ଚୀନ-ତାଇୱାନ ବିବାଦ ମଧ୍ୟରେ ଆରମ୍ଭ ହେଲା ଆର୍ମେନିଆ-ଆଜେରବାଇଜାନ ଯୁଦ୍ଧ, ଜାଣନ୍ତୁ ଏହି ଯୁଦ୍ଧର ମୁଖ୍ୟ କାରଣ
Advertisement

ଚୀନ-ତାଇୱାନ ବିବାଦ ମଧ୍ୟରେ ଆରମ୍ଭ ହେଲା ଆର୍ମେନିଆ-ଆଜେରବାଇଜାନ ଯୁଦ୍ଧ, ଜାଣନ୍ତୁ ଏହି ଯୁଦ୍ଧର ମୁଖ୍ୟ କାରଣ

 Armenia Azerbaijan War: ଆର୍ମେନିଆ ଓ ଆଜେରବାଇଜାନ ହେଉଛି ପଡୋଶୀ ଦେଶ, ଯାହା ଏସିଆ ମହାଦେଶରେ ଆସେ । ଅତୀତରେ ଉଭୟ ସୋଭିଏତ ସଂଘର ଅଂଶ ଥିଲେ ଓ ୟୁରୋପର ଅତି ନିକଟତର । 

ଚୀନ-ତାଇୱାନ ବିବାଦ ମଧ୍ୟରେ ଆରମ୍ଭ ହେଲା ଆର୍ମେନିଆ-ଆଜେରବାଇଜାନ ଯୁଦ୍ଧ, ଜାଣନ୍ତୁ ଏହି ଯୁଦ୍ଧର ମୁଖ୍ୟ କାରଣ

ନୂଆଦିଲ୍ଲୀ: Armenia Azerbaijan War: ଚୀନ-ତାଇୱାନ ବିବାଦ ମଧ୍ୟରେ ଦୁନିଆରେ ଆଉ ଏକ ଯୁଦ୍ଧ ଆରମ୍ଭ ହୋଇଛି । ବିବାଦୀୟ ଅଞ୍ଚଳ ନାଗୋର୍ଣ୍ଣୋ-କରାବାଖ (Nagorno-Karabakh conflict) କୁ ନେଇ ଆର୍ମେନିଆ ଓ ଆଜେରବାଇଜାନ ମଧ୍ୟରେ ପୁଣି ଯୁଦ୍ଧ (Armenia Azerbaijan War) ଆରମ୍ଭ ହୋଇଛି । ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଅଗଷ୍ଟ ୩ରେ ଆଜେରବାଇଜାନ କରାବାଖ ଉପରେ ବୋମା ପକାଇ ଥିଲା । ଯାହା ଫଳରେ ୩ ଜଣ ସୈନିକ ନିହତ ହୋଇଛି ।

ଆର୍ମେନିଆ କହିଛି ଯେ, ଆଜେରବାଇଜାନ ମଧ୍ୟ ଏହି ଅଞ୍ଚଳର ଅନେକ ସୀମା ଦଖଲ କରିନେଇଛି । ଏହି ପରିପ୍ରେକ୍ଷୀରେ ଋଷ ମଧ୍ୟ ଆଜେରବାଇଜାନ ଉପରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି । ତେବେ ଆଜେରବାଇଜାନ ଏହି ଅଭିଯୋଗକୁ ଅସ୍ୱୀକାର କରିଛି । ସେନା କହିଛି ଯେ, ଆର୍ମେନିଆ ପ୍ରଥମେ ଆମର ଜଣେ ସୈନ୍ୟଙ୍କ ଉପରେ ଆକ୍ରମଣ କରି ହତ୍ୟା କରିଥିଲା । ଆମେ ପ୍ରତିଶୋଧ ନେଇଛୁ ।

ଋଷ କରାଇଥିଲା ଶାନ୍ତି ଚୁକ୍ତି

ନଭେମ୍ବର ୨୦୨୦ରେ ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଯୋଗୁଁ ଆର୍ମେନିଆ ଓ ଆଜେରବାଇଜାନ ମଧ୍ୟରେ ଶାନ୍ତି ଚୁକ୍ତି ସ୍ୱାକ୍ଷର ହୋଇଥିଲା । ୨୦୨୦ରେ ପ୍ରାୟ ୬ ମାସ ଧରି ଦୁଇ ଦେଶ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏହି ସମୟ ମଧ୍ୟରେ ୬,୫୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହା ପରେ ଉଭୟ ଦେଶ ଋଷର ଆଦେଶରେ ଶାନ୍ତି ଚୁକ୍ତି ସ୍ୱାକ୍ଷର କରିଥିଲେ ।

ଏହା ବି ପଢ଼ନ୍ତୁ:-ଆସନ୍ତାକାଲି ଠାରୁ ବଦଳିବ ପାଗ; ରାଜ୍ୟର ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ!

ଏହା ବି ପଢ଼ନ୍ତୁ:-ପୁଣି ୧୩୫ ଟ୍ରେନ ବାତିଲ କଲା ରେଲୱେ, ଯାତ୍ରା କରିବା ପୂର୍ବରୁ ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କୁ ଆଶ୍ୱସ୍ତି! ଏକନାଥ ସିନ୍ଦେ ଦଳୀୟ ଚିହ୍ନକୁ ନେଇ ଦେଲେ ବଡ଼ ବୟାନ

ବିବାଦର କାରଣ

ନାଗୋର୍ଣ୍ଣୋ-କରାବାଖ୍ ହେଉଛି ୪,୪୦୦ ବର୍ଗ କିଲୋମିଟର ବ୍ୟାପିଥିବା ଏକ କ୍ଷେତ୍ର, ଯେଉଁଠାରେ ଆର୍ମେନିଆ ଖ୍ରୀଷ୍ଟିଆନ ଓ ମୁସଲମାନ ତୁର୍କୀମାନେ ବାସ କରନ୍ତି । ସୋଭିଏତ୍ ସଂଘ (USSR) ସମୟରେ ଏହା ଆଜେରବାଇଜାନ ମଧ୍ୟରେ ଏକ ସ୍ୱୟଂଶାସିତ ଅଞ୍ଚଳ ହୋଇଯାଇଥିଲା । ଅନ୍ତର୍ଜାତୀୟ ସ୍ତରରେ ଏହା କେବଳ ଆଜେରବାଇଜାନର ଅଂଶ ଭାବରେ ଜଣାଶୁଣା, କିନ୍ତୁ ଏଠାରେ ଅଧିକାଂଶ ଜନସଂଖ୍ୟା ଆର୍ମେନିଆର ।

୧୯୮୦ ଦଶକରୁ ଶେଷରୁ ଆରମ୍ଭ ହୋଇ ୧୯୯୦ ଦଶକ ପର୍ଯ୍ୟନ୍ତ ଚାଲି ଥିବା ଯୁଦ୍ଧ ସମୟରେ ୩୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ​​। ଏହାସହ ୧୦ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ । ସେହି ସମୟରେ ବିଚ୍ଛିନ୍ନତାବାଦୀ ବାହିନୀ ନାଗୋର୍ଣ୍ଣୋ-କରାବାଖର କିଛି ଅଞ୍ଚଳ ଦଖଲ କରିଥିଲା । ୧୯୯୪ ମସିହାରେ ଏଠାରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା, ଏହା ପରେ ମଧ୍ୟ ଅବରୋଧ ଜାରି ରହିଛି ଏବଂ ଏହି ଅଞ୍ଚଳରେ ଅନେକ ସମୟରେ ଉତ୍ତେଜନା ଦେଖାଦେଇଥାଏ । ବର୍ତ୍ତମାନର ବିବାଦର ପ୍ରାରମ୍ଭ ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ ଦାବି ସହ ହୋଇଥିଲା ।  । ବର୍ତ୍ତମାନର ଉତ୍ତେଜନା ୨୦୧୮ରେ ଆରମ୍ଭ ହୋଇଥିଲା, ଯେତେବେଳେ ଉଭୟ ସେନା ସୀମା ନିକଟବର୍ତ୍ତୀ ଅଞ୍ଚଳରେ ନିଜର ଶକ୍ତି ବୃଦ୍ଧି କରିଥିଲେ ।

ଆର୍ମେନିଆ ଓ ଆଜେରବାଇଜାନ ହେଉଛି ପଡୋଶୀ ଦେଶ, ଯାହା ଏସିଆ ମହାଦେଶରେ ଆସେ । ଅତୀତରେ ଉଭୟ ସୋଭିଏତ ସଂଘର ଅଂଶ ଥିଲେ ଓ ୟୁରୋପର ଅତି ନିକଟତର । ଭାରତଠାରୁ ପ୍ରାୟ ଚାରି ହଜାର କିଲୋମିଟର ଦୂରରେ ଅବସ୍ଥିତ । ଇରାନ ଓ ତୁର୍କୀ ମଧ୍ୟରେ ଆର୍ମେନିଆ ଓ ଆଜେରବାଇଜାନ ଆସିଥାଏ ।