ଋଷ ପାଇଁ ଭାରତ ଠାରୁ ପ୍ରତିଶୋଧ ନେବାକୁ ଆମେରିକା ପାକିସ୍ତାନ ପାଇଁ ନେଲା ଏହି ବଡ଼ ପଦକ୍ଷେପ!
Advertisement
Article Detail0/zeeodisha/odisha1365421

ଋଷ ପାଇଁ ଭାରତ ଠାରୁ ପ୍ରତିଶୋଧ ନେବାକୁ ଆମେରିକା ପାକିସ୍ତାନ ପାଇଁ ନେଲା ଏହି ବଡ଼ ପଦକ୍ଷେପ!

America Clarification on Pakistan F-19: ଏଲି ରାଟଲର ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଏପରି ଏକ ପ୍ରସଙ୍ଗ ଯେଉଁଥିରେ ଆମେ ଆମର ଭାରତୀୟ ପ୍ରତିପକ୍ଷଙ୍କୁ ମଧ୍ୟ ସାମିଲ କରିଛୁ ଓ ଘୋଷଣା ପୂର୍ବରୁ ଏହି ଡିଲ୍ ବିଷୟରେ ସେମାନଙ୍କୁ ଜଣାଇଛୁ । ସେ ଆଗକୁ କହିଛନ୍ତି ଯେ, ସେ ତାଙ୍କ ଦିଲ୍ଲୀ ଗସ୍ତ ସମୟରେ ଏ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି । 

ଋଷ ପାଇଁ ଭାରତ ଠାରୁ ପ୍ରତିଶୋଧ ନେବାକୁ ଆମେରିକା ପାକିସ୍ତାନ ପାଇଁ ନେଲା ଏହି ବଡ଼ ପଦକ୍ଷେପ!

ନୂଆଦିଲ୍ଲୀ: America Clarification on Pakistan F-16: ପାକିସ୍ତାନ (Pakistan) ର ସୁରକ୍ଷା ଉପକରଣ ତଥା F-16 ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣ ପାଇଁ ଦିଆଯାଇଥିବା ଆର୍ଥିକ ସହାୟତାକୁ ନେଇ ଆମେରିକା (America) ନିଜ ତରଫରୁ ସ୍ପଷ୍ଟୀକରଣ ଉପସ୍ଥାପନ କରିଛି । ବାସ୍ତବରେ ପାକିସ୍ତାନକୁ ଆମେରିକା (US) ତରଫରୁ ମିଳିଥିବା ସାହାଯ୍ୟକୁ ନେଇ ଭାରତ (India) ଅସନ୍ତୁଷ୍ଟ ବୋଲି କୁହାଯାଉଥିଲା । ଯାହା ପରେ ଆମେରିକା ବର୍ତ୍ତମାନ ଏହି ପ୍ରସଙ୍ଗରେ ନିଜର ପକ୍ଷ ସ୍ପଷ୍ଟ କରିଛି । ଆମେରିକାର ସହକାରୀ ପ୍ରତିରକ୍ଷା ସଚିବ ଏଲି ରାଟନର୍ (Ely Ratner) କହିଛନ୍ତି ଯେ, ଋଷ (Russia) ସହ ଭାରତର ସମ୍ପର୍କ ଥିବାରୁ କୌଣସି ବାର୍ତ୍ତା ପଠାଇବା ଉଦ୍ଦେଶ୍ୟରେ ଆମେ ପାକିସ୍ତାନକୁ F-16 ଯୁଦ୍ଧ ବିମାନ (F-16 Fighter Jet) ର ରକ୍ଷଣାବେକ୍ଷଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିନାହୁଁ । ଗୁରୁବାର କିଛି ଗଣମାଧ୍ୟମ ବ୍ୟକ୍ତି ଓ ବୁଦ୍ଧିଜୀବୀଙ୍କ ସହ ଏକ ଭର୍ଚୁଆଲ୍ ବାର୍ତ୍ତାଳାପରେ ଏଲି ରାଟନର୍ ଆହୁରି କହିଛନ୍ତି ଯେ, ପାକିସ୍ତାନ ସହ ପ୍ରତିରକ୍ଷା ଭାଗିଦାରୀରେ ଆମେରିକାର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆମେରିକା ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆତଙ୍କବାଦ ଓ ପରମାଣୁ ସୁରକ୍ଷା ଉପରେ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ରହିଛି ।

ଏଲି ରାଟଲର ଆହୁରି ମଧ୍ୟ କହିଛନ୍ତି ଯେ, ଏହା ଏପରି ଏକ ପ୍ରସଙ୍ଗ ଯେଉଁଥିରେ ଆମେ ଆମର ଭାରତୀୟ ପ୍ରତିପକ୍ଷଙ୍କୁ ମଧ୍ୟ ସାମିଲ କରିଛୁ ଓ ଘୋଷଣା ପୂର୍ବରୁ ଏହି ଡିଲ୍ ବିଷୟରେ ସେମାନଙ୍କୁ ଜଣାଇଛୁ । ସେ ଆଗକୁ କହିଛନ୍ତି ଯେ, ସେ ତାଙ୍କ ଦିଲ୍ଲୀ ଗସ୍ତ ସମୟରେ ଏ ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି । ସେ ଏହି ନିଷ୍ପତ୍ତି ବିଷୟରେ ଯଥାସମ୍ଭବ ପାରଦର୍ଶୀ ହେବାକୁ ଚାହୁଁଛନ୍ତି, ଯେଉଁଥିପାଇଁ ସୂଚନା ପୂର୍ବରୁ ଦିଆଯାଇଥିଲା ।

ଆପଣଙ୍କୁ କହିରଖୁଛୁ ଯେ, ଚଳିତ ବର୍ଷ ସେପ୍ଟେମ୍ବର ୭ରେ ଆମେରିକାର ବାଇଡେନ ପ୍ରଶାସନ ପାକିସ୍ତାନର ପୁରୁଣା F-16 ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ୪୫୦ ମିଲିୟନ ଡଲାରର ପ୍ୟାକେଜ ଅନୁମୋଦନ କରିଥିଲା । ଏ ସମ୍ପର୍କରେ ବାଇଡେନ ପ୍ରଶାସନର ଏହି ନିଷ୍ପତ୍ତି ଉପରେ ଭାରତ ଅସନ୍ତୋଷ ବ୍ୟକ୍ତ କରିଥିଲା । ଭାରତ ଦକ୍ଷିଣ ଓ ମଧ୍ୟ ଏସିଆ ବ୍ୟାପାର ବିଭାଗର ସହକାରୀ ବୈଦେଶିକ ସଚିବ ଡୋନାଲ୍ଡ ଲୁଙ୍କୁ ନିଜର ଅସନ୍ତୋଷ ବିଷୟରେ ଜଣାଇଛି । ଆମେରିକା ପାକିସ୍ତାନକୁ ଯୋଗାଇଥିବା ଏହି ସହାୟତାର ନିଷ୍ପତ୍ତିର ସମୟକୁ ନେଇ ଭାରତ ମଧ୍ୟ ପ୍ରଶ୍ନ ଉଠାଇଥିଲା । ଏହା ଦ୍ୱାରା ଭାରତ ଓ ଆମେରିକାର ସମ୍ପର୍କକୁ ବଡ଼ ଝଟକା ଲାଗିଛି ।

