ଯୁବକମାନଙ୍କୁ ବର୍ବାଦ କରିଦେବ ଅଗ୍ନିପଥ ଯୋଜନା, ୪ ବର୍ଷରେ ଫେରିବ ଯଦି ହେବନି ବାହାଘର: ମେଘାଳୟ ରାଜ୍ୟପାଳ
Advertisement
Article Detail0/zeeodisha/odisha1234621

ଯୁବକମାନଙ୍କୁ ବର୍ବାଦ କରିଦେବ ଅଗ୍ନିପଥ ଯୋଜନା, ୪ ବର୍ଷରେ ଫେରିବ ଯଦି ହେବନି ବାହାଘର: ମେଘାଳୟ ରାଜ୍ୟପାଳ

Satya Pal Malik on Agneepath Scheme: ମେଘାଳୟର ରାଜ୍ୟପାଳ ରବିବାର ନିଜ ବନ୍ଧୁ ସ୍ୱର୍ଗତ ନେତା ଗଜେ ସିଂ ଧାମାଙ୍କ ମୃତ୍ୟୁ ପରେ ତାଙ୍କ ବାସଭବନରେ ପହଞ୍ଚି ଶୋକ ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ସମ୍ବୋଧିତ କରି ରାଜ୍ୟପାଳ ସତ୍ୟ ପାଲ ମଲିକ କହିଛନ୍ତି ଯେ ସେନା ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନା ସେନା ଓ ଯୁବକମାନଙ୍କୁ ବର୍ବାଦ କରିଦେବ ।

ଯୁବକମାନଙ୍କୁ ବର୍ବାଦ କରିଦେବ ଅଗ୍ନିପଥ ଯୋଜନା, ୪ ବର୍ଷରେ ଫେରିବ ଯଦି ହେବନି ବାହାଘର: ମେଘାଳୟ ରାଜ୍ୟପାଳ

ନୂଆଦିଲ୍ଲୀ: Satya Pal Malik on Agneepath Scheme: କେନ୍ଦ୍ରର ମୋଦି ସରକାର (Modi Govt) ଙ୍କ ବହୁ ଚର୍ଚ୍ଚିତ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖାଦେଇଛି । ଏହି ଯୋଜନାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । କଂଗ୍ରେସ (Congress) ସମତେ ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରୁଛନ୍ତି । ବିଶେଷ କରି ଦେଶର ଯୁବ ବର୍ଗ ମଧ୍ୟରେ ଏହି ଯୋଜନାକୁ ନେଇ ଆକ୍ରୋଶ ଦେଖାଦେଇଛି । ଏହି କ୍ରମରେ ମେଘାଳୟର ରାଜ୍ୟପାଳ ସତ୍ୟ ପାଲ ମଲିକ (Meghalaya Governor Satya Pal Malik)  ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ଉତ୍ତର ପ୍ରଦେଶର ବାଗପତରେ ପହଞ୍ଚି ମଲିକ କହିଛନ୍ତି ଯେ, ଅଗ୍ନିପଥ ଯୋଜନା ସେନା ଓ ଯବାନଙ୍କ ପାଇଁ ବର୍ବାଦର କାରଣ ହେବ । ୪ ବର୍ଷ ପାଇଁ ଭର୍ତ୍ତି ହେଉଥିବା ଯୁବକମାନଙ୍କ ମଧ୍ୟ ବାହାଘର ହେବ ନାହିଁ । ସେ (Satya Pal Malik) ଚାଷୀଙ୍କ ପାଇଁ ଏମଏସପିକୁ ନେଇ ମଧ୍ୟ ସରକାରଙ୍କୁ ଘେରିଛନ୍ତି ।

ମେଘାଳୟର ରାଜ୍ୟପାଳ ରବିବାର ନିଜ ବନ୍ଧୁ ସ୍ୱର୍ଗତ ନେତା ଗଜେ ସିଂ ଧାମାଙ୍କ ମୃତ୍ୟୁ ପରେ ତାଙ୍କ ବାସଭବନରେ ପହଞ୍ଚି ଶୋକ ପ୍ରକାଶ କରିଛନ୍ତି । ଗଣମାଧ୍ୟମକୁ ସମ୍ବୋଧିତ କରି ରାଜ୍ୟପାଳ ସତ୍ୟ ପାଲ ମଲିକ କହିଛନ୍ତି ଯେ ସେନା ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନା ସେନା ଓ ଯୁବକମାନଙ୍କୁ ବର୍ବାଦ କରିଦେବ । ଏହି ଯୋଜନା ସଂପୂର୍ଣ୍ଣ ଭୁଲ୍ ଓ ଏହାକୁ ଶୀଘ୍ର ସରକାର ପ୍ରତ୍ୟାହାର କରିବା ଉଚିତ୍ । ୪ ବର୍ଷ ଚାକିରି କରିବା ପରେ ଯୁବକମାନଙ୍କ ବିବାହକୁ ନେଇ ମଧ୍ୟ ବାଧା ସୃଷ୍ଟି ହେବ । ହରିୟାଣାର ମୁଖ୍ୟମନ୍ତ୍ରୀଙ୍କ ନାମ ନଦେଇ ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି ଯେ ଚାରି ବର୍ଷ ସେନାରେ ସେବା ପ୍ରଦାନ କରିବା ପରେ ଏହି ଯୁବକମାନଙ୍କୁ ଚାକିରି ଦେବା ବିଷୟରେ ସେ କହୁଛନ୍ତି, ଯିଏ ଆଉ ଥରେ ମୁଖ୍ୟମନ୍ତ୍ରୀ ହେବେ ନାହିଁ ।

ଚ୍ୟାନେଲର ବିତର୍କରେ ସେନା ଅଧିକାରୀଙ୍କୁ ବସାଇ ସମ୍ପୂର୍ଣ୍ଣ ଭୁଲ୍ ବୋଲି ମଲିକ କହିଛନ୍ତି । ଏହା ସେନାର ସମ୍ମାନ ହ୍ରାସ କରୁଛି । ସେ କହିଛନ୍ତି ଯେ ଅବସର ପରେ ମଧ୍ୟ ସେ କାଶ୍ମୀର ଉପରେ ଏକ ପୁସ୍ତକ ଲେଖିବେ ଓ ଏହା ବ୍ୟତୀତ ଯୁବକଙ୍କ ସହ ସେମାନଙ୍କ ସମସ୍ୟାକୁ ସହିତ ଠିଆ ହେବେ । ଏମଏସପି ଉପରେ ପଚରାଯାଇଥିବା ପ୍ରଶ୍ନ ଉପରେ ରାଜ୍ୟପାଳ ସତ୍ୟ ପାଲ ମଲିକ କହିଛନ୍ତି ଯେ ଏମଏସପି ଉପରେ ଖୁବ ଶୀଘ୍ର ଏକ କମିଟି ଗଠନ କରାଯିବ ବୋଲି ସରକାର କୃଷକମାନଙ୍କୁ ପ୍ରତିଶୃତି ଦେଇଛନ୍ତି, କିନ୍ତୁ ବର୍ତ୍ତମାନ ସରକାର ଏ ବିଷୟରେ ସମ୍ପୂର୍ଣ୍ଣ ନିରବ ଅଛନ୍ତି, ନା କମିଟି ଗଠନ ହୋଇଛି ନା ହିଁ ଏମଏସପି ଲାଗୁ କରାଯାଇଛି ।

ଏହା ବି ପଢ଼ନ୍ତୁ:-ବିଜେପିରେ ମୁଖ୍ୟମନ୍ତ୍ରୀ ହେବା ପାଇଁ କେହି ଯୋଗ୍ୟ ବ୍ୟକ୍ତି ନାହାଁନ୍ତି, ଦଳ ଏକାକୀ ନିର୍ବାଚନ ଲଢ଼ି ଦେଖୁ: JDU ବିଧାୟକ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ଦ୍ରୌପଦୀ ମୁର୍ମୁ ଏମିତି ପିନ୍ଧି ନଥିଲେ ଧଳା ଶାଢ଼ୀ, ଜାଣନ୍ତୁ ଏହା ପଛର କାରଣ

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ରରେ ଫ୍ଲୋର୍ ଟେଷ୍ଟ୍ ହେଲେ କିଏ ଜିତିବେ ବାଜି? ଜାଣନ୍ତୁ କ'ଣ କହୁଛି ନୂଆ ସମୀକରଣ

 

ଅବସର ପରେ ସେ କାଶ୍ମୀରର ସତ୍ୟତା ଉପରେ ଏକ ପୁସ୍ତକ ଲେଖିବାକୁ ଯାଉଛନ୍ତି, ଯେଉଁଥିରେ ସେ ରାଜ୍ୟପାଳ ରହିଥିବା ସମୟରେ କାଶ୍ମୀରର ଲୋକଙ୍କ ସହ ମିଳିଥିବା ଅନୁଭୂତି ବର୍ଣ୍ଣନା କରିବେ । ସେ କହିଛନ୍ତି ଯେ, ତାଙ୍କ ସମୟରେ କାଶ୍ମୀରରେ ଗୋଟିଏ ବି ଗୁଳି ଗୁଳି ଚଳାଇବାକୁ ପଡ଼ି ନଥିଲା । କୃଷକଙ୍କ ପ୍ରଶ୍ନ ଉପରେ ସେ କହିଛନ୍ତି ଯେ ସରକାରଙ୍କୁ ଏମଏସପି ଉପରେ ଏକ ଆଇନ ପ୍ରସ୍ତୁତ କରିବାକୁ ପଡିବ, ନଚେତ୍ ପୁନର୍ବାର ଚାଷୀଙ୍କ ଆନ୍ଦୋଳନ ହେବ । ମହାରାଷ୍ଟ୍ର ସଙ୍କଟ ଉପରେ ସେ କହିଛନ୍ତି ଯେ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା କରିବା ଆବଶ୍ୟକ । ରାଜ୍ୟପାଳ ସମସ୍ତ ପରିସ୍ଥିତି ଉପରେ ନଜର ରଖିଛନ୍ତି ।