିଳାଙ୍କ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ସେ କୋରୋନା ପଜିଟିଭ୍ (COVID-19 Positive) ଥିବା ଜଣାପଡିଥିଲା । ପ୍ରାରମ୍ଭରେ, ମହିଳାଙ୍କ ଅମ୍ଳଜାନ ସ୍ତର ଭଲ ଥିଲା କିନ୍ତୁ ତାଙ୍କ ଅବସ୍ଥା ଶୀଘ୍ର ଖରାପ ହେବାକୁ ଲାଗିଥିଲା ଏବଂ ପାଞ୍ଚ ଦିନ ପରେ ସେ ମୃତ୍ୟୁ ବରଣ କରିଥିଲେ ।

ଅଧିକ ପଢ଼ନ୍ତୁ:-ହସ୍ପିଟାଲର କୋଭିଡ ୱାର୍ଡରେ ଅଗ୍ନିକାଣ୍ଡ; ୫୨ ମୃତ, ୨୨ ଆହତ

ଯେତେବେଳେ ଡାକ୍ତରୀ କର୍ମଚାରୀମାନେ ତାଙ୍କ ଶରୀରକୁ ଯାଞ୍ଚ କରିଥିଲେ, ସେମାନେ ଜାଣିବାକୁ ପାଇଲେ ଯେ ସେ ଉଭୟ ଆଲଫା (Alpha Strain) ଓ ବିଟା ଷ୍ଟ୍ରେନ (Beta Strain) ରେ ସଂକ୍ରମିତ ଥିଲେ । ଆଲଫା ଷ୍ଟ୍ରେନ୍ ବ୍ରିଟେନରେ ଉତ୍ପନ୍ନ ହୋଇଥିଲା ଏବଂ ବିଟା ଷ୍ଟ୍ରେନ୍ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ମିଳିଥିଲା ​।

ଡାକ୍ତର ଓ ଅନୁସନ୍ଧାନକାରୀମାନେ ମନେ କରନ୍ତି ଯେ ଏହା ହେଉଛି ଏପରି ପ୍ରଥମ ଘଟଣା ଯାହା ପରେ ସେମାନେ ଚେତାବନୀ ଦେଇଛନ୍ତି ଯେ ଅନ୍ୟ ଲୋକମାନେ ଏକା ସମୟରେ କୋରୋନାର ଦୁଇଟି ଭାରିଆଣ୍ଟ ଦ୍ୱାରା ମଧ୍ୟ ସଂକ୍ରମିତ ହୋଇପାରନ୍ତି ଯାହା ଅତ୍ୟନ୍ତ ବିପଜ୍ଜନକ ଅଟେ ।

ଅଧିକ ପଢ଼ନ୍ତୁ:-କୋରୋନାର ତୃତୀୟ ଲହର ନିକଟତର, ଧାର୍ମିକ ଯାତ୍ରା-ପର୍ଯ୍ୟଟନକୁ କିଛି ଦିନ ପାଇଁ ବନ୍ଦ କରାଯାଉ: IMA

ଅନୁସନ୍ଧାନର ନେତୃତ୍ୱ ନେଇଥିବା OLV ହସ୍ପିଟାଲର ମଲିକୁଲାର ଜୀବବିଜ୍ଞାନୀ ଆନ୍ ଭେଙ୍କେରବର୍ଗେନ୍ କହିଛନ୍ତି ଯେ ଏହି ଦୁଇଟି ଭାରିଆଣ୍ଟ ସେହି ସମୟରେ ବେଲଜିୟମରେ ଉପସ୍ଥିତ ଥିଲା, ତେଣୁ ଏହି ସମ୍ଭାବନା ରହିଛି କି ମହିଳା ଜଣଙ୍କ ଭିନ୍ନ ଭିନ୍ନ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥାଇପାରନ୍ତି । ଦୁର୍ଭାଗ୍ୟବଶତଃ ସେ କିପରି ସଂକ୍ରମିତ ହୋଇଥିଲେ ତାହା ଆମେ ଜାଣି ନାହୁଁ । ଭେଙ୍କେରବର୍ଗେନ୍ କହିଛନ୍ତି ଯେ ରୋଗୀର ଅବସ୍ଥାରେ ଦ୍ରୁତ ଅବନତିରେ ସହ-ସଂକ୍ରମଣ ଏକ ଭୂମିକା ଗ୍ରହଣ କରିଛି କି ନାହିଁ ତାହା କହିବା କଷ୍ଟକର ।