ବର୍ତ୍ତମାନ ଭାରତୀୟ ରେଳବାଇ ୬,୦୦୦ରୁ ଅଧିକ ରେଳ ଷ୍ଟେସନରେ ୱାଇ-ଫାଇ ଇଣ୍ଟରନେଟ ସୁବିଧା ଯୋଗାଉଛି ।
Trending Photos
ନୂଆଦିଲ୍ଲୀ: ବିଗତ କିଛି ବର୍ଷ ଧରି ଭାରତୀୟ ରେଲୱେ (Indian Railways) ଟ୍ରେନ୍ (Trains) ଓ ରେଳ ଷ୍ଟେସନ (Railway Stations) ରେ ୱାଇ-ଫାଇ (Wi-Fi) ଉପଲବ୍ଧ କରାଇବା କାର୍ଯ୍ୟରେ ଗତି ଆଣିଛି । ଭାରତର ସମସ୍ତ ରେଳ ଷ୍ଟେସନରେ ୱାଇ-ଫାଇ (Wi-Fi) ସଂଯୋଗ ଯୋଗାଇବା ପରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ ସେ ସାରା ଦେଶରେ ଚାଲୁଥିବା ଟ୍ରେନରେ ମାଗଣା ୱାଇ-ଫାଇ (Free Wi-Fi) ଯୋଗାଇବ । ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପର ଘୋଷଣା ୨୦୧୯ରେ ପୂର୍ବତନ ରେଳମନ୍ତ୍ରୀ ପୀୟୁଷ ଗୋୟଲ (Piyush Goyal) କରିଥିଲେ । ସେହି ସମୟରେ ଏହି ଘୋଷଣା କରାଯାଇଥିଲା ଯେ ସାଢ଼େ ଚାରି ବର୍ଷ ମଧ୍ୟରେ ଟ୍ରେନ୍ ମଧ୍ୟରେ ୱାଇ-ଫାଇ ଯୋଗାଇବାକୁ ଯୋଜନା କରାଯାଉଛି । ଏହାର ଅନେକ ଚ୍ୟାଲେଞ୍ଜ ଅଛି କାରଣ ଏହା ଟାୱାର ଓ ଉପକରଣ ପାଇଁ ବିନିଯୋଗ ଆବଶ୍ୟକ ହୋଇଥାଏ, ଯାହା ଟ୍ରେନ୍ ବାହାରେ ଏବଂ ଭିତରେ ଫିଟ୍ କରାଯାଇଥାଏ । ଏଥିପାଇଁ ବିଦେଶୀ ନିବେଶକଙ୍କ ମଧ୍ୟ ଆବଶ୍ୟକ ଜରୁରୀ ଥିଲା ।
ଅଧିକ ପଢ଼ନ୍ତୁ:-ଭବିଷ୍ୟତରେ କୋହଲିଙ୍କ ସ୍ଥାନରେ ଏହି ୩ ଖେଳାଳି ହୋଇପାରନ୍ତି ଭାରତର ପରବର୍ତ୍ତୀ ଅଧିନାୟକ
ଟ୍ରେନରେ ଯାତ୍ରୀଙ୍କୁ ମିଳିବ ନାହିଁ Wi-Fi ସେବା
ଏହି ଘୋଷଣାର ଦୁଇ ବର୍ଷ ପରେ ଭାରତୀୟ ରେଳବାଇ ଦ୍ୱାରା ଏହି ପ୍ରକଳ୍ପକୁ ହଟାଇ ଦିଆଯାଇଛି । ପିଟିଆଇର ଏକ ରିପୋର୍ଟ ଅନୁଯାୟୀ, ରେଳବାଇ ଟ୍ରେନରେ ଇଣ୍ଟରନେଟ୍ ସଂଯୋଗ ଯୋଗାଇଦେବା ପ୍ରକଳ୍ପକୁ ବନ୍ଦ କରିଦେଇଛି କାରଣ ଏହାର ମୂଲ୍ୟ ବ୍ୟୟବହୁଳ ଥିଲା । ବୁଧବାର ସଂସଦରେ ସରକାର ଏହା ନିଶ୍ଚିତ କରିଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ ପାଇଲଟ୍ ପ୍ରକଳ୍ପ ଅଧୀନରେ ସରକାର ହାୱଡ଼ା ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ସେଟଲାଇଟ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ୱାଇ-ଫାଇ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦେଇଛନ୍ତି । ପାଇଲଟ୍ ପ୍ରୋଜେକ୍ଟ ସମୟରେ ଏହା ଦେଖାଗଲା ଯେ ଟେକ୍ନୋଲୋଜି ଇନଣ୍ଟେସିବ କ୍ୟାପିଟାଲ ସହ ରେକରିଙ୍ଗ କାଷ୍ଟର ଆବଶ୍ୟକତା ହୋଇଥାଏ, ଯେପରିକି ବ୍ୟାଣ୍ଡୱିଡଥ୍ ଚାର୍ଜ, ଯାହା ପ୍ରକଳ୍ପକୁ କଷ୍ଟ-ଇଫେକ୍ଟିବ କରେନାହିଁ । ଟ୍ରେନରେ ଯାତ୍ରୀମାନଙ୍କୁ ଦିଆଯାଇଥିବା ଇଣ୍ଟରନେଟ୍ ବ୍ୟାଣ୍ଡୱିଡଥ୍ ମଧ୍ୟ ଅପର୍ଯ୍ୟାପ୍ତ ଥିଲା । ରେଳ ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଟ୍ରେନରେ ୱାଇ-ଫାଇ ଇଣ୍ଟରନେଟ୍ ସେବା ପାଇଁ କୌଣସି ଉପଯୁକ୍ତ ଓ ସୁଲଭ ମୂଲ୍ୟର ପ୍ରଯୁକ୍ତିବିଦ୍ୟା ଉପଲବ୍ଧ ନାହିଁ ।
ଅଧିକ ପଢ଼ନ୍ତୁ:-ପୁରୁଷଙ୍କ ପାଇଁ ଲବଙ୍ଗ ହୋଇଥାଏ ବହୁତ ଲାଭକାରୀ! ଏହି ସମୟରେ ସେବନ କଲେ ମିଳିବ ଆଶ୍ଚର୍ଯ୍ୟଜନକ ଲାଭ
RailTel ନେଟୱାର୍କ
ବର୍ତ୍ତମାନ ଭାରତୀୟ ରେଳବାଇ ୬,୦୦୦ରୁ ଅଧିକ ରେଳ ଷ୍ଟେସନରେ ୱାଇ-ଫାଇ ଇଣ୍ଟରନେଟ ସୁବିଧା ଯୋଗାଉଛି । ରେଳ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ଏକ PSU ରେଲଟେଲ ନେଟୱାର୍କ ଦ୍ୱାରା ଏହି ସେବା ପ୍ରଦାନ କରାଯାଇଛି । ରେଲଟେଲ ଦ୍ୱାରା ୱାଇ-ଫାଇ ସେବା ରେଲୱାୟର ଅନ୍ତର୍ଗତ ପ୍ରଦାନ କରାଯାଇଛି, ଯାହା ହେଉଛି ଏହାର ବ୍ରଡବ୍ୟାଣ୍ଡ ବିତରଣ ମଡେଲ । ଏହାପୂର୍ବରୁ ଗୁଗୁଲ (Google) ର ଷ୍ଟେସନ କାର୍ଯ୍ୟକ୍ରମ ୨୦୧୬ରେ ମୁମ୍ବାଇ ସେଣ୍ଟ୍ରାଲ ରେଳ ଷ୍ଟେସନରେ ଆରମ୍ଭ ହୋଇଥିଲା ଓ ୨୦୧୮ରେ ଆସାମର ଡିବ୍ରୁଗଡରେ ଏହାର ୪୦୦ ତମ ଷ୍ଟେସନ ଯୋଡା ଯାଇଥିଲା ।
ଏହି ଷ୍ଟେସନଗୁଡିକରେ ମିଳିବ ମାଗଣା ୱାଇ-ଫାଇ ସେବା
ଯାତ୍ରୀଙ୍କୁ ଆନ୍ଧ୍ରପ୍ରଦେଶ 509, ଅରୁଣାଚଳ ପ୍ରଦେଶ 3, ଆସାମ 222, ବିହାର 384, ଉତ୍ତରପ୍ରଦେଶ 762, ମହାରାଷ୍ଟ୍ର 550, ପଶ୍ଚିମବଙ୍ଗ 498, ରାଜସ୍ଥାନ 458, ତାମିଲନାଡୁ 418, ମଧ୍ୟପ୍ରଦେଶ 393, କର୍ଣ୍ଣାଟକ 335, ଗୁଜୁରାଟ 320, ଓଡିଶା 232 , ପଞ୍ଜାବ 146, ହରିୟାଣା 134, କେରଳ 120, ଛତିଶଗଡ 115, ତେଲେଙ୍ଗାନା 45, ଦିଲ୍ଲୀ 27, ହିମାଚଳ ପ୍ରଦେଶ 24, ଉତ୍ତରାଖଣ୍ଡ 24, ଜମ୍ମୁ କଶ୍ମୀର 14, ଗୋଆ 20, ତ୍ରିପୁରା 19, UT ଚଣ୍ଡିଗଡ଼ 5, ନାଗାଲାଣ୍ଡ 3, ମେଘାଳୟ, ମିଜୋରାମ ଏବଂ ସିକିମ 1-1 ରେଳ ଷ୍ଟେସନରେ ମାଗଣା Wi-Fi ର ସୁବିଧା ମିଳିବ ।
ଅଧିକ ପଢ଼ନ୍ତୁ:-ଦେଶରେ ଜାରି ରହିଛି କୋରୋନା ତାଣ୍ଡବ: ଦିନକରେ ୪୨ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ
ୱାଇ-ଫାଇ ସେବାର କିପରି ଉଠାଇବେ ଲାଭ
ଆପଣଙ୍କୁ କହି ରଖୁଛୁ ଯେ ଯଦି କୌଣସି ଯାତ୍ରୀ ଷ୍ଟେସନରେ ୱାଇ-ଫାଇ (Wi-Fi) ବ୍ୟବହାର କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ତାଙ୍କ ଫୋନ୍ କିମ୍ବା ଲାପଟପର ୱାଇ-ଫାଇ (Wi-Fi) ସଂଯୋଗକୁ ଯାଇ ନେଟୱାର୍କ ସର୍ଚ କରିବାକୁ ପଡିବ । ଏହା ପରେ ସେମାନଙ୍କୁ ରେଳବାଇ ନେଟୱାର୍କ (Railwire Network) ର ବିକଳ୍ପ ଦେଖାଯିବ, ଯାହାକୁ ଚୟନ କରିବା ପରେ ଆପଣଙ୍କୁ ଫୋନରେ Railwire ର ହୋମପେଜ୍ ଖୋଲିବ । ଏଠାକୁ ଯାଇ ଆପଣଙ୍କୁ ମୋବାଇଲ୍ ନମ୍ବର ପ୍ରବେଶ କରିବାକୁ ପଡିବ ଏବଂ ତାପରେ ଆପଣ ଏକ OTP ପାଇବେ । ଆପଣଙ୍କ ଡିଭାଇସ୍ OTP ପ୍ରବେଶ କରିବା ପରେ ତୁରନ୍ତ ମାଗଣା ୱାଇ-ଫାଇ ସୁବିଧା ପାଇବାକୁ ସକ୍ଷମ ହେବେ ।