ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମମତାଙ୍କୁ ବଡ଼ ଝଟକା, ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦଳର ଏହି ବଡ଼ ନେତା
Advertisement
Article Detail0/zeeodisha/odisha794500

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମମତାଙ୍କୁ ବଡ଼ ଝଟକା, ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦଳର ଏହି ବଡ଼ ନେତା

ଆପଣଙ୍କୁ କହି ରଖୁଛୁ ଯେ ଶୁଭେନ୍ଦୁ ଅଧିକାରୀ (Shubhendu Adhikari) ଙ୍କୁ ମମତା ସରକାର (Mamata Govt) ରେ ପରିବହନ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ବେଙ୍ଗଲ ରାଜନୀତିରେ ତାଙ୍କର ଦବଦବା ରହିଛି । 

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମମତାଙ୍କୁ ବଡ଼ ଝଟକା, ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦଳର ଏହି ବଡ଼ ନେତା

ନୂଆଦିଲ୍ଲୀ: West Bengal Assembly Election 2021: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ପାରା ବଢ଼ିଯାଇଛି । ଶୁକ୍ରବାର ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀ (Mamata Banerjee) ଙ୍କୁ ଏକ ବଡ଼ ଝଟକା ଲାଗିଛି । ଦଳର ନେତା ଶୁଭେନ୍ଦୁ ଅଧିକାରୀ (Shubhendu Adhikari) ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବିଗତ କିଛି ଦିନ ହେବ ସେ ବିଦ୍ରୋହୀ ମନୋଭାବ ପୋଷଣ କରିଛନ୍ତି ।

ଅଧିକ ପଢ଼ନ୍ତୁ:-'ସିବିଆଇ, ଇଡିର ଭୟ କାହାକୁ ଦେଖାଉଛନ୍ତି, ମୁଁ କାପୁରୁଷ ନୁହେଁ..ତୁମର ଔକାତ କ’ଣ?'

ଆପଣଙ୍କୁ କହି ରଖୁଛୁ ଯେ ଶୁଭେନ୍ଦୁ ଅଧିକାରୀଙ୍କୁ ମମତା ସରକାର (Mamata Govt) ରେ ପରିବହନ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିଲା । ବେଙ୍ଗଲ ରାଜନୀତିରେ ତାଙ୍କର ଦବଦବା ରହିଛି । କିନ୍ତୁ ଗତ କିଛି ଦିନ ହେବ ଭାରତୀୟ ଜନତା ପାର୍ଟି (BJP) କୁ ଯିବା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ଏହା ମଧ୍ୟରେ ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେବାର ଖବର ଆସିଛି ।

ଗୁରୁବାର ଶୁଭେନ୍ଦୁ ଅଧିକାରୀ ହୁଗୁଲି ରିଭର ବ୍ରିଜ୍ କମିଶନ ପଦରୁ ଇସ୍ତଫା ଦେଇଥିଲେ । ଏବଂ ବର୍ତ୍ତମାନ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ମମତା ବାନାର୍ଜୀଙ୍କୁ ତାଙ୍କ ଇସ୍ତଫା ପଠାଇ ଶୁଭେନ୍ଦୁ ଲେଖିଛନ୍ତି ଯେ ମୁଁ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି, ମୁଁ ରାଜ୍ୟପାଳଙ୍କୁ ଏ ବିଷୟରେ ସୂଚନା ଦେଇଛି । ମୋତେ ରାଜ୍ୟର ସେବା କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ ।

ଅଧିକ ପଢ଼ନ୍ତୁ:-ପ୍ରତି ମିନିଟରେ ପ୍ରାୟ ୧.୫ କୋଟି ଟଙ୍କା ଆୟ କରନ୍ତି ମୁକେଶ ଅମ୍ବାନୀ, ଘରର ମାଳୀଙ୍କୁ ଦିଅନ୍ତୁ ଏତେ ବେତନ

ସୂଚନାଯୋଗ୍ୟ, ବଙ୍ଗଳା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ସକ୍ରିୟ ହୋଇପଡ଼ିଛି । ବହୁ ସଂଖ୍ୟାରେ ଟିଏମସି ନେତା, କାର୍ଯ୍ୟକର୍ତ୍ତା ଦଳରେ ଯୋଗଦେବାକୁ ଚାହୁଁଛନ୍ତି ବୋଲି ବିଜେପି ଦାବି କରିଛି । ଏଭଳି ପରିସ୍ଥିତିରେ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫା ଏହା ସହିତ ଯୋଡ଼ି ଦେଖାଯାଉଛି ।