ଦୁନିଆର ୬ଟି ଦେଶର ଶପଥ, କ୍ଷମତା ବଳରେ ତାଲିବାନକୁ କରିବାକୁ ଦେବେ ନାହିଁ ଦଖଲ
Advertisement
Article Detail0/zeeodisha/odisha946843

ଦୁନିଆର ୬ଟି ଦେଶର ଶପଥ, କ୍ଷମତା ବଳରେ ତାଲିବାନକୁ କରିବାକୁ ଦେବେ ନାହିଁ ଦଖଲ

ବାରମ୍ବାର ହିଂସାତ୍ମକ ଆକ୍ରମଣ କରି ଆଫଗାନିସ୍ତାନର ଏକ ବଡ଼ ଅଂଶ ଦଖଲ କରିଥିବା ତାଲିବାନକୁ ଏହି ଖୋଲା ଚେତାବନୀ ଦେଇ ଏହି ସମସ୍ତ ଦେଶ ମିଳିତ ବିବୃତ୍ତି ଜାରି କରିଛନ୍ତି । 

ଦୁନିଆର ୬ଟି ଦେଶର ଶପଥ, କ୍ଷମତା ବଳରେ ତାଲିବାନକୁ କରିବାକୁ ଦେବେ ନାହିଁ ଦଖଲ

କାବୁଲ: Afghanistan War: ଯେବେଠାରୁ ଆମେରିକା ସେନା ଆଫଗାନିସ୍ତାନ (Afghanistan) ଛାଡ଼ିବା ଆରମ୍ଭ କରିଛି, ସେବେଠାରୁ ଦେଶ ଉପରେ ଧୀରେ ଧୀରେ ତାଲିବାନ (Taliban) ନିଜର ସ୍ଥିତି ମଜଭୁତ କରିବାରେ ଲାଗିଛି । ବର୍ତ୍ତମାନ ସମୟରେ ଆଫଗାନିସ୍ତାନର ୫୦ ପ୍ରତିଶତ ଭୂମି ଉପରେ ତାଲିବାନର ଦଖଲ ରହିଛି । ଆଗାମୀ ସମୟରେ ତାଲିବାନ ପୁରା ଦେଶକୁ ନିଜ ଦଖଲରେ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଏହା ମଧ୍ୟରେ ଆମେରିକା ଓ ମଧ୍ୟ ଏସିଆର ୫ଟି ଦେଶ ପ୍ରତିଜ୍ଞା କରିଛନ୍ତି ଯେ ହିଂସା ଆଧାରରେ ତାଲିବାନକୁ ଆଫଗାନିସ୍ତାନ ଦଖଲ କରିବାକୁ ଅନୁମତି ଦେବେ ନାହିଁ । ଆମେରିକା ଓ ୫ଟି ମଧ୍ୟ ଏସୀୟ ଦେଶ- ତାଜିକିସ୍ତାନ, କାଜାଖସ୍ତାନ, କିର୍ଗିଜସ୍ଥାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନ କହିଛନ୍ତି ଯେ କ୍ଷମତା ବଳରେ ଆସିଥିବା କୌଣସି ନୂତନ ଆଫଗାନିସ୍ତାନ ସରକାର ଏହି କ୍ଷେତ୍ରରୁ କୌଣସି ସମର୍ଥନ ପାଇବେ ନାହିଁ ।

ବାରମ୍ବାର ହିଂସାତ୍ମକ ଆକ୍ରମଣ କରି ଆଫଗାନିସ୍ତାନର ଏକ ବଡ଼ ଅଂଶ ଦଖଲ କରିଥିବା ତାଲିବାନକୁ ଏହି ଖୋଲା ଚେତାବନୀ ଦେଇ ଏହି ସମସ୍ତ ଦେଶ ମିଳିତ ବିବୃତ୍ତି ଜାରି କରିଛନ୍ତି । ସମସ୍ତ ୬ଟି ଦେଶ କହିଛନ୍ତି ଯେ, ଆତଙ୍କବାଦୀ ଓ ତୃତୀୟ ପକ୍ଷର ବାହିନୀ ନିଶ୍ଚିତ ଭାବେ ଆଫଗାନିସ୍ତାନ ମାଟିର ବ୍ୟବହାର ଆମକୁ କିମ୍ବା ଦୁନିଆର ଅନ୍ୟ କୌଣସି ଦେଶକୁ ଧମକ ଦେବା ପାଇଁ ଅନୁମତି ଦେବା ଉଚିତ୍ ନୁହେଁ ।

