Bhagat Singh Relative Slams Arvind Kejriwal: ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଭଗତ ସିଂଙ୍କ ସମ୍ପର୍କୀୟ, କହିଲେ-ଦୁର୍ନୀତିରେ ଧରାପଡିଥିବା ନେତାମାନଙ୍କୁ କାହିଁକି ସହିଦଙ୍କ ସହ ହେଉଛି ତୁଳନା?
Advertisement

Bhagat Singh Relative Slams Arvind Kejriwal: ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଭଗତ ସିଂଙ୍କ ସମ୍ପର୍କୀୟ, କହିଲେ-ଦୁର୍ନୀତିରେ ଧରାପଡିଥିବା ନେତାମାନଙ୍କୁ କାହିଁକି ସହିଦଙ୍କ ସହ ହେଉଛି ତୁଳନା?

Bhagat Singh Relative Slams Arvind Kejriwal: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସତ୍ୟନ୍ଦ୍ର ଜୈନଙ୍କୁ ଆଜିର ଭଗତ ସିଂ ବୋଲି କହିଛନ୍ତି । କେଜ୍ରିୱାଲ ଟ୍ୱିଟ୍‌ରେ ଲେଖିଛନ୍ତି ଯେ, ଜେଲର ପାଚେରୀ ଓ ଫାଶୀର ଫନ୍ଦା ଭଗତ ସିଂଙ୍କ ଦୃଢ଼ ଉଦ୍ଦେଶ୍ୟକୁ ରୋକି ପାରି ନଥିଲା । ସ୍ୱାଧୀନତା ପାଇଁ ଏହା ହେଉଛି ଦ୍ୱିତୀୟ ସଂଗ୍ରାମ । ମନୀଷ ଓ ସତ୍ୟେନ୍ଦ୍ର ହେଉଛନ୍ତି ଆଜିର ଭଗତ ସିଂ 

Bhagat Singh Relative Slams Arvind Kejriwal: ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ବର୍ଷିଲେ ଭଗତ ସିଂଙ୍କ ସମ୍ପର୍କୀୟ, କହିଲେ-ଦୁର୍ନୀତିରେ ଧରାପଡିଥିବା ନେତାମାନଙ୍କୁ କାହିଁକି ସହିଦଙ୍କ ସହ ହେଉଛି ତୁଳନା?

ନୂଆଦିଲ୍ଲୀ: Bhagat Singh Relative Slams Arvind Kejriwal: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ବର୍ଷିଲେ ସହିଦ ଭଗତ ସିଂଙ୍କ ସଂମ୍ପର୍କୀୟ । ବିଗତ ଦିନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ (Manish Sisodia) ଓ ମନ୍ତ୍ରୀ ସତ୍ୟେନ୍ଦ୍ର କୁମାର ଜୈନ (Satyendra Kumar Jain) ଙ୍କୁ ସହିଦ ଭଗତ ସିଂ (Bhagat Singh) ଙ୍କ ସହ ତୁଳନା କରିଥିଲେ । କିନ୍ତୁ ସ୍ୱାଧୀନତା ସଂଗ୍ରାମୀ  (Freedom Fighter) ଙ୍କ ନିକଟ ସମ୍ପର୍କୀୟ ହରଭଜନ ସିଂ ଢାଥ (Harbhajan Singh Dhath) ଏହା ଉପରେ କଡ଼ା ଆପତ୍ତି କରିଛନ୍ତି ।

ହରଭଜନ ସିଂ ଢାଥ କହିଛନ୍ତି ଯେ, ସ୍ୱାଧୀନତା ସଂଗ୍ରାମୀଙ୍କୁ କାହା ସହିତ ବରାବର ତୁଳନା କରାଯିବା ଉଚିତ୍ ନୁହେଁ । ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, "ହରଭଜନ ସିଂ ଢାଥ କହିଛନ୍ତି ଯେ ଦୁର୍ନୀତିରେ ଧରାପଡିଥିବା ନେତାମାନଙ୍କୁ କାହିଁକି ସହିଦଙ୍କ ସହ ତୁଳନା କରାଯାଉଛି? ସେମାନେ ଏଥିରୁ କେଉଁ ରାଜନୈତିକ ଲାଭ ଚାହୁଁଛନ୍ତି? ଆପଣଙ୍କର ଯେଉଁ ଲଢ଼େଇ ଅଛି, ତାହାକୁ ରାଜନୈତିକ ଦୃଷ୍ଟିରୁ ଲଢ଼ନ୍ତୁ ।"

ବାସ୍ତବରେ, ଦିଲ୍ଲୀରେ କଥିତ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ପଚରାଉଚରା ପାଇଁ ମନୀଷ ସିସୋଦିଆଙ୍କୁ ଡକାଇଥିଲା । ଯାହା ପରେ କେଜ୍ରିୱାଲ ଟ୍ୱିଟ୍ କରି ନିଜ  ସରକାରର ମନ୍ତ୍ରୀମାନଙ୍କୁ ସହିଦ ଭାଗବତ ସିଂଙ୍କ ସହ ତୁଳନା କରିଥିଲେ । ସେ ମନୀଷ ସିସୋଦିଆ ଓ ସତ୍ୟନ୍ଦ୍ର ଜୈନଙ୍କୁ ଆଜିର ଭଗତ ସିଂ ବୋଲି କହିଥିଲେ । କେଜ୍ରିୱାଲ ଟ୍ୱିଟ୍‌ରେ ଲେଖିଛନ୍ତି ଯେ, ଜେଲର ପାଚେରୀ ଓ ଫାଶୀର ଫନ୍ଦା ଭଗତ ସିଂଙ୍କ ଦୃଢ଼ ଉଦ୍ଦେଶ୍ୟକୁ ରୋକି ପାରି ନଥିଲା । ସ୍ୱାଧୀନତା ପାଇଁ ଏହା ହେଉଛି ଦ୍ୱିତୀୟ ସଂଗ୍ରାମ । ମନୀଷ ଓ ସତ୍ୟେନ୍ଦ୍ର ହେଉଛନ୍ତି ଆଜିର ଭଗତ ସିଂ । ୭୫ ବର୍ଷ ପରେ ଦେଶ ଜଣେ ଶିକ୍ଷା ମନ୍ତ୍ରୀ ପାଇଛି, ଯିଏ ଗରିବ ଲୋକଙ୍କୁ ଭଲ ଶିକ୍ଷା ଦେଇ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଶା ଦେଇଛନ୍ତି । କୋଟି କୋଟି ଗରିବଙ୍କ ଆଶୀର୍ବାଦ ଆପଣଙ୍କ ସହିତ ଅଛି ।

ଅଧିକ ପଢ଼ନ୍ତୁ:-ନିଜ ଖାଦ୍ୟରେ ସାମିଲ କରନ୍ତୁ ଏହି ୫ଟି ମସଲା, ଶରୀରର ମଜଭୁତ ହେବା ସହ ବଢ଼ିବ 'ଷ୍ଟାମିନା'

ଅଧିକ ପଢ଼ନ୍ତୁ:-ପ୍ରବଳ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ପୁଣି ୧୪୫ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

ଅଧିକ ପଢ଼ନ୍ତୁ:-ପ୍ରତିବର୍ଷ ମାଗଣାରେ ମିଳିବ ୨ଟି LPG ସିଲିଣ୍ଡର, ସରକାର କଲେ ବଡ଼ ଘୋଷଣା; CNG-PNG ମଧ୍ୟ ହେଲା ଶସ୍ତା

ସହିଦ ଭଗତ ସିଂଙ୍କ ଘନିଷ୍ଠ ସମ୍ପର୍କୀୟ ହରଭଜନ ସିଂ ଢାଥ୍ ANI କୁ କହିଛନ୍ତି ଯେ, "ଯେତେ ସ୍ୱାଧୀନତାର ଲଢ଼େଇରେ ସ୍ୱାଧୀନତା ସଂଗ୍ରାମୀ ଅଛନ୍ତି, ସେମାନଙ୍କ ସହ କାହାକୁ ବରାବରି କରନ୍ତୁ ନାହିଁ, ସେମାନଙ୍କର ମିଶନ ଭିନ୍ନ ଥିଲା । ସେମାନଙ୍କ ଲକ୍ଷ୍ୟ ଏହା ନଥିଲା ଯେ ଆମକୁ କ୍ଷମତାକୁ ଆସିବାକୁ ହେବ, ନଚେତ୍ ସେମାନେ ବଞ୍ଚି ପାରିଥାନ୍ତେ । ଫାଶି ରାସ୍ତାରେ ଯାଇ ନଥାନ୍ତେ । ଚନ୍ଦ୍ରଶେଖର ଆଜାଦ ହେଉ କି ରାଜଗୁରୁ କିମ୍ବା ଭି.କେ ଦତ୍ତ, ସେମାନେ ମଧ୍ୟ ସ୍ୱାଧୀନତା ପରେ ବଞ୍ଚି କ୍ଷମତାର ସୁଖ ଏବଂ ଆପଣମାନଙ୍କ ଯେଉଁ ଅବସ୍ଥା ରହିଛି, ପଞ୍ଜାବର ପରିସ୍ଥିତିକୁ ଦେଖନ୍ତୁ, ଆପଣ ଏଠାରେ ଅଛନ୍ତି, ଆପଣ ଏହା ଉପରେ ଧ୍ୟାନ ଦିଅନ୍ତୁ ।"