ସେପଟେ ଏଲି ରାଟନର ମଧ୍ୟ ଏସସିଓ ବୈଠକରେ ଦ୍ୱିପାକ୍ଷିକ ସାକ୍ଷାତକାରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ୟୁକ୍ରେନ ସହ ଯୁଦ୍ଧ ବନ୍ଦ କରିବାକୁ ଦେଇଥିବା ପରାମର୍ଶକୁ ପ୍ରଶଂସା କରିଛନ୍ତି । ଏଲି ରାଟନର୍ କହିଛନ୍ତି ଯେ,  ଋଷର ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହିଛନ୍ତି ତାହା ଆମକୁ ପସନ୍ଦ ଆସିଛି । ସୂଚନାଯୋଗ୍ୟ, ଉଜବେକିସ୍ତାନରେ ଅନୁଷ୍ଠିତ ଏସସିଓ ବୈଠକରେ ପିଏମ ମୋଦି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ କହିଥିଲେ ଯେ ଏହା ଯୁଦ୍ଧର ସମୟ ନୁହେଁ ଓ ସମସ୍ତେ ଶାନ୍ତି ଚାହୁଁଛନ୍ତି । ପିଏମ ମୋଦିଙ୍କ କଥା ଉପରେ ପୁଟିନ କହିଥିଲେ ଯେ ସେ ମଧ୍ୟ ଚାହୁଁଛନ୍ତି ଯେ ୟୁକ୍ରେନ ସହ ଯୁଦ୍ଧ ଶୀଘ୍ର ଶେଷ ହେଉ ।

ଅଧିକ ପଢ଼ନ୍ତୁ:-ଭାରତରେ ତୈଳ ଯୋଗାଣରେ ହେଲା ହ୍ରାସ, ଜି-7 ଦେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଋଷ ଦେଲା ଧମକ

ଅଧିକ ପଢ଼ନ୍ତୁ:-ମହଙ୍ଗା ଭତ୍ତା ବୃଦ୍ଧି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର, ସରକାର ବଦଳାଇଲେ ପଦୋନ୍ନତିର ନିୟମ

ଅଧିକ ପଢ଼ନ୍ତୁ:-ପ୍ରବଳ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ପୁଣି ୨୮୮ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଦେଖି ନିଅନ୍ତୁ ପୂରା ତାଲିକା

 

ଏଲି ରାଟନର୍ ସ୍ପଷ୍ଟ କରିଛନ୍ତି ଯେ, ଋଷ ସହ ସମ୍ପର୍କ ଥିବାରୁ ଭାରତ ଉପରେ ଚାପ ପକାଇବା ପାଇଁ ପାକିସ୍ତାନକୁ ସାହାଯ୍ୟ କରାଯାଇ ନାହିଁ । ଆମେରିକା ଭାରତ ଓ ଋଷର ଯେଉଁ ସମ୍ପର୍କ ବିଷୟରେ କହିଛି, ସେଥିରେ ସବୁଠାରୁ ଅଧିକ ଭାରତ ଓ ଋଷ ମଧ୍ୟରେ ତୈଳ କାରବାର ରହିଛି । ଦୁଇ ଦେଶ ମଧ୍ୟରେ ଏହି ଚୁକ୍ତି ଏପରି ଏକ ସମୟରେ ହୋଇଥିଲା ​​ଯେତେବେଳେ ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶ ଋଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଥିଲେ । ଏଭଳି ପରିସ୍ଥିତିରେ କାହାକୁ ଖାତିର ନକରି ଭାରତ ଶସ୍ତା ମୂଲ୍ୟରେ ଋଷଠାରୁ ତୈଳ ଚୁକ୍ତି କରିଥିଲା ଓ ଯୋଗାଣ ମଧ୍ୟ ଆରମ୍ଭ ହୋଇଥିଲା । ଆମେରିକା ମଧ୍ୟ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛି । ୟୁଏସ କହିଛି ଯେ, ଭାରତ ଏପରି କରିବାରୁ ଋଷ ଉପରେ ଲାଗିଥିବା ପାଶ୍ଚାତ୍ୟ ପ୍ରତିବନ୍ଧକ ଦୁର୍ବଳ ହେବ । ଭାରତ ଓ ଋଷ ମଧ୍ୟରେ ଅନେକ କ୍ଷେତ୍ରରେ ବ୍ୟବସାୟିକ ସମ୍ପର୍କ ରହିଛି । ବିଶେଷକରି ଅସ୍ତ୍ରଶସ୍ତ୍ର କ୍ରୟ ଓ ଶକ୍ତି କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଏକ ବଡ଼ ବାଣିଜ୍ୟ ରହିଛି । ଏଭଳି ପରିସ୍ଥିତିରେ ଆମେରିକା ଋଷ ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିବାକୁ ଚେଷ୍ଟା କରୁଛି ।