କୋରୋନା ପ୍ରାକୃତିକ ନା ଲ୍ୟାବରେ ହୋଇଛି ପ୍ରସ୍ତୁତ? ଉତ୍ତର ରଖିଲେ ଆମେରିକୀୟ ବିଶେଷଜ୍ଞ ଫାଉଚି
Advertisement
Article Detail0/zeeodisha/odisha906556

କୋରୋନା ପ୍ରାକୃତିକ ନା ଲ୍ୟାବରେ ହୋଇଛି ପ୍ରସ୍ତୁତ? ଉତ୍ତର ରଖିଲେ ଆମେରିକୀୟ ବିଶେଷଜ୍ଞ ଫାଉଚି

ବାସ୍ତବରେ, ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଯେତେବେଳେ ଆନ୍ଥୋନି ଫାଉଚି (Dr. Anthony Fauchi) ଙ୍କୁ ପଚରାଯାଇଥିଲା ଯେ କ'ଣ ସେ ମନେ କରନ୍ତି କି କୋରୋନା ଭୂତାଣୁ (Coronavirus) ପ୍ରାକୃତିକ ଉପାୟରେ ଆସିଛି? ଫାଉଚି ଉତ୍ତର ଦେଇଥିଲେ ଯେ ନା, ମୁଁ ଏହାକୁ ବିଶ୍ୱାସ କରିବି ନାହିଁ ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: କୋରୋନା (Coronavirus) ମହାମାରୀ ପ୍ରାକୃତିକ ନା ଏହା ଲ୍ୟାବରେ ତିଆରି ହୋଇଛି? ଏହି ପ୍ରଶ୍ନ ଏପର୍ଯ୍ୟନ୍ତ ଏକ ବଡ଼ ରହସ୍ୟ ହୋଇରହିଛି । ଏହି ପ୍ରଶ୍ନଗୁଡିକ ମଧ୍ୟରେ କୋରୋନା ସଙ୍କଟ ବିଷୟରେ କହି ସାରା ବିଶ୍ୱରେ ଚର୍ଚ୍ଚାରେ ରହିଆସୁଥିବା ଆମେରିକୀୟ ବିଶେଷଜ୍ଞ ଡକ୍ଟର ଆନ୍ଥୋନୀ ଫାଉଚି (American expert Dr. Anthony Fauchi) ମଧ୍ୟ ଏକ ବଡ଼ ବୟାନ ଦେଇଛନ୍ତି । ଫାଉଚି କହିଛନ୍ତି ଯେ, କୋରୋନା ଏକ ପ୍ରାକୃତିକ ରୋଗ, ଏହାକୁ ଗ୍ରହଣ କରିବା ସହଜ ନୁହେଁ ।

fallback

ଅଧିକ ପଢ଼ନ୍ତୁ:-ଜାଣନ୍ତୁ ବ୍ଲାକ୍ ଓ ହ୍ୱାଇଟ୍ ଫଙ୍ଗସର ଲକ୍ଷଣ ମଧ୍ୟରେ ପାର୍ଥକ୍ୟ, ଶରୀରର ଏସବୁ ଅଂଶରେ ପହଞ୍ଚାଉଛି କ୍ଷତି

ବାସ୍ତବରେ, ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ଯେତେବେଳେ ଆନ୍ଥୋନି ଫାଉଚି (Dr. Anthony Fauchi) ଙ୍କୁ ପଚରାଯାଇଥିଲା ଯେ କ'ଣ ସେ ମନେ କରନ୍ତି କି କୋରୋନା ଭୂତାଣୁ (COVID-19) ପ୍ରାକୃତିକ ଉପାୟରେ ଆସିଛି? ଫାଉଚି ଉତ୍ତର ଦେଇଥିଲେ ଯେ ନା, ମୁଁ ଏହାକୁ ବିଶ୍ୱାସ କରିବି ନାହିଁ । ମୋତେ ଲାଗୁଛି ଚୀନରେ ଏପରି କ'ଣ ହୋଇଛି, ଯେଉଁଥି ପାଇଁ କୋରୋନା ଭୂତାଣୁ (Coronavirus) ଆସିଛି, ତାହାର ତଦନ୍ତ ହେବା ବାକି ରହିଛି ।

ଫାଉଚିଙ୍କ ଅନୁଯାୟୀ, ଯେଉଁମାନେ ଏପର୍ଯ୍ୟନ୍ତ କିଛି ଅନୁସନ୍ଧାନ କରିଛନ୍ତି ସେମାନଙ୍କ ଅନୁଯାୟୀ ଏହା କିଛି ପଶୁଙ୍କଠାରୁ ଆସିଛି ଏବଂ ପରେ ମଣିଷ ମଧ୍ୟରେ ବ୍ୟାପିଛି । କିନ୍ତୁ ଏହା ଅନ୍ୟ କିଛି ହୋଇପାରେ । ଆମେରିକୀୟ ବିଶେଷଜ୍ଞ କହିଛନ୍ତି ଯେ ବର୍ତ୍ତମାନ ଆମକୁ ଏହାର ଅନୁସନ୍ଧାନ କରିବା ଆବଶ୍ୟକ, ଯାହା ଦ୍ୱାରା ଆମେ ଭୂତାଣୁର ଉତ୍ପତ୍ତି ଜାଣିପାରିବା ।

ଅଧିକ ପଢ଼ନ୍ତୁ:-ପୁଣି ୨ ନୂଆ କୋରୋନା ଭାଇରସ ଆକ୍ରମଣ ପାଇଁ ପ୍ରସ୍ତୁତ!

ସୂଚନାଯୋଗ୍ୟ, ଡକ୍ଟର ଫାଉଚି କୋରୋନା ସଙ୍କଟ ଆରମ୍ଭରୁ ହିଁ ଆମେରିକାରେ ଏହି ଭୂତାଣୁ ବିରୁଦ୍ଧରେ ସଂଗ୍ରାମର ନେତୃତ୍ୱ ନେଉଛନ୍ତି । ତେବେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ସହ ବିବାଦ ମଧ୍ୟରେ ସେ ହଟି ଯାଇଥିଲେ, କିନ୍ତୁ ବିଡେନ ପ୍ରଶାସନ ତାଙ୍କୁ ପୁନର୍ବାର ଦାୟିତ୍ୱ ପ୍ରଦାନ କରିଛି ।

କୋରୋନା ପଛରେ ଚୀନର ହାତ?

ଏଠାରେ କହି ରଖୁଛୁ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ଭୂତାଣୁ ବିଷୟରେ ବିଭିନ୍ନ ସିନ୍ଧାନ୍ତ ସାମ୍ନାକୁ ଆସୁଛି । ପ୍ରାରମ୍ଭରେ, ଯେଉଁଠାରେ ଏହି ଭୂତାଣୁର କାରଣ ଏକ ବାଦୁଡ଼ି ବୋଲି କୁହାଯାଇଥିଲା, ପରେ ଏହାକୁ ଲ୍ୟାବରେ କରାଯାଇଥିବା ଏକ ପରୀକ୍ଷଣ ବୋଲି ଦାବି କରାଯାଇଥିଲା ଏବଂ କେତେକ ଏହାକୁ ଜୈବିକ ଅସ୍ତ୍ର ବୋଲି ମନେ କରୁଛନ୍ତି ।

ଅଧିକ ପଢ଼ନ୍ତୁ:-ଫିକ୍ସଡ୍ ଡିପୋଜିଟ୍ କରିଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଜୁନ୍ ସୁଦ୍ଧା ଜମା କରନ୍ତୁ ଏହି ଫର୍ମ, ନଚେତ୍ ହୋଇଯିବ ବଡ କ୍ଷତି

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା କୋଭିଡ-19 (COVID-19) ର ଉତ୍ପତ୍ତି ଉପରେ ଅନୁସନ୍ଧାନ ମଧ୍ୟ କରାଯାଇଥିଲା, କିନ୍ତୁ ଚୀନ୍ ଏଥିରେ ସଠିକ୍ ଭାବେ ସହଯୋଗ କରିନଥିଲା । ତଥାପି, ଆମେରିକା ସମେତ ବିଶ୍ୱର ଅନେକ ଶକ୍ତିଶାଳୀ ଦେଶ ଚୀନକୁ କୋଭିଡ ପାଇଁ ଦାୟୀ କରନ୍ତି ।