ଏନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।
Trending Photos
ନୂଆଦିଲ୍ଲୀ: Small Savings Schemes: କ୍ଷୁଦ୍ର ସଞ୍ଚୟ ଯୋଜନାର ନିବେଶକମାନଙ୍କ ପାଇଁ ଏକ ବଡ଼ ଖବର ଅଛି । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ପାଇଁ ମୋଦି ସରକାର (Modi Govt) ଏହି ଯୋଜନାଗୁଡିକର ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । ଅର୍ଥାତ ଏହି ଯୋଜନାଗୁଡିକର ନିବେଶକମାନେ ପୂର୍ବ ତ୍ରୈମାସିକ ହାରରେ ସୁଧ ପାଇବା ଜାରି ରଖିବେ । ନୂତନ ନିବେଶକମାନେ ମଧ୍ୟ ସ୍କିମରେ ପୂର୍ବ ତ୍ରୈମାସିକ ହାରରେ ସୁଧ ପାଇବେ ।
ଅଧିକ ପଢ଼ନ୍ତୁ:-LPG ଗ୍ୟାସ୍ ସିଲିଣ୍ଡର ଶସ୍ତା ହେଲା ନା ମହଙ୍ଗା? ତୁରନ୍ତ ଚେକ୍ କରନ୍ତୁ ଜୁଲାଇ ୧ର ରେଟ୍
ଅର୍ଥ ମନ୍ତ୍ରଣାଳୟ ଜାରି କରିଛି ନୋଟିଫିକେଶନ
ଏନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ସରକାର ପ୍ରତି ତ୍ରୈମାସରେ କ୍ଷୁଦ୍ର ସଞ୍ଚୟ ଯୋଜନା (Small Savings Schemes) ର ସୁଧ ହାରକୁ ସଂଶୋଧନ କରନ୍ତି । ମାର୍ଚ୍ଚ ୨୦୨୧ ରେ ସରକାର ସୁଧ ହାର ହ୍ରାସ ପାଇଁ ବିଜ୍ଞପ୍ତି ଜାରି କରିଥିଲେ ମଧ୍ୟ ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା । ବର୍ତ୍ତମାନ ସରକାର ପୁଣି ଥରେ ସେପ୍ଟେମ୍ବର ୩୦ରେ ଶେଷ ହେବାକୁ ଥିବା ତ୍ରୈମାସିକ ପାଇଁ ସୁଧ ହାରରେ ପରିବର୍ତ୍ତନ କରିନାହାଁନ୍ତି ।
ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ୫୦ ହଜାରରୁ କମ୍ ମାମଲା, ଏତିକି ସଂକ୍ରମିତଙ୍କ ମୃତ୍ୟୁ
ପଞ୍ଚମ ଥର ପାଇଁ ସୁଧ ହାରରେ ହୋଇନାହିଁ ପରିବର୍ତ୍ତନ
ଏହା କ୍ରମାଗତ ପଞ୍ଚମ ତ୍ରୈମାସିକ ଯେତେବେଳେ ସରକାର ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF), ନ୍ୟାସନାଲ ସେଭିଙ୍ଗ ସାର୍ଟିଫିକେଟ୍ (NSC) ଏବଂ ସୁକନ୍ୟା ସମୃଦ୍ଧି ସ୍କିମ ଭଳି ଡାକଘର ଯୋଜନାର ସୁଧ ହାରରେ ପରିବର୍ତ୍ତନ କରିନାହାଁନ୍ତି । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ୩୦ ଜୁନ୍ ୨୦୨୧ରେ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ PPF ଉପରେ ୭.୧୦ ପ୍ରତିଶତ, NSC ଉପରେ ୬.୮ ପ୍ରତିଶତ, ଡାକଘର ମାସିକ ଆୟ ଯୋଜନା ଉପରେ ୬.୬ ପ୍ରତିଶତ ସୁଧ ଉପଲବ୍ଧ ରହିବ। ବର୍ତ୍ତମାନ ସୁକନ୍ୟା ସମୃଦ୍ଧି ଯୋଜନାରେ ୭.୬ ପ୍ରତିଶତ ସୁଧ ମିଳିବା ଜାରି ରହିବ । ଅନ୍ୟପଟେ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ଉପରେ ୭.୪ ପ୍ରତିଶତ ସୁଧ ମିଳିଛୁ, ଯାହା ଆଗକୁ ମଧ୍ୟ ମିଳିବା ଜାରି ରହିବ ।
ଅଧିକ ପଢ଼ନ୍ତୁ:-ଟିକା ବାହାନାରେ ଲୋକଙ୍କ ଶରୀରରେ ଲଗାଯାଉଛି ମାଇକ୍ରୋଚିପ୍? ଜାଣନ୍ତୁ ସଂପୂର୍ଣ୍ଣ ମାମଲା…
ସୁଧ ହାର ହ୍ରାସ କରିବାକୁ ମାର୍ଚ୍ଚ ୩୧ରେ ଘୋଷଣା କରାଯାଇଥିଲା
ଏହା ପୂର୍ବରୁ ଟଳିତ ବର୍ଷ ମାର୍ଚ୍ଚ ୩୧ରେ ସରକାର କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାରରେ ହ୍ରାସ ଘୋଷଣା କରିଥିଲେ । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏହା ଘୋଷଣା କରାଯାଇଥିଲା ଯେ ପ୍ରଥମ ତ୍ରୈମାସିକ ଅର୍ଥାତ୍ ଜୁନ୍ ୩୦ ଶେଷ ହେବାକୁ ଥିବା ତ୍ରୈମାସିକ ପାଇଁ ସଞ୍ଚୟ ଯୋଜନାର ସୁଧ ହାର ୦.୪୦ ପ୍ରତିଶତରୁ ୧.୧ ପ୍ରତିଶତକୁ ହ୍ରାସ କରାଯାଇଛି । ଯଦି ଏହି କଟ୍ କାର୍ଯ୍ୟକାରୀ ହୋଇଥାନ୍ତା, ତେବେ ପିପିଏଫ୍ ହାର ୭ ପ୍ରତିଶତରୁ କମ୍ ହୋଇଥାନ୍ତା ଏବଂ ଯଦି ଏପରି ହୁଅନ୍ତା ତ ୧୯୭୪ ପରଠାରୁ ଏହା ପ୍ରଥମ ଥର ହୋଇଥାନ୍ତା । କିନ୍ତୁ ହଠାତ୍ ଏପ୍ରିଲ୍ ୧ ସକାଳେ ଅର୍ଥମନ୍ତ୍ରୀ ଟ୍ୱିଟ୍ କରି ଏହି ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଥିଲେ ଓ କହିଥିଲେ ଯେ କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧ ହ୍ରାସ କଥା ଭୁଲ୍ ଅଟେ ।