'କାରରେ ବସାଇଲା ...ଚାପୁଡ଼ା ମାରିଲା...ଶେଷରେ କାଟି ଦେଲା ଗଳା', ପ୍ରସିଦ୍ଧ ହାସ୍ୟ ଅଭିନେତାଙ୍କୁ ହତ୍ୟା କରିବା ପୂର୍ବରୁ ଭିଡିଓ ଜାରି କଲା ତାଲିବାନ
Advertisement

'କାରରେ ବସାଇଲା ...ଚାପୁଡ଼ା ମାରିଲା...ଶେଷରେ କାଟି ଦେଲା ଗଳା', ପ୍ରସିଦ୍ଧ ହାସ୍ୟ ଅଭିନେତାଙ୍କୁ ହତ୍ୟା କରିବା ପୂର୍ବରୁ ଭିଡିଓ ଜାରି କଲା ତାଲିବାନ

ତାଲିବାନ ଆତଙ୍କୀମାନେ କାନ୍ଦାହାର ପ୍ରଦେଶରେ ସରକାରଙ୍କ ପାଇଁ କାର୍ଯ୍ୟ କରୁଥିବା ଲୋକଙ୍କୁ ଟ୍ରାକ କରିବା ଏବଂ ହତ୍ୟା କରିବା ପାଇଁ ଘର ଘର ବୁଲି ତଲାସୀ କରୁଛନ୍ତି ।

'କାରରେ ବସାଇଲା ...ଚାପୁଡ଼ା ମାରିଲା...ଶେଷରେ କାଟି ଦେଲା ଗଳା', ପ୍ରସିଦ୍ଧ ହାସ୍ୟ ଅଭିନେତାଙ୍କୁ ହତ୍ୟା କରିବା ପୂର୍ବରୁ ଭିଡିଓ ଜାରି କଲା ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନ (Afghanistan) ର ପ୍ରମୁଖ ଅଂଶ ଦଖଲ କରିବା ସହିତ ତାଲିବାନ (Taliban) ନିଜର ବର୍ବରତା ଦେଖାଇବା ଆରମ୍ଭ କରିଛି । କିଛି ଦିନ ପୂର୍ବରୁ ତାଲିବାନ ଦେଶର କାନ୍ଦାହାର ପ୍ରଦେଶର ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତା ନଜର ମହମ୍ମଦ (Nazar Mohammad) ଓରଫ ଖାସା ଜୱାନ (Khasha Zwan) ଙ୍କୁ ହତ୍ୟା କରିଥିଲା । ବର୍ତ୍ତମାନ ଆତଙ୍କୀ ସଂଗଠନ ହତ୍ୟା ପୂର୍ବର ଏକ ଭିଡିଓ ଜାରି କରିଛି ଯେଉଁଥିରେ ହାସ୍ୟ ଅଭିନେତାଙ୍କୁ ଚାପୁଡ଼ା ମାରିବାର ଦେଖିବାକୁ ମିଳୁଛି । ଯୁଦ୍ଧଗ୍ରସ୍ତ ଦେଶରେ ଲୋକଙ୍କ ମୁହଁରେ ହସ ଫୁଟାଉ ଥିବା ନଜର ମହମ୍ମଦଙ୍କୁ ତାଲିବାନ ଆତଙ୍କୀମାନେ ତାଙ୍କ ଘରୁ ଉଠାଇ ନେଇ ହତ୍ୟା କରିଥିଲେ ।

ତାଲିବାନ ଆତଙ୍କୀମାନେ କାନ୍ଦାହାର ପ୍ରଦେଶରେ ସରକାରଙ୍କ ପାଇଁ କାର୍ଯ୍ୟ କରୁଥିବା ଲୋକଙ୍କୁ ଟ୍ରାକ କରିବା ଏବଂ ହତ୍ୟା କରିବା ପାଇଁ ଘର ଘର ବୁଲି ତଲାସୀ କରୁଛନ୍ତି । ଆଫଗାନିସ୍ତାନର ଟୋଲୋ ନ୍ୟୁଜର ଏକ ସୂତ୍ରରୁ ପ୍ରକାଶ ଯେ, ନଜର ମହମ୍ମଦଙ୍କୁ ଘରୁ ଉଠାଇ ନେବା ପରେ ହତ୍ୟା କରାଯାଇଥିଲା । ଜୁଲାଇ ୨୩ରେ ତାଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପାଇଁ ତାଙ୍କ ପରିବାର ସଦସ୍ୟ ତାଲିବାନକୁ ଦାୟୀ କରିଛନ୍ତି । ତେବେ ଉଗ୍ର ଇସଲାମବାଦୀ ଗୋଷ୍ଠୀ ଏହି ଘଟଣାରେ ସାମିଲ ଥିବା କଥାକୁ ଅସ୍ୱୀକାର କରିଛି । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ହାସ୍ୟ ଅଭିନେତା ପୂର୍ବରୁ କାନ୍ଦାହାର ପୋଲିସ (Kandahar Police) ରେ କାମ କରୁଥିଲେ ।

fallback

ଅଧିକ ପଢ଼ନ୍ତୁ:-୬ କୋଟି କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର! PF ଖାତାରେ ଆସିବ ୮.୫ ପ୍ରତିଶତ ସୁଧର ଟଙ୍କା

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ତାଲିବାନ ଆତଙ୍କୀ ହାସ୍ୟ ଅଭିନେତା ନଜର ମହମ୍ମଦଙ୍କୁ କାରରେ ବସାନ୍ତି । ଏହାପରେ ଜଣେ ଆତଙ୍କୀ କାରରେ ବସିଥିବା ହାସ୍ୟ ଅଭିନେତାଙ୍କୁ ଚାପୁଡ଼ା ମାରୁଛି । ଏହା ବ୍ୟତୀତ ସେ ସ୍ଥାନୀୟ ଭାଷାରେ ନଜର ମହମ୍ମଦଙ୍କୁ କିଛି କହିଥିବାର ନଜର ଆସିଛନ୍ତି । ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ତାଲିବାନ ପ୍ରଥମେ ହାସ୍ୟ ଅଭିନେତାଙ୍କୁ ତାଙ୍କ ଘରୁ ଉଠାଇ ଏକ ଗଛରେ ବାନ୍ଧି ଦେଇଥିଲା । ଏହା ପରେ ତାଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ସ୍ଥାନୀୟ ପୋଲିସ ଭାବରେ କାମ କରୁଥିବା ଏହି ହାସ୍ୟ ଅଭିନେତା ଜଣଙ୍କ ଗଳା ମାଟି ତଳେ ପଡ଼ିଥିବାର ଦେଖିବାକୁ ମିଳିଥିଲା ।

fallback

ଅଧିକ ପଢ଼ନ୍ତୁ:-କିସମିସରେ ଲୁଚି ରହିଛି ପୁରୁଷଙ୍କ ସ୍ୱାସ୍ଥ୍ୟର ରହସ୍ୟ: ଏହି ସମୟରେ କରନ୍ତୁ ସେବନ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ଏହାପୂର୍ବରୁ ସିଏନଏନ୍ ରିପୋର୍ଟ କରିଥିଲା ​​ଯେ ତାଲିବାନ ସୋହେଲ ପାର୍ଦିସ ନାମକ ଜଣେ ଆଫଗାନିସ୍ତାନ ଅନୁବାଦକଙ୍କୁ ତାଙ୍କ ଗଳା କାଟି ହତ୍ୟା କରିଥିଲା । ଏହି ଅନୁବାଦକ ଆମେରିକାର ସେନା ସହିତ କାମ କରୁଥିଲେ । ସିଏନଏନ୍ ରିପୋର୍ଟ କରିଛି ଯେ ପାର୍ଦିସ ହେଉଛନ୍ତି ସେହି ହଜାର ହଜାର ଆଫଗାନିସ୍ତାନ ଅନୁବାଦକଙ୍କ ମଧ୍ୟରୁ ଜଣେ ଥିଲେ, ଯେଉଁମାନେ ବର୍ତ୍ତମାନ ତାଲିବାନ ଦ୍ୱାରା ହତ୍ୟା କରାଯିବାର  ଭୟ ମଧ୍ୟରେ ଜୀବନ ବିତାଉଛନ୍ତି । ବିଦେଶୀ ସେନା ପ୍ରତ୍ୟାହାର ପରେ ହିଁ ତାଲିବାନର ଆତଙ୍କ ବୃଦ୍ଧି ପାଇଛି । ଆଫଗାନିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ ଗତ ସପ୍ତାହରେ ସ୍ପିନ୍ ବୋଲଡାକରେ ତାଲିବାନ ୧୦୦ରୁ ଅଧିକ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲା । ଏହି ହତ୍ୟାକାଣ୍ଡର ପ୍ରତିଶୋଧ ନିଆଯିବ ବୋଲି ଆଫଗାନିସ୍ତାନ କହିଛି ।