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଯୁଦ୍ଧ ଯୋଗୁଁ ଏସୀୟ ଦେଶଗୁଡିକର ଆର୍ଥିକ ବିକାଶ ବାଧାପ୍ରାପ୍ତ

ଏହି ସଙ୍ଗଠନକୁ ୫+୧ ନାମ ଦିଆଯାଇଛି ଓ ସେମାନେ ଶପଥ ନେଇଛନ୍ତି ଯେ ଆଫଗାନିସ୍ତାନରେ ଚାଲିଥିବା ସଂଘର୍ଷକୁ ଶେଷ କରିବା ପାଇଁ ସେମାନେ ମିଳିତ ଭାବେ କାର୍ଯ୍ୟ କରିବେ । ଯୁଦ୍ଧ ହେତୁ ଦକ୍ଷିଣ ଓ ମଧ୍ୟ ଏସୀୟ ଦେଶର ଆର୍ଥିକ ବିକାଶରେ ବାଧା ସୃଷ୍ଟି ହୋଇଛି ବୋଲି ସେମାନେ କହିଛନ୍ତି । ତାସକେଣ୍ଟରେ ଅନୁଷ୍ଠିତ ଆନ୍ତର୍ଜାତୀୟ ସମ୍ମିଳନୀ ପରେ ଏହି ବିବୃତ୍ତି ଦିଆଯାଇଛି । ଦସ୍ତଖତକାରୀ ଦେଶ କହିଛନ୍ତି ଯେ ଆଫଗାନିସ୍ତାନ ଶାନ୍ତି ପ୍ରକ୍ରିୟା ପାଇଁ ସ୍ଥିର ଏବଂ ସମୃଦ୍ଧ ପରିସ୍ଥିତି ସୃଷ୍ଟି କରିବାକୁ ସେମାନେ ରାଜି ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-ବାସ୍ତୁ ଅନୁଯାୟୀ, ଯଦି ଆପଣ ଏହି ଜିନିଷଗୁଡ଼ିକୁ ରାସ୍ତାରେ ପଡ଼ିଥିବାର ଦେଖନ୍ତି, ତେବେ ବଦଳାନ୍ତୁ ପଥ

ଏହି ସମସ୍ତ ଦେଶର ମୁଖ୍ୟ ଗୁରୁତ୍ୱ ପୁରା ସମସ୍ୟାର ରାଜନୈତିକ ସମାଧାନ ଉପରେ ରହିଛି । ଏହାପୂର୍ବରୁ ଶୁକ୍ରବାର ଦିନ ଆମେରିକା, ଆଫଗାନିସ୍ତାନ, ପାକିସ୍ଥାନ ଏବଂ ଉଜବେକିସ୍ତାନ ଦ୍ୱାରା ଜାରି ମିଳିତ ବୟାନରେ ଆଞ୍ଚଳିକ ସଂଯୋଗକୁ ବଢାଇବା ପାଇଁ ଏକ ନୂତନ ବହୁପକ୍ଷୀୟ କୂଟନୈତିକ ପ୍ଲାଟଫର୍ମ ସୃଷ୍ଟି କରିବାକୁ ସହମତି ପ୍ରକାଶ ପାଇଛି । ୫+ ୧ ଦେଶର ମେଣ୍ଟ ଆଫଗାନିସ୍ତାନରେ ସୁରକ୍ଷା, ଶକ୍ତି, ଆର୍ଥିକ, ବାଣିଜ୍ୟ, ସଂସ୍କୃତି ଏବଂ ଅନ୍ୟାନ୍ୟ ପ୍ରୟାସରେ ମିଳିତ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛି ।