ମାଗଣା ରାସନ ପାଉଥିବା ଲୋକଙ୍କ ପାଇଁ ବଡ଼ ଖବର, ଜାଣନ୍ତୁ ମାର୍ଚ୍ଚ ପରେ ମଧ୍ୟ ଫ୍ରିରେ ମିଳିବ କି ଖାଦ୍ୟ ଶସ୍ୟ?
Advertisement
Article Detail0/zeeodisha/odisha1087581

ମାଗଣା ରାସନ ପାଉଥିବା ଲୋକଙ୍କ ପାଇଁ ବଡ଼ ଖବର, ଜାଣନ୍ତୁ ମାର୍ଚ୍ଚ ପରେ ମଧ୍ୟ ଫ୍ରିରେ ମିଳିବ କି ଖାଦ୍ୟ ଶସ୍ୟ?

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅନ୍ତର୍ଗତ ୮୦ କୋଟି ହିତାଧିକାରୀଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇବା ପାଇଁ କେନ୍ଦ୍ର ସରକାର (Central Government) ମାର୍ଚ୍ଚ ୨୦୨୦ରେ ଏହି ଯୋଜନା ଆରମ୍ଭ କରିଥିଲେ ।

ମାଗଣା ରାସନ ପାଉଥିବା ଲୋକଙ୍କ ପାଇଁ ବଡ଼ ଖବର, ଜାଣନ୍ତୁ ମାର୍ଚ୍ଚ ପରେ ମଧ୍ୟ ଫ୍ରିରେ ମିଳିବ କି ଖାଦ୍ୟ ଶସ୍ୟ?

ନୂଆଦିଲ୍ଲୀ: Free Ration Scheme: ଯଦି ଆପଣ ଗରିବ କଲ୍ୟାଣ ଅନ୍ନ ଯୋଜନା (Garib Kalyan Anna Yojana) ଅନ୍ତର୍ଗତ ମାଗଣା ରାସନ  (Free Ration) ର ଲାଭ ଉଠାଉଛନ୍ତି, ତେବେ ଆପଣଙ୍କ ପାଇଁ ବହୁତ ବଡ଼ ସୂଚନା ଅଛି । ଚଳିତ ବର୍ଷର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ର ଅବଧି ଆଗକୁ ବୃଦ୍ଧି କରିବା ବିଷୟରେ କୌଣସି ଆଶ୍ୱାସନା ଦେଇନାହାଁନ୍ତି ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅନ୍ତର୍ଗତ ୮୦ କୋଟି ହିତାଧିକାରୀଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇବା ପାଇଁ କେନ୍ଦ୍ର ସରକାର (Central Government) ମାର୍ଚ୍ଚ ୨୦୨୦ରେ ଏହି ଯୋଜନା ଆରମ୍ଭ କରିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ମହାମାରୀ ସମୟରେ ଅଭାବୀ ଲୋକଙ୍କ କଷ୍ଟକୁ ଦୂର କରିବା । ଏହା ବ୍ୟତୀତ, କୋରୋନା ମହାମାରୀ ସମୟରେ ଲୋକଙ୍କୁ ଖାଦ୍ୟ ଶସ୍ୟ ଯୋଗାଇବା ।

ଏଠାରେ ଆପଣଙ୍କୁ କହିରଖୁଛୁ ଯେ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ସରକାର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୫ କିଲୋଗ୍ରାମ ଅତିରିକ୍ତ ଖାଦ୍ୟ ଶସ୍ୟ ମାଗଣାରେ ଦେଇଛନ୍ତି । ଏହା NFSA ଅଧୀନରେ କିଲୋଗ୍ରାମ ପ୍ରତି ୨-୩ ଟଙ୍କା ମୂଲ୍ୟରେ ସାଧାରଣ ଖାଦ୍ୟଶସ୍ୟ ବଣ୍ଟନ ହୋଇଥାଏ । ଅର୍ଥ ମନ୍ତ୍ରୀଙ୍କୁ ପଚରାଯାଇଥିଲା ଯେ ମାର୍ଚ୍ଚ ୨୦୨୨ ପରେ PMGKAY ର ପରିସର ବୃଦ୍ଧି କରାଯିବ କି? ବଜେଟ ପରେ ସାମ୍ବାଦିକ ସମ୍ମିଳନୀରେ ସୀତାରମଣ କହିଛନ୍ତି ଯେ, ମୋତେ ବଜେଟ ବ୍ୟତୀତ ଅନ୍ୟ କିଛି ଉପରେ କହିବାର ନାହି ।

ଏହା ବି ପଢ଼ନ୍ତୁ:-ଦୀର୍ଘ ସମୟ ଧରି ଶାରୀରିକ ସମ୍ପର୍କ ସ୍ଥାପନ ନ କରିବାରୁ ପଡ଼ିଥାଏ ଏହି ପ୍ରଭାବ, ଜାଣି ଚକିତ ହେବେ ଆପଣ

ଏହା ବି ପଢ଼ନ୍ତୁ:-୨ ମିନିଟରେ ଜାଣନ୍ତୁ ଖାଇବା ତେଲରେ ମିଶ୍ରଣ ହୋଇଛି ନା ଏହା ଶୁଦ୍ଧ, FSSAI କହିଲା ଏହି ସହଜ ଟ୍ରିକ୍​

ଏହା ବି ପଢ଼ନ୍ତୁ:-OTT ରେ ରହିଛି ଏହି ୭ଟି ବୋଲ୍ଡ ୱେବ୍ ସିରିଜ୍, ଭୁଲରେ ବି ଦେଖନ୍ତୁନି ପରିବାର ସହ

ଏହା ବି ପଢ଼ନ୍ତୁ:-ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଲା ଏହି ୱେବ୍ ସିରିଜ, ପାରା ବଢ଼ାଉଛି 'କବିତା ଭାବି'ଙ୍କ ଏହି ହଟ୍ ଅନ୍ଦାଜ୍

ଏହା ବି ପଢ଼ନ୍ତୁ:-ଆପଣଙ୍କ କଳ୍ପନାଠାରୁ ଅଧିକ ବୋଲ୍ଡ ଏହି ୱେବ୍ ସିରିଜର 'ଲଳିତା ଭାଭି', ଫଟୋ ଦେଖି ଉଡ଼ିଯିବ ଆପଣଙ୍କ ହୋଶ୍!

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଚତୁର୍ଥ ପର୍ଯ୍ୟାୟରେ ସରକାର ଦ୍ୱାରା ୨୦୨୨ ମାର୍ଚ୍ଚ ସୁଦ୍ଧା ଅତିରିକ୍ତ ଖାଦ୍ୟ ଶସ୍ୟ ବଣ୍ଟନ କରାଯିବ । ଏହି ଯୋଜନା ମାଧ୍ୟମରେ ପ୍ରତି ମାସରେ ୫ କିଲୋଗ୍ରାମ ମାଗଣା ରାସନ ଯୋଗାଇ ଦିଆଯାଏ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ PM Ration ସବସିଡି ସ୍କିମ୍ ମଧ୍ୟ କୁହାଯାଏ । ଏହାର ସମୁଦାୟ ହିତାଧିକାରୀ ହେଉଛନ୍ତି ଦେଶର ୮୦ କୋଟି ଲୋକ ଓ ଏଥିରେ ଗରିବ ଲୋକଙ୍କୁ ରାସନ ଉପରେ ଦିଆଯାଉଛି । ଆପଣ https://pmmodiyojana.in/pradhanmantri-ration-subsidy-yojana/ ଭିଜିଟ୍ କରି ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇପାରିବେ ।