ତାଲିବାନକୁ ନେଇ ବହୁତ ବଡ଼ ନିଷ୍ପତ୍ତି ନେଲା ଋଷ
Advertisement
Article Detail0/zeeodisha/odisha988882

ତାଲିବାନକୁ ନେଇ ବହୁତ ବଡ଼ ନିଷ୍ପତ୍ତି ନେଲା ଋଷ

ତାଜିକିସ୍ତାନର ରାଜଧାନୀ ଦୁଶାମ୍ୱେବେରେ ଆୟୋଜିତ ହୋଇଥିବା ସମ୍ମିଳନୀରେ ପୁଟିନ (Vladimir Putin) ଭିଡିଓ ଲିଙ୍କ ମାଧ୍ୟମରେ ନିଜର କଥା ରଖିଥିଲେ । 

ତାଲିବାନକୁ ନେଇ ବହୁତ ବଡ଼ ନିଷ୍ପତ୍ତି ନେଲା ଋଷ

ନୂଆଦିଲ୍ଲୀ: ଆଫଗାନିସ୍ତାନ (Afghanistan) ରେ ତାଲିବାନ (Taliban) ର ପ୍ରତ୍ୟାବର୍ତ୍ତନ ସହିତ ଅନେକ ଦେଶ ଏପରି ଅଛନ୍ତି ଯେଉଁମାନେ ତାଲିବାନ ସରକାରଙ୍କୁ ମାନ୍ୟତା ଦେଉନାହାଁନ୍ତି । ସେପଟେ କେତେକ ଦେଶ ତାଲିବାନ (Taliban) ସହ ଭଲ ସମ୍ପର୍କ ଗଢ଼ିବା ପାଇଁ ପଦକ୍ଷେପ ନେଉଛନ୍ତି । ଚୀନ୍ (China) ଓ ପାକିସ୍ତାନ (Pakistan) ପରେ ବର୍ତ୍ତମାନ ଋଷ (Russia) ତାଲିବାନ ସହ ସକରାତ୍ମକ ସମ୍ପର୍କ ମଧ୍ୟ ଆରମ୍ଭ କରିଛି ।  ନିକଟ ଅତୀତରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) କହିଛନ୍ତି ଯେ ଋଷ (Russia) କୁ ତାଲିବାନ ସହିତ କାମ କରିବାକୁ ପଡ଼ିବ । ଚାଇନା ଓ ଋଷର ନେତୃତ୍ୱାଧୀନ ସୁରକ୍ଷା ବ୍ଲକ, ସାଂଘାଇ ସହଯୋଗ ସଂଗଠନ (SCO) ର ଏକ ବୈଠକରେ ପୁଟିନ ଏହା କହିଛନ୍ତି ।

ତାଜିକିସ୍ତାନର ରାଜଧାନୀ ଦୁଶାମ୍ୱେବେରେ ଆୟୋଜିତ ହୋଇଥିବା ସମ୍ମିଳନୀରେ ପୁଟିନ (Vladimir Putin) ଭିଡିଓ ଲିଙ୍କ ମାଧ୍ୟମରେ ନିଜର କଥା ରଖିଥିଲେ । ପୁଟିନ କହିଛନ୍ତି ଯେ ଋଷ (Russia) ଆଫଗାନିସ୍ତାନ ଉପରେ ମିଳିତ ଜାତିସଂଘ ସମ୍ମିଳନୀରେ ସମର୍ଥନ ଦେଇଛି । ଏହା ବ୍ୟତୀତ ଦୁନିଆର ପ୍ରଭାବଶାଳୀ ଦେଶମାନେ ମଧ୍ୟ ଆଫଗାନିସ୍ତାନର ସ୍ଥିତିକୁ ସ୍ଥିର କରିବାକୁ ଚିନ୍ତା କରିବା ଉଚିତ୍ । ସୂଚନାଯୋଗ୍ୟ ଯେ ଚୀନ୍ (China) ପରେ ଋଷ (Russia) ଏପରି ଏକ ଶକ୍ତିଶାଳୀ ଦେଶ ଯିଏ ତାଲିବାନ (Taliban) କୁ ଖୋଲାଖୋଲି ଭାବେ ସମର୍ଥନ କରିଛି ।

ତାଲିବାନ ସହିତ ସମ୍ପର୍କ ଚୀନ୍ ଓ ଋଷ ପାଇଁ ହୋଇପାରେ ଗୁରୁତ୍ୱପୂର୍ଣ୍ଣ 

ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ଅପସାରଣ ପରେ ଚୀନ୍ ଓ ଋଷ (Russia) ଏହି ଦେଶରେ ନିଜକୁ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରିପାରନ୍ତି ବୋଲି ମନେ କରାଯାଉଛି । ଚୀନ୍ ଏଥିପାଇଁ ପ୍ରଥମରୁ ହିଁ ପଦକ୍ଷେପ ନେଇସାରିଛି । ୟୁରୋପ ଓ ଏସିଆରେ ନିଜର ପ୍ରଭାବ ପକାଇବାକୁ ଚାଇନା ନିଜର ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପ ବେଲ୍ଡ ଆଣ୍ଡ ରୋଡ୍ ଇନିସିଏଟିଭ୍ (BRI) ଉପରେ କାର୍ଯ୍ୟ କରୁଛି । ଏହାର ଏକ ଅଂଶ ହେଉଛି ଚୀନ୍-ପାକିସ୍ଥାନ ଅର୍ଥନୈତିକ କରିଡର ।

ଇରାନ, ଋଷ (Russia), ତାଜିକିସ୍ତାନ ଭଳି ଦେଶ ଏହି ବାଣିଜ୍ୟ ନେଟୱାର୍କ ପ୍ରତି ଆଗ୍ରହ ଦେଖାଇଛନ୍ତି, କିନ୍ତୁ ଆମେରିକାର (America) ଦଖଲ ହେତୁ ଆଫଗାନିସ୍ତାନ (Afghanistan) ଏହି ପ୍ରକଳ୍ପର ଅଂଶ ହୋଇପାରି ନାହିଁ । ବର୍ତ୍ତମାନ ଆମେରିକା ଛାଡିବା ପରେ ଚୀନ୍ (China) ଆଶା କରୁଛି ଯେ ତାଲିବାନ (Taliban) ସହିତ ମିଶି ସେ ନିଜର ପ୍ରକଳ୍ପ ଶେଷ କରିପାରିବ । ତେବେ ଚୀନ୍ ପାଇଁ ମଧ୍ୟ ଅନେକ ଚ୍ୟାଲେଞ୍ଜ ରହିଛି ।

ଯଦି ଆମେ ଋଷ (Russia) ବିଷୟରେ କଥା ହେବା, ତେବେ ମଧ୍ୟ ଏସିଆ ଦେଶରେ ଆମେରିକୀୟ ସୈନ୍ୟ (US Troops) ଙ୍କ ଉପସ୍ଥିତି ସମାପ୍ତ ହେବା ପରେ ସେ ଆଫଗାନିସ୍ତାନରେ ନିଜର ପ୍ରଭାବ ବଢାଇପାରେ । ଆଫଗାନିସ୍ତାନ (Afghanistan) ରେ ବିପୁଳ ଖଣିଜ ସମ୍ପଦର ଉପସ୍ଥିତି ମଧ୍ୟ ଏକ ବଡ଼ କାରଣ ହୋଇପାରେ । କାବୁଲ ସ୍ଥିତ ଋଷର କୂଟନୀତିଜ୍ଞମାନେ ତାଲିବାନକୁ ସାଧାରଣ ଲୋକ କହିବା ସହ ଆଫଗାନିସ୍ତାନର ରାଜଧାନୀ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ଅଛି ବୋଲି କହିଥିଲେ ।

ଅଧିକ ପଢ଼ନ୍ତୁ:-ଅକ୍ଟୋବର ୧ରୁ ଲାଗୁ ହେବ ଆପଣଙ୍କ ଦରମା ଓ ଛୁଟି ସହ ଜଡ଼ିତ ନୂଆ ନିୟମ! ଜାଣନ୍ତୁ କ'ଣ ପଡ଼ିବ ପ୍ରଭାବ...

ଅଧିକ ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲେ ଏତିକି ମାମଲା, ଆଖି ବୁଜିଲେ ୨୮୧ ସଂକ୍ରମିତ

ଅଧିକ ପଢ଼ନ୍ତୁ:-ପୋଷ୍ଟ ଅଫିସ ନା ବ୍ୟାଙ୍କ? ଜାଣନ୍ତୁ କେଉଁଠାରେ ପ୍ରଥମେ ଡବଲ ହେବ ଆପଣଙ୍କ ଟଙ୍କା

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