ଅଗଷ୍ଟରେ ୧୮ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ! ଶୀଘ୍ର ସାରି ନିଅନ୍ତୁ ଜରୁରୀ କାମ, ବ୍ରାଞ୍ଚ ଯିବା ପୂର୍ବରୁ ଚେକ୍ କରନ୍ତୁ ଛୁଟି ତାଲିକା
Advertisement
Article Detail0/zeeodisha/odisha1276065

ଅଗଷ୍ଟରେ ୧୮ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ! ଶୀଘ୍ର ସାରି ନିଅନ୍ତୁ ଜରୁରୀ କାମ, ବ୍ରାଞ୍ଚ ଯିବା ପୂର୍ବରୁ ଚେକ୍ କରନ୍ତୁ ଛୁଟି ତାଲିକା

Bank Holiday in August 2022: ଯଦିଓ ପର୍ବ ମାସରେ ବ୍ୟାଙ୍କରେ ଛୁଟିଦିନ ହେବ, କିନ୍ତୁ ଆପଣ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ କାର୍ଯ୍ୟକୁ ଅନଲାଇନ୍ ମୋଡ୍ ରେ ସଂପୂର୍ଣ୍ଣ କରିପାରିବେ । ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବାର ବ୍ୟବହାର ସବୁ ଦିନ ଉପଲବ୍ଧ ରହିବ ।

ଅଗଷ୍ଟରେ ୧୮ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ! ଶୀଘ୍ର ସାରି ନିଅନ୍ତୁ ଜରୁରୀ କାମ, ବ୍ରାଞ୍ଚ ଯିବା ପୂର୍ବରୁ ଚେକ୍ କରନ୍ତୁ ଛୁଟି ତାଲିକା

ନୂଆଦିଲ୍ଲୀ: Bank Holiday in August 2022: ଜୁଲାଇ ମାସ ଶେଷ ହେବାକୁ ଯାଉଛି । ଏହାସହ ସ୍ୱାଧୀନତା ଦିବସ (Independence Day) ସମେତ ଅନେକ ପର୍ବ ସହିତ ଅଗଷ୍ଟ (August) ମାସ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ମାସରେ ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ବାସ୍ତବରେ, ପର୍ବଗୁଡ଼ିକ ଯୋଗୁଁ ଅଗଷ୍ଟରେ ବ୍ୟାଙ୍କଗୁଡିକ ୧୩ ଦିନ ପାଇଁ ବନ୍ଦ (Bank Closed) ରହିବ । ଏହା ବ୍ୟତୀତ ସାପ୍ତାହିକ ଛୁଟି ମଧ୍ୟ ଅଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଅଗଷ୍ଟ ମାସରେ କେତେ ଦିନ ବ୍ୟାଙ୍କ ଛୁଟି ରହିବ, ତାହାର ଏକ ତାଲିକା ଜାରି କରିଛି । ଅଗଷ୍ଟ ମାସରେ ମୁହର୍ରାମ (Muharram), ରକ୍ଷା ବନ୍ଧନ (Raksha Bandhan), ସ୍ୱାଧୀନତା ଦିବସ (Independence Day), କୃଷ୍ଣ ଜନ୍ମାଷ୍ଟମୀ (Janmashtami) ଏବଂ ଗଣେଶ ଚତୁର୍ଥୀ (Ganesh Chaturthi) ପରି ଅନେକ ପର୍ବ ରହିଛି, ଯେଉଁଥି ପାଇଁ ବ୍ୟାଙ୍କଗୁଡିକରେ କାମ ହେବ ନାହିଁ । ଏହା ବ୍ୟତୀତ ଦ୍ୱିତୀୟ ଓ ଚତୁର୍ଥ ଶନିବାର ସହ ରବିବାର ସାପ୍ତାହିକ ଛୁଟି ଥିବାରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଏହି ସାପ୍ତାହିକ ଛୁଟିଗୁଡ଼ିକୁ ମିଶାଇ ଅଗଷ୍ଟରେ ସମ୍ପୂର୍ଣ୍ଣ ୧୮ ଦିନ ବ୍ୟାଙ୍କ ଛୁଟି ରହିବ ।

ବିଭିନ୍ନ ରାଜ୍ୟରେ ଅଲଗା ଅଲଗା ଛୁଟି ଦିନ

ଯଦିଓ ପର୍ବ ମାସରେ ବ୍ୟାଙ୍କରେ ଛୁଟିଦିନ ହେବ, କିନ୍ତୁ ଆପଣ ଆପଣଙ୍କର ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀୟ କାର୍ଯ୍ୟକୁ ଅନଲାଇନ୍ ମୋଡ୍ ରେ ସଂପୂର୍ଣ୍ଣ କରିପାରିବେ । ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବାର ବ୍ୟବହାର ସବୁ ଦିନ ଉପଲବ୍ଧ ରହିବ । ଏହା ସହିତ ଆପଣଙ୍କୁ କହି ରଖୁଛୁ ଯେ ବ୍ୟାଙ୍କ ଛୁଟି ବିଭିନନ୍ନ ରାଜ୍ୟ ଓ ସହରରେ ଅଲଗା ଅଲଗା ହୋଇଥାଏ । ବାସ୍ତବରେ, ବିଭିନ୍ନ ରାଜ୍ୟରେ ପାଳନ କରାଯାଉଥିବା ପର୍ବ କିମ୍ବା ସେହି ରାଜ୍ୟରେ ଘଟୁଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ବ୍ୟାଙ୍କିଙ୍ଗ୍ ଛୁଟି ମଧ୍ୟ ନିର୍ଭର କରେ ।

ଏହା ବି ପଢ଼ନ୍ତୁ:-ସଙ୍କଟରେ କଂଗ୍ରେସ ସରକାର! ଅନାସ୍ଥା ପ୍ରସ୍ତାବର ସାମ୍ନା କରିବେ ସିଏମ ଭୂପେଶ ବଘେଲ, ଜାଣନ୍ତୁ ବିଜେପି ନା କଂଗ୍ରେସ, କାହାର ପଲା କେତେ ଭାରି

ଏହା ବି ପଢ଼ନ୍ତୁ:-ବନ୍ୟା ଓ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ପୁଣି ୧୩୬ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ମିଳିବ ଡବଲ ଉପହାର, ମହଙ୍ଗା ଭତ୍ତା ବଢ଼ିବା ସହ ଦରମାରେ ହେବ ବଡ଼ ବୃଦ୍ଧି!

 

ଏହି ତାରିଖଗୁଡ଼ିକରେ ବ୍ୟାଙ୍କ ରହିବ ବନ୍ଦ 

ଅଗଷ୍ଟ ୧: ଦ୍ରୁପଦ ଶେ-ଜି (ସିକ୍କିମରେ ବ୍ୟାଙ୍କଗୁଡିକ ବନ୍ଦ) 
ଅଗଷ୍ଟ ୭: ପ୍ରଥମ ରବିବାର (ସାପ୍ତାହିକ ଛୁଟି) 
ଅଗଷ୍ଟ 8: ମୁହର୍ରାମ (ଜମ୍ମୁ କାଶ୍ମୀରରେ ବ୍ୟାଙ୍କଗୁଡିକ ବନ୍ଦ) 
ଅଗଷ୍ଟ ୯: ମୁହର୍ରାମ (ଅଗରତାଲା, ଅହମ୍ମଦାବାଦ, ଆଇଜାୱଲ୍, ବେଲାପୁର, ବେଙ୍ଗାଲୁରୁ, ଭୋପାଳ, ଚେନ୍ନାଇ, ହାଇଦ୍ରାବାଦ, ଜୟପୁର, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ପାଟନା, ରାୟପୁର ଏବଂ ରାଞ୍ଚିରେ ବ୍ୟାଙ୍କଗୁଡିକ ବନ୍ଦ)
ଅଗଷ୍ଟ ୧୧: ରକ୍ଷା ବନ୍ଧନ (ସାରା ଦେଶରେ ଛୁଟି) 
ଅଗଷ୍ଟ ୧୨: ରକ୍ଷା ବନ୍ଧନ (କାନପୁର-ଲକ୍ଷ୍ନୌରେ ଛୁଟି) 
ଅଗଷ୍ଟ ୧୩: ଦ୍ୱିତୀୟ ଶନିବାର (ସାପ୍ତାହିକ ଛୁଟି) 
ଅଗଷ୍ଟ ୧୪: ରବିବାର (ସାପ୍ତାହିକ ଛୁଟି) 
ଅଗଷ୍ଟ ୧୫: ସ୍ୱାଧୀନତା ଦିବସ 
ଅଗଷ୍ଟ ୧୬: ପାର୍ସୀ ନୂତନ ବର୍ଷ (ମୁମ୍ବାଇ-ନାଗପୁରରେ ବ୍ୟାଙ୍କ ବନ୍ଦ) 
ଅଗଷ୍ଟ ୧୮: ଜନ୍ମାମାଷ୍ଟମୀ ଛୁଟି ସବୁଆଡେ
ଅଗଷ୍ଟ ୧୯: ଜନମାଷ୍ଟମୀ ଶ୍ରାବଣ ଭାଦ -8 / କୃଷ୍ଣ ଜୟନ୍ତୀ (ଅହମ୍ମଦାବାଦ, ଭୋପାଳ, ଚଣ୍ଡିଗଡ଼, ଚେନ୍ନାଇ, ଗାଙ୍ଗଟୋକ, ଜୟପୁର, ଜମ୍ମୁ, ଗଟନା, ରାୟପୁର, ରାଞ୍ଚି, ଶିଲୋଙ୍ଗ, ଶିମଲା, ଶ୍ରୀନଗର) 
ଅଗଷ୍ଟ ୨୦: କୃଷ୍ଣ ଅଷ୍ଟମୀ (ହାଇଦ୍ରାବାଦ) 
ଅଗଷ୍ଟ ୨୧: ରବିବାର (ସାପ୍ତାହିକ ଛୁଟି) 
ଅଗଷ୍ଟ ୨୭: ଚତୁର୍ଥ ଶନିବାର (ସାପ୍ତାହିକ ଛୁଟି) 
ଅଗଷ୍ଟ ୨୮: ରବିବାର (ସାପ୍ତାହିକ ଛୁଟିଦିନ) 
ଅଗଷ୍ଟ ୨୯: ଶ୍ରୀମନ୍ଥ ଶଙ୍କରଦେବ ତିଥି (ଗୁଆହାଟି) 
ଅଗଷ୍ଟ ୩୧: ଗଣେଶ ଚତୁର୍ଥୀ (ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକରେ ବ୍ୟାଙ୍କ ବନ୍ଦ)