ନୂଆ ରେକର୍ଡ ଅପେକ୍ଷାରେ ଅଯୋଧ୍ୟା, ୫ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ
Advertisement
Article Detail0/zeeodisha/odisha784551

ନୂଆ ରେକର୍ଡ ଅପେକ୍ଷାରେ ଅଯୋଧ୍ୟା, ୫ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୁମି ପୂଜନ ପରେ ପ୍ରଥମ ଥର ପାଇଁ ଦିପାବଳୀ ପାଳନ ହେବାକୁ ଯାଉଛି । ଅଯୋଧ୍ୟାରେ ଦିପାବଳୀ ଅବସରରେ ଦୀପୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗତକାଲି ଅର୍ଥାତ ୧୧ ତାରିଖରୁ ଏହି ପ୍ରସ୍ତୁତି କାର୍ୟ୍ୟ ଆରମ୍ଭ ହୋଇଛି ।

ନୂଆ ରେକର୍ଡ ଅପେକ୍ଷାରେ ଅଯୋଧ୍ୟା, ୫ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୁମି ପୂଜନ ପରେ ପ୍ରଥମ ଥର ପାଇଁ ଦିପାବଳୀ ପାଳନ ହେବାକୁ ଯାଉଛି । ଅଯୋଧ୍ୟାରେ ଦିପାବଳୀ ଅବସରରେ ଦୀପୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗତକାଲି ଅର୍ଥାତ ୧୧ ତାରିଖରୁ ଏହି ପ୍ରସ୍ତୁତି କାର୍ୟ୍ୟ ଆରମ୍ଭ ହୋଇଛି । ତେବେ ରାମ ଜନ୍ମଭୂମୀରେ ଏହି ଦିପୋତ୍ସବ କାର୍ଯ୍ୟାକ୍ରମ ଆସନ୍ତା ୧୩ ତାରିଖରେ ଆୟୋଜିତ ହେବ । ତେବେ ପ୍ରାୟ ୧୧ ହଜାର ଦୀପ ଜଳାଯିବାର କାର୍ଯ୍ୟକ୍ରମ ରହିଥିବା ନେଇ ସୂଚନା ରହିଛି । 

ସେହିପରି ପ୍ରସ୍ତାବିତ ରାମ ମନ୍ଦିର ପରିସର ମଧ୍ରେ ପ୍ରାୟ ସାଢେ ୫ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ କରାଯିବା ନେଇ ସୂଚନା ରହିଛି । ଏହି ଦୀପ ଜଳାଇବା ସହ ବିଶ୍ୱ ରେକର୍ଡ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଅଯୋଧ୍ୟାର ସୀମାକୁ ସିଲ କରିଦିଆଯାଇଛି । ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଗସ୍ତ କରିବେ । ଯୋଗଙ୍କୁ ରାମ, ଲକ୍ଷ୍ମଣ ଓ ସୀତାପାର୍କରରେ ତାଙ୍କର ସ୍ୱାଗତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏପରିକି ସେଠାରେ ରାଜ୍ୟାଭିଷେକ କାର୍ଯ୍ୟକ୍ରମ ରହିଛି । 

ଦୀପୋତ୍ସବ ସମୟରେ ଛୋଟ ଛୋଟ ମଞ୍ଚ ମଧ୍ୟ ପ୍ରସ୍ତୁତ ହେବ । ଉକ୍ତ ମଞ୍ଚରେ ଲଙ୍କା ଦହନ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଭଗବାନ ରାମଙ୍କ ଠାରୁ ଆରମ୍ଭ କରି ଲଙ୍କାଦହନ ଭଳି ଏକାଧିକ ପ୍ରସଂଗ ଉପରେ ମଧ୍ୟ ନାଟକ ଅନୁଷ୍ଠିତ ହେବ । ତେବେ ଏହି କାର୍ଯ୍ୟକ୍ରମ ମଧ୍ୟରେ ଅହଲ୍ୟା ଉଦ୍ଧାର ଓ ନାରୀ ସଶକ୍ତିକରଣ ପ୍ରସଙ୍ଗକୁ ବେଶ ଗୁରୁତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରାଯାଇଥାଏ ।