ଯୁବା ରହିବାର ସହଜ ଉପାୟ, ଜାଣନ୍ତୁ ବ୍ୟାୟାମ ପରେ ପିଇବେ କେଉଁ ଜୁସ୍
Advertisement
Article Detail0/zeeodisha/odisha874991

ଯୁବା ରହିବାର ସହଜ ଉପାୟ, ଜାଣନ୍ତୁ ବ୍ୟାୟାମ ପରେ ପିଇବେ କେଉଁ ଜୁସ୍

ବିଟ୍ ଜୁସକୁ ସୁପର ଫୁଡ୍ ବା ସୁପର ଜୁସ୍ କୁହାଯାଇଥାଏ ।  କାରଣ ଆଥଲେଟିକ୍ ପ୍ରଦର୍ଶନରେ ସୁଧାର ଆଣିଥାଏ । 

ଯୁବା ରହିବାର ସହଜ ଉପାୟ, ଜାଣନ୍ତୁ ବ୍ୟାୟାମ ପରେ ପିଇବେ କେଉଁ ଜୁସ୍

ନୂଆଦିଲ୍ଲୀ: ବିଟରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍ A ରହିଥିବାରୁ ଏହାର ଜୁସ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ବିଟ୍ ଜୁସରେ ଆଣ୍ଟିଅକ୍ସିଡେଣ୍ଟ୍, ଆଇରନ୍, ଫୋଲିକ୍ ଏସିଡ୍, ଭିଟାମିନ୍ C ଓ ମ୍ୟାଗ୍ନିସିୟମ୍ ରହିଛି । ଯାହା ତ୍ୱଚା ସମ୍ବନ୍ଧୀୟ ସମସ୍ତ ରୋଗର ଉପଚାର ପାଇଁ ଜରୁରୀ । ଅନେକ ଲୋକ ଏହି କାରଣ ଯୋଗୁଁ ଚିନ୍ତାରେ ରହିଥାନ୍ତି ଜିମ୍ ଯିବା ପୂର୍ବରୁ ଓ ପରେ କେଉଁ ଜିନିଷର ସେବକ କରିବା ଉଚିତ୍ ।  ଯାହାଦ୍ୱାରା ଆପଣ ଫିଟ୍ ଓ ସୁସ୍ଥ ରହିପାରିବେ ।  ଆପଣ ଜାଣିଛନ୍ତି କି,  ସେକ୍ ଏବଂ ଜୁସ୍ ଏକ୍ସରସାଇଜ୍ ପରେ ପିଇବା ଦ୍ୱାରା ଅନେକ ଲାଭ ମିଳିଥାଏ ।

ଅଧିକ ପଢ଼ନ୍ତୁ:-ଦେଶରେ ତାଣ୍ଡବ କରୁଛି କୋରୋନା, ଚଳିତ ବର୍ଷ ଗୋଟିଏ ଦିନରେ ସାମ୍ନାକୁ ଆସିଲା ରେକର୍ଡ ସଂଖ୍ୟକ ମାମଲା...

ବିଟ୍ ଜୁସକୁ ସୁପର ଫୁଡ୍ ବା ସୁପର ଜୁସ୍ କୁହାଯାଇଥାଏ ।  କାରଣ ଆଥଲେଟିକ୍ ପ୍ରଦର୍ଶନରେ ସୁଧାର ଆଣିଥାଏ । ଏହି ଜୁସ୍ ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ  ଏବଂ ରକ୍ତ ପ୍ରବାହ ବୃଦ୍ଧି ପାଇଥାଏ । ଆଇରନ୍, ମ୍ୟାଗ୍ନେସିୟମ୍, ଫୋଲେଟ୍ ଏବଂ ଆଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୁର ବିଟ୍ ଜୁସ୍ ଏକ ଭଲ ପୋଷ୍ଟ ୱାର୍କଆଉଟ୍ ଡ୍ରିଙ୍କ୍ ଭାବେ ଜଣାଯାଏ ।

ଅଧିକ ପଢ଼ନ୍ତୁ:-ପାୱାରଙ୍କ ସହ ଶାହଙ୍କ ସାକ୍ଷାତ, ଭାଙ୍ଗିଯିବ କି ଉଦ୍ଧବ ସରକାର?

ଇଂଲଣ୍ଡରେ North mbrail university ଦ୍ୱାରା କରାଯାଇଥିବା ରିସର୍ଚ୍ଚ ଅନୁସାରେ, ବିଟ୍ ଜୁସ୍ ପିଇବା ଦ୍ୱାରା ମାଂସପେଶୀ ଉପରେ ଏହାର ବହୁ ସୁପ୍ରଭାବ ପଡିଥାଏ । କୌଣସି ଅନ୍ୟ ଖାଦ୍ୟ ପଦାର୍ଥ ତୁଳନାରେ ଏହା ଦ୍ରୁତ ଗତିରେ ଶରୀରକୁ ପୋଷକ ଯୋଗାଏ । ୨୦ଜଣ ଲୋକଙ୍କୁ ନେଇ ଏକ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ୩ଟି ଦଳରେ ବିଭାଜନ କରାଯାଇଥିଲା । ଗୋଟିଏ ଦଳ୨୫୦ ମିଲିଲିଟର ବିଟ୍ ଜୁସ୍ ସେବନ କରିଥିଲେ ।  ଦ୍ୱିତୀୟ ଦଳ ୧୨୫ ମିଲିଲିଟର ଏବଂ ତୃତୀୟ ଦଳକୁ ଏକ ପ୍ଲସବୋ ପ୍ରଦାନ କରାଯାଇଥିଲା ।  

ଅଧିକ ପଢ଼ନ୍ତୁ:-କିଡନୀ ସମସ୍ୟାରେ ଲାଭଦାୟକ ହୋଇଥାଏ ମେଥିର ସେବନ

ପରୀକ୍ଷାରୁ ଏହା ଜାଣିବାକୁ ମିଳିଲା ଯେ, ଯେଉଁ ଦଳ ଅଧିକ ବିଟ୍  ଜୁସ୍ ସେବନ କରିଥିଲେ ସାମନଙ୍କ ମାଂଶପେଶୀ ଶୀଘ୍ର ଠିକ ହୋଇଗଲା । ବିଟ୍ ଜୁସରେ ନାଇଟ୍ରିକ୍ ଅକ୍ସାଇଡ୍ ରହିଥିବାରୁ ମାଂସପେଶୀକୁ ଦୃତଗତିରେ  ଠିକ୍ କରିବାକୁ ସାହାଯ୍ୟ କରିଥାଏ  ଏବଂ ଜୁସ୍ ଯନ୍ତ୍ରଣାକୁ କମ୍ କରିଥାଏ ।  ପରୀକ୍ଷକ ଏହା ମଧ୍ୟ ଦାବି କରିଛନ୍ତି ଯେ, ଆପଣ ଏକ୍ସରସାଇଜ୍ ପରେ ବିଟ୍ ଜୁସ୍ ସହଜରେ ସେବନ କରିପାରିବେ ।  ପରୀକ୍ଷାରୁ ଏହା ଜଣାପଡ଼ିଲା  ମାରାଥନ ପୂର୍ବରୁ ଏହି ଜୁସକୁ ସେବନ ଦ୍ୱାରା ଦୃତ ଗତିରେ ଚାଲିବାକୁ ସାହାଯ୍ୟ କରିଥାଏ ।