ଇଣ୍ଡିଆନ୍ ଏକ୍ସପ୍ରେସ ସହ ସାକ୍ଷାତକାର ବେଳେ କପିଲ ସିବଲ (Kapil Sibal) ମଧ୍ୟ ହାଇକମାଣ୍ଡଙ୍କୁ ଆତ୍ମମନ୍ଥନ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ସାକ୍ଷାତକାରରେ ସେ କହିଛନ୍ତି ଯେ ବିହାର ନିର୍ବାଚନରେ ଦଳର ନେତୃତ୍ୱ ଏପର୍ଯ୍ୟନ୍ତ କିଛି କହିନାହାଁନ୍ତି, ବୋଧହୁଏ ସେ ଅନୁଭବ କରୁଛନ୍ତି ଯେ ସବୁକିଛି ଠିକ ଚାଲିଛି ।
Trending Photos
ନୂଆଦିଲ୍ଲୀ: ନିକଟରେ ବିହାରରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ (Congress) ର ଦୁର୍ବଳ ପ୍ରଦର୍ଶନକୁ ନେଇ ଦଳ ମଧ୍ୟରେ ବିବାଦ ଦେଖାଯାଉଛି । ଦଳର ବରିଷ୍ଠ ନେତା କପିଲ ସିବଲ (Congress Leader Kapil Sibal) ଖୋଲାଖୋଲି ଭାବେ ଦଳର ନେତୃତ୍ୱକୁ ସମାଲୋଚନା କରିଛନ୍ତି । ଏହା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ (Ashok Gehlot) ଏହାକୁ ବିରୋଧ କରିଛନ୍ତି । କପିଲ ସିବଲ ଖବରକାଗଜ ଇଣ୍ଡିଆନ ଏକ୍ସପ୍ରେସକୁ ଏକ ସାକ୍ଷାତକାର ଦେଇଛନ୍ତି । ଯାହାକୁ ନେଇ ସେ ଟ୍ୱିଟ କରିଛନ୍ତି ।
My interview in today’s Indian Express
We are yet to hear on recent polls… Maybe Congress leadership thinks it should be business as usual: Kapil Sibal https://t.co/paYyFYUEud via @IndianExpress
— Kapil Sibal (@KapilSibal) November 16, 2020
ଇଣ୍ଡିଆନ୍ ଏକ୍ସପ୍ରେସ ସହ ସାକ୍ଷାତକାର ବେଳେ କପିଲ ସିବଲ (Kapil Sibal) ମଧ୍ୟ ହାଇକମାଣ୍ଡଙ୍କୁ ଆତ୍ମମନ୍ଥନ କରିବାକୁ ପରାମର୍ଶ ଦେଇଛନ୍ତି । ଏହି ସାକ୍ଷାତକାରରେ ସେ କହିଛନ୍ତି ଯେ ବିହାର ନିର୍ବାଚନରେ ଦଳର ନେତୃତ୍ୱ ଏପର୍ଯ୍ୟନ୍ତ କିଛି କହିନାହାଁନ୍ତି, ବୋଧହୁଏ ସେ ଅନୁଭବ କରୁଛନ୍ତି ଯେ ସବୁକିଛି ଠିକ ଚାଲିଛି ।
ଅଧିକ ପଢ଼ନ୍ତୁ:-ପୁଣି କୋରୋନା ଭୂତାଣୁକୁ ନେଇ ବହୁତ ବଡ଼ ଖରାପ ଖବର ଦେଲା WHO
ଏହି ସାକ୍ଷାତକାରରେ କଂଗ୍ରେସ ନେତା କପିଲ ସିବଲ କହିଛନ୍ତି ଯେ, ଦେଶର ଜନତା ନା କେବଳ ବିହାରରେ, ବରଂ ଯେଉଁଠାରେ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହୋଇଛି, କଂଗ୍ରେସକୁ ଏକ ପ୍ରଭାବଶାଳୀ ବିକଳ୍ପ ଭାବେ ଗ୍ରହଣ କରୁନାହାଁନ୍ତି । ଏହା ଏକ ସିଦ୍ଧାନ୍ତ । ବିହାରରେ ଏହାର ବିକଳ୍ପ ଥିଲା ଆରଜେଡି । ଗୁଜୁରାଟରେ ଆମେ ସମସ୍ତ ଉପନିର୍ବାଚନରେ ହାରିଗଲୁ । ଲୋକସଭା ନିର୍ବାଚନରେ ମଧ୍ୟ ଆମେ ସେଠାରେ ଗୋଟିଏ ବି ଆସନ ଜିତି ନାହୁଁ । ଉତ୍ତରପ୍ରଦେଶର ଅନେକ ଆସନରେ କଂଗ୍ରେସ ପ୍ରାର୍ଥୀମାନେ ୨ ପ୍ରତିଶତରୁ କମ୍ ଭୋଟ୍ ପାଇଛନ୍ତି । ମୁଁ ଆଶା କରୁଛି କଂଗ୍ରେସ ଆତ୍ମମନ୍ଥନ କରିବ ।
ଅଧିକ ପଢ଼ନ୍ତୁ:-ପୁଣି ଡରାଉଛି କୋରୋନା, ଏହି ରାଜ୍ୟଗୁଡିକରେ ଦ୍ରୁତଗତିରେ ବଢ଼ୁଛି ମାମଲା
ସିବଲ କହିଛନ୍ତି ଯେ, ଯଦି କଂଗ୍ରେସ ୬ ବର୍ଷ ଧରି ଆତ୍ମମନ୍ଥନ କରିନାହିଁ, ତା’ହେଲେ ଆମକୁ ଏଥିରୁ କ’ଣ ଆଶା ଅଛି? କଂଗ୍ରେସର ଦୋଷ କ’ଣ ଆମେ ଜାଣୁ । ସାଂଗଠନିକ ଭାବରେ ଆମେ ଜାଣୁ କଣ ଭୁଲ୍ । ମୁଁ ଭାବୁଛି ଆମ ପାଖରେ ସମସ୍ତ ଉତ୍ତର ଅଛି । କଂଗ୍ରେସ ଦଳ ନିଜେ ସମସ୍ତ ଉତ୍ତର ଜାଣିଛି, କିନ୍ତୁ ସେମାନେ ଏହି ଉତ୍ତର ଦେବାକୁ ଚାହୁଁନାହାଁନ୍ତି । ଯେପର୍ଯ୍ୟନ୍ତ ଆତ୍ମମନ୍ଥନ କରା ନଯିବ, ସେପର୍ଯ୍ୟନ୍ତ କଂଗ୍ରେସର ଗ୍ରାଫ ହ୍ରାସ ପାଇବ ।
ଅଧିକ ପଢ଼ନ୍ତୁ:-ପୁଣିଥରେ କଂଗ୍ରେସ ନେତୃତ୍ୱ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଲେ ସିବଲ, କହିଲେ ଏପରି କିଛି
There was no need for Mr Kapil Sibal to mentioned our internal issue in Media, this has hurt the sentiments of party workers across the country.
1/— Ashok Gehlot (@ashokgehlot51) November 16, 2020
ତାଙ୍କ ଏହି ସାକ୍ଷାତକାର ପରେ ଅଶୋକ ଗେହଲୋଟ୍ ଅନେକଙ୍କୁ ଟ୍ୱିଟ୍ କରିଛନ୍ତି । ସେ ଏଥିରେ କହିଛନ୍ତି ଯେ କପିଲ ସିବଲ ଜୀଙ୍କୁ ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ଗଣମାଧ୍ୟମରେ ଆଲୋଚନା କରିବାର ଆବଶ୍ୟକତା ନାହିଁ । ଏହା ଦ୍ୱାରା ସମଗ୍ର ଦେଶରେ ଆମର କାର୍ଯ୍ୟକର୍ତ୍ତାଙ୍କ ଭାବନାକୁ ଆହତ କରିଛି ।
ବିହାର ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ (RJD) ସହିତ କଂଗ୍ରେସ (Congress) ମେଣ୍ଟ କରିଥିଲା । ଦଳ ରାଜ୍ୟର ୨୪୩ଟି ଆସନ ମଧ୍ୟରୁ ୭୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । ସେଥିରୁ ୧୯ଟି ଆସନ ଜିତିଛି ।