'ଚରସ ସେବନ କରିବା କଥା ସ୍ୱୀକାର କରିଛନ୍ତି ଆର୍ୟନ, ଅରବାଜ୍ ମର୍ଚାଣ୍ଟଙ୍କ ପାଖରୁ ମିଳିଛି ୬ ଗ୍ରାମ ମାଦକ ଦ୍ରବ୍ୟ'
Advertisement
Article Detail0/zeeodisha/odisha1006664

'ଚରସ ସେବନ କରିବା କଥା ସ୍ୱୀକାର କରିଛନ୍ତି ଆର୍ୟନ, ଅରବାଜ୍ ମର୍ଚାଣ୍ଟଙ୍କ ପାଖରୁ ମିଳିଛି ୬ ଗ୍ରାମ ମାଦକ ଦ୍ରବ୍ୟ'

NCB ଆର୍ୟନ ଖାନ (Aryan Khan) ଙ୍କ ଜାମିନକୁ ବିରୋଧ କରି କହିଛି ଯେ ତାଙ୍କ ମାମଲାକୁ ପୃଥକ ଭାବରେ ବିଚାର କରାଯାଇପାରେ ନାହିଁ କାରଣ ସମସ୍ତେ ଏକାଠି ଥିଲେ ।

Aryan Khan

ନୂଆଦିଲ୍ଲୀ: Aryan Khan Drug Case Bail: ଆର୍ୟନ ଖାନ (Aryan Khan) ଚରସ (Charas) ସେବନ କରିବା କଥା ସ୍ୱୀକାର କରିଛନ୍ତି । ଡ୍ରଗ୍ସ ମାମଲାରେ ସହ-ଅଭିଯୁକ୍ତ ଅରବାଜ୍ ମର୍ଚାଣ୍ଟ (Arbaaz Merchant) ଙ୍କ ଠାରୁ ୬ ଗ୍ରାମ୍ ଚରସ ମିଳିଥିଲା, ଉଭୟ କ୍ରୁଜ୍ ଶିପରେ ସେବନ କରିବାର ଥିଲା । ବୁଧବାର କୋର୍ଟରେ ଦାଖଲ ହୋଇଥିବା ଜବାବରେ ଏନସିବି (Narcotics Control Bureau-NCB) ଏହା କହିଛି । ଏହା ସହିତ ଏଜେନ୍ସି କୋର୍ଟଙ୍କୁ କହିଛି ଯେ ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଶାହାରୁଖ ଖାନ (Shah Rukh Khan) ଙ୍କ ପୁଅ ଆର୍ୟନ ଖାନ ଅରବାଜ ମର୍ଚାଣ୍ଟଙ୍କଠାରୁ ନିଷିଦ୍ଧ ଡ୍ରଗ୍ସ କିଣିଛନ୍ତି । ଆର୍ୟନ ଖାନଙ୍କ ଜାମିନ ଆବେଦନ ଶୁଣାଣି ବେଳେ ଏଜେନ୍ସି କହିଛି ଯେ ଅନୁସନ୍ଧାନ ସମୟରେ ମିଳିଥିବା ପଦାର୍ଥର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ନିଷିଦ୍ଧ ପଦାର୍ଥ କ୍ରୟ ତଥା ବିତରଣରେ ଆର୍ୟନ ଖାନଙ୍କର ସନ୍ଦେହଜନକ ଭୂମିକା ରହିଛି ।

NCB ଆର୍ୟନ ଖାନ (Aryan Khan) ଙ୍କ ଜାମିନକୁ ବିରୋଧ କରି କହିଛି ଯେ ତାଙ୍କ ମାମଲାକୁ ପୃଥକ ଭାବରେ ବିଚାର କରାଯାଇପାରେ ନାହିଁ କାରଣ ସମସ୍ତେ ଏକାଠି ଥିଲେ । ଏଜେନ୍ସି ସ୍ୱୀକାର କରିଛି ଯେ ଆର୍ୟନ ଖାନଙ୍କ ପାଖରୁ କୌଣସି ଡ୍ରଗ୍ସ ମିଳିନାହିଁ, ଅନ୍ୟପଟେ ଅରବାଜ ମର୍ଚାଣ୍ଟ (Arbaaz Merchant) ଙ୍କ ପାଖରୁ ୬ ଗ୍ରାମ ଚରସ ମିଳିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) କହିଛି ଯେ ଏହି ସମସ୍ତ ଲୋକ ଏକ ବଡ଼ ଚେନର ଅଂଶ ଅଟନ୍ତି ।

ପଚରାଉଚରା ପାଇଁ ଇମତିଆଜ ଖତ୍ରୀଙ୍କ ପୁଣି ଡାକିଛି

ମୁମ୍ବାଇ କ୍ରୁଜ୍ ଶିପ୍ ଡ୍ରଗ୍ସ ମାମଲାରେ ପଚରାଉଚରା ପାଇଁ ଏନସିବି ଚଳଚ୍ଚିତ୍ର ନିର୍ମାତା ତଥା ବାନ୍ଦ୍ରାର ବିଲଡର ଇମତିଆଜ ଖତ୍ରୀ (Imtiaz Khatri) ଙ୍କୁ ଡକାଇଛି । ତାଙ୍କୁ ତୃତୀୟ ଥର ପାଇଁ ଏନସିବି (NCB) ଡାକିଛି । ମଙ୍ଗଳବାର ଇମତିଆଜ ଖତ୍ରୀଙ୍କୁ ଏନସିବି ଦ୍ୱାରା ତିନି ଘଣ୍ଟା ପଚରାଉଚରା କରାଯାଇଥିଲା ଓ ପରେ ଛାଡି ଦିଆଯାଇଥିଲା । ତାଙ୍କର ସବିଶେଷ ବୟାନ ଏପର୍ଯ୍ୟନ୍ତ ରେକର୍ଡ ହୋଇ ନ ଥିବାରୁ ତାଙ୍କୁ ପୁନର୍ବାର ଏଜେନ୍ସି ସମ୍ମୁଖରେ ହାଜର ହେବାକୁ ପଡ଼ିବ ।

ଅଧିକ ପଢ଼ନ୍ତୁ:-ଆର୍ୟନଙ୍କ ଜାମିନ କରାଇପାରିଲେନି ସତୀଶ ମାନଶିନ୍ଦେ, ବର୍ତ୍ତମାନ ଶାହରୁଖ ନେଲେ ଏହି ବଡ଼ ନିଷ୍ପତ୍ତି

ଅଧିକ ପଢ଼ନ୍ତୁ:-ଡ୍ରଗ୍ସ ମାମଲାରେ ଚର୍ଚ୍ଚାରେ ଆସିଥିବା ସମୀର ୱାନଖେଡ଼େଙ୍କ ମୁଣ୍ଡ ଉପରେ ରହିଛି ଏହି ଖାସ୍ ବ୍ୟକ୍ତିଙ୍କ ହାତ, ପତ୍ନୀ କ୍ରାନ୍ତି କଲେ ଖୁଲାସା

ସୂଚନାଯୋଗ୍ୟ, ମୁମ୍ବାଇରୁ ଗୋଆକୁ ଯାଉଥିବା ଏକ କ୍ରୁଜରେ ଚଢ଼ାଉ କରି  NCB ଆର୍ୟନ ଖାନଙ୍କୁ ଗିରଫ କରିଥିଲା । ଗିରଫ ହେବା ପରେ ତାଙ୍କୁ ଅନେକ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା । ସେ ବର୍ତ୍ତମାନ ନିଜ ସାଙ୍ଗମାନଙ୍କ ସହ ଜେଲରେ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା ତୈଳ ଦର, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ପେଟ୍ରୋଲ-ଡିଜେଲର ନୂଆ ରେଟ୍

ଅଧିକ ପଢ଼ନ୍ତୁ:-ଏୟାର ଇଣ୍ଡିଆ ପରେ ବର୍ତ୍ତମାନ ଏହି ସରକାରୀ କମ୍ପାନୀ ବିକିବେ ସରକାର, ପ୍ରସ୍ତୁତି ଶେଷ! ସମ୍ପୂର୍ଣ୍ଣ ସୂଚନା ଦେଲା ଅର୍ଥ ମନ୍ତ୍ରଣାଳୟ

ଅଧିକ ପଢ଼ନ୍ତୁ:-ତାଲିବାନକୁ ମିଳିବ ମାନ୍ୟତା? ଆଫଗାନିସ୍ତାନ ପାଇଁ ୧ ବିଲିୟନ ୟୁରୋର ପ୍ୟାକେଜ୍ ଜାରି କଲା EU

ଅଧିକ ପଢ଼ନ୍ତୁ:-ପିଏମ ମୋଦି ଓ ଇସ୍ରାଏଲ ଉପରେ ଇମ୍ରାନ ଖାନ ଦେଲେ ଏଭଳି 'ଜ୍ଞାନ', ସବୁଆଡ଼େ ଉଡ଼ୁଛି ମଜାକ