ଚୀନକୁ ମିଳିବ ଉଚିତ ଶିକ୍ଷା, ଭାରତ ସୀମାରେ ପରମାଣୁ କ୍ଷେପଣାସ୍ତ୍ର ସହ ସଜ୍ଜିତ ୨ଟି ଅସ୍ତ୍ର ପଠାଇଲା ଆମେରିକା
Advertisement
Article Detail0/zeeodisha/odisha762872

ଚୀନକୁ ମିଳିବ ଉଚିତ ଶିକ୍ଷା, ଭାରତ ସୀମାରେ ପରମାଣୁ କ୍ଷେପଣାସ୍ତ୍ର ସହ ସଜ୍ଜିତ ୨ଟି ଅସ୍ତ୍ର ପଠାଇଲା ଆମେରିକା

ସୂଚନାଯୋଗ୍ୟ, ଚାଇନାକୁ ଶିକ୍ଷା ଦେବା ଏବଂ ଭାରତର ଶକ୍ତି ବଢ଼ାଇବା ପାଇଁ ଆମେରିକା ପଠାଇଥିବା ଦୁଇଟି ଅସ୍ତ୍ର ହେଉଛି ଓହିଓ ଶ୍ରେଣୀର କ୍ରୁଜ୍ ମିସାଇଲ୍ ସବମରୀନ USS ଜର୍ଜିଆ ଓ ବିମାନ ପରିବହନକାରୀ USS ରୋନାଲ୍ଡ ରେଗାନ୍ । 

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ୍ ଓ ଭାରତ ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ ଆମେରିକା ଭାରତ ଏବଂ ପ୍ରଶାନ୍ତ ମହାସାଗରରେ ନିଜର ସ୍ଥିତିକୁ ମଜଭୁତ କରିବାରେ ଲାଗିଛି । ଚୀନ୍ ନୌସେନାର ବଢ଼ୁଥିବା ଚ୍ୟାଲେଞ୍ଜର ମୁକାବିଲା ପାଇଁ ଆମେରିକା ନିଜର ୨ଟି ମାରାତ୍ମକ ଅସ୍ତ୍ର ଭାରତ ମହାସାଗରକୁ ପଠାଇଛି । ଏହି ଅସ୍ତ୍ରଗୁଡିକ ଏତେ ବିନାଶକାରୀ ଯେ ଯାହା ଆଖି ପିଛୁଳାକେ କୌଣସି ଦେଶକୁ ନଷ୍ଟ କରିଦେବ । ଆମେରିକା ପଠାଇଥିବା ଏହି ୨ଟି ମାରାତ୍ମକ ଅସ୍ତ୍ର ଭାରତର ପ୍ରତିରକ୍ଷା ପାଇଁ ନିୟୋଜିତ ହୋଇଛି । ଚୀନ୍ ଭାରତ ମହାସାଗରରେ ପ୍ରବେଶ କରିବାକୁ ଚାହୁଁଛି, ଯାହାର ଜବାବ ଆମେରିକା ଓ ଭାରତ ମିଶି ଦେଉଛନ୍ତି । 

ସୂଚନାଯୋଗ୍ୟ, ଚାଇନାକୁ ଶିକ୍ଷା ଦେବା ଏବଂ ଭାରତର ଶକ୍ତି ବଢ଼ାଇବା ପାଇଁ ଆମେରିକା ପଠାଇଥିବା ଦୁଇଟି ଅସ୍ତ୍ର ହେଉଛି ଓହିଓ ଶ୍ରେଣୀର କ୍ରୁଜ୍ ମିସାଇଲ୍ ସବମରୀନ USS ଜର୍ଜିଆ ଓ ବିମାନ ପରିବହନକାରୀ USS ରୋନାଲ୍ଡ ରେଗାନ୍ । ଉଭୟେ ଯୁଦ୍ଧ ଜାହାଜ ପରମାଣୁ କ୍ଷେପଣାସ୍ତ୍ର ସହିତ ସଜ୍ଜିତ । ଉପଗ୍ରହ ଚିତ୍ର ଆଧାରରେ ପ୍ରତିରକ୍ଷା ବିଶେଷଜ୍ଞ ହାଇ ସଟନ୍ ଆମେରିକାର ଫୋର୍ବସ୍ ପତ୍ରିକାରେ ପ୍ରକାଶ କରିଛନ୍ତି ଯେ ଆମେରିକାର ନୌସେନାର ଅନ୍ୟତମ ମାରାତ୍ମକ ବୁଡ଼ାଜାହାଜ ମଧ୍ୟରୁ USS ଜର୍ଜିଆ ଭାରତ ମହାସାଗରରେ ଆମେରିକାର ନାଭାଲ୍ ବେସ୍ ଡିଆଗୋ ଗାର୍ସିୟୋରେ ୪ ଦିନ ପର୍ଯ୍ୟନ୍ତ ରହିଛି ।

ଅଧିକ ପଢ଼ନ୍ତୁ:-'ଜ୍ୟୋତିରାଦିତ୍ୟଙ୍କ ପକେଟରେ ଟଙ୍କା ପରିବର୍ତ୍ତେ ରହେ ବିଛା, ପ୍ରତ୍ୟେକ ପିଢ଼ି କରିଛି ବିଶ୍ୱାସଘାତକତା'

ଖବର ଅନୁଯାୟୀ, ପରମାଣୁ ଶକ୍ତି ଦ୍ୱାରା ପରିଚାଳିତ ଏହି ବୁଡ଼ାଜାହାଜ ୨୫ ସେପ୍ଟେମ୍ବରରେ ଡିଆଗୋ ଗାର୍ସୟୋରେ ପହଞ୍ଚିଥିଲା ​​। ଅନୁମାନ କରାଯାଉଛି ଯେ ଏଠାରେ ସବମେରାଇନ୍‌ର କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଓହିଓ ଶ୍ରେଣୀର ଏହି ବୁଡ଼ାଜାହାଜ ଆମେରିକାର ବୃହତ୍ତମ ବୁଡ଼ାଜାହାଜ ଭାବରେ ପରିଗଣିତ ହୁଏ । ପ୍ରାୟ ୫୬୦ ଫୁଟ ଲମ୍ବର ଏହି ପରମାଣୁ ବୁଡ଼ାଜାହାଜରେ ଅନେକ ପରମାଣୁ ବୋମା ବୋହିବାରେ ସକ୍ଷମ । ଭାରତ ସୀମାଠାରୁ କିଛି କିଲୋମିଟର ଦୂରରେ ଥିବା ଡିଆଗୋ ଗାର୍ସିୟୋରେ ନିଜର ଘାତକ ବୁଡ଼ାଜାହାଜ ମୁତୟନ କରି ଚୀନକୁ କହିଛି ଯେ, ଯଦି ଭାରତକୁ ଆଖି ଦେଖାଇବାକୁ ଚେଷ୍ଟା କରେ ତେବେ ଏହା ଆକ୍ରମଣରୁ ପଛଘୁଞ୍ଚା ଦେବ ନାହିଁ ।