କମ୍ପାନୀର ଆଧିକାରୀକ ତଥ୍ୟ ଅନୁଯାୟୀ, ଅକ୍ଟୋବର ୧୮ରୁ ଜୁନ୍ ୨୩ ମଧ୍ୟରେ ମୋଟ ୨୩.୫୪ ଲକ୍ଷ କରୋନିଲ (Coronil) କିଟ୍ ବିକ୍ରି ହୋଇଥିଲା ।
Trending Photos
ନୂଆଦିଲ୍ଲୀ: ଦେଶରେ କୋରୋନା ମହାମାରୀ ସଙ୍କଟ ଜାରି ରହିଛି । ଏହି ସମୟରେ ବାବା ରାମଦେବ (Baba Ramdev) ଙ୍କ କମ୍ପାନୀ ପତଞ୍ଜଳି (Patanjali) ମାତ୍ର ୪ ମାସ ମଧ୍ୟରେ ୮୫ ଲକ୍ଷରୁ ଅଧିକ କୋରୋନିଲ (Coronil) କିଟ୍ ବିକ୍ରି କରିଛି । କମ୍ପାନୀର ତଥ୍ୟ ଅନୁଯାୟୀ, ଏହି ସମୟ ମଧ୍ୟରେ ପ୍ରାୟ ୨୪୧ କୋଟି ଟଙ୍କାର ଔଷଧ ବିକ୍ରି ହୋଇଛି ।
କମ୍ପାନୀର ଆଧିକାରୀକ ତଥ୍ୟ ଅନୁଯାୟୀ, ଅକ୍ଟୋବର ୧୮ରୁ ଜୁନ୍ ୨୩ ମଧ୍ୟରେ ମୋଟ ୨୩.୫୪ ଲକ୍ଷ କରୋନିଲ (Coronil) କିଟ୍ ବିକ୍ରି ହୋଇଥିଲା । କୋରୋନିଲକୁ କୋଭିଡ-19ର ଚିକିତ୍ସା ଭାବରେ ଜୁନ ୨୩ରେ ଲଞ୍ଜ କରାଯାଇଥିଲା । ଅନ୍ୟପଟେ ବର୍ତ୍ତମାନ ପ୍ରମାଣିତ ହୋଇପାରି ନାହିଁ ଯେ ଏହା କୋରୋନା ଚିକିତ୍ସା କରିବାରେ ପ୍ରଭାବଶାଳୀ କି ନୁହେଁ । ବଜାରରେ ପହଞ୍ଚିବାର କିଛି ସମୟ ପରେ କମ୍ପାନୀ କୋରୋନା ପାଇଁ ଚିକିତ୍ସା ଦାବି ନେଇ ବିବାଦ ଘେରକୁ ଆସିଥିଲା । କମ୍ପାନୀର କ୍ଲିନିକାଲ୍ ପରୀକ୍ଷା ଏବଂ ଏହାର ତଥ୍ୟ ବିଷୟରେ ପ୍ରଶ୍ନ ଉଠିଥିଲା ।
ଅଧିକ ପଢ଼ନ୍ତୁ:-'ନଭେମ୍ବର ୧୦ରେ ବିଜେପି ସହ ମିଶି ସରକାର ଗଠନ କରିବେ ତେଜସ୍ୱୀ'
କମ୍ପାନୀ ଏହାକୁ ତିଆରି କରିବା ପୂର୍ବରୁ କାଶ, ଜ୍ୱର ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଔଷଧ ରୂପେ ପ୍ରସ୍ତୁତ କରିବାକୁ ଅନୁମତି ନେଇଥିଲା । ୨୪ ଜୁନରେ ଉତ୍ତରାଖଣ୍ଡ ଆୟୁଷ ବିଭାଗ ପତଞ୍ଜଳିଙ୍କୁ ନୋଟିସ୍ ଜାରି କରି ୭ ଦିନ ମଧ୍ୟରେ ଏ ସମ୍ପର୍କରେ ଉତ୍ତର ମାଗିଥିଲା । ଉତ୍ତରାଖଣ୍ଡର ଆୟୁଷ ବିଭାଗର ଲାଇସେନ୍ସ ଅଧିକାରୀ କହିଥିଲେ ଯେ, ସେମାନଙ୍କ ତରଫରୁ ପତଞ୍ଜଳିକୁ ଇମ୍ୟୁନିଟି ବୁଷ୍ଟର ପ୍ରସ୍ତୁତ କରିବାର ଲାଇସେନ୍ସ ଦିଆଯାଇଥିଲା ।