କୋହଲିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ! ଇନଷ୍ଟାଗ୍ରାମର ଏହି ପୋଷ୍ଟକୁ ନେଇ ଦେଖାଦେଇଛି ବିବାଦ
Advertisement

କୋହଲିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ! ଇନଷ୍ଟାଗ୍ରାମର ଏହି ପୋଷ୍ଟକୁ ନେଇ ଦେଖାଦେଇଛି ବିବାଦ

ବିରାଟ (Virat Kohli) ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । ଯାହାକୁ ନେଇ ବିବାଦ ଦେଖାଦେଇଛି ।

କୋହଲିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ! ଇନଷ୍ଟାଗ୍ରାମର ଏହି ପୋଷ୍ଟକୁ ନେଇ ଦେଖାଦେଇଛି ବିବାଦ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଶିଖର ଧୱନ (Shikhar Dhawan) ଙ୍କ ଅଧିନାୟକତ୍ୱରେ ଏକ ଯୁବ ଦଳ ଶ୍ରୀଲଙ୍କା ଟିମର ସାମ୍ନା କରୁଛି । ସେପଟେ ସିନିୟର ଟିମ୍ ଖୁବ ଶୀଘ୍ର ବିରାଟ କୋହଲି (Virat Kohli) ଙ୍କ ନେତୃତ୍ୱରେ ଇଂଲଣ୍ଡ ସହ ମୁହାଁମୁହିଁ ହେବେ । ଭାରତ ଏଠାରେ ୫ଟି ମ୍ୟାଚର ଏକ ଟେଷ୍ଟ ସିରିଜ୍ ଖେଳିବ । କିନ୍ତୁ ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଅଧିନାୟକ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଛନ୍ତି ।

ବଡ଼ ବିବାଦରେ ପଡ଼ିଛନ୍ତି ବିରାଟ 

ବିରାଟ (Virat Kohli) ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ । ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟରେ ସେ ଲଭଲି ପ୍ରଫେସନାଲ୍ ୟୁନିଭର୍ସିଟିର (Lovely Professional University) ପ୍ରଚାର କରିଛନ୍ତି । ଆଉ ଏହି ପ୍ରଚାରରେ ସେ ଅଲିମ୍ପିକ୍ ଖେଳାଳିଙ୍କ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଏହି ପୋଷ୍ଟ ପାଇଁ ଲୋକମାନେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି । କିନ୍ତୁ ବର୍ତ୍ତମାନ ଭାରତର ବିଜ୍ଞାପନ ମାନକ ପରିଷଦ (Advertising Standards Council of India) ବିରାଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ।

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ହେବ କାର୍ଯ୍ୟାନୁଷ୍ଠାନ

ଇକୋନୋମିକ୍ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆଡଭେର୍ଟାଇଜିଙ୍ଗ ଷ୍ଟାଣ୍ଡାର୍ଡ କାଉନସିଲ୍ ଅଫ୍ ଇଣ୍ଡିଆ ବିରାଟ କୋହଲିଙ୍କୁ ଏକ ନୋଟିସ ପଠାଇବ । ASCI ର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଏହି ପୋଷ୍ଟରେ କୌଣସି ପ୍ରକାଶନ ଅନ୍ତର୍ଭୂକ୍ତ କରାଯାଇ ନାହିଁ ଯାହା ବର୍ତ୍ତମାନ ବାଧ୍ୟତାମୂଳକ ଅଟେ । ASCI ବର୍ତ୍ତମାନ ବିଜ୍ଞାପନଦାତା ଓ ବିରାଟ କୋହଲିଙ୍କୁ ଏକ ଚିଠି ଲେଖିବ । ଯାହା ଉପରେ ବିରାଟ କୋହଲିଙ୍କୁ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ବିଷୟରେ ଉତ୍ତର ଦେବାକୁ ପଡିବ ।

ଅଧିକ ପଢ଼ନ୍ତୁ:-କୋରୋନା ସହ ଲଢ଼େଇରେ ମିଳିଲା ନୂଆ ଅସ୍ତ୍ର: ବୈଜ୍ଞାନିକ ତିଆରି କଲେ ଏପରି ଏକ ଲେଜର ଉପକରଣ, ଯାହା ପବନରେ ହିଁ ବିନାଶ କରିବ ଭାଇରସ

ବିରାଟ ପୋଷ୍ଟରେ ଲେଖିଛନ୍ତି ଏହି କଥା 

ବାସ୍ତବରେ ବିରାଟ କୋହଲି ଲଭଲି ପ୍ରଫେସନାଲ ୟୁନିଭର୍ସିଟିର ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ, "କି ଚମତ୍କାର ରେକର୍ଡ, ଅଲିମ୍ପିକ୍ସର 10% ଖେଳାଳି ଲଭଲି ପ୍ରଫେସନାଲ ୟୁନିଭର୍ସିଟିର । ମୁଁ ଆଶା କରୁଛି ଯେ ଆଗାମୀ ସମୟରେ ଲଭଲି ପ୍ରଫେସନାଲ ୟୁନିଭର୍ସିଟି ମଧ୍ୟ କ୍ରିକେଟ୍ ପାଇଁ ଖେଳାଳି ପଠାଇବ । ଜୟ ହିନ୍ଦ।